Bank Holidays: ମାର୍ଚ୍ଚରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଶୀଘ୍ର ସାରି ନିଅନ୍ତୁ ଜରୁରୀ କାମ
Advertisement
Article Detail0/zeeodisha/odisha2128747

Bank Holidays: ମାର୍ଚ୍ଚରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଶୀଘ୍ର ସାରି ନିଅନ୍ତୁ ଜରୁରୀ କାମ

Bank Holidays in March 2024: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମାର୍ଚ୍ଚ ମାସରେ ବ୍ୟାଙ୍କ ଛୁଟି ନେଇ ତାଲିକା ପ୍ରକାଶ କରିଛି। ଯଦି ଆପଣଙ୍କର ବ୍ୟାଙ୍କରେ କିଛି କାର୍ଯ୍ୟ ଅଛି, ତେବେ ଏହାକୁ ଜଲଦି ସାରି ଦିଅନ୍ତୁ । 

Bank Holidays: ମାର୍ଚ୍ଚରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଶୀଘ୍ର ସାରି ନିଅନ୍ତୁ ଜରୁରୀ କାମ

Bank Holidays in March 2024: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମାର୍ଚ୍ଚ ମାସରେ ବ୍ୟାଙ୍କ ଛୁଟି ନେଇ ତାଲିକା ପ୍ରକାଶ କରିଛି। ଯଦି ଆପଣଙ୍କର ବ୍ୟାଙ୍କରେ କିଛି କାର୍ଯ୍ୟ ଅଛି, ତେବେ ଏହାକୁ ଜଲଦି ସାରି ଦିଅନ୍ତୁ । ନହେଲେ ଆଗକୁ ସମସ୍ୟାରେ ପଡ଼ିପାରନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ରାଜ୍ୟରେ ଛୁଟି କେବେ ରହିବ ବ୍ୟାଙ୍କ ଛୁଟି । ମାର୍ଚ୍ଚରେ ଦେଶର ବିଭିନ୍ନ ପ୍ରାନ୍ତରେ ୧୪ ଦିନ ବ୍ୟାଙ୍କ ଛୁଟି ରହିବ । ୫ଟି ରବିବାରକୁ ବାଦ ଦେଲେ ଦ୍ବିତୀୟ ଓ ଚତୁର୍ଥ ଶନିବାର ସହ ଭିନ୍ନ ଭିନ୍ନ ସ୍ଥାନରେ ୭ ଦିନ ବ୍ୟାଙ୍କ ବନ୍ଦ ରହିବ ।

ମାର୍ଚ୍ଚ ୨୦୨୪ରେ ବ୍ୟାଙ୍କ ଛୁଟିଦିନର ତାଲିକା

ମାର୍ଚ୍ଚ ୧ ଅର୍ଥାତ୍ ଶୁକ୍ରବାର ଚାପଚର କୁଟ୍ ପାଇଁ ମିଜୋରାମରେ ବ୍ୟାଙ୍କ ବନ୍ଦ ରହିବ । ମାର୍ଚ୍ଚ ୩ ରବିବାର ଯୋଗୁଁ ସାରା ଦେଶରେ ବ୍ୟାଙ୍କ ଛୁଟି ରହିବ । ସେହିପରି ମାର୍ଚ୍ଚ ୮ ରେ ମହାଶିରାତ୍ରୀ, ମାର୍ଚ୍ଚ ୯ରେ ଦ୍ବିତୀୟ ଶନିବାର, ମାର୍ଚ୍ଚ ୧୦,୧୭, ୨୪ ଓ ୩୧ ରବିବାର ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ । ସେହିପରି ମାର୍ଚ୍ଚ ୨୨ରେ ବିହାର ଦିବସ ଯୋଗୁଁ ବ୍ୟାଙ୍କ ଛୁଟି ରହିବ । ମାର୍ଚ୍ଚ ୨୩ ତାରିଖ ମାସର ଚତୁର୍ଥ ଶନିବାର, ମାର୍ଚ୍ଚ ୨୫, ଦୋଳ ଯାତ୍ରା, ୨୬ରେ ଓଡିଶା, ମଣିପୁର ଓ ବିହାରରେ ହୋଲି । ମାର୍ଚ୍ଚ ୨୭ରେ ବିହାରରେ ହୋଲି । ମାର୍ଚ୍ଚ ୨୯ରେ ଗୁଡ ଫ୍ରାଇଡ଼େ ଯୋଗୁଁ ବ୍ୟଙ୍କ ବନ୍ଦ ରହିବ ।

Also Read- PM Modi: ରାଜ୍ୟବାସୀଙ୍କୁ ମୋଦି ଦେବେ ଉପହାର, ୨୧ଟି ନୂତନ ଷ୍ଟେସନର ଉଦ୍‍ଘାଟନ କରିବା ସହ ୫୦ରୁ ଅଧିକ...

ପ୍ରକାଶ ଥାଉ କି, ବ୍ୟାଙ୍କ ଛୁଟି ରହିଲେ ମଧ୍ଯ ଏଟିଏମ୍ ଓ ଅନଲାଇନରେ ଗ୍ରାହକ ନେଣଦେଣ କରିପାରିବେ । ସେହିଭଳି ମାର୍ଚ୍ଚରେ ସେୟାର ବଜାର ୯ ଦିନ ପାଇଁ ବନ୍ଦ ରହିବ ।

Also Read- Petrol Diesel Price: ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଆଜି ଓଡ଼ିଶାରେ ରହିଛି...