ଅଗ୍ନିପଥ ଯୋଜନା ନିଯୁକ୍ତିରେ ଜାତି ପ୍ରମାଣପତ୍ର ମାଗିବା ଉପରେ ଉଠିଲା ପ୍ରଶ୍ନ, ଏବେ ସେନା ତରଫରୁ ଆସିଲା ଏହି ସ୍ପଷ୍ଟୀକରଣ
Advertisement

ଅଗ୍ନିପଥ ଯୋଜନା ନିଯୁକ୍ତିରେ ଜାତି ପ୍ରମାଣପତ୍ର ମାଗିବା ଉପରେ ଉଠିଲା ପ୍ରଶ୍ନ, ଏବେ ସେନା ତରଫରୁ ଆସିଲା ଏହି ସ୍ପଷ୍ଟୀକରଣ

Agnipath Scheme: ସେନାର ଏହି ବୟାନ ପରେ ବିଜେପି ବିରୋଧୀଙ୍କୁ ଘେରିଛି । ବିଜେପି ମୁଖପାତ୍ର ସମ୍ୱିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କିଛି ଦଳ ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି । 

ଅଗ୍ନିପଥ ଯୋଜନା ନିଯୁକ୍ତିରେ ଜାତି ପ୍ରମାଣପତ୍ର ମାଗିବା ଉପରେ ଉଠିଲା ପ୍ରଶ୍ନ, ଏବେ ସେନା ତରଫରୁ ଆସିଲା ଏହି ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: Agnipath Scheme: ସେନାରେ ନିଯୁକ୍ତି ପାଇଁ ଜାତି ଓ ଧର୍ମ ପ୍ରମାଣପତ୍ର ମାଗିବା ପରେ ଭାରତୀୟ ସେନା (Indian Army) ର  ଅଧିକାରୀ ସ୍ପଷ୍ଟୀକରଣ ଦେଇଛନ୍ତି । ସେନା ଅଧିକାରୀ କହିଛନ୍ତି ଯେ, ଅଗ୍ନିପଥ ଯୋଜନା (Agnipath Yojana) ଅଧୀନରେ ସୈନ୍ୟ ନିଯୁକ୍ତି ପ୍ରକ୍ରିୟାରେ କୌଣସି ବିଶେଷ ପରିବର୍ତ୍ତନ ହୋଇନାହିଁ । ନିଯୁକ୍ତି ସମୟରେ ସେନାରେ ଜାତି / ଧର୍ମ ଇତ୍ୟାଦି ପ୍ରମାଣପତ୍ର ସବୁବେଳେ ମଗା ଯାଇଥାଏ । ଏଥିରେ କିଛି ନୂଆ ନାହିଁ ।

ସେନାର ଏହି ବୟାନ ପରେ ବିଜେପି ବିରୋଧୀଙ୍କୁ ଘେରିଛି । ବିଜେପି ମୁଖପାତ୍ର ସମ୍ୱିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କିଛି ଦଳ ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି । କଂଗ୍ରେସ ଓ ଆମ୍ ଆଦମୀ ପାର୍ଟିର ନାମ ନେଇ ସେ କହିଛନ୍ତି ଯେ ଏହି ଦଳଗୁଡିକ ସମୟ ସମୟରେ ଭାରତୀୟ ସେନା ଉପରେ ପ୍ରଶ୍ନ ଉଠାଉଥିବାର ଦେଖାଯାଉଛି । ଭାରତୀୟ ସେନାକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି । ଆମେ ତାଙ୍କ ଉପରେ ପ୍ରଶ୍ନ ଉଠାଉଛୁ, ଯାହା ବିଷୟରେ ଆମ ମନରେ କୌଣସି ସନ୍ଦେହ ନାହିଁ, ସେମାନେ ତାଙ୍କୁ ବାରମ୍ବାର ପ୍ରଶ୍ନ କରୁଛନ୍ତି । ଏହା ଅତ୍ୟନ୍ତ ଦୁଃଖଦାୟକ ।

ସେ ଆଗକୁ କହିଛନ୍ତି ଯେ, ଆମ ଆଦମୀ ପାର୍ଟିର ସଞ୍ଜୟ ସିଂ ଟ୍ୱିଟ୍ କରି ଅଗ୍ନିବୀରଙ୍କ ମଧ୍ୟରେ ଜାତି ଓ ଧର୍ମ ବିଷୟରେ ଉଲ୍ଲେଖ କରି ଯେଉଁ ଭାଷାର ବ୍ୟବହାର କରୁଛନ୍ତି ତାହା ଚିନ୍ତାଦାୟକ । ମୁଁ ଅତ୍ୟନ୍ତ ଦୁଃଖିତ ଯେ ଏହି ଲୋକମାନେ ଜାତି ଓ ଧର୍ମ ଆଧାରରେ ସେନା ନିଯୁକ୍ତି ଅଭିଯୋଗ କରୁଛନ୍ତି । ସେମାନେ ସତ୍ୟ ଜାଣନ୍ତି ନାହିଁ । ପ୍ରକୃତ କଥା ହେଉଛି, ଭାରତୀୟ ସେନା ଧର୍ମ ଓ ଜାତି ଆଧାରରେ ନିଯୁକ୍ତି କରେ ନାହିଁ । ଭାରତୀୟ ସେନା ଜାତି ଓ ଧର୍ମଠାରୁ ଉପରେ ।

ଏଠାରେ କହି ରଖୁଛୁ ଯେ, ଅଗ୍ନିପଥ ଯୋଜନାରେ ପ୍ରାର୍ଥୀଙ୍କଠାରୁ ଜାତି ଓ ଧର୍ମ ପ୍ରମାଣପତ୍ର ମାଗିବା ପରେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । ଆରଜେଡି ନେତା ତେଜସ୍ୱୀ ଯାଦବ ମଙ୍ଗଳବାର ଟ୍ୱିଟ୍ କରି କହିଛନ୍ତି ଯେ, "ସାଧୁଙ୍କୁ ଜାତି ପଚାରନ୍ତୁ ନାହିଁ, କିନ୍ତୁ ସୈନ୍ୟଙ୍କୁ ଜାତି ପଚାରନ୍ତୁ । ସଂଘର ବିଜେପି ସରକାର ଜାତିଗତ ଜନଗଣନାରୁ ପଛ ଘୁଞ୍ଛା ଦିଅନ୍ତି କିନ୍ତୁ ସେବା ପାଇଁ ନିଜ ଜୀବନ ଦେଉଥିବା ଅଗ୍ନିବୀର ଭାଇମାନଙ୍କଠାରୁ ଜାତି ପଚାରନ୍ତି । ଏହି ଜାତି ଏଥିପାଇଁ ପଚାରା ଯାଉଛି କାରଣ ଦେଶର ବୃହତ୍ତମ ଜାତିବାଦୀ ସଂଗଠନ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (RSS) ପରେ ଜାତି ଆଧାରରେ ଅଗ୍ନିବୀରଙ୍କୁ ବାଛିବ ।"

ଏହା ବି ପଢ଼ନ୍ତୁ:-ନୁପୂର ଶର୍ମାଙ୍କ ହତ୍ୟା ଯୋଜନା, ପାକିସ୍ତାନରୁ ଆସିଲା ରିଜୱାନ

ଏହା ବି ପଢ଼ନ୍ତୁ:-ସିନ୍ଦେଙ୍କ ଝଟକା ସମ୍ଭାଳିବା ପୂର୍ବରୁ ଉଦ୍ଧବଙ୍କୁ ଏବେ ଭାଇ ରାଜ ଠାକରେ ବି ଦେବାକୁ ଲାଗିଲେ ଟେନସନ୍

ଏହା ବି ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର: ଲାଗୁ ହେବ ଅଷ୍ଟମ ବେତନ ଆୟୋଗ! ଜାଣନ୍ତୁ କେତେ ବଢ଼ିବ ଦରମା

ଅନ୍ୟ ଏକ ଟ୍ୱିଟରେ ତେଜସ୍ୱୀ ଯାଦବ କହିଛନ୍ତି ଯେ, "ସ୍ୱାଧୀନତା ପରେ ୭୫ ବର୍ଷ ଧରି ସେନାରେ ଚୁକ୍ତିଭିର୍ତ୍ତିକ ଅଗ୍ନିପଥ ବ୍ୟବସ୍ଥା ଲାଗୁ  ନଥିଲା । ସେନାରେ ଯୋଗଦେବା ପରେ ୭୫ ପ୍ରତିଶତ ସୈନିକଙ୍କ ଛଟେଇ ହେଉ ନଥିଲା, କିନ୍ତୁ ସଂଘର କଠୋର ଜାତିବାଦୀ ସରକାର ବର୍ତ୍ତମାନ ଜାତି ଓ ଧର୍ମ ଦେଖି ୭୫ ପ୍ରତିଶତ ସୈନିକଙ୍କ ଛଟେଇ କରିବେ । ଯେତେବେଳେ ସେନାରେ କୌଣସି ସଂରକ୍ଷଣ ନାହିଁ, ତେବେ ଜାତି ପ୍ରମାଣପତ୍ରର ଆବଶ୍ୟକତା କ’ଣ?"