ବିମାନ ଯାତ୍ରୀଙ୍କୁ ଲାଗିବ ଝଟକା, ବଢିପାରେ ଯାତ୍ରୀ ଭଡ଼ା
Advertisement
Article Detail0/zeeodisha/odisha1299901

ବିମାନ ଯାତ୍ରୀଙ୍କୁ ଲାଗିବ ଝଟକା, ବଢିପାରେ ଯାତ୍ରୀ ଭଡ଼ା

ଏକ ନିର୍ଦ୍ଦେଶରେ କହିଛି ଯେ ଘରୋଇ କାର୍ଯ୍ୟର ବର୍ତ୍ତମାନର ସ୍ଥିତି ସମୀକ୍ଷା କରିବା ପରେ ଆସନ୍ତା ୩୧ରୁ ଭଡା ଧାର୍ଯ୍ୟ ସୀମାକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି।

ବିମାନ ଯାତ୍ରୀଙ୍କୁ ଲାଗିବ ଝଟକା, ବଢିପାରେ ଯାତ୍ରୀ ଭଡ଼ା

ନୂଆଦିଲ୍ଲୀ: ବିମାନ ସେବା (Air Fare) ଉପରେ ଲାଗୁ ଉପର ସୀମା ହଟାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ଘରୋଇ ରୁଟରେ ଭଡା ଠିକ୍ କରିବାକୁ ଏୟାରଲାଇନ୍ସ ନିୟନ୍ତ୍ରଣରେ ରହିବ। ଏହି ନିଷ୍ପତ୍ତି ୩୧ ଅଗଷ୍ଟ ୨୦୨୨ରୁ କାର୍ଯ୍ୟକାରୀ ହେବ। କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ ଟ୍ୱିଟ୍ କରି କହିଛନ୍ତି ଯେ ଦୈନିକ ଚାହିଦା ଏବଂ ବିମାନ ଇନ୍ଧନ (ଏଟିଏଫ୍) ମୂଲ୍ୟର ସାମ୍ବିଧାନିକ ନିୟମ ଅନୁଯାୟୀ ବିଶ୍ଳେଷଣ କରିବା ପରେ ବିମାନ ଉଡ଼ାଣ ଉପରୁ ଦର ଉପରେ ଧାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି କ୍ଷେତ୍ରରେ ସ୍ଥିରତା ଧିରେଧିରେ ଆସିବାରେ ଲାଗିଛି ଏବଂ ଆମର ଭରଷା ରହିଛି କି ଏହି ଇଣ୍ଡଷ୍ଟ୍ରିରେ ଭବିଷ୍ୟତରେ ଯାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିପାରେ। 

ବିମାନ ଚଳାଚଳ ମନ୍ତ୍ରଣାଳୟ ବୁଧବାର ଦିନ ଏକ ନିର୍ଦ୍ଦେଶରେ କହିଛି ଯେ ଘରୋଇ କାର୍ଯ୍ୟର ବର୍ତ୍ତମାନର ସ୍ଥିତି ସମୀକ୍ଷା କରିବା ପରେ ଆସନ୍ତା ୩୧ରୁ ଭଡା ଧାର୍ଯ୍ୟ ସୀମାକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ରୁଷ-ୟୁକ୍ରେନ ଯୁଦ୍ଧ ହେତୁ ବିମାନ ଭଡ଼ା ରେକର୍ଡ ସ୍ତରରେ ପହଞ୍ଚିବା ପରେ ଗତ କିଛି ସପ୍ତାହ ମଧ୍ୟରେ ଏଟିଏଫ ମୂଲ୍ୟ ହ୍ରାସ ପାଇଛି। ଅଗଷ୍ଟ ୧ରେ ଦିଲ୍ଲୀର ଏଟିଏଫ୍ ମୂଲ୍ୟ କିଲୋଲିଟର ପିଛା ୧.୨୧ ଲକ୍ଷ ଟଙ୍କା ଥିଲା, ଯାହା ପୂର୍ବ ମାସ ତୁଳନାରେ ପ୍ରାୟ ୧୪ ପ୍ରତିଶତ କମ୍ ରହିଛି। 

କୋରୋନା ମହାମାରୀ ହେତୁ ଦୁଇମାସ ବନ୍ଦ ହେବା ପରେ ବିମାନ ସେବା ୨୫ ମଇ ୨୦୨୦ରେ ପୁନଃସେବା ଆରମ୍ଭ ହେବାପରେ ବିମାନ ସେବା ଅବଧି ଉପରେ ନିର୍ଭର କରି ଘରୋଇ ବିମାନ ସେବା ଉପରେ ମନ୍ତ୍ରଣାଳୟ ନିମ୍ନ ଏବଂ ଉପର ସୀମା ଧାର୍ଯ୍ୟ କରିଥିଲା। ଏହା ଅଧୀନରେ ଏୟାରଲାଇନ୍ସ ୪୦ ମିନିଟରୁ କମ୍ ଘରୋଇ ବିମାନ ପାଇଁ ୨୯୦୦ ରୁ କମ୍ (ଜିଏସଟି ବ୍ୟତୀତ) ଏବଂ ୮୮୦୦ରୁ ଅଧିକ (ଜିଏସଟି ବ୍ୟତୀତ) ଚାର୍ଜ କରିପାରିବ ନାହିଁ।