ଅଗ୍ନିବୀରଙ୍କୁ ବିଜେପିର କାର୍ଯ୍ୟକର୍ତ୍ତା କହିଲେ ମମତା ବାନାର୍ଜୀ, ଚାକିରି ଦେବାକୁ ମନା କଲେ ଦିଦି
Advertisement

ଅଗ୍ନିବୀରଙ୍କୁ ବିଜେପିର କାର୍ଯ୍ୟକର୍ତ୍ତା କହିଲେ ମମତା ବାନାର୍ଜୀ, ଚାକିରି ଦେବାକୁ ମନା କଲେ ଦିଦି

Agniveer Recruitment: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Bengal CM Mamata Banerjee) ପୁଣିଥରେ ଅଗ୍ନିପଥ ଯୋଜନା (Agneepath Scheme) ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ଅଗ୍ନିବୀର (Agniveer) ଙ୍କୁ ଭାରତୀୟ ଜନତା ପାର୍ଟି (BJP)  ର କାର୍ଯ୍ୟକର୍ତ୍ତା ବୋଲି କହିଛନ୍ତି । ଏହାପୂର୍ବରୁ ମମତା ବାନାର୍ଜୀ ଅଗ୍ନିପଥ ଯୋଜନାକୁ ନେଇ ବିଜେପିକୁ ଟାର୍ଗେଟ କରିଥିଲେ । 

ଅଗ୍ନିବୀରଙ୍କୁ ବିଜେପିର କାର୍ଯ୍ୟକର୍ତ୍ତା କହିଲେ ମମତା ବାନାର୍ଜୀ, ଚାକିରି ଦେବାକୁ ମନା କଲେ ଦିଦି

ନୂଆଦିଲ୍ଲୀ: Agniveer Recruitment: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Bengal CM Mamata Banerjee) ପୁଣିଥରେ ଅଗ୍ନିପଥ ଯୋଜନା (Agneepath Scheme) ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ଅଗ୍ନିବୀର (Agniveer) ଙ୍କୁ ଭାରତୀୟ ଜନତା ପାର୍ଟି (BJP)  ର କାର୍ଯ୍ୟକର୍ତ୍ତା ବୋଲି କହିଛନ୍ତି । ଏଥି ସହିତ ସେମାନଙ୍କୁ ଚାକିରିରେ ଅଗ୍ରାଧିକାର ଦେବାକୁ ମନା କରିଦେଇଛନ୍ତି । କେନ୍ଦ୍ରରୁ ମିଳିଥିବା ଚିଠିର ଉତ୍ତରରେ ସେ ଏହି ପ୍ରତିକ୍ରିୟା ଦେଇଛନ୍ତି । ଏହାପୂର୍ବରୁ ସିଏମ ବାନାର୍ଜୀ ବିଜେପି ଉପରେ ଅଗ୍ନିପଥ ଯୋଜନା ମାଧ୍ୟମରେ ସଶସ୍ତ୍ର କ୍ୟାଡର ପ୍ରସ୍ତୁତ କରିବାର ଅଭିଯୋଗ ଆଣିସାରିଛନ୍ତି ।

ମଙ୍ଗଳବାର ଏକ କାର୍ଯ୍ୟକ୍ରମ ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, "ମୁଁ ଏକ ଚିଠି ପାଇଛି (କେନ୍ଦ୍ରରୁ) ଯେଉଁଥିରେ ସେ ୪ ବର୍ଷ ପରେ ଅଗ୍ନିବୀରଙ୍କୁ ଚାକିରି ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ସେମାନେ ଚାହାଁନ୍ତି ଯେ ମୁଁ ବିଜେପି କର୍ମୀଙ୍କୁ ଚାକିରି ଦେବି... ଆମେ ଏହା କାହିଁକି କରିବୁ? ... ରାଜ୍ୟର ଯୁବକମାନଙ୍କୁ ପ୍ରଥମେ ପ୍ରାଥମିକତା ଦିଆଯିବ ।"

ଏହାପୂର୍ବରୁ ମମତା ବାନାର୍ଜୀ ଅଗ୍ନିପଥ ଯୋଜନାକୁ ନେଇ ବିଜେପିକୁ ଟାର୍ଗେଟ କରିଥିଲେ । କେନ୍ଦ୍ରର ଚିଠି ସମ୍ପର୍କରେ ସେ କହିଥିଲେ ଯେ, ନିକଟ ଅତୀତରେ ସଶସ୍ତ୍ର ବାହିନୀର ଜଣେ କର୍ଣ୍ଣେଲ ମୋତେ ଏହି ଅନୁରୋଧ ସହିତ ଏକ ଚିଠି ପଠାଇଛନ୍ତି । କିନ୍ତୁ ଆମେ କାହିଁକି ବିଜେପିର ଡଷ୍ଟବିନ ସଫା କରିବାକୁ ଯିବୁ? ଚାରି ବର୍ଷ ପରେ ଯେତେବେଳେ କେନ୍ଦ୍ର ସେମାନଙ୍କୁ ଛାଡ଼ି ଦେବେ, ସେତେବେଳେ ରାଜ୍ୟ ସେମାନଙ୍କୁ ପୂର୍ଣ୍ଣକାଳୀନ ଚାକିରି ଦେବା ଦାୟିତ୍ୱ କାହିଁକି ଗ୍ରହଣ କରିବ? କେନ୍ଦ୍ର ସେମାନଙ୍କୁ ୬୦ ବର୍ଷ ପୂରଣ ନକରିବା ପର୍ଯ୍ୟନ୍ତ ସୈନିକ ଭାବରେ ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପ୍ରଦାନ କରିବାର ଦାୟିତ୍ୱ କାହିଁକି ଗ୍ରହଣ କରୁ ନାହାଁନ୍ତି? 

ଏହା ବି ପଢ଼ନ୍ତୁ:-ଫ୍ଲୋର ଟେଷ୍ଟ୍ ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା ଶିବସେନା, ଜାଣନ୍ତୁ କ'ଣ କହିଲେ କୋର୍ଟ

ଏହା ବି ପଢ଼ନ୍ତୁ:-ଉଦ୍ଧବ ସରକାର କ୍ଷମତାରେ ରହିବେ ନା ବିଜେପି ଗଢ଼ିବ ସରକାର, ଜାଣନ୍ତୁ ମହାରାଷ୍ଟ୍ର ବିଧାନସଭାରେ କାହାର ପଲା କେତେ ଭାରି?

ଏହା ବି ପଢ଼ନ୍ତୁ:-ଉଦ୍ଧବଙ୍କ ଗାଦି ଟଳମଳ, ଫ୍ଲୋର ଟେଷ୍ଟ୍ ଆଦେଶକୁ ନେଇ ସଞ୍ଜୟ ରାଉତ ଦେଲେ ବଡ଼ ବୟାନ

ତୃଣମୂଳ କଂଗ୍ରେସ ମୁଖିଆ  ଅଗ୍ନିପଥ ଯୋଜନାକୁ ଭୋଟ ସଂଗ୍ରହ କରିବା ତଥା ଠକ ଏବଂ କ୍ୟାଡର ସୃଷ୍ଟି କରିବା ପାଇଁ ବିଜେପିର 'ଲଲିପପ୍' ବୋଲି କହିଛନ୍ତି । ବିଧାନସଭାକୁ ଦେଇଥିବା ଅଭିଭାଷଣରେ ସେ କହିଛନ୍ତି ଯେ ଅଗ୍ନିପଥ ପ୍ରକୃତରେ ଏକ ବିଜେପି କ୍ୟାଡର ଗଠନର ପ୍ରକଳ୍ପ । ଏହା ଏକ ଭିନ୍ନ ବିଷୟ ଯେ କେନ୍ଦ୍ର ଯୁବକମାନଙ୍କୁ ସ୍ଥାୟୀ ଚାକିରି ଦେଇଥାଏ, କିନ୍ତୁ ଅଗ୍ନିପଥ ପ୍ରକୃତରେ ଏକ ଚାରି ବର୍ଷର ଲଲିପପ୍ । ଚାରି ବର୍ଷ ପରେ ସେମାନଙ୍କୁ ବନ୍ଧୁକ ବ୍ୟବହାର କରିବାକୁ ମଞ୍ଜୁରୀ ମିଳିବ ଓ ଏହା ପରେ ସେମାନେ କ’ଣ କରିବେ? ଯଦି ଏହା ହୁଏ, ତେବେ ବିଜେପି ଯୁବକମାନଙ୍କୁ ପ୍ରତାରଣା କରୁଛି! 

ଏଠାରେ କହି ରଖୁଛୁ ଯେ, ଅନେକ ବିଜେପି ଶାସିତ ରାଜ୍ୟ ଚାକିରିରେ ଅଗ୍ନିବୀରଙ୍କୁ ପ୍ରାଧାନ୍ୟ ଦେବାକୁ ଘୋଷଣା କରିଛନ୍ତି । ତେବେ କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଶାସିତ ରାଜ୍ୟଗୁଡ଼ିକ ମଧ୍ୟରୁ କୌଣସି ଏଭଳି ଘୋଷଣା କରିନାହାଁନ୍ତି । ସେପଟେ ଅଗ୍ନିପଥ ଯୋଜନାକୁ ନେଇ ୟୁପି, ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା ସମେତ ଦେଶର ଅନେକ ରାଜ୍ୟରେ ବିରୋଧ ପ୍ରଦର୍ଶନ ଚାଲିଛି । ଏହି ଯୋଜନା ବିଷୟରେ ଯୁବକମାନେ କହିଛନ୍ତି ଯେ, ଚାକିରି ସୁରକ୍ଷିତ ରହିବ ନାହିଁ । ତେବେ ଗୋଟିଏ ପକ୍ଷ ମନେ କରେ ଯେ ଏହା ସେନାର ହାରାହାରି ବୟସକୁ ହ୍ରାସ କରିବ ଓ ଦେଶରେ ଅଧିକରୁ ଅଧିକ ଯୁବକ ସେନାରେ ଯୋଗଦେବାର ସୁଯୋଗ ପାଇବେ ।