Tejas Fighter Jet: ଚୀନ ଓ ପାକିସ୍ତାନର ସ୍ୱପ୍ନ ଚୁରମାର, ଭାରତକୁ ଏହି ଅମୁଲ୍ୟ ସମ୍ପଦ ମାଗିଲା ଆର୍ଜେଣ୍ଟିନା
Advertisement
Article Detail0/zeeodisha/odisha1323814

Tejas Fighter Jet: ଚୀନ ଓ ପାକିସ୍ତାନର ସ୍ୱପ୍ନ ଚୁରମାର, ଭାରତକୁ ଏହି ଅମୁଲ୍ୟ ସମ୍ପଦ ମାଗିଲା ଆର୍ଜେଣ୍ଟିନା

Argentina To Buy Tejas Fighter Jet: ଭାରତରେ ଏଭଳି ଅନେକ ଲୋକ ଅଛନ୍ତି, ଯେଉଁମାନେ ତେଜସକୁ ହିଁ ନିଜର ଶତ୍ରୁ ଭାବୁଛନ୍ତି। ନିକଟରେ ଭାରତ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର, ଦକ୍ଷିଣ ଆମେରିକାର ବ୍ରାଜିଲ, ପେରୁ ଓ ଆର୍ଜେଣ୍ଟିନା ଭଳି ଦେଶ ଗସ୍ତ କରିଛନ୍ତି। ଗସ୍ତ ସୂଚୀର ଶେଷ ପର୍ଯ୍ୟାୟରେ ବିଦେଶ ମନ୍ତ୍ରୀ, ଆର୍ଜେଣ୍ଟିନା ଯାତ୍ରା କରିଥିଲେ। 

Tejas Fighter Jet: ଚୀନ ଓ ପାକିସ୍ତାନର ସ୍ୱପ୍ନ ଚୁରମାର, ଭାରତକୁ ଏହି ଅମୁଲ୍ୟ ସମ୍ପଦ ମାଗିଲା ଆର୍ଜେଣ୍ଟିନା

Argentina To Buy Tejas Fighter Jet, ନୂଆଦିଲ୍ଲୀ: ଗତ ଦୁଇ ମାସ ହେଲା ସୋସିଆଲ ମିଡିଆରେ ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ନେଇ ଏକ ଖବର ଖୁବ୍ ପ୍ରଚାରିତ ହେଉଥିଲା। କୁହାଯାଉଥିଲା ଯେ, ଏବେ ଆର୍ଜେଣ୍ଟିନା, ଭାରତର ତେଜସ ଯୁଦ୍ଧ ବିମାନ କିଣବ ନାହିଁ। ତେଜସ ବଦଳରେ ସେ ଚୀନଠାରୁ JF-17 କିଣିବ। ଆଉ ଏହାକୁ ନେଇ ଅପରିପକ୍ୱ ତର୍କ ଦିଆଗଲା। କୁହାଗଲା ଯେ, ତେଜସର ସିଟ୍, ବ୍ରିଟେନରେ ତିଆରି ବୋଇଥିବା ବେଳେ ତାହାର ରାଡାର ଇସ୍ରାଇଲରୁ ଆସିଛି। କିନ୍ତୁ ଭାରତ ଏହି ସବୁ ସମସ୍ୟାର ସମାଧାନ ବାହାର କରିଛି। ଆଉ ଆର୍ଜେଣ୍ଟିନାକୁ ତେଜସ କିଣିବାରେ କୌଣସି ଅସୁବିଧା ନାହିଁ।

ଭାରତରେ ଏଭଳି ଅନେକ ଲୋକ ଅଛନ୍ତି, ଯେଉଁମାନେ ତେଜସକୁ ହିଁ ନିଜର ଶତ୍ରୁ ଭାବୁଛନ୍ତି। ନିକଟରେ ଭାରତ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର, ଦକ୍ଷିଣ ଆମେରିକାର ବ୍ରାଜିଲ, ପେରୁ ଓ ଆର୍ଜେଣ୍ଟିନା ଭଳି ଦେଶ ଗସ୍ତ କରିଛନ୍ତି। ଗସ୍ତ ସୂଚୀର ଶେଷ ପର୍ଯ୍ୟାୟରେ ବିଦେଶ ମନ୍ତ୍ରୀ, ଆର୍ଜେଣ୍ଟିନା ଯାତ୍ରା କରିଥିଲେ। ସେ ଆର୍ଜେଣ୍ଟିନା ସରକାରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ଆର୍ଜେଣ୍ଟିନା, ଭାରତର ଯୁଦ୍ଧ ବିମାନ ତେଜସ କିଣିବା ପାଇଁ ଆଗ୍ରହ ଦେଖାଇଥିଲା। ଆଉ ଏହାକୁ ଭାରତ ସରକାର ବିଚାରକୁ ନେଇଛନ୍ତି। ଖୁବଶୀଘ୍ର ତେଜସ ଡିଲ୍ ଉପରେ ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ଆଧିକାରୀକ ଆଲୋଚନା ହେବ।

Also Read: ପାକିସ୍ତାନକୁ ବର୍ବାଦ କରିଦେଲା ଚୀନ, ଋଷଠୁ ଝଟକା ଖାଇ ହେଉଛି ଲୋକହସା

ଆର୍ଜେଣ୍ଟିନାର ତେଜସ କିଣିବା ନିଷ୍ପତ୍ତି ଚୀନ ଓ ପାକିସ୍ତାନକୁ ଝଟକା ଦେଇଛି। କାରଣ ଏହି ଦେଶ ଭାବୁଥିଲେ ଯେ, ଆର୍ଜେଣ୍ଟିନା ଭାରତର ତେଜସକୁ ଛାଡି JF-17 କିଣିବ। ଆଉ ସେମାନଙ୍କୁ ଏକ ବଡ ଡିଲ୍ ମିଳିଯିବ। ଏଥିପାଇଁ ଉଭୟ ଦେଶ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଥିଲେ। କିନ୍ତୁ ତେଜସ କିଣିବାନେଇ ଆର୍ଜେଣ୍ଟିନା ସ୍ପଷ୍ଟ କରିବା ପରେ ପାକିସ୍ତାନ ଓ ଚୀନର ସ୍ୱପ୍ନ ପାଣିଚିଆ ହୋଇଯାଇଛି। କାରଣ ଆର୍ଜେଣ୍ଟିନା JF-17 କିଣିଲେ ଏହି ଦୁଇ ଦେଶଙ୍କ ସରକାରୀ ଟ୍ରେଜରୀକୁ କୋଟି କୋଟି ଟଙ୍କା ମିଳିଥାନ୍ତା। କେବଳ ଆର୍ଜେଣ୍ଟିନା ନୁହଁ ବ୍ରାଜିଲ, ବୋଲିଭିଆ ଭଳି ତାର ପୋଡଶୀ ଦେଶ ମଧ୍ୟ JF-17 କିଣିବା ପାଇଁ ଆଗ୍ରହ ଦେଖାଇବେ ବୋଲି ଚୀନ ଓ ପାକିସ୍ତାନ ଅଶା କରୁଥିଲେ।

ଦକ୍ଷିଣ ଆମେରିକାର କିଛି ଦେଶ ଋଷ ଠାରୁ ବିମାନ କିଣନ୍ତି। କିନ୍ତୁ ଋଷ ଉପରେ କଟକଣା ଲାଗିବା ପରେ ସେମାନଙ୍କୁ ଏବେ ଯୁଦ୍ଧ ବିମାନ କିଣିବା ସହଜ ହେବନାହିଁ। ଯଦି ଆର୍ଜେଣ୍ଟିନା, ଭାରତ ଠାରୁ ତେଜସ ଯୁଦ୍ଧ ବିମାନ କିଣେ ତେବେ ତାହାର ଦେଖାଦେଖି ଅନ୍ୟ ଦେଶ ଗୁଡିକ ମଧ୍ୟ ତେଜସ କିଣିବାକୁ ଇଚ୍ଛା ପ୍ରକାଶ କରିବେ। ଦକ୍ଷିଣ ଆମେରିକାର ଅନେକ ଦେଶ ନିକଟରେ ଆମେରିକାଠାରୁ ୭୦-୮୦ ମିଲିୟନ ଡଲାର କିମ୍ବା ୟୁରୋପୀୟ ଦେଶଠାରୁ ୧୦୦ ମିଲିୟନ ଡଲାର ଦେଇ ଯୁଦ୍ଧ ବିମାନ କିଣିବା ପାଇଁ ବଜେଟ ନାହିଁ। କାରଣ ଏହି ଦେଶ ଗୁଡିକ ୩୦ରୁ ୫୦ ମିଲିୟନ ଡାଲାରର ଛୋଟ ବଜେଟ ରହିଛି। ତେଣୁ ତେଜସ ସେମାନଙ୍କ ପାଇଁ ଉପଯୁକ୍ତ ହେବ।

Also Read: CreditSights Reports On Adani Group: ବିପଦରେ ଗୌତମ ଆଦାନୀ! ବିସ୍ତାରବାଦୀ ନୀତି ପାଇଁ ବୁଡିଯିବ କି କୁବେରଙ୍କ କମ୍ପାନୀ?

ସୂଚନାନୁସାରେ, ଆର୍ଜେଣ୍ଟିନା ପ୍ରଥମେ ୧୮ଟି ତେଜସ ଯୁଦ୍ଧ ବିମାନ କିଣିବାକୁ ଯୋଜନା କରିଥିଲା। କିନ୍ତୁ ବର୍ତ୍ତମାନ ସେ କେବଳ ୧୨ଟି ତେଜସ କିଣିବ। କାରଣ ଏବେ ଦେଶର ବଜେଟ ବହୁତ କମ ଅଛି। କୋରୋନା ପରଠାରୁ ଅନେକ ଦେଶରେ ଆର୍ଥିକ ସଙ୍କଟ ଦେଖାଦେଇଛି। ଆଉ ଆର୍ଜେଣ୍ଟିନା ମଧ୍ୟ ତାହାର ଶିକାର ହୋଇଛି। ଦେଶର ମହଙ୍ଗା ଦର ମଧ୍ୟ ଚରମ ସ୍ତରରେ ପହଞ୍ଚିଛି। ତେଣୁ ଆର୍ଜେଣ୍ଟିନା ଆଗାମୀ ଦିନରେ ଅର୍ଡର ସଂଖ୍ୟା ବୃଦ୍ଧି କରିବ ବୋଲି କୁହାଯାଉଛି।