Milk Price Hike: ପାର୍ବଣରେ ଖାଉଟିଙ୍କୁ ବଡ଼ ଝଟକା, ଏତିକି ଟଙ୍କା ମହଙ୍ଗା ହେଲା କ୍ଷୀର
Advertisement

Milk Price Hike: ପାର୍ବଣରେ ଖାଉଟିଙ୍କୁ ବଡ଼ ଝଟକା, ଏତିକି ଟଙ୍କା ମହଙ୍ଗା ହେଲା କ୍ଷୀର

ପାର୍ବଣରେ ଦେଶବାସୀଙ୍କୁ ଏକ ଶକ୍ତ ଝଟକା ଲିଗିଛି। ଶନିବାର ସକାଳେ କ୍ଷୀର କିଣିବାକୁ ଯାଇଥିବା ଖାଉଟି ଚକିତ ହୋଇଯାଇଛନ୍ତି। କାରଣ ଯେଉଁ କ୍ଷୀରକୁ ଦିନକ ପୂର୍ବେ ୬୧ ଟଙ୍କାରେ କିଣିଥିଲେ ସକାଳ ପାହିଲା ବେଳକୁ ତାହା ୬୩ ଟଙ୍କା ହୋଇଯାଇଛି। ଅର୍ଥାତ ଗୋଟିଏ କ୍ଷୀର ଲିଟର ପିଛା ଦୁଇ ଟଙ୍କା ମହଙ୍ଗା ହୋଇଛି। ଅମୁଲ ପକ୍ଷରୁ ଏହି କ୍ଷୀର ମୂଲ

 Milk Price Hike: ପାର୍ବଣରେ ଖାଉଟିଙ୍କୁ ବଡ଼ ଝଟକା, ଏତିକି ଟଙ୍କା ମହଙ୍ଗା ହେଲା କ୍ଷୀର
Milk Price Hike, ନୂଆଦିଲ୍ଲୀ: ପାର୍ବଣରେ ଦେଶବାସୀଙ୍କୁ ଏକ ଶକ୍ତ ଝଟକା ଲିଗିଛି। ଶନିବାର ସକାଳେ କ୍ଷୀର କିଣିବାକୁ ଯାଇଥିବା ଖାଉଟି ଚକିତ ହୋଇଯାଇଛନ୍ତି। କାରଣ ଯେଉଁ କ୍ଷୀରକୁ ଦିନକ ପୂର୍ବେ ୬୧ ଟଙ୍କାରେ କିଣିଥିଲେ ସକାଳ ପାହିଲା ବେଳକୁ ତାହା ୬୩ ଟଙ୍କା ହୋଇଯାଇଛି। ଅର୍ଥାତ ଗୋଟିଏ କ୍ଷୀର ଲିଟର ପିଛା ଦୁଇ ଟଙ୍କା ମହଙ୍ଗା ହୋଇଛି। ଅମୁଲ ପକ୍ଷରୁ ଏହି କ୍ଷୀର ମୂଲ୍ୟ ବୃଦ୍ଧି କରାଯାଇଛି। ତେବେ ଏହି ପାର୍ବଣରେ ଅମୁଲ କ୍ଷୀରର ମୂଲ୍ୟ ବୃଦ୍ଧି ପରେ ଅନ୍ୟ କମ୍ପାନୀମାନେ ମୂଲ୍ୟ ବୃଦ୍ଧି କରିପାରିବେ।
 
ଅମୁଲ ବ୍ରାଣ୍ଡ ନାମରେ Gujarat Cooperative Milk Marketing Federation (GCMMF) ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ବିକ୍ରୟ କରୁଛି। ଶନିବାର GCMMF ଉଭୟ ଗାଈ ଓ ମଇଁଷି କ୍ଷୀର ମୂଲ୍ୟରେ ଦୁଇ ଟଙ୍କା ଲେଖାଏ ବୃଦ୍ଧି କରିଛି। ଯାହାପରେ ରାଜଧାନୀ ଦିଲ୍ଲୀରେ ଏବେ ଗୋଟିଏ ଲିଟର କ୍ଷୀରର ଦାମ ୬୩ ଟଙ୍କା ହୋଇଯାଇଛି। GCMMF, MD, ଆରଏସ ସୋଧି କହିଛନ୍ତି ଯେ, ଗୁଜୁରାଟ ବ୍ୟତୀତ ସମସ୍ତ ରାଜ୍ୟରେ ଏହି ମୂଲ୍ୟ ଲାଗୁ ହେବ। ଏହାପୂର୍ବରୁ ଅଗଷ୍ଟ ମାସରେ ଅମୁଲର ଗୋଲ୍ଡ, ଶକ୍ତି ଏବଂ ତାଜା ମିଲ୍କ ବ୍ରାଣ୍ଡର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଥିଲା। ତାହାପୂର୍ବରୁ ମାର୍ଚ୍ଚରେ ମଧ୍ୟ ଦୁଗ୍ଧ ଦର ବୃଦ୍ଧି କରାଯାଇଥିଲା।

 Also Read: Facebook: ଫେସବୁକ ନେଲା ବଡ଼ ନିଷ୍ପତ୍ତି, ୨୦୨୩ରୁ ମିଳିବନି ଏହି ସବୁ ସୁବିଧା

ଅଗଷ୍ଟରେ ଅମୁଲ ବ୍ୟତୀତ ମଦରଡାଏରୀ ମଧ୍ୟ କ୍ଷୀରର ମୂଲ୍ୟ ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି କରିଥିଲା। ବଜାରରେ ଅନ୍ୟାନ୍ୟ ସାମଗ୍ରୀ ମହଙ୍ଗା ହୋଇଥିବାରୁ କ୍ଷତିପୁରଣ ପାଇଁ କ୍ଷୀରର ମୂଲ୍ୟ ବୃଦ୍ଧି କରାଯାଇଛି। ତେବେ ପାର୍ବଣରେ ଦୁଗ୍ଧ କମ୍ପାନୀଙ୍କ ଦର ବୃଦ୍ଧି ନିଷ୍ପତ୍ତି ସାଧାରଣ ଜନତାଙ୍କ ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି। କ୍ଷୀର ହେଉଛି ଦେଶର ସବୁଠାରୁ ଅଧିକ ବ୍ୟବହୃତ ଖାଦ୍ୟ ପଦାର୍ଥ ମଧ୍ୟରୁ ଅନ୍ୟତମ। ତେଣୁ ଏହାର ମୂଲ୍ୟରେ ବୃଦ୍ଧି ଲୋକଙ୍କ ବଜେଟକୁ ପ୍ରଭାବିତ କରିବ ବୋଲି କୁହାଯାଉଛି। ଅମୁଲ ଦେଖାଦେଖି ଅନ୍ୟ ଦୁଗ୍ଧ କମ୍ପାନୀ ମଧ୍ୟ ଦର ବୃଦ୍ଧି କରିବାର ସମ୍ଭାବନା ଅଛି।
 
ପାଞ୍ଚଟି କମ୍ପାନୀ ସହିତ ଅମୁଲର ବିଲୟ ହେବ ବୋଲି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା କହିବାର କିଛି ଦିନର ବ୍ୟବଧାନ ପରେ କାମ୍ପାନୀର କ୍ଷୀର ମୂଲ୍ୟ ବୃଦ୍ଧି ପାଇଛି। ଗତ ସପ୍ତାହରେ ଅମିତ ଶାହା, North Eastern Council (NEC) ୭୦ତମ ଅଧିବେଶନରେ ଯୋଗ ଦେଇଥିଲେ। ସେହି ଅଧିବେଶନରେ ସେ ଅମୁଲର ବିଲୟ କଥା କହିଥିଲେ। ସମବାୟ ମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାକୃତିକ କୃଷି, ଡିଜିଟାଲ କୃଷି ଓ ପ୍ରାକୃତିକ ଉତ୍ପାଦକୁ ପ୍ରାଧାନ୍ୟ ଦେଉଛନ୍ତି। ଏକ Multi-state cooperative society ଗଠନ କରିବା ପାଇଁ ଅମୁଲ ଓ ଅନ୍ୟ ୫ ସମବାୟ ସମିତିର ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଛି।