Afghanistan: ବୈଦେଶିକ ମନ୍ତ୍ରଣାଳୟ ବାହାରେ ବିସ୍ଫୋରଣ; ୨୦ ମୃତ ଆଶଙ୍କା
Advertisement
Article Detail0/zeeodisha/odisha1524616

Afghanistan: ବୈଦେଶିକ ମନ୍ତ୍ରଣାଳୟ ବାହାରେ ବିସ୍ଫୋରଣ; ୨୦ ମୃତ ଆଶଙ୍କା

Afghanistan Blast:  ବୁଧବାର ଆଫଗାନିସ୍ତାନ ରାଜଧାନୀ  କାବୁଲ ଠାରେ ହୋଇଥିବା ବିସ୍ଫୋରଣରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛନ୍ତି ସୁରକ୍ଷା ବିଭାଗ ମୁଖପାତ୍ର ଖାଲିଦ ଜାଦରାନ। ବିସ୍ଫୋରଣ ପରେ ସୁରକ୍ଷା ବଳ ଘଟଣାସ୍ଥଳରେ ପହଞ୍ଚିଥିବା କହିଛନ୍ତି କାବୁଲ ସୁରକ୍ଷା ବିଭାଗ ମୁଖପାତ୍ର।

Afghanistan: ବୈଦେଶିକ ମନ୍ତ୍ରଣାଳୟ ବାହାରେ ବିସ୍ଫୋରଣ; ୨୦ ମୃତ ଆଶଙ୍କା

Blast in Kabul: ଜାନୁଆରୀ ୧୧ ତାରିଖ ବୁଧବାର ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ବୈଦେଶିକ ମନ୍ତ୍ରଣାଳୟ ବାହାରେ ହୋଇଛି ଏକ ବଡ଼ ଧରଣର ବିସ୍ଫୋରଣ। ଏହି ବିସ୍ଫୋରଣରେ ୨୦ ଜଣଙ୍କ ମୃତ୍ୟୁ 
ହୋଇଥିବାର ଆଶଙ୍କା କରାଯାଉଛି। ବିସ୍ଫୋରଣ ସମୟରେ ତାଲିବାନ ଏବଂ ଚୀନ୍ ଅଧିକାରୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ଚାଲିଥିଲା। ନ୍ୟୁଜ୍ ଏଜେନ୍ସି ଆସୋସିଟେଡ ଫ୍ରାନ୍ସ ପ୍ରେସ ଅନୁଯାୟୀ ଏହା ଏକ ଆତ୍ମଘାତୀ ଆକ୍ରମଣ। 

ଏହି ବିସ୍ଫୋରଣରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛନ୍ତି କାବୁଲ ସୁରକ୍ଷା ବିଭାଗ ମୁଖପାତ୍ର ଖାଲିଦ ଜାଦରାନ। ବିସ୍ଫୋରଣ ପରେ ସୁରକ୍ଷା ବଳ ଘଟଣାସ୍ଥଳରେ ପହଞ୍ଚିଥିବା କହିଛନ୍ତି କାବୁଲ ସୁରକ୍ଷା ବିଭାଗ ମୁଖପାତ୍ର।

ଗତ ୧୨ ଡିସେମ୍ବରରେ ଚୀନ ହୋଟେଲ ଭାବେ ଜଣାଶୁଣା ଏକ ରେସ୍ତୁରାଁ ଏବଂ ଗେଷ୍ଟ ହାଉସ ଠାରେ ହୋଇଥିଲା ଆକ୍ରମଣ। ମୋଟ ୩ ଜଣ ଆକ୍ରମଣକାରୀ ରଜଧାନୀ କାବୁଲସ୍ଥିତ ଏହି ହୋଟେଲ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଜଡ଼ିତ ସମସ୍ତ ୩ ଜଣ ଆକ୍ରମଣକାରୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ୨ ଜଣ ବିଦେଶୀ ନାଗରିକ ଆହତ ହୋଇଥିବାର କୁହାଯାଇଛଥିଲା। ମିଡିଆ ରିପୋର୍ଟ ଅନୁଯାୟୀ ଆକ୍ରମଣ ସମୟରେ ହୋଟେଲ ପରିସରରେ ଅନେକ ଚୀନ୍ ନାଗରିକ ଉପସ୍ଥିତ ରହିଥିଲେ। କାବୁଲ ହୋଟେଲ ଆକ୍ରମଣ ଘଟଣାର ଭିଡ଼ିଓ ଫୁଟେଜ ମଧ୍ୟ ସାମ୍ନାକୁ ଆସିଥିଲେ। 

ଜାନୁଆରୀ ୧୧ ତାରିଖରେ ହୋଇଥିବା ବିସ୍ଫୋରଣ ପୂର୍ବରୁ ଜାନୁଆରୀ ୧ ତାରିଖରେ କାବୁଲସ୍ଥିତ ଏକ ସାମରିକ ବିମାନ ବନ୍ଦର ଠାରେ ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ୮ ଜଣ ଲୋକ ଆହତ ହୋଇଥିଲେ। ସେହିପରି ଗତ ୨୯ ଡିସେମ୍ବରରେ ଆଫଗାନିସ୍ତାନର ତାଲୁକାନ ପ୍ରଦେଶ ଠାରେ ଅନ୍ୟ ଏକ ବିସ୍ଫୋରଣ ହୋଇଥିଲା। ଯେଉଁ ଘଟଣାରେ ୪ ଜଣ ଲୋକ ଆହତ ହୋଇଥିଲେ। ଖବର ଅନୁଯାୟୀ, ସରକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କ ଡେସ୍କ ତଳେ ରଖା ଯାଇଥିବା ଏକ ବୋମା ଫାଟିଯିବା ପରେ ଏହି ବିସ୍ଫୋରଣ ହୋଇଥିଲା। ଗତ ୨୬ ଡିସେମ୍ବରରେ ବଦଖଶାନ ପ୍ରଦେଶରେ ହୋଇଥିବା ବିସ୍ଫୋରଣରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା।

କେବଳ ସେତିକି ନୁହେଁ ଆଫଗାନିସ୍ତାନସ୍ଥିତ ଥିବା ଭାରତୀୟ ଦୂତାବାସ ମଧ୍ୟ ଆକ୍ରମଣରୁ ବର୍ତ୍ତି ପାରିନାହିଁ। ଗତ  ୨୦୧୩ ଅଗଷ୍ଟରେ ଜାଲାଲାବାଦସ୍ଥିତ ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଘଟଣାରେ ୩ ଜଣ ଆତ୍ମଘାତୀଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଆଫଗାନିସ୍ତାନ ସେନାର କିଛି ସୈନିକ ମଧ୍ୟ ନିହତ ହୋଇଥିଲେ। ସେହି ସମୟରେ ଆଫଗାନିସ୍ତାନରେ ଭାରତୀୟ ରାଷ୍ଟ୍ରଦୂତ ଅମର ସିହ୍ନା ମୃତ୍ୟୁବରଣ କରିଥିବା ଏବଂ ଆହତଙ୍କ ସମ୍ପର୍କୀୟଙ୍କୁ ଭେଟି ସୁରକ୍ଷା ପ୍ରଦାନ କରିବାକୁ କହିଥିଲେ।

କେବଳ ସେତିକି ନୁହେଁ ଆହତଙ୍କ ସମସ୍ତ ଚିକିତ୍ସା ଆବଶ୍ୟକତା ପାଇଁ ଖର୍ଚ୍ଚ ମଧ୍ୟ ଭାରତୀୟ ଦୂତାବାସ ବହନ କରିଥିଲା। ଗତ ୨୦୧୦ ବର୍ଷରେ କାବୁଲସ୍ଥିତ ଦୁଇଟି ଗେଷ୍ଟ ହାଉସ ଠାରେ ହୋଇଥିବା ଆକ୍ରମଣରେ ୬ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୦୮ ଜୁଲାଇରେ ବ୍ରିଗେଡିୟର୍ ଏବଂ ଦୁଇ ଜଣ ଆଇଟିବିପି କର୍ମଚାରୀ କାର୍ ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିଲେ।