Artificial Intelligence: ଏଆଇ ଟେକ୍ନୋଲୋଜି ବ୍ୟବହାର କରି ଅତୀତର ସେଲଫି ପ୍ରସ୍ତୁତ କଲେ କଳାକାର, ଭାଇରାଲ ହେଉଛି ଫଟୋ
Advertisement

Artificial Intelligence: ଏଆଇ ଟେକ୍ନୋଲୋଜି ବ୍ୟବହାର କରି ଅତୀତର ସେଲଫି ପ୍ରସ୍ତୁତ କଲେ କଳାକାର, ଭାଇରାଲ ହେଉଛି ଫଟୋ

AI Technology: କଳାକାର ଜ୍ୟୋ ଜନ୍ ମୁଲୁର ଏହି ପୋଷ୍ଟ କରି ଏହାର କ୍ୟାପସନ ଉପରେ ଲେଖିଛନ୍ତି ଯେ, ମୋର ପୁରୁଣା ହାର୍ଡ ଡ୍ରାଇଭକୁ ଫେରିବା ପରେ ମୁଁ ଅତୀତର ବନ୍ଧୁଙ୍କ ଦ୍ୱାରା ପଠାଯାଇଥିବା ସେଲଫି ରହିଥିବା ଏକ ଭଣ୍ଡାର ପାଇଲି। ସଫ୍ଟୱେୟାର ମିଡଜର୍ଣ୍ଣିଂ ବ୍ୟବହାର କରି “ଅତୀତରୁ ସେଲଫି” ଏବଂ ଫଟୋ ରଙ୍ଗ କରିବା ପାଇଁ ଫୋଟୋଶପ୍ ବ୍ୟବହାର କରିଥିଲେ।

Artificial Intelligence: ଏଆଇ ଟେକ୍ନୋଲୋଜି ବ୍ୟବହାର କରି ଅତୀତର ସେଲଫି ପ୍ରସ୍ତୁତ କଲେ କଳାକାର, ଭାଇରାଲ ହେଉଛି ଫଟୋ

Artificial Intelligence Technology: ଆଜିର ଆଧୁନିକ ବିଜ୍ଞାନ ଯୁଗରେ କୃତ୍ରିମ ବୁଦ୍ଧିମତା ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରାଯାଇ ପାରୁଛି। କୃତ୍ରିମ ବୁଦ୍ଧିମତା ଦ୍ୱାରା ସୃଷ୍ଟି ହୋଇଥିବା ଫଟୋ ଏବେ ସୋସିଆଲ ମିଡ଼ିଆ ଏବଂ ଇଣ୍ଟରନେଟ ମାଧ୍ୟମରେ ଟ୍ରେଣ୍ଡ କରିବାରେ ଲାଗିଛି। ବର୍ତ୍ତମାନ ଜଣେ କଳାକାର “ଅତୀତର ସେଲଫି” ପ୍ରଦର୍ଶନ କରିବାକୁ ଏହି କୌଶଳ ବ୍ୟବହାର କରିଛନ୍ତି। ଦୁଇଟି ପୃଥକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ କଳାକାର ଜ୍ୟୋ ଜନ୍ ମୁଲୁର ମହାତ୍ମା ଗାନ୍ଧୀ, ବିଆର ଆମ୍ବେଦକର, ମଦର ଟେରେସା ଏବଂ ଏଲଭିସ୍ ପ୍ରେସଲିଙ୍କ ସମେତ ପ୍ରସିଦ୍ଧ ବ୍ୟକ୍ତିତ୍ୱର ସେଲଫି ନେଉଥିବାର ଫଟୋ ପୋଷ୍ଟ କରିଛନ୍ତି।

କଳାକାର ଜ୍ୟୋ ଜନ୍ ମୁଲୁର ଏହି ପୋଷ୍ଟ କରି ଏହାର କ୍ୟାପସନ ଉପରେ ଲେଖିଛନ୍ତି ଯେ, ମୋର ପୁରୁଣା ହାର୍ଡ ଡ୍ରାଇଭକୁ ଫେରିବା ପରେ ମୁଁ ଅତୀତର ବନ୍ଧୁଙ୍କ ଦ୍ୱାରା ପଠାଯାଇଥିବା ସେଲଫି ରହିଥିବା ଏକ ଭଣ୍ଡାର ପାଇଲି। ସଫ୍ଟୱେୟାର ମିଡଜର୍ଣ୍ଣିଂ ବ୍ୟବହାର କରି “ଅତୀତରୁ ସେଲଫି” ଏବଂ ଫଟୋ ରଙ୍ଗ କରିବା ପାଇଁ ଫୋଟୋଶପ୍ ବ୍ୟବହାର କରିଥିଲେ।

ଉପରୋକ୍ତ ନାମ ବ୍ୟତୀତ ତାଙ୍କ ଫଟୋ ତାଲିକାରେ ସୋଭିଏତ୍ ସଂଘ ନେତା ଜୋସେଫ୍ ଷ୍ଟାଲିନ୍, ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନ୍, ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍, ଜାମାଇକା ଗାୟକ ବବ୍ ମାର୍ଲୀ ଏବଂ ଆର୍ଜେଣ୍ଟିନା ମାର୍କ୍ସବାଦୀ ବିପ୍ଳବୀ ଚେ ଗୁଏଭାରା ମଧ୍ୟ ସାମିଲ ଅଛନ୍ତି।

 

ଦୁଇ ଦିନ ପୂର୍ବରୁ କଳାକାର ଜ୍ୟୋ ଜନ୍ ମୁଲୁର କୃତ୍ରିମ ବୁଦ୍ଧିମତା ଜ୍ଞାନକୌଶଳ ସହାୟତାରେ ପ୍ରସ୍ତୁତ ହୋଇଥିବା ଫଟୋ ସେୟାର କରିଥିଲେ। ଏହି ଫଟୋ ସେୟାର ହେବା ପର ଠାରୁ ଏହାକୁ ହଜାର ହଜାର ଲାଇକ୍ ଏବଂ କମେଣ୍ଟ ମିଳିସାରିଛି। ହାଇପର-ବାସ୍ତବବାଦୀ କଳାକୃତି ମଧ୍ୟ ଅନେକ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କ ଦ୍ୱାରା ପ୍ରଶଂସିତ ହୋଇଛି। 

ଜଣେ ଉପଭୋକ୍ତା ଲେଖିଛନ୍ତି, "ସବୁଥର ପରି ଉଜ୍ଜ୍ୱଳ। ସେମାନେ ସମସ୍ତେ ସୁନ୍ଦର, ହେଲେ ମୋର ବ୍ୟକ୍ତିଗତ ପସନ୍ଦ ହେଉଛି ଚେ ଗୁଏଭାରା, ବିଆର ଆମ୍ବେଦକର ଏବଂ ବବ୍ ମାର୍ଲି। ସେହିପରି ଆଉ ଜଣେ ୟୁଜର କହିଛନ୍ତି ଯେ ବେଶ ପ୍ରଭାବଶାଳୀ! ତତୀୟ ଉପଭୋକ୍ତା ଜଣଙ୍କ ଲେଖିଛନ୍ତି, "ଉତ୍ତମ କାର୍ଯ୍ୟ! ଏଲଭିସ୍ ମୋର ପ୍ରିୟ। ଚେ ମଧ୍ୟ ବହୁତ ଭଲ। ଚତୁର୍ଥ ଜଣ ଲେଖିଛନ୍ତି ଯେ, ଉତ୍ତମ କାର୍ଯ୍ୟ।

ଏହି ସମୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ସହାୟତାରେ ପ୍ରସ୍ତୁତ ହୋଇଥିବା ପ୍ରତିଛବି ବିଷୟରେ କହିବାକୁ ଗଲେ, ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ବାରାକ ଓବାମା ଏବଂ ଜର୍ମାନର ପୂର୍ବତନ ଚାନସେଲର  ଆଞ୍ଜେଲା ମର୍କେଲଙ୍କ ଏକ ଚିତ୍ତାକର୍ଷକ ଚିତ୍ର ଇଣ୍ଟରନେଟ ଦୁନିଆରେ ଚହଳ ସୃଷ୍ଟି କରିଥିଲା। ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ କଳାକାର 'ଜୁଲିଏନ୍ ଅଲ ଆର୍ଟ' ଅବସର ନେବା ପରେ ଏକ ସମୁଦ୍ର କୂଳରେ ଏକାଠି ସମୟ ଉପଭୋଗ କରୁଥିବା ଦୁଇ ପୂର୍ବତନ ରାଜନେତାଙ୍କ ଫଟୋ ପୋଷ୍ଟ କରିଥିଲେ। ଯାହା କୃତ୍ରିମ ବୁଦ୍ଧିମତା ଦ୍ୱାରା ନିର୍ମିତ ହୋଇଥିଲା।