Delhi: କିଛିଦିନର ବ୍ୟବଧାନ ପରେ ପୁଣି ବିଗିଡ଼ିଲା ରାଷ୍ଟ୍ରୀୟ ରାଜଧାନୀରେ ବାୟୁର ମାନ, ୩୦୦ ପାର ହେଲା AQI
Advertisement

Delhi: କିଛିଦିନର ବ୍ୟବଧାନ ପରେ ପୁଣି ବିଗିଡ଼ିଲା ରାଷ୍ଟ୍ରୀୟ ରାଜଧାନୀରେ ବାୟୁର ମାନ, ୩୦୦ ପାର ହେଲା AQI


Air Quality Index: ପୁଣି ବିଗିଡ଼ିଲା ରାଷ୍ଟ୍ରୀୟ ରାଜଧାନୀରେ ବାୟୁର ମାନ। କିଛିଦିନ ବ୍ୟବଧାନ ପରେ ପୁଣି ଖରାପ ସ୍ତରକୁ ଆସିଛି ବାୟୁ ଗୁଣବତ୍ତା ସୂଚକାଙ୍କ। ଏଠାରେ AQI ୩୦୦ ଡେଇଁଥିବାବେଳେ ବଢିଛି ସରକାରଙ୍କ ଚିନ୍ତା।

 

Delhi: କିଛିଦିନର ବ୍ୟବଧାନ ପରେ ପୁଣି ବିଗିଡ଼ିଲା ରାଷ୍ଟ୍ରୀୟ ରାଜଧାନୀରେ ବାୟୁର ମାନ, ୩୦୦ ପାର ହେଲା AQI

AQI in Delhi: ରାଜଧାନୀ ଦିଲ୍ଲୀରେ ବାୟୁର ମାନ ଶୁକ୍ରବାର ପୁଣି ବିଗିଡି ଯାଇଛି। ଦିଲ୍ଲୀର ବାୟୁ ଗୁଣବତ୍ତା ଦୁଇଦିନ 'ଖରାପ' ରହିବା ପରେ ଶୁକ୍ରବାର ଦିନ ସକାଳ ୬:୩୦ ସୁଦ୍ଧା 'ଅଧିକ ଖରାପ' ବର୍ଗରେ ପ୍ରବେଶ କରିଛି । ସମୁଦାୟ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI)୩୦୩ ରହିବା ସହିତ ବାୟୁ ଗୁଣବତ୍ତା 'ଅତ୍ୟନ୍ତ ଖରାପ'ହୋଇଯାଇଛି । ଗତ କିଛି ଦିନ ମଧ୍ୟରେ ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣ ସ୍ତର ହ୍ରାସ ପାଉଥିବାରୁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ଆଜି ଏହାର ସମୀକ୍ଷା କରିଥିବା ଜଣାପଡ଼ିଛି ।

ସଫର (SAFAR) ତଥ୍ୟ ଅନୁଯାୟୀ,AQI ର ମାନ ଆଜି ଧୀରପୁରରେ ୨୮୦,ଇନ୍ଦିରାଗାନ୍ଧୀ (IGI) ବିମାନବନ୍ଦରରେ (T3)ରେ ୩୦୩, ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ୩୩୭, ନୋଏଡା ଠାରେ ୩୨୯ ଏବଂ ଗୁରୁଗ୍ରାମରେ ୨୩୯ ରହିଥିଲା ।  କିଛି ଦିନର ଆଶ୍ୱସ୍ତି ପରେ ଗୁରୁବାର ଠାରୁ ରାଜଧାନୀରେ ପବନ ପୁଣି ପ୍ରଦୂଷିତ ହେବାରେ ଲାଗିଛି । ଏଥିରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ଙ୍କ ଅନୁସାରେ ଶୁକ୍ରବାର ସକାଳ ୯ଟା ସୁଦ୍ଧା ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୩୩୧ କୁ ପହଞ୍ଚି ଯାଇଛି । ୨୦୧ ରୁ ୩୦୦ ମଧ୍ୟରେ AQI 'ଖରାପ', ୩୦୧ ରୁ ୪୦୦ 'ଅତ୍ୟନ୍ତ ଖରାପ' ଏବଂ ୪୦୧ ରୁ ୫୦୦ 'ଗୁରୁତର' ଭାବରେ ବିବେଚନା କରାଯାଏ ।

ଧୂଆଁର ଏକ ଘନ ସ୍ତର ଜାତୀୟ ରାଜଧାନୀକୁ ଆଚ୍ଛାଦନ କରୁଥିବାରୁ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (DIAL) କମ୍ ଦୃଶ୍ୟମାନତା କାରଣରୁ ଯାତ୍ରୀଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି । ଦିଲ୍ଲୀ ବିମାନ ବନ୍ଦରରେ କମ୍ ଭିଜିବିଲିଟି(Low visibility procedures) ଜାରୀ ରହିଛି । ସମସ୍ତ ବିମାନ ଉଢ଼ାଣ ବର୍ତ୍ତମାନ ସ୍ୱାଭାବିକ ରହିଛି । ବିମାନ ଉଡ଼ାଣ ସୂଚନା ପାଇଁ ସଂପୃକ୍ତ ବିମାନର ସୂଚନା ଅନୁପାଳନ କରିବାକୁ କୁହାଯାଇଛି ।

ତେବେ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କିଛି କଟକଣା ଜାରୀ କରିଥିଲେ।  ପ୍ରଦୂଷଣ କମିବା ଯୋଗୁଁ କଟକଣା କୋହଳ କରାଯାଇଥିବା ବେଳେ ପୁଣି ବାୟୁରେ ପ୍ରଦୂଷଣ ବ୍ୟାପି ଯାଇଛି । ରାଷ୍ଟ୍ରୀୟ ରାଜଧାନୀର ଏୟାର କ୍ୱାଲିଟି ସୁଧାରକୁ ଦେଖି ରାଜ୍ୟ ସରକାର ନଭେମ୍ବର ୯ ତାରିଖରୁ ପ୍ରାଥମିକ ଶ୍ରେଣୀରେ ପୁଣି ପାଠ ପଢା ଆରମ୍ଭ କରିଥିଲେ। ଏହା ଛଡା ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରେ ରହିକାମ କରିବାର ଆଦେଶ ପ୍ରତ୍ୟାହାର କରିନେଇଥିଲେ।

ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ଙ୍କ ଅନୁସାରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୪.୬ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ଯାହା ସାମାନ୍ୟରୁ ଟିକେ ଅଧିକ ରହିଛି । ବିଗତ ଦିନରେ ଆଇଏମଡି ରାଜଧାନୀରେ ବର୍ଷାର ପୂର୍ବାନୁମାନ କରିଥିଲେ। ଫଳରେ ପ୍ରଦୂଷଣ କିଛିମାତ୍ରାରେ ହ୍ରାସ ହୋଇଥିଲା। ହେଲେ ଏବେ ପୁଣି ବିଗିଡିଥିବା ବାୟୁ ପ୍ରଦୁଷଣ ସ୍ଥିତି ସମୀକ୍ଷା ଲାଗି ରାଜ୍ୟ ସରକାରଙ୍କୁ ବାଧ୍ୟ କରିଛି।  ସେପଟେ ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (Graded Response Action Plan ) ର ତୃତୀୟ ପର୍ଯ୍ୟାୟରେ ଦିଲ୍ଲୀ-ଏନସିଆରରେ ଥିବା ପ୍ରତିବନ୍ଧକ ଗୁଡ଼ିକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ରର ବାୟୁ ଗୁଣବତ୍ତା ପ୍ୟାନେଲ୍ ପଦକ୍ଷେପ ନେଇପାରେ।