Dhaka Explosion: ବିସ୍ଫୋରଣରେ କମ୍ପି ଉଠିଲା ବାଂଲାଦେଶ ରାଜଧାନୀ ଢାକା; ୧୬ ମୃତ୍ୟୁ, ଶହେରୁ ଅଧିକ ଆହତ
Advertisement
Article Detail0/zeeodisha/odisha1600277

Dhaka Explosion: ବିସ୍ଫୋରଣରେ କମ୍ପି ଉଠିଲା ବାଂଲାଦେଶ ରାଜଧାନୀ ଢାକା; ୧୬ ମୃତ୍ୟୁ, ଶହେରୁ ଅଧିକ ଆହତ

Dhaka Blast: ମଙ୍ଗଳବାର ସନ୍ଧ୍ୟାରେ ବାଂଲାଦେଶ ରାଜଧାନୀ ଢାକା ସହରର ସିଦ୍ଧିକ ବଜାର ଠାରେ ହୋଇଥିବା ବିସ୍ଫୋରଣରେ ଏକ ସାତ ମହଲା ବିଶିଷ୍ଟ କୋଠାର ତିନି ମହଲା ନଷ୍ଟ ହୋଇଯାଇଛି। ନିକଟସ୍ଥ କିଛି ଅଟ୍ଟାଳିକା ମଧ୍ୟ ବିସ୍ଫୋରଣ କାରଣରୁ କ୍ଷତିଗ୍ରସ୍ତ ହୋଇଛି। 

Dhaka Explosion: ବିସ୍ଫୋରଣରେ କମ୍ପି ଉଠିଲା ବାଂଲାଦେଶ ରାଜଧାନୀ ଢାକା; ୧୬ ମୃତ୍ୟୁ, ଶହେରୁ ଅଧିକ ଆହତ

Dhaka Siddique Bazar Explosion: ମାର୍ଚ୍ଚ ୭ ତାରିଖ ମଙ୍ଗଳବାର ସନ୍ଧ୍ୟା ସମୟରେ ହୋଇଥିବା ଏକ ଭୟାନକ ବିସ୍ଫୋରଣରେ କମ୍ପି ଉଠିଛି ବାଂଲାଦେଶ ରାଜଧାନୀ ଢାକା। ଏହି ବିସ୍ଫୋରଣରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୦ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି। ଢାକାସ୍ଥିତ ଗୁଲିସ୍ତାନ ଅଞ୍ଚଳରେ ଅବସ୍ଥିତ ଏକ ବହୁ ମହଲା ବିଶିଷ୍ଟ କୋଠାରେ ଏହି ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ହେତୁ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଉଦ୍ଧାର ଅଭିଯାନ ଜାରି ରହିଛି। ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି। ଏହି ବିସ୍ଫୋରଣ ପଛରେ କେଉଁ କାରଣ ରହିଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ। 

ମଙ୍ଗଳବାର ସନ୍ଧ୍ୟାରେ ରାଜଧାନୀ ଢାକା (Dhaka) ଠାରେ ହୋଇଥିବା ବିସ୍ଫୋରଣ ସମ୍ପର୍କରେ ବାଂଲାଦେଶ (Bangladesh) ସରକାରଙ୍କ ପକ୍ଷରୁ ସରକାରୀ ବୟାନ ଜାରି କରାଯାଇନାହିଁ। ଢାକାସ୍ଥିତ ସିଦ୍ଧିକ ବଜାର (Dhaka Siddique Bazar) ଠାରେ ହୋଇଥିବା ବିସ୍ଫୋରଣରେ ଏକ ସାତ ମହଲା ବିଶିଷ୍ଟ କୋଠାର ତିନି ମହଲା ନଷ୍ଟ ହୋଇଯାଇଛି। ନିକଟସ୍ଥ କିଛି ଅଟ୍ଟାଳିକା ମଧ୍ୟ ବିସ୍ଫୋରଣ କାରଣରୁ କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣ କାରଣରୁ ଆହତ ହୋଇଥିବା ଲୋକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମଙ୍ଗଳବାର ଅପରାହ୍ନ ସମୟରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପରେ ଅନେକ ଅଗ୍ନିଶମ ବାହିନୀ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବାଂଲାଦେଶ ପୋଲିସ  ସୂଚନା ଅନୁସାରେ ଆହତଙ୍କୁ ରାଜଧାନୀ ଢାକା ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବାଲାଂଦେଶୀ ସମ୍ବାଦପତ୍ର "ଢାକା ଟ୍ରିବ୍ୟୁନ୍" ଖବର ଅନୁଯାୟୀ, ଅନେକ ଲୋକ ସେହି ବହୁ ମହଲା ବିଶିଷ୍ଟ କୋଠାର ତଳ ମହଲାରେ ଫସି ରହିଥିବାର ଆଶଙ୍କା କରାଯାଉଛି। ବିସ୍ଫୋରଣ ହୋଇଥିବା କୋଠାର ଯାଞ୍ଚ କରିବା ପାଇଁ ରାପିଡ୍ ଆକ୍ସନ୍ ବାଟାଲିଅନ୍, ବୋମା ନିଷ୍କ୍ରିୟକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି।

ଏହି ବହୁମହଲା ବିଶିଷ୍ଟ କୋଠାରେ ହୋଇଥିବା ବିସ୍ଫୋରଣ କାରଣରୁ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ବସ୍ ମଧ୍ୟ ନଷ୍ଟ ହୋଇଯାଇଛି। ପୋଲିସ କହିଛି ଯେ ଘଟଣାସ୍ଥଳରେ ଉଦ୍ଧାର ଅଭିଯାନ ଜାରି ରହିବା ସହ ସୁରକ୍ଷା କାର୍ଯ୍ୟ ଚାଲିଛି। ଜଣେ ଅଧିକାରୀ କହିଛନ୍ତି ଯେ ମଙ୍ଗଳବାର ଢାକା ସହରର ଏକ ଜନଗହଳିପୂର୍ଣ୍ଣ ବଜାରରେ ଏହି ବିସ୍ଫୋରଣ ଘଟିଛି। ପୋଲିସ ସୂଚନା ଅନୁସାରେ ଢାକା ମେଡିକାଲ କଲେଜ ହସ୍ପିଟାଲ ଜରୁରୀକାଳୀନ ୱାର୍ଡ ଠାରେ ଆହତଙ୍କ ଚିକିତ୍ସା ଚାଲିଛି। ଯେଉଁ କୋଠାରେ ଏହି ବିସ୍ଫୋରଣ ହଇଥିଲା ତାହାର ତଳ ମହଲାରେ ଅନେକ ଷ୍ଟୋର ରହିଛି ଏବଂ ଏହା ପାଖରେ ଏକ ବ୍ୟାଙ୍କ ଶାଖା ରହିଛି।