Bank Holidays in June 2023: ଜୁନ୍ ରେ ୧୨ ଦିନ ବ୍ୟାଙ୍କ ଛୁଟି! ଜାଣନ୍ତୁ କେବେ ଓ କେଉଁଠି ରହିବ ବନ୍ଦ
Advertisement

Bank Holidays in June 2023: ଜୁନ୍ ରେ ୧୨ ଦିନ ବ୍ୟାଙ୍କ ଛୁଟି! ଜାଣନ୍ତୁ କେବେ ଓ କେଉଁଠି ରହିବ ବନ୍ଦ

Bank Holidays in June: ଯଦି ଆପଣଙ୍କର ବ୍ୟାଙ୍କ ସହ ଜଡିତ କୌଣସି କାର୍ଯ୍ୟ ବାକି ଅଛି ତାହାଲେ ଏହାକୁ ସାରି ନିଅନ୍ତୁ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ର ଛୁଟି ତାଲିକା ଅନୁଯାୟୀ ଜୁନ୍ ମାସରେ ମୋଟ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ। ଏଥିରେ ଦ୍ବିତୀୟ, ଚତୁର୍ଥ ଶନିବାର ସହ ରବିବାର, ଜାତୀୟ ଓ ଆଞ୍ଚଳିକ ସ୍ତରରେ ପାଳନ ହେଉଥିବା ପର୍ବପର୍ବାଣି ମଧ୍ଯ ଅନ୍ତର୍ଭୁକ୍ତ ରହିଛି । 

ସୌ(ସୋସିଆଲ ମିଡିଆ)

Bank Holidays in June 2023: ୨୦୨୩-୨୪ ଆର୍ଥିକ ବର୍ଷର ଦ୍ୱିତୀୟ ମାସ ଶେଷ ହେବାକୁ ଯାଉଛି । ଏହା ପରେ ଆରମ୍ଭ ହେବ ଜୁନ୍ ମାସ । ଆସନ୍ତା ମାସରେ ବ୍ୟାଙ୍କ ଗୁଡିକର ବମ୍ପର ଛୁଟି (Bank Holidays in June 2023) ହେବାକୁ ଯାଉଛି, ଯେଉଁ କାରଣରୁ ଗ୍ରାହକଙ୍କର ବ୍ୟାଙ୍କ ସହିତ ଜଡି଼ତ କାର୍ଯ୍ୟ ପ୍ରଭାବିତ ହୋଇପାରେ । ଯଦି ଆପଣଙ୍କର ବ୍ୟାଙ୍କ ସହ ଜଡିତ କୌଣସି କାର୍ଯ୍ୟ ବାକି ଅଛି ତାହାଲେ ଏହାକୁ ସାରି ନିଅନ୍ତୁ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ର ଛୁଟି ତାଲିକା ଅନୁଯାୟୀ ଜୁନ୍ ମାସରେ ମୋଟ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ। ଏଥିରେ ଦ୍ବିତୀୟ, ଚତୁର୍ଥ ଶନିବାର ସହ ରବିବାର, ଜାତୀୟ ଓ ଆଞ୍ଚଳିକ ସ୍ତରରେ ପାଳନ ହେଉଥିବା ପର୍ବପର୍ବାଣି ମଧ୍ଯ ଅନ୍ତର୍ଭୁକ୍ତ ରହିଛି । ତେବେ ଆସନ୍ତୁ ଜାଣିବା ଜୁନ୍ ମାସରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ ?

ଜୁନ୍ ମାସରେ କେବେ ଓ କ'ଣ ପାଇଁ ବନ୍ଦ ରହିବ ବ୍ୟାଙ୍କ

  • ୪ ଜୁନ୍ ୨୦୨୩: ରବିବାର ହେତୁ ସାରା ଦେଶରେ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ ।
  • ଜୁନ୍ ୧୦, ୨୦୨୩: ଦ୍ୱିତୀୟ ଶନିବାର ହେତୁ ସାରା ଦେଶରେ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ ।
  • ୧୧ ଜୁନ୍ ୨୦୨୩: ରବିବାର ହେତୁ ସାରା ଦେଶରେ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ ।
  • ୧୫ ଜୁନ୍ ୨୦୨୩: ରଜ ସଂକ୍ରାନ୍ତି  ଯୋଗୁଁ ମିଜୋରାମ ଓ ଓଡିଶାରେ ବ୍ୟାଙ୍କ ସେବା ବନ୍ଦ ରହିବ ।
  • ୧୮ ଜୁନ୍ ୨୦୨୩: ରବିବାର ହେତୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ ।
  • ୨୦ ଜୁନ୍ ୨୦୨୩: ରଥଯାତ୍ରା ପାଇଁ ଓଡିଶାରେ ବ୍ୟାଙ୍କ ବନ୍ଦ ରହିବ ।
  • ୨୪ ଜୁନ୍ ୨୦୨୩: ଚତୁର୍ଥ ଶନିବାର ହେତୁ ବ୍ୟାଙ୍କ ବନ୍ଦ ରହିବ ।  
  • ୨୫ ଜୁନ୍ ୨୦୨୩: ରବିବାର ହେତୁ ସାରା ଦେଶରେ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ ।
  • ୨୬ ଜୁନ୍ ୨୦୨୩: ଖର୍ଚ୍ଚି ପୂଜା ପାଇଁ ତ୍ରିପୁରାରେ ବ୍ୟାଙ୍କ ବନ୍ଦ ରହିବ ।
  • ୨୮ ଜୁନ୍ ୨୦୨୩: Eid Ul Azha ଲାଗି ମହାରାଷ୍ଟ୍ର, ଜମ୍ମୁ, କାଶ୍ମୀର, କେରଳରେ ବ୍ୟାଙ୍କ ବନ୍ଦ ରହିବ ।
  • ୨୯ ଜୁନ୍ ୨୦୨୩: Eid-Ul-Adha ପାଇଁ ମହାରାଷ୍ଟ୍ର, ସିକିମ୍, ଓଡ଼ିଶା ଓ କେରଲକୁ ଛାଡି ପ୍ରାୟତଃ ଦେଶର ସମସ୍ତ ରାଜ୍ୟରେ ବ୍ୟାଙ୍କ ସେବା ବନ୍ଦ ରହିବ ।  
  • ୩୦ ଜୁନ୍ ୨୦୨୩: ରିମା ଇଦ୍ ଉଲ୍ ଅଜାହ ପାଇଁ ମିଜୋରାମ ଓ ଓଡିଶାରେ ବ୍ୟାଙ୍କ ବନ୍ଦ ରହିବ ।

Also Read-Longest Railway Platform: ଏଇଠି ଅଛି ଦୁନିଆର ସବୁଠୁ ଲମ୍ବା ପ୍ଲାଟଫର୍ମ୍, ଚାଲି ଚାଲି ଥକି ଯିବ ପାଦ ସରିବନି ରାସ୍ତା

Also Read-Gold Rate: ପୁଣି ଥରେ ଖସିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ସୂନା ମୂଲ୍ୟ

ତେବେ ବ୍ୟାଙ୍କ ବନ୍ଦ ହେବା ସତ୍ତ୍ୱେ ଗ୍ରାହକମାନେ ଡିଜିଟାଲ୍ ମାଧ୍ୟରେ ନିଜର ସମସ୍ତ କାର୍ଯ୍ୟ ଶେଷ କରିପାରିବେ । UPI, ମୋବାଇଲ୍ ବ୍ୟାଙ୍କିଙ୍ଗ୍, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଭଳି ଡିଜିଟାଲ୍ ସେବା ଉପରେ ବ୍ୟାଙ୍କ ଛୁଟିର କୌଣସି ପ୍ରଭାବ ପଡିବ ନାହିଁ ।

Also Read-ଅଜବ କାଣ୍ଡ: ନିବସ୍ତ୍ର ହୋଇ ହିନ୍ଦୁ ମନ୍ଦିରକୁ ପ୍ରବେଶ କଲେ ଜର୍ମାନ ଯୁବତୀ

Also Read- Shocking News: ରାତାରାତି କୋଟିପତି ହୋଇଗଲେ ଦିନ ମଜୁରିଆ, ଜାଣନ୍ତୁ କେମିତି...

Also Read-Longest Highway in World: ବିଶ୍ୱର ସବୁଠାରୁ ଲମ୍ବା ରାଜପଥ; ଯିଏ ଅତିକ୍ରମ କରିଥାଏ ୧୪ ଦେଶ