କୋରୋନା ପାଇଁ ଏସିଆନ୍‌ ଗେମ୍‌ସ ସ୍ଥଗିତ!
Advertisement
Article Detail0/zeeodisha/odisha1176240

କୋରୋନା ପାଇଁ ଏସିଆନ୍‌ ଗେମ୍‌ସ ସ୍ଥଗିତ!

କୋରୋନା କାୟା ମେଲାଇବାରୁ ଏସିଆନ୍‌ ଗେମ୍‌ସକୁ ବାତିଲ କରାଯାଇଥିବା ଚୀନ୍‌ ପକ୍ଷରୁ କୁହାଯାଇଛି ।

କୋରୋନା ପାଇଁ ଏସିଆନ୍‌ ଗେମ୍‌ସ ସ୍ଥଗିତ!

ବେଜିଂ: ପୁଣିଥରେ କୋରୋନା ବିଶ୍ୱରେ ଆତଙ୍କ ସୃଷ୍ଟି କରିବାକୁ ଆରମ୍ଭ କରିଛି । କିଛିଦିନର ବ୍ୟବଧାନ ପରେ ଏହି ମହାମାରୀ ପୁଣି ନିଜ କାୟା ବିସ୍ତାର କରିବାରେ ଲାଗିଛି । ଫଳରେ ଚୀନରେ ହେବାକୁ ଥିବା ଏକ ବଡ଼ ଇଭେଣ୍ଟ 'ଏସିଆନ୍‌ ଗେମ୍‌ସ'କୁ ସ୍ଥଗିତ ରଖାଯାଇଥିବା ନେଇ ସୂଚନା ମିଳିଛି । ଏନେଇ ଚାଇନିଜ ଗଣମାଧ୍ୟମରେ ତଥ୍ୟ ପ୍ରକାଶ ପାଇଛି । ଚୀନର ବର୍ଦ୍ଧିତ କୋରୋନା ସଂକ୍ରମଣ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ, ଆସନ୍ତା ସେପ୍ଟେମ୍ବର ୧୯ରୁ ୨୫ ମଧ୍ୟରେ ଚୀନରେ ଏସିଆନ୍‌ ଗେମ୍‌ସର  ଉନବିଂଶ ସଂସ୍କରଣ ଅନୁଷ୍ଠିତ ହୋଇଥାନ୍ତା । ଏନେଇ ଚୀନ୍‌ର ହଙ୍ଗଝୋଉ ସହରରେ ପ୍ରସ୍ତୁତି ବି ଜୋରଦାର କରାଯାଇଥିଲା । କିନ୍ତୁ କୋରୋନା କାୟା ମେଲାଇବାରୁ ଏସିଆନ୍‌ ଗେମ୍‌ସକୁ ବାତିଲ କରାଯାଇଥିବା ଚୀନ୍‌ ପକ୍ଷରୁ କୁହାଯାଇଛି ।

ହଙ୍ଗଝୋଉ ସହର ସାଙ୍ଘାଇ ନିକଟରେ ଅବସ୍ଥିତ । ସଂକ୍ରମଣ ପାଇଁ ନିକଟରେ ସାଙ୍ଘାଇକୁ ଅନେକ ବାର ଲକଡାଉନ ଘୋଷଣା କରାଯାଇଛି । ଏପରିକି ସହରରେ ଥିବା ୨୫ ମିଲିୟନ ଅଧିବାସୀଙ୍କୁ ଘରୁ ବାହାରିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ତେଣୁ ଏସିଆନ୍‌ ଗେମ୍‌ସ ଆୟୋଜିତ ହେବାକୁ ଥିବା ହଙ୍ଗଝୋଉ ସହରରେ ବି ସଂକ୍ରମଣ ବଢ଼ିବା ନେଇ ଆଶଙ୍କା
କରାଯାଉଛି ।
 
ଏପରିକି ଅଲିମ୍ପିକ କାଉନସିଲ୍‌ ଅଫ ଏସିଆ ପକ୍ଷରୁ ମଧ୍ୟ ଏହି ଗେମ୍‌କୁ ସ୍ଥଗିତ ରଖାଯାଇଥିବା ନେଇ କୁହାଯାଇଛି । ଖୁବଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି। କିନ୍ତୁ ଖେଳକୁ ସ୍ଥଗିତ ରଖାଯିବା ପଛର ବାସ୍ତବ କାରଣ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ।