ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ମହଙ୍ଗା ଭତ୍ତାରେ ବୃଦ୍ଧି ପୂର୍ବରୁ ସରକାର କଲେ ଏହି ବଡ଼ ଘୋଷଣା
Advertisement

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ମହଙ୍ଗା ଭତ୍ତାରେ ବୃଦ୍ଧି ପୂର୍ବରୁ ସରକାର କଲେ ଏହି ବଡ଼ ଘୋଷଣା

Travel Allowance: ସେପ୍ଟେମ୍ବର ୧୨ରେ ବ୍ୟୟ ବିଭାଗ (DoE) ତରଫରୁ ଜାରି କରାଯାଇଥିବା ଅଫିସ ଅଫ୍ ମେମୋରେଣ୍ଡମରେ ଏହା ସମ୍ବନ୍ଧୀୟ ସୂଚନା ଦିଆଯାଇଛି । ଅଫିସ୍ ଅଫ୍ ମେମୋରେଣ୍ଡମରେ ତେଜସ୍ ଏକ୍ସପ୍ରେସ୍ ଯାତ୍ରା କରିବାକୁ ସହମତି ଦିଆଯାଇଛି ।

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ମହଙ୍ଗା ଭତ୍ତାରେ ବୃଦ୍ଧି ପୂର୍ବରୁ ସରକାର କଲେ ଏହି ବଡ଼ ଘୋଷଣା

ନୂଆଦିଲ୍ଲୀ: 7th Pay Commission Travel Allowance: ଯଦି ଆପଣ ନିଜେ କିମ୍ବା ଆପଣଙ୍କ ଘରେ କେହି କେନ୍ଦ୍ର କର୍ମଚାରୀ (Central Government Employees) ଅଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । ଦୀର୍ଘ ଦିନ ଧରି କର୍ମଚାରୀମାନେ ମହଙ୍ଗା ଭତ୍ତା ବୃଦ୍ଧି (DA Hike) କୁ ଅପେକ୍ଷା କରି ବସିଛନ୍ତି । ଏହି ସମୟରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ସରକାର ଏକ ବଡ ଉପହାର ପ୍ରଦାନ କରିଛନ୍ତି । ଆଜ୍ଞା ହଁ, କେନ୍ଦ୍ରର ମୋଦି ସରକାର ପାର୍ବଣ ଋତୁରେ ଜୁଲାଇର ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି କରିବା ଘୋଷଣା ପୂର୍ବରୁ କର୍ମଚାରୀମାନଙ୍କୁ ଆଉ ଏକ ଖୁସି ଖବର ଦେଇଛନ୍ତି । ନୂତନ ନିୟମ ଅନୁଯାୟୀ, କେନ୍ଦ୍ର ସରକାରୀ କର୍ମଚାରୀମାନେ ଯାତ୍ରା / ତାଲିମ / ଟ୍ରାନ୍ସଫର/ ଅବସର ସମୟରେ ତେଜସ ଏକ୍ସପ୍ରେସ ମାଧ୍ୟମରେ ଯାତ୍ରା କରିପାରିବେ । ତେଜସ ଏକ୍ସପ୍ରେସରେ ଯାତ୍ରା କରିବାକୁ ଶତାବ୍ଦୀ ଟ୍ରେନର ବରାବର ହିଁ ମନେ କରାଯିବ ।

ସେପ୍ଟେମ୍ବର ୧୨ରେ ବ୍ୟୟ ବିଭାଗ (DoE) ତରଫରୁ ଜାରି କରାଯାଇଥିବା ଅଫିସ ଅଫ୍ ମେମୋରେଣ୍ଡମରେ ଏହା ସମ୍ବନ୍ଧୀୟ ସୂଚନା ଦିଆଯାଇଛି । ଅଫିସ୍ ଅଫ୍ ମେମୋରେଣ୍ଡମରେ ତେଜସ୍ ଏକ୍ସପ୍ରେସ୍ ଯାତ୍ରା କରିବାକୁ ସହମତି ଦିଆଯାଇଛି । କେନ୍ଦ୍ର ସରକାର ମଧ୍ୟ ଏହାର ଅନୁମୋଦନ ଦେଇଛନ୍ତି । ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ଯାତ୍ରା / ଟ୍ରେନିଂ/ଟ୍ରାନ୍ସଫର / ଅବସର ସମୟରେ ତେଜସ୍ ଏକ୍ସପ୍ରେସ ଦ୍ୱାରା ଯାତ୍ରା କରିବାକୁ ସମର୍ଥ ହେବେ । ଏଠାରେ କହି ରଖୁଛୁ ଯେ, ସପ୍ତମ ବେତନ ଆୟୋଗ (7th Pay Commission) ର ସୁପାରିଶରେ ଭ୍ରମଣ ଭତ୍ତା (Travel Allowance) ସମ୍ବନ୍ଧୀୟ ସୂଚନା କେନ୍ଦ୍ରୀୟ ନାଗରିକ ସେବା (ସଂଶୋଧିତ ଦେୟ) ନିୟମ, ୨୦୧୬ରେ ଉଲ୍ଲେଖ କରାଯାଇଛି ।

୨୦୧୭ ଅଫିସ୍ ଅଫ୍ ମେମୋରେଣ୍ଡମ ଅନୁଯାୟୀ, ସରକାରୀ କର୍ମଚାରୀଙ୍କୁ ପ୍ରିମିୟମ୍ ଟ୍ରେନ୍ / ପ୍ରିମିୟମ୍ ତତ୍କାଳ ଟ୍ରେନ୍ / ସୁବିଧା ଟ୍ରେନ୍ ଯୋଗେ ଯାତ୍ରା କରିବାକୁ ଅନୁମତି ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ବିଭାଗ ପ୍ରିମିୟମ୍ ତତ୍କାଳର ଚାର୍ଜ ଓ ଅଫିସିଆଲ୍ ଟୁର୍ / ଟ୍ରେନିଂ ସମୟରେ ଶତାବ୍ଦୀ / ରାଜଧାନୀ / ଦୁରନ୍ତୋ ଟ୍ରେନରେ ଡାଇନାମିକ୍ / ଫ୍ଲେକ୍ସି ଟିକେଟ୍ ଫେରସ୍ତ ପାଇଁ ଅନୁମତି ଦେଇଥିଲା ।

ଅଧିକ ପଢ଼ନ୍ତୁ:-ରାଜସ୍ଥାନରେ 'ସଚିନ ପାଇଲଟ ଜିନ୍ଦାବାଦ' ନାରା ବ୍ୟାନ୍! ଗେହଲୋଟଙ୍କ ମଞ୍ଚରୁ ଜେଲର ଧମକ

ଅଧିକ ପଢ଼ନ୍ତୁ:-ଯେଉଁ ପୁରୁଷଙ୍କ ମଧ୍ୟରେ ରହିଥାଏ କୁକୁରର ଏହି ୫ଟି ଗୁଣ, ତାଙ୍କ ସ୍ତ୍ରୀ ସର୍ବଦା ରହିଥାଏ ସନ୍ତୁଷ୍ଟ

ଅଧିକ ପଢ଼ନ୍ତୁ:-ଆରମ୍ଭ ହେଲା ଆଉ ଏକ ଭୀଷଣ ଯୁଦ୍ଧ, ଲଢ଼େଇରେ ପ୍ରାୟ ୫୦ ସୈନ୍ୟ ମୃତ

 

କେଉଁ ଶ୍ରେଣୀରେ ଯାତ୍ରା କରିବାକୁ ଯୋଗ୍ୟ

ପେ ମ୍ୟାଟ୍ରିକ୍ସରେ ପେ ଲେଭେଲ୍ ୧୨ ଓ ତଦୁର୍ଦ୍ଧ: କାର୍ଯ୍ୟନିର୍ବାହୀ / ଏସି ପ୍ରଥମ ଶ୍ରେଣୀ / ପ୍ରିମିୟମ୍ ତତ୍କାଳ / ସୁବିଧା / ଶତାବ୍ଦୀ / ରାଜଧାନୀ ଟ୍ରେନ୍ ।

ପେ ମ୍ୟାଟ୍ରିକ୍ସରେ ପେ ଲେଭେଲ୍ ୬ ଓ ତଦୁର୍ଦ୍ଧ: ଏସି ଦ୍ୱିତୀୟ ଶ୍ରେଣୀ / ଚେୟାର କାର (ଶତାବ୍ଦୀ ଟ୍ରେନ୍)

ପେ ମ୍ୟାଟ୍ରିକ୍ସରେ ପେ ଲେଭଲ୍ ୫ ଓ ତଦୁର୍ଦ୍ଧ: ପେ ତୃତୀୟ ଶ୍ରେଣୀ / ଚେୟାର କାର୍