ଭବ୍ୟ ରାମ ମନ୍ଦିର ପାଇଁ ବଦଳିଲା ଅଯୋଧ୍ୟାର ରୂପ
Advertisement
Article Detail0/zeeodisha/odisha1304040

ଭବ୍ୟ ରାମ ମନ୍ଦିର ପାଇଁ ବଦଳିଲା ଅଯୋଧ୍ୟାର ରୂପ

Ram Mandir Built: ନିର୍ମାଣ ଚାଲିଛି ଭବ୍ୟ ରାମ ମନ୍ଦିର(Ram Mandir)। ରେଳ ଷ୍ଟେସନ୍ ଯାହା ରାମ ମନ୍ଦିରର ପ୍ରତିକୃତି ଧାରଣ କରିଛି। ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ତିଆରି ଚାଲିଛି ବିମାନବନ୍ଦର(Airport)।

ପ୍ରତୀକାତ୍ମକ

Ram Mandir Built: ନିର୍ମାଣ ଚାଲିଛି ଭବ୍ୟ ରାମ ମନ୍ଦିର(Ram Mandir)। ରେଳ ଷ୍ଟେସନ୍ ଯାହା ରାମ ମନ୍ଦିରର ପ୍ରତିକୃତି ଧାରଣ କରିଛି। ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ତିଆରି ଚାଲିଛି ବିମାନବନ୍ଦର(Airport)। ପ୍ରଶସ୍ତ ରାସ୍ତା, ଯାହା ମନ୍ଦିର ପର୍ଯ୍ୟନ୍ତ ସହଜରେ ପହଞ୍ଚାଇବାରେ ସହାୟକ ହେବ। ରହିବା ପାଇଁ ଉନ୍ନତ ମାନର ଭିତ୍ତିପ୍ରସ୍ତର ହେବ ନୂତନ 
ରାମ ମନ୍ଦିର ତଥା ଅଯୋଧ୍ୟାର ପରିଚୟ। 

ଅଯୋଧ୍ୟା, କିଛି ବର୍ଷ ପୂର୍ବେ ମୁଖ୍ୟତ ବାବ୍ରି ମସଜିଦ ଭାଙ୍ଗିବା ଏବଂ ଏକ ମନ୍ଦିର ପାଇଁ ଆଇନଗତ ଯୁଦ୍ଧ ପାଇଁ ଜଣାଶୁଣା ଥିଲା। ଆଜି ତାହା ଏକ ସହର, ଯାହା ଆଗାମୀ ଦିନରେ ସବୁଠାରୁ ଉନ୍ନତମାନର ପର୍ଯ୍ୟଟନ ସ୍ଥଳୀ ହେବାକୁ ଯାଉଛି। କେବଳ ଦେଶୀୟ ପର୍ଯ୍ୟଟକ ନୁହେଁ ବରଂ ବହୁ ସଂଖ୍ୟକ ବିଦେଶୀ ପର୍ଯ୍ୟଟକଙ୍କୁ ମଧ୍ୟ ଏହା ଆକର୍ଷିତ କରିବ। ରାମ ମନ୍ଦିରର ନିର୍ମାଣ ଯାହା ପବିତ୍ର ସହରର ଦ୍ରୁତ ବିକାଶ ସହିତ ଚାଲିଛି ଯାହା ଅଯୋଧ୍ୟାର ଗରିମାକୁ ବଢାଇବ। ପବିତ୍ର ସହର ଏକ ବିସ୍ତାର ସ୍ଥିର କରାଯାଇଛି ଯାହା 'ନବ୍ୟ ଅଯୋଧ୍ୟା' ଭାବରେ ପରିଚୟ ପାଇବ। ନୂଆ ଟାଉନସିପ୍ ୧୫୦୦ ଏକରରେ କରାଯିବ ଯେଉଁଥିରେ ପ୍ରାୟ ଦୁଇ ଡଜନରୁ ଅଧିକ ଗେଷ୍ଟ ହାଉସ୍ ରହିବ। ନୂତନ ବସ୍ତିକୁ ବାସ୍ତୁ ନିୟମ ମୁତାବକ ବୈଦିକ ସହର ଭାବରେ ବିକଶିତ କରାଯିବ।

ନୂତନ ଅଯୋଧ୍ୟାରେ କୋରିଆ ସମେତ ୫ଟି ଦେଶରୁ ଗେଷ୍ଟ ହାଉସ୍ କରାଯିବ। ବିଭିନ୍ନ ସମ୍ପ୍ରଦାୟ, ସମୁଦାୟ ଏବଂ ସ୍ବେଚ୍ଛାସେବୀ ସଂଗଠନ ପାଇଁ ୧୦୦ରୁ ଅଧିକ ସ୍ଥାନ ରହିବ। ପ୍ରକୃତରେ ପବିତ୍ର ସହରର କେନ୍ଦ୍ରବିନ୍ଦୁ ରାମ ମ୍ନିର ହେବ, ଯାହା ବିଶ୍ୱର ସର୍ବବୃହତ ହିନ୍ଦୁ ମନ୍ଦିର ଭାବେ ବିବେଚିତ ହେବ। ପର୍ଯ୍ୟଟନ ବିଭାଗର ଆକଳନ ଅନୁଯାୟୀ, ପରବର୍ତ୍ତି ଦଶନ୍ଧିରେ ଅଯୋଧ୍ୟାକୁ ପର୍ଯ୍ୟଟକଙ୍କ ସଂଖ୍ୟା ତିନି ଗୁଣ ବୃଦ୍ଧି ପାଇବ। ପରିସଂଖ୍ୟାନ ବିଶ୍ଳେଷଣରୁ ଜଣାପଡିଛି ଯେ, ୨୦୩୦ ସୁଦ୍ଧା ୬.୮ କୋଟିରୁ ଅଧିକ ଲୋକ ରାମଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାକୁ ପୃଥିବୀର ସର୍ବୋଶ୍ରେଷ୍ଠ ସହର ଭାବରେ ପରିଣତ କରିବା ପାଇଁ ଉଦ୍ୟମରେ କୌଣସି ହେଳା କରୁନାହାଁନ୍ତି। ୨୦୧୯ରେ ଅଯୋଧ୍ୟାରେ ରାମ ମନ୍ଦିର ସପକ୍ଷରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଯୋଗୀ ସରକାର ସମସ୍ତ ବିକାଶମୂଳକ ଯୋଜନାର ଗତିକୁ ପ୍ରଖର କରିଛନ୍ତି।

ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାକୁ ଏକ ପରିମଳ ସହର କରିବା ସହିତ ସମସ୍ତ ପରିଯୋଜନାକୁ ସମ୍ପୂର୍ଣ୍ଣ କରିବା ପାଇଁ କହିଛନ୍ତି। କାରଣ ୨୦୨୩ ସୁଦ୍ଧା ଭକ୍ତଙ୍କ ପାଇଁ ମନ୍ଦିର ଖୋଲିବାକୁ ଯୋଜନା କରାଇଛି। ସହରକୁ ସ୍ବଚ୍ଛ ସହର କରିବା ପାଇଁ ସେ ସମସ୍ତ ପ୍ରୟାସ ଜାରି ରଖିଛନ୍ତି। ଅଧିକାରୀଙ୍କ କହିବା ମୁତାବକ, ରାମ ମନ୍ଦିର ପ୍ରବେଶ ଦ୍ବାର ପର୍ଯ୍ୟନ୍ତ ଭକ୍ତଙ୍କୁ ନବା ଆଣିବା କରିବା ପାଇଁ ଏଣ୍ଟ୍ରି ପଏଣ୍ଟ ଠାରେ ବୈଦ୍ୟୁତିକ ବାହାନ ରହିବ। ଏଥି ସହିତ ସମସ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପାର୍କିଂ ପାଇଁ ବିସ୍ତୃତ ସ୍ଥାନର ବ୍ୟବସ୍ଥା କରାଯିବ। ଅଯୋଧ୍ୟାରେ ସରୟୁ ନଦୀ କୂଳରେ ପ୍ରଭୁ ରାମଙ୍କ ୨୦୦ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।