Tiger Death: ମରୁଛନ୍ତି ବାଘ, ଆସୁଛନ୍ତି ଚିତା; ବଦଳିଯିବକି ଜୈବ ବିବିଧତା?
Advertisement

Tiger Death: ମରୁଛନ୍ତି ବାଘ, ଆସୁଛନ୍ତି ଚିତା; ବଦଳିଯିବକି ଜୈବ ବିବିଧତା?

National Animal of India: ବାଘ ବଞ୍ଚିଛି ହେଲେ କେଉଁଠି ରହିଛି? ଏହି ପ୍ରଶ୍ନ ବର୍ତ୍ତମାନ ଦେଶର ଜୈବ ବିବିଧତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। କାରଣ ବିଲେଇ ପରିବାରର ସବୁଠାରୁ ବଡ ସଦସ୍ୟ ଏବଂ ସବୁଠାରୁ ଶକ୍ତିଶାଳୀ ବିଲେଇ ଭାବେ ଜଣାଶୁଣା ବାଘ ଏବେ ଭାରତୀୟ ଜଙ୍ଗଲରେ ବଞ୍ଚିବା କଷ୍ଟକର ହୋଇପଡିଛି।

Tiger Death: ମରୁଛନ୍ତି ବାଘ, ଆସୁଛନ୍ତି ଚିତା; ବଦଳିଯିବକି ଜୈବ ବିବିଧତା?

Tiger Deaths in India: ବାଘ ହେଉଛି ଭାରତର ଜାତୀୟ ପଶୁ। ହେଲେ ଏବେ ଦେଶରେ ଜାତୀୟ ପଶୁର ଅସ୍ଥିତ୍ୱ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। କାରଣ ବିଗତ ୩୯ ଦିନ ମଧ୍ୟରେ ସମଗ୍ର ଦେଶରେ ମୋଟ ୨୪ ବାଘଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଛି। ବାଘ ମୃତ୍ୟୁ କାରଣରୁ ଦେଶର ଜୈବ ବିବିଧତା ବିପର୍ଯ୍ୟସ୍ତ ହେବାର ପରିସ୍ଥିତି ଉପୁଜିଛି। ତାହେଲେ କ'ଣ ଦେଶର ଜଙ୍ଗଲରୁ ଦେଶର ଜାତୀୟ ପଶୁ ସବୁ ଦିନ ପାଇଁ ବିଲୁପ୍ତ ହୋଇଯିବେ। ହେଲେ ପ୍ରଶ୍ନ ଏବେ ଦେଶ ସାମ୍ନାରେ ଉପସ୍ଥିତ ହୋଇଛି। 

ବାଘ ବଞ୍ଚିଛି ହେଲେ କେଉଁଠି ରହିଛି? ଏହି ପ୍ରଶ୍ନ ବର୍ତ୍ତମାନ ଦେଶର ଜୈବ ବିବିଧତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। କାରଣ ବିଲେଇ ପରିବାରର ସବୁଠାରୁ ବଡ ସଦସ୍ୟ ଏବଂ ସବୁଠାରୁ ଶକ୍ତିଶାଳୀ ବିଲେଇ ଭାବେ ଜଣାଶୁଣା ବାଘ ଏବେ ଭାରତୀୟ ଜଙ୍ଗଲରେ ବଞ୍ଚିବା କଷ୍ଟକର ହୋଇପଡିଛି। ଦେଶରେ ବାଘ ଜନସଂଖ୍ୟା ବଢୁଥିବା ନେଇ ଭାରତ ସରକାର ଯେଉଁ ଦାବି କରୁଛନ୍ତି, ତାହା ଉପରେ ଏବେ ପ୍ରଶ୍ନ ଉଠିବାରେ ଲାଗିଛି। କାରଣ ଦିନକୁ ଦିନ ବାଘ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ପରିସ୍ଥିତି ଏତେ ଖରାପ ହୋଇଛି ଯେ ବିଗତ ୩୯ ଦିନ ମଧ୍ୟରେ ଅର୍ଥାତ ଚଳିତ ବର୍ଷ ଜାନୁଆରୀ ପହିଲାରୁ ୮ ଫେବୃଆରୀ ମଧ୍ୟରେ ୨୪ ବାଘଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ପକ୍ଷରୁ ଉପରୋକ୍ତ ତଥ୍ୟ ସାମ୍ନାକୁ ଆସିଛି।

ଦେଶର ଯେଉଁ ରାଜ୍ୟ ବାଘ ରାଜ୍ୟ ଭାବେ ଜଣାଶୁଣା ମଧ୍ୟ ପ୍ରଦେଶରେ ସର୍ବାଧିକ ସଂଖ୍ୟକ ବାଘଙ୍କ ମୃତ୍ୟୁ ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୁଦୂର ନାମ୍ବିଆ ଠାରୁ ଭାରତ ଅଣାଯାଇଥିବା ଚିତାଙ୍କୁ ମଧ୍ୟ ପ୍ରଦେଶରେ ଜଙ୍ଗଲରେ  ଛଡ଼ା ଯାଇଥିଲା। ଯେଉଁଠାରେ ସେମାନେ ଆନୁଷ୍ଠାନିକ ଭାବେ ଭାରତୀୟ ଜୈବ ବିବିଧତାର ଏକ ଅଂଶ ହୋଇଥିଲେ। ଅନ୍ୟପଟେ ଦେଶରେ ସର୍ବାଧିକ ବାଘଙ୍କ ମୃତ୍ୟୁ ମଧ୍ୟ ପ୍ରଦେଶରେ ହୋଇଛି। ନିକଟରେ ମଧ୍ୟ ପ୍ରଦେଶ ପର୍ଯ୍ୟଟନ ପକ୍ଷରୁ ଏକ ଭିଡିଓ ସେୟାର କରାଯାଇଥିଲା। ଯେଉଁଥିରେ ବିଶେଷକରି ରାଜ୍ୟର ଜଙ୍ଗଲରେ ରହୁଥିବା ବନ୍ୟଜନ୍ତୁ ଏବଂ ବାଘଙ୍କୁ ପୃଥକ ଭାବରେ ଦର୍ଶାଯାଇଥିଲା। ହେଲେ ବାଘ ରାଜ୍ୟ ଭାବେ ଜଣାଶୁଣା ମଧ୍ୟ ପ୍ରଦେଶରେ ବାଘଙ୍କ ଅବସ୍ଥା ଖରାପ ହୋଇଯାଇଛି। ଏହି ରାଜ୍ୟରେ ୯ ବାଘଙ୍କ ମୃତ୍ୟୁ ହୋଇଥିବା। ବାଘ ମୃତ୍ୟୁ ତାଲିକାରେ ରାଜସ୍ଥାନ ଦ୍ୱିତୀୟ ସ୍ଥାନରେ ରହିଛି। ଯେଉଁଠାରେ ୩ ବାଘଙ୍କ ମୃତ୍ୟୁ ହୋଇଛି। କର୍ଣ୍ଣାଟକ ଏବଂ ଉତ୍ତରାଖଣ୍ଡ ରାଜ୍ୟ ଦ୍ୱରେରେ ୨ ବାଘ ପ୍ରାଣ ହରାଇଥିବା ଜଣାପଡ଼ିଛି। ଅନ୍ୟପଟେ ଆସାମ ଏବଂ କେରଳ ଏହି ରାଜ୍ୟ ଦ୍ୱୟରେ ଗୋଟିଏ ଗୋଟିଏ ବାଘ ପ୍ରାଣ ହରାଇଛନ୍ତି।

ଖାଦ୍ୟ ଶୃଙ୍ଖଳାର ତାଲିକାର ସର୍ବୋର୍ଚ୍ଚ ସ୍ଥାନରେ ଆସିଥାଏ ବାଘ। ଯଦି ଜଙ୍ଗଲରେ ବାଘ ରହିବେ ନାହିଁ, ତାହେଲେ ହରିଣ ଭଳି ଶାକାହାରୀ ପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି ପାଇବ। ଯଦି ସେମାନଙ୍କ ଜନସଂଖ୍ୟା ବୃଦ୍ଧି ହୁଏ, ତାହେଲେ ଜଙ୍ଗଲ ସମାପ୍ତ ହୋଇଯିବ। ଯଦି ଜଙ୍ଗଲ ସମାପ୍ତ ହୋଇଯାଏ, ତାହେଲେ ସମଗ୍ର ଜୈବ ବିବିଧତା ଦୋହଲିଯିବ। ଯେଉଁ ଜଙ୍ଗଲରେ ବାଘ ରହିଥାଏ, ସେହି ଜଙ୍ଗଲକୁ ଏକ ସୁସ୍ଥ ଜଙ୍ଗଲ ବୋଲି କୁହାଯାଏ।

ଦେଶର ଜୈବ ବିବିଧତା ପାଇଁ ଦେଶର ଜାତୀୟ ପଶୁ ଭାବେ ଜଣାଶୁଣା ବାଘ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ବାଘର ଜୀବନଚକ୍ର ବୁଝିବା ଆବଶ୍ୟକ। ଗୋଟିଏ ବାଘୁଣୀ ତିନୋଟିରୁ ଚାରୋଟି ଛୁଆ ଜନ୍ମ କରିଥାଏ। ହେଲେ ସେଥି ମଧ୍ୟରୁ ୮୦ ପ୍ରତିଶତ ପିଲା ବଡ଼ ହେବା ପୂର୍ବରୁ ମରିଯାନ୍ତି। ଯଦ ଗୋଟିଏ ପିଲା ବଞ୍ଚିଥାଏ, ତାହେଲେ ବାଘୁଣୀ  ସେ ପର୍ଯ୍ୟନ୍ତ ପିଲା ଜନ୍ମ କରେନାହିଁ ଯେ ପର୍ଯ୍ୟନ୍ତ ଏହାର ବଞ୍ଚି ଯାଇଥିବା ପିଲା ଦୁଇ ବର୍ଷରୁ ଅଧିକ ନହେଇଯାଏ। ଜଙ୍ଗଲରେ ଗୋଟିଏ ବାଘର ହାରାହାରି ବୟସ ହେଉଛି ୧୨-୧୫ ବର୍ଷ। ଅର୍ଥାତ ଯଦି ବାଘ ସାରା ଜୀବନ ବଞ୍ଚି ରହେ ତେହେଲେ ବାଘ ଜଙ୍ଗଲରେ ଆଉ ଅଧିକ ଦିନ ବଞ୍ଚିପାରିବ  ନାହିଁ। 

ଦେଶରେ ବାଘ ସଂଖ୍ୟା ବଢାଇବାକୁ ହେଲେ କଠୋର ପଦକ୍ଷେପ ନେବାକୁ ପଡ଼ିବ। ଆପଣ ନିଶ୍ଚୟ ଭାବୁଥିବେ ଯେ କଲରା ପତ୍ରିଆ ବାଘ ମଧ୍ୟ ମହାବଳ ବାଘ ଭଳି ଏକ ବଡ ବିଲେଇ। ହେଲେ ସେମାନଙ୍କର ଜନସଂଖ୍ୟା ଦ୍ରୁତ ଗତିରେ କାହିଁକି ବଢୁଛି? ତାହାର କାରଣ ହେଉଛି ଚିତାବାଘ ଗୋଟିଏ କମ୍ବା ଦୁଇଟି ଛୁଆ ଜନ୍ମ କରିଥାଏ। କଲରା ପତ୍ରିଆ ବାଘ ଛୁଆ  ମାଆ ସହ ବର୍ଷେ ରହିବା ପରେ ମାଆ ଠାରୁ ଅଲଗା ହୋଇଯାଏ। ହେଲେ ମହାବଳ ବାଘ ଛୁଆ ଅତି କମରେ ଦୁଇ ବର୍ଷ ମାଆ ସହିତ ରହିଥାଏ।  କଲରା ପତ୍ରିଆ ବାଘ ଜନସଂଖ୍ୟା ବୃଦ୍ଧି ପାଇବା ପଛରେ ଅନ୍ୟ ଏକ କାରଣ ରହିଛି। ତାହା ହେଉଛି କଲରା ପତ୍ରିଆ ସେଠାରେ ରହିତାଏ ଯେଉଁଠାରେ ମହାବଳ ବାଘ ନଥାନ୍ତି। ଅର୍ଥାତ ମହାବଳ ରହୁଥିବା ଜଙ୍ଗଲରୁ କଲରା ପତ୍ରିଆ ଦୂରେଇ ରହିଥାନ୍ତି। କଲରା ପତ୍ରିଆ ବାଘ ମଣିଶ ବନବାସ କରୁଥିବା ଜନବସତି ନିକଟସ୍ଥ ଜଙ୍ଗଲରେ ରହିବାକୁ ପସନ୍ଦ କରେ। ଯେଉଁଠାରେ କଲରା ପତ୍ରିଆ କୁକୁର, ଗୋରୁ ଏବଂ ଏପରିକି ମୂଷା ଭଳି ଶୀକାର ସହଜରେ ଯୋଗାଡ଼ କରିପାରେ। ହେଲେ ମହାବଳ ବାଘକୁ ବଡ ଶିକାର ଆବଶ୍ୟକ। ଯାହା ବିଶାଳକାୟ ଜଙ୍ଗଲରେ ଉପଲବ୍ଧ ହୋଇଥାଏ।