CAA Protest: ପୁଣି ପୂର୍ବୋତ୍ତର ଭାରତରେ ହୋଇପାରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଆନ୍ଦୋଳନ
Advertisement

CAA Protest: ପୁଣି ପୂର୍ବୋତ୍ତର ଭାରତରେ ହୋଇପାରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଆନ୍ଦୋଳନ

Anti CAA Protest in North East India: ସମସ୍ତ ଆସାମ ଛାତ୍ର ସଂଘ ଏଏଏସୟୁ ରାଜ୍ୟରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ବିରୋଧ ପ୍ରଦର୍ଶନ କରିଥିଲା।

CAA Protest: ପୁଣି ପୂର୍ବୋତ୍ତର ଭାରତରେ ହୋଇପାରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଆନ୍ଦୋଳନ

Anti CAA Protest in North East India: ପ୍ରାୟ ୨ ବର୍ଷର ଶାନ୍ତି ପରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଆନ୍ଦୋଳନ ପୁଣି ଥରେ ପୂର୍ବୋତ୍ତର ଭାରତରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଅଗଷ୍ଟ ୧୮ ତାରିଖ ବୁଧବାର ଉତ୍ତର ପୂର୍ବାଞ୍ଚଳ ଛାତ୍ର ସଙ୍ଗଠନର ଆହ୍ୱାନକ୍ରମେ ଦେଶର ଉତ୍ତର ପୂର୍ବ ଭାଗରେ ଅବସ୍ଥିତ ବିଭିନ୍ନ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରି ନାଗରିକତା ସଂଶୋଧନ ଆଇନ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏନେଇ ବିକ୍ଷୋଭକାରୀ କହିଛନ୍ତି ଯେ ଯେପର୍ଯ୍ୟନ୍ତ ସରକାର କେନ୍ଦ୍ରୀୟ କୃଷି ଆଇନ ଭଳି ନାଗରିକତା ସଂଶୋଧନ ଆଇନ ପ୍ରତ୍ୟାହାର ନକରନ୍ତି ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଶେଷ ହେବ ନାହିଁ। CAA ପ୍ରତ୍ୟାହାର ସହିତ ସେମାନେ ସରକାରଙ୍କ ଆଗରେ ଅନେକ ଦାବି ଉଠାଇଛନ୍ତି।

ସମସ୍ତ ଆସାମ ଛାତ୍ର ସଂଘ (All Assam Students Union) ଏଏଏସୟୁ (AASU) ରାଜ୍ୟରେ ନାଗରିକତା ସଂଶୋଧନ ଆଇନ (Citizenship Amendment Act) ସିଏଏ (CAA) ବିରୋଧରେ ବିରୋଧ ପ୍ରଦର୍ଶନ କରିଥିଲା। ଉତ୍ତର ପୂର୍ବାଞ୍ଚଳ ଛାତ୍ର ସଙ୍ଗଠନ (North Eastern Student Organizations) ନେସୋ (NESO) ସହିତ ଜଡିତ ଅନେକ ସଂସ୍ଥା ମଧ୍ୟରୁ ଏଏଏସୟୁ ହେଉଛି ଅନ୍ୟତମ। ପୂର୍ବୋତ୍ତର ଭାରତର ଆଠଟି ଛାତ୍ର ସଙ୍ଗଠନ (Student Union of North Easte India) ନେସୋ ସହ ଜଡିତ ଅଛନ୍ତି। ନେସୋ ପରାମର୍ଶଦାତା ତଥା ଏଏଏସୟୁ ନେତା ସାମୁଜାଲ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ତାଙ୍କ ସଙ୍ଗଠନ ସମସ୍ତ ରାଜ୍ୟ ରାଜଧାନୀରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିଛି।

Also Read: Citizenship Amendment Act: ଦେଶରେ କେବେ ଲାଗୁ ହେବ CAA? ଜବାବ ରଖିଲେ କେନ୍ଦ୍ର ଗୃହମନ୍ତ୍ରୀ

ସିଏଏ ପ୍ରତ୍ୟାହାର ସହିତ ବନ୍ୟା ପରିସ୍ଥିତି, ପ୍ରବାସୀଙ୍କ ସଂଖ୍ୟା ବୃଦ୍ଧି, ସଶସ୍ତ୍ର ବାହିନୀର ସ୍ୱତନ୍ତ୍ର ଅଧିକାର ଆଇନ ରଦ୍ଦ, ଆଦିବାସୀ ସମ୍ପ୍ରଦାୟକୁ ସାମ୍ବିଧାନିକ ସୁରକ୍ଷା ଯୋଗାଇବା, ସମସ୍ତ ଉତ୍ତର-ପୂର୍ବ ରାଜ୍ୟର ସ୍ୱଦେଶୀ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଇନର ଲାଇନ୍ ପରମିଟ () ଲାଗୁ କରିବା, ୧୯୮୫ ଆସାମ ଚୁକ୍ତିକୁ କାର୍ଯ୍ୟକାରୀ କରିବାକୁ ସେ ଦାବି କରିଛନ୍ତି। ଏନେଇ ଚେତାବନୀ ଦେଇ ସେ ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ବର୍ତ୍ତମାନ ତାଙ୍କ ସଙ୍ଗଠନ ନିଜର ଦାବିକୁ ଶାନ୍ତିପୂର୍ଣ୍ଣ  ଉପାୟରେ ଉପସ୍ଥାପନ କରୁଛି। ଯଦି ସରକାର ଆମ ଦାବି ଉପରେ ଧ୍ୟାନ ଦିଅନ୍ତି ନାହିଁ ତାହେଲେ ଆଗାମୀ ସମୟରେ ଏହାକୁ ପରବର୍ତ୍ତୀ ସ୍ତରକୁ ନିଆଯିବ।

Also Read: ଦିଲ୍ଲୀ ଦଙ୍ଗା ଘଟଣାରେ ଆସିଲା ଭୀମ ଆର୍ମୀ-ପିଏଫଆଇ ଲିଙ୍କ୍!

ଗତ ୨୦୧୯ ବର୍ଷରେ ସିଏଏ ବିରୋଧରେ ଆସାମ, ପଶ୍ଚିମବଙ୍ଗ, ପୂର୍ବୋତ୍ତର ଭାରତ ସମେତ ଦେଶର ବିଭିନ୍ନ ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଯାଇଥିଲା।  ହେଲେ ଗତ ୨୦୨୦ ବର୍ଷରେ କୋରୋନା ମହାମାରୀ ପ୍ରକୋପ ଆରମ୍ଭ ହେବାପରେ ସିଏଏ ବିରୋଧି ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଥିଲା। କୋରୋନା ମହାମାରୀ ଆରମ୍ଭ ପୂର୍ବରୁ ୨୦୨୦ ପର୍ଯ୍ୟନ୍ତ କିଛି ସମୟ ଲାଗି ଏହି ଆନ୍ଦୋଳନ ଆରମ୍ଭ ହୋ ଜାରି ରହିଥିଲା। ସିଏଏ ବିରୋଧି ଆନ୍ଦୋଳନ ବାହାନାରେ ଦେଶର ଅନେକ ସ୍ଥାନରେ ହିଂସାକାଣ୍ଡ ଘଟିଥିଲା। ଯାହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଲଗାଯାଇଥିଲା।

Also Read: ଦିଲ୍ଲୀ ଦଙ୍ଗା ୨୦୨୦: କ'ଣ ବିରୋଧି ଦଳ ନେତାଙ୍କ ବିବାଦୀୟ ଭାଷଣ ନିଆଁରେ ଢାଳିଥିଲା କି ଘିଅ?

ନେସୋ- ଏଏଏସୟୁ ବ୍ୟତୀତ ବ୍ୟତୀତ ଅନେକ ଆଦିବାସୀ ସଙ୍ଗଠନ, କଂଗ୍ରେସ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳ ମଧ୍ୟ ନାଗରିକତା ସଂଶୋଧନ ଆଇନକୁ ଦୃଢ ବିରୋଧ କରୁଛନ୍ତି। ଏହି ଆଇନରେ ଏକ ବ୍ୟବସ୍ଥା ଅଛି ଯେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନ ଭଳି ଦେଶରେ ଧାର୍ମିକ କାରଣରୁ ନିର୍ଯାତିତ ହୋଇ ଭାରତକୁ ପଳାଇ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋରଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯାଇପାରିବ। ଏନେଇ ପୀଡିତାଙ୍କୁ ୨୦୧୪ ଡିସେମ୍ବର ୩୧ ପର୍ଯ୍ୟନ୍ତ ଭାରତରେ ପ୍ରବେଶ କରିବାର ସର୍ତ୍ତ ରହିଛି।