Kuhoo Garg: ବ୍ୟାଡମିଣ୍ଟନ ଖେଳାଳିରୁ ଆଇଏଏସ୍ ଅଫିସର
Advertisement

Kuhoo Garg: ବ୍ୟାଡମିଣ୍ଟନ ଖେଳାଳିରୁ ଆଇଏଏସ୍ ଅଫିସର

Kuhoo Garg: ବ୍ୟାଡମିଣ୍ଟନ ଖେଳାଳି ତଥା ଉତ୍ତରାଖଣ୍ଡର ପୂର୍ବ ଡିଜିପି ଅଶୋକ କୁମାରଙ୍କ ଝିଅ କୁହୁ ଗର୍ଗ (Kuhoo Garg) ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା (UPSC)ରେ ସଫଳତା ହାସଲ କରିଛନ୍ତି । ୧୭୮ ରାଙ୍କ ହାସଲ କରିଛନ୍ତି କୁହୁ । ବ୍ୟାଡମିଣ୍ଟନ (Badminton) ଖେଳି ଦେଶ ପାଇଁ ଗୌରବ ଆଣିଥିବା କୁହୁ ୟୁପିଏସସିରେ ମଧ୍ୟ ବାଜି ମାରିଛନ୍ତି ।

ବ୍ୟାଡମିଣ୍ଟନ ଖେଳରେ ପାରଦର୍ଶୀତା ଦେଖାଇବା ଥିବା କୁହୁ (Kuhoo Garg) ସେଣ୍ଟ ଜୋସେଫ ଡେରାଡୁନୁରୁ ସ୍କୁଲିଂ ସରିବା ପରେ ଦିଲ୍ଲୀ ଏସଆରସିସି କଲେଜରୁ ଗ୍ରାଜୁଏସନ୍ ଶେଷ କରି ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । କୁହୁ ବ୍ୟାଡ଼ମିଣ୍ଟନ ଖେଳିବା ସହ ଦିନକୁ ୮ରୁ ୧୦ ଘଣ୍ଟା ପରିଶ୍ରମ କରୁଥିଲେ । ତେବେ ଏହି ଶୃଙ୍ଖଳିତ ଜୀବନଶୈଳୀ ତାଙ୍କୁ ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ କରାଇବାରେ ସଫଳତା ଦେଇଥିବା ସେ କହିଛନ୍ତି । କୁହୁ ଗର୍ଗଙ୍କ ବାପା ଅଶୋକ କୁମାର ୨୦୨୦-୨୩ ଯାଏଁ ଉତ୍ତରାଖଣ୍ଡର ଡିଜିପି ଭାବେ ଦାୟିତ୍ବରେ ଥିଲେ। ସେପଟେ କୁହୁଙ୍କ ମା' ଜଣେ ଅଳକନନ୍ଦା ଜଣେ ପ୍ରଫେସର ଅଟନ୍ତି। ସେ ଅଶୋକ ପନ୍ତ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି। କୁହୁଙ୍କର ଦୁଇ ଭାଇ ଅଛନ୍ତି।

Also Read- Ram Navami 2024: ପବିତ୍ର ରାମ ନବମୀ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

Also Read- Puri News: ଆଜି ରାମ ନବମୀ, ଆଜିଠାରୁ ଆରମ୍ଭ ହେବ ରଥକାମ

ପ୍ରକାଶ ଥାଉ କି, ବ୍ୟାଡମିଣ୍ଟନ ଖେଳରେ କୁହୁ ୫୬ଟି ଅଲଇଣ୍ଡିଆ ମେଡାଲ୍ , ୧୮ଟି ଅନ୍ତର୍ଜାତୀୟ ମେଡାଲ ପାଇଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ବ୍ୟାଡମିଣ୍ଟନରେ କୁହୁ ୩୪ତମ ସ୍ଥାନରେ ଥିବାବେଳେ ଦେଶରେ ମିକ୍ସଡ୍ ଡବଲ୍ସରେ ସେ ୧ ନମ୍ବର ସ୍ଥାନରେ ଅଛନ୍ତି ।