Bangladesh News: ବାଂଲାଦେଶରେ ନୂଆ ସରକାର, ଆଜି ଶପଥ ନେବେ ୟୁନୁସ, ଭାରତ ଫେରାଇ ଆଣିଲା ଦୂତାବାସ କର୍ମଚାରୀ
Advertisement
Article Detail0/zeeodisha/odisha2373535

Bangladesh News: ବାଂଲାଦେଶରେ ନୂଆ ସରକାର, ଆଜି ଶପଥ ନେବେ ୟୁନୁସ, ଭାରତ ଫେରାଇ ଆଣିଲା ଦୂତାବାସ କର୍ମଚାରୀ

Bangladesh News: ଶେଖ୍‍ ହାସିନାଙ୍କ ଅଚାନକ ବିଦା ପରେ ଖାଲିପଡ଼ିଥିବା ବଂଲାଦେଶ ସରକାରର ମଙ୍ଗ ଧରିବେ ନୋବେଲ୍‍ ବିଜେତା ମହମ୍ମନ ୟୁନୁସ। ସେ ଆଜି ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ଏ ବିଷୟରେ ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ଓ୍ୱାକର ଉର ଜମାନ ଘୋଷଣା କରିଛନ୍ତି। 

ମହମ୍ମଦ ୟୁନୁସ କହିଛନ୍ତି, ବାଂଲାଦେଶ ଏହା ଆମର ନୂଆ ବିଜୟ। ଆମର କୌଣସି ତ୍ରୁଟିରୁ ଏହା ଯେମିତି ଚ୍ୟୁତ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ହେବ ବୋଲି ପ୍ୟାରିସରେ ଥିବା ୟୁନୁସ ଏକ ବାର୍ତ୍ତାରେ ବାଂଲା ନାଗରିକଙ୍କୁ ନିବେଦନ କରିଛନ୍ତି। ଶ୍ରୀ ୟୁନୁସ ଆଜି ଅରାହ୍ଣରେ ବାଂଲାଦେଶ ପହଞ୍ଚିବେ। ରାତି ୮ଟାରେ ଶପଥ ଗ୍ରହଣ କାର୍ଯ୍ୟୃକ୍ରମ ରହିଛି। ଇତିମଧ୍ୟରେ ଭାରତ ପକ୍ଷରୁ ବାଂଲାଦେଶଠାରେ ଥିବା ଭାରତୀୟ ଦୂତାବାସର ଅଣ ଅତ୍ୟାବଶ୍ୟକ ଷ୍ଟାଫଙ୍କୁ ଫେରାଇ ଆଣିଛି। ସ୍ୱତଃପୂର୍ତ୍ତ ଭାବେ ଏହି ଷ୍ଟାଫ୍‍ଙ୍କୁ ଫେରାଇ ଅଣାଯାଇଛି। ଦୂତାବାସ କିନ୍ତୁ ପୂର୍ବପରି କାର୍ଯ୍ୟ କରୁଥିବା ସୂଚନା ଦିଆଯାଇଛି। 

୮୪ ବର୍ଷୀୟ ୟୁନୁସ୍‍ ଦେଶରେ ଗରିବଙ୍କ ବ୍ୟାଙ୍କର ଭାବେ ପରିଚିତ। ସେ ଜାତୀୟ ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠାତା ଭାବେ ଖ୍ୟାତ। ୨୦୦୬ ମସିହାରେ ତାଙ୍କର ନିରବଚ୍ଛିନ୍ନ ଉଦ୍ୟମ ଓ ସଫଳତାକୁ ଦୃଷ୍ଟିରେ ରଖି ନୋବେଲ ପ୍ରଦାନ କରାଯାଇଥିଲା।  ହେଲେ ଶେଖ ହାସିନାଙ୍କ ସରକାରରେ ଅନେକ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିଲେ। ଏଣୁ ତାଙ୍କୁ ଜେଲ୍‍ ଦଣ୍ଡ ଭୋଗିବାକୁ ପଡ଼ିଥିଲା। ଜେଲରୁ ବାହାରିବା ପରେ ସେ ସ୍ୱତଃ ଦେଶ ଛାଡ଼ିଥିଲେ। ଏବେ ସ୍ୱଦେଶ ପ୍ରତ୍ୟାବର୍ତ୍ତନକୁ ନେଇ ସେ ବିଶେଷ ଆଶାବାଦୀ ରହିଛନ୍ତି। 

ଅପରପକ୍ଷେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଖଲିଦା ଜିଆ ମଧ୍ୟ ମୁକୁଳିଛନ୍ତି। ସେ ଏକ ବାର୍ତ୍ତାରେ କହିଛନ୍ତି, ଏକ ଗଣତାନ୍ତ୍ରିକ ବାଂଲାଦେଶ, ଯେଉଁଠାରେ ସବୁ ଧର୍ମର ସ୍ୱାଧୀନତା ରହିବ ସେପରି ଦେଶ ଗଠନ ଲାଗି ଆହ୍ୱାନ ଦେଇଛନ୍ତି। ଏହାସହଆରକ୍ଷଣ କୋଟାକୁ ନେଇ ସୃଷ୍ଟି ହୋଇଥିବା ଛାତ୍ର ଆନ୍ଦୋଳନ ପ୍ରଧାନମନ୍ତ୍ରୀଙ୍କୁ ଦେଶ ଛାଡ଼ିବାକୁ ବାଧ୍ୟ କରିଥିଲା। ସୋମବାରଦିନ ଶେଖ ହାସିନା ଭାରତକୁ ପଳାଇ ଆସିଥିଲେ। ଏଯାଏ ସେ ଭାରତରେ ଅବସ୍ଥାନ କରୁଛନ୍ତ।ି ସେ ୟୁରୋପ କିମ୍ବର ଅନ୍ୟ କେଉଁ ଦେଶର ଶରଣରେ ଯିବେ ବୋଲି ଚର୍ଚ୍ଚା ହେଉଛି।