Subhas Chandra Bose: ବାପାଙ୍କ ବାବଦରେ ଦାବି ଜଣାଇଲେ ଝିଅ ଅନିତା ବୋଷ ଫାପ
Advertisement
Article Detail0/zeeodisha/odisha1303817

Subhas Chandra Bose: ବାପାଙ୍କ ବାବଦରେ ଦାବି ଜଣାଇଲେ ଝିଅ ଅନିତା ବୋଷ ଫାପ

Subhash Chandra Bose: ଭାରତୀୟ ଜାତୀୟ ବାହିନୀର ସହଯୋଗୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ସମ୍ମାନର ସହ ନେତାଜୀ ବୋଲି ଡାକୁଥିଲେ। ସେ ସାରା ଜୀବନ ଦେଶର ସ୍ୱାଧୀନତା ପାଇଁ ଲଢିଥିଲେ। 

Subhas Chandra Bose: ବାପାଙ୍କ ବାବଦରେ ଦାବି ଜଣାଇଲେ ଝିଅ ଅନିତା ବୋଷ ଫାପ

Anita Bose Pfaff: ଭାରତ ବର୍ଷ ସ୍ୱାଧୀନ ହେବାର ୭୫ ବର୍ଷ ପୂରଣ ହେବା ଅବସରରେ ଅମୃତ ମହୋତ୍ସବ ଭାବେ ଦେଶ ଏହାର ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଭାରତୀୟ ସ୍ୱାଧୀନତା ସଂଗ୍ରାମର ଚର୍ଚ୍ଚିତ ନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଝିଅ ପ୍ରଫେସର ଅନୀତା ବୋଷ ଫାଫ କହିଛନ୍ତି ଯେ ୩ ଦେଶ ଭାରତ, ପାକିସ୍ଥାନ ଏବଂ ବାଂଲାଦେଶ ସେମାନଙ୍କର ସ୍ୱାଧୀନତା ପାଳନ କରୁଛନ୍ତି। ହେଲେ ଏହି ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ମୁଖ୍ୟ ନାୟକ ସୁଭାଷ ଚନ୍ଦ୍ର ବୋଷ ଏ ପର୍ଯ୍ୟନ୍ତ ନିଜ ଦେଶକୁ ଫେରିନାହାଁନ୍ତି।

ଭାରତୀୟ ଜାତୀୟ ବାହିନୀର ସହଯୋଗୀ ସୁଭାଷ ଚନ୍ଦ୍ର ବୋଷଙ୍କୁ (Subhash Chandra Bose) ସମ୍ମାନର ସହ ନେତାଜୀ (Netaji) ବୋଲି ଡାକୁଥିଲେ। ସେ ସାରା ଜୀବନ ଦେଶର ସ୍ୱାଧୀନତା ପାଇଁ ଲଢିଥିଲେ। ଭାରତୀୟ ସ୍ୱାଧୀନତା ସଂଗ୍ରାମ (Indian Freedom Struggle) ପାଇଁ ସେ ନିଜର ମାନସିକ ଶାନ୍ତି, ପାରିବାରିକ ଜୀବନ, କ୍ୟାରିୟର ଏବଂ ଶେଷରେ ନିଜର ବ୍ୟକ୍ତିଗତ ଜୀବନକୁ ବଳିଦାନ ଦେଇଥିଲେ। ଉତ୍ସର୍ଗୀକୃତ ଏବଂ ବଳିଦାନ ପାଇଁ  ନେତାଜୀ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ଜନମାନସରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସମଗ୍ର ଦେଶରେ ତାଙ୍କର ଅନେକ ସ୍ମାରକୀ ନିର୍ମାଣ କରାଯାଇଛି।  

ନିଜର ପିତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ବାବଦରେ ପ୍ରତିକ୍ରିୟା ରଖି ତାଙ୍କ ଝିଅ ପ୍ରଫେସର ଅନୀତା ବୋଷ ଫାଫ (Anita Bose Pfaff) କହିଛନ୍ତି ୧୯୪୫ ମସିହା ୧୮ ଅଗଷ୍ଟରେ ତାଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇନଥିଲା। ଯଦିଓ ବିଦେଶରେ ନେତାଜୀଙ୍କ ମୃତ୍ୟୁ ହୋଇଥିଲା। ଜାପାନ ରାଜଧାନୀ ଟୋକିଓସ୍ଥିତ ରେଙ୍କାଜୀ ମନ୍ଦିରରେ ତାଙ୍କ ମୃତଦେହର ଅବଶେଷ ରଖାଯାଇଛି। ସେବେଠାରୁ ଏହି ମନ୍ଦିରର ୩ ପିଢିର ପୁରୋହିତ ଏହାର ଯତ୍ନ ନେଉଥିଲେ। ବର୍ତ୍ତମାନ ସମୟ ଆସିଛି ତାଙ୍କ ମୃତଦେହକୁ ଭାରତୀୟ ମାଟିକୁ ଫେରାଇ ଆଣିବା।  

Also Read: 'ନେତାଜୀ ଜଣେ ସଚ୍ଚା ହିନ୍ଦୁ ଥିଲେ; ହେଲେ ସେ ସବୁ ଧର୍ମକୁ ସମ୍ମାନ କରୁଥଲେ'

 

ନେତାଜୀଙ୍କ ମୃତଦେହର ଅବଶେଷକୁ ନିଜ ମାତୃଭୂମିକୁ ଫେରାଇ ଆଣିବାକୁ ପ୍ରୟାସ କରିବା ଲାଗି ସେ ଆହ୍ୱାନ ଦେଇଛନ୍ତି। ଏନେଇ ସେ କହିଛନ୍ତି ଯେ ନେତାଜୀଙ୍କ ମୃତଦେହର ଡିଏନ୍ଏ ପରୀକ୍ଷା ପାଇଁ ସେ ପ୍ରସ୍ତୁତ ଅଛନ୍ତି। ଅନୀତା ବୋଷ ଫାଫ ହେଉଛନ୍ତି ନେତାଜୀଙ୍କ ଏକମାତ୍ର ସନ୍ତାନ। ୧୯୪୫ ମସିହା ୧୮ ଅଗଷ୍ଟରେ ତାଇୱାନ ଠାରେ ହୋଇଥିବା ବିମାନ ଦୁର୍ଘଟଣାରେ ନେତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ମାତ୍ର ଜଷ୍ଟିସ ଏମ.କେ ମୁଖାର୍ଜୀ କମିଶନ କହିଛନ୍ତି ଯେ ବିମାନ ଦୁର୍ଘଟଣାରେ ନେତାଜୀଙ୍କ ମୃତ୍ୟୁ ହୋଇନାହିଁ। ସେ ବିମାନ ଦୁର୍ଘଟଣା ପରେ ଜୀବିତ ରହିଥିଲେ।