ସଙ୍କଟ!! ବଢ଼ିଲା ସମୁଦ୍ରର ଜଳସ୍ତର, ଭାରତର ଏହି ସବୁ ସହର ବୁଡ଼ିଯିବ
Advertisement
Article Detail0/zeeodisha/odisha1138051

ସଙ୍କଟ!! ବଢ଼ିଲା ସମୁଦ୍ରର ଜଳସ୍ତର, ଭାରତର ଏହି ସବୁ ସହର ବୁଡ଼ିଯିବ

ସମୁଦ୍ରରେ ପ୍ରଦୂଷଣ ମାତ୍ରା ବଢୁଥିବାରୁ ଉତ୍ତାପ ବୃଦ୍ଧି ପାଇବା ସହିତ କଠିନ ଏରୋସୋଲ୍ ଯୋଗୁଁ ଅଧିକ ଗ୍ୟାସ୍ ସୃଷ୍ଟି ହେବା ସମ୍ଭାବନା ଦେଖାଦେଇଛି । ଏହାଦ୍ୱାରା ସମୁଦ୍ରରୁ ବାୟୁମଣ୍ଡଳକୁ ଅଧିକ ଏରୋସୋଲ ନିର୍ଗତ ହେବ । ବାୟୁମଣ୍ଡଳରେ ଦ୍ରୁତ ଗତିରେ ଉତ୍ତାପ ବୃଦ୍ଧି ପାଇବ । ମିଚିଗାନ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏକ ପରୀକ୍ଷାରୁ ଏହି ବିପଦର ଖୁଲାସା କରିଛନ୍ତି ।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ଆଣ୍ଟାର୍କଟିକାରେ କ୍ରମାଗତ ଭାବରେ ଉତ୍ତାପ ବୃଦ୍ଧି ପାଇ ୪୦ ଡିଗ୍ରୀରେ ପହଞ୍ଚିଛି ତାପମାତ୍ରା । ଯାହା ଅନେକ ଦେଶ ପାଇଁ ଭୟଙ୍କର କାରଣ ପାଲଟିଛି । ଆଣ୍ଟାର୍କଟିକାରେ ଦିଲ୍ଲୀ ଆକାରର ବଡ଼ ବରଫର ପାହାଡ଼ ତରଳିବା ସହିତ ସମୁଦ୍ରରେ ଜଳସ୍ତର ବଢ଼ିବାରେ ଲାଗିଛି । ଯେଉଁଥି ପାଇଁ ଭୂପୃଷ୍ଠ ଆଡ଼କୁ ସମୁଦ୍ର ମାଡ଼ି ଆସୁଛି । ସାରା ପୃଥିବୀରେ ମୋଟ ୩ ଭାଗ ଜଳଭାଗ ଥିବା ବେଳେ ଏହା ଆହୁରି ବଢ଼ିବ । ପୃଥିବୀ ପୃଷ୍ଠରେ ପାନୀୟ ଜଳର ସମସ୍ୟା ଦେଖାଯିବ । ଏଭଳିକି କିଛି ଦେଶ ମଧ୍ୟ ବୁଡ଼ିଯିବ । ଜଳବାୟୁ ପରିବର୍ତ୍ତନ ଓ ଗ୍ଳୋବାଲ୍ ୱାର୍ମିଂକୁ ଏହାର ଏକ ମୁଖ୍ୟ କାରଣ କୁହାଯାଉଛି ।

ସମୁଦ୍ରରେ ପ୍ରଦୂଷଣ ମାତ୍ରା ବଢୁଥିବାରୁ ଉତ୍ତାପ ବୃଦ୍ଧି ପାଇବା ସହିତ କଠିନ ଏରୋସୋଲ୍ ଯୋଗୁଁ ଅଧିକ ଗ୍ୟାସ୍ ସୃଷ୍ଟି ହେବା ସମ୍ଭାବନା ଦେଖାଦେଇଛି । ଏହାଦ୍ୱାରା ସମୁଦ୍ରରୁ ବାୟୁମଣ୍ଡଳକୁ ଅଧିକ ଏରୋସୋଲ ନିର୍ଗତ ହେବ । ବାୟୁମଣ୍ଡଳରେ ଦ୍ରୁତ ଗତିରେ ଉତ୍ତାପ ବୃଦ୍ଧି ପାଇବ । ମିଚିଗାନ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏକ ପରୀକ୍ଷାରୁ ଏହି ବିପଦର ଖୁଲାସା କରିଛନ୍ତି । ବୈଜ୍ଞାନିକମାନେ ଆଣ୍ଟାର୍କଟିକା ବାୟୁମଣ୍ଡଳରୁ ଏରୋସୋଲ ସଂଗ୍ରହ କରି ପରୀକ୍ଷା କରିଥିଲେ । ଏରୋସୋଲ ଉପରେ କରାଯାଇଥିବା ଅଧ୍ୟୟନ ରିପୋର୍ଟ ପ୍ରୋସିଡିଙ୍ଗସ୍ ଅଫ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସ (PNAS)ରେ ପ୍ରକାଶ ପାଇଛି ।

Also Read: ବର୍ଷେ ପରେ ପୁଣି ଜଳିଲା ଜୈବ ମଣ୍ଡଳ, ଏଥର ବନ୍ଧା ହେଲେ ପାଞ୍ଚ

ଦ୍ରୁତ ଗତିରେ ତରଳୁଥିବା ବରଫ (Ice) ଯୋଗୁଁ ସାରା ଦୁନିଆ ଧ୍ୱଂସ ପାଇଯିବ । ଆଣ୍ଟାର୍କଟିକାରେ (Antarctica) ବରଫ ତରଳିଗଲେ ତାପାମାତ୍ରା ୬୦ ଡିଗ୍ରୀ ଯାଏ ବଢ଼ିଯିବ । ପୃଥିବୀରେ ପାନୀୟ ଜଳର ସଂକଟ ଦେଖାଦେବ । ପ୍ରାଚୀନ କାଳରୁ ଆଣ୍ଟାର୍କଟିକାରେ ବରଫର ପାହାଡ଼ ରହିଛି । ବର୍ତ୍ତମାନ ସୁଦ୍ଧା ସମୁଦ୍ରର ଜଳସ୍ତର ୯ ଇଞ୍ଚ ପର୍ଯ୍ୟନ୍ତ ବଢ଼ିଯାଇଛି । ଜଳସ୍ତର (Water Level) ବୃଦ୍ଧି ପାଇବା ଯୋଗୁଁ ଭାରତର ସମୁଦ୍ର ଉପକୂଳ ମୁମ୍ୱାଇ, ଗୁଜରାଟ, ତାମିଲନାଡୁ ଓ ବେଙ୍ଗାଲୁରୁ ପରି ଅନେକ ସହର ଜଳମଗ୍ନ ହୋଇଯିବ । ଯେମିତି ଯେମିତି ଆଣ୍ଟାର୍କଟିକାରେ ବରଫ ତରଳିବାରେ ଲାଗିଛି ।

ସେହିପରି ଭାବରେ ସମୁଦ୍ର ଭିତରୁ ଏରୋସୋଲଗୁଡ଼ିକ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏଥିରେ ସମୁଦ୍ର ପକ୍ଷୀମାନଙ୍କର ମଳ ମଧ୍ୟ ମିଶି ରହିଛି । ଏହି ଜଳ ନିଷ୍କାସନରୁ ସମୁଦ୍ରରେ ଆମୋନିଆ ମାତ୍ରା ବୃଦ୍ଧି ପାଉଛି । ଏପରି ଭାବେ ଯଦି ଏୟାରସୋଲ ଦ୍ରୁତ ଗତିରେ ବଢ଼ିଚାଲିବ, ସମୟ ଆସିବ ବର୍ତ୍ତମାନ ଜଳୟବାୟୁ ଓ ଭବିଷ୍ୟତର ଜଳୟବାୟୁ ବିଷୟରେ ଅନୁମାନ ଲଗାଇବା କଷ୍ଟକର ହୋଇଯିବ । ଆର୍କଟିକ୍ ଅଞ୍ଚଳରେ ଦ୍ରୁତ ଗତିରେ ଉତ୍ତାପ ବୃଦ୍ଧି ପାଉଥିବା IPCC ରିପୋର୍ଟରେ ଦର୍ଶାଯାଇଛି ।

Also Read: ତାତିରୁ ମିଳିବନି ମୁକ୍ତି: ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବାୟୁମଣ୍ଡଳର ଉତ୍ତାପ ୮୦ ପ୍ରତିଶତରେ ପହଞ୍ଚିବା ପରେ ଏରୋସୋଲ୍ କଣିକା ତରଳିବା ଆରମ୍ଭ କରେ । ଏରୋସୋଲ ମାର୍ବଲ କଣିକାର ଆକାର ମିଶ୍ର ଓ ବାୟୁମଣ୍ଡଳର ପ୍ରକୃତି ପାଇଁ ଜଳବାୟୁ ପରିବର୍ତ୍ତନ ହେବାର ଆଶଙ୍କା ଅଧିକ ରହିଛି । ଆଗରୁ ସମୁଦ୍ର ତଟରୁ ବରଫ ମିଳିଯାଉଥିଲା । ବର୍ତ୍ତମାନ ଜଳବାୟୁରେ ପରିବର୍ତ୍ତନ ପାଇଁ ଆଉ କୂଳରୁ ବରଫ ମିଳିବା ଅସମ୍ଭବ ହୋଇପଡ଼ିଛି । ଆଣ୍ଟାର୍କଟିକା ମନୁଷ୍ୟ ଜୀବନ ପାଇଁ ଅତି ଜରୁରୀ ଅଟେ । ଯଦି ଆର୍କିଟେକ୍ ଧ୍ୱଂସ ହୋଇଯିବ, ତେବେ ସାରା ଦୁନିଆ ପାଇଁ ବଡ଼ ବିପଦ ସୃଷ୍ଟି କରିବ ।