ପୁଣି ୪ ପ୍ରତିଶତ ବଢ଼ିଯାଇଛି କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା? ଜାଣନ୍ତୁ ଏହି ଖବରର ସତ୍ୟତା
Advertisement
Article Detail0/zeeodisha/odisha1321289

ପୁଣି ୪ ପ୍ରତିଶତ ବଢ଼ିଯାଇଛି କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା? ଜାଣନ୍ତୁ ଏହି ଖବରର ସତ୍ୟତା

DA Hike:  ଏହି ଖବରରେ ଅର୍ଥ ମନ୍ତ୍ରଣାଳୟ ( Ministry Of Finance ) ର ବ୍ୟୟ ବିଭାଗ ( Departament of Expenditure) ଦ୍ୱାରା ଜାରି କରାଯାଇଥିବା ଏକ ଚିଠି  ( Office Memorundum) ଭାଇରାଲ ହେବାରେ ଲାଗିଛି । ଏହି ଚିଠିରେ ଲେଖାଯାଇଛି ଯେ କେନ୍ଦ୍ରର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) ୩୪ ପ୍ରତିଶତରୁ ୩୮ ପ୍ରତିଶତକୁ ବୃଦ୍ଧି କରାଯାଇଛି ।

ପୁଣି ୪ ପ୍ରତିଶତ ବଢ଼ିଯାଇଛି କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା? ଜାଣନ୍ତୁ ଏହି ଖବରର ସତ୍ୟତା

ନୂଆଦିଲ୍ଲୀ: DA Hike: ସୋସିଆଲ ମିଡିଆରେ ଏକ ଖବର ଲଗାତର ଭାଇରାଲ  ( Viral News) ହେବାରେ ଲାଗିଛି । ଏହି ଖବରରେ ଅର୍ଥ ମନ୍ତ୍ରଣାଳୟ ( Ministry Of Finance ) ର ବ୍ୟୟ ବିଭାଗ ( Departament of Expenditure) ଦ୍ୱାରା ଜାରି କରାଯାଇଥିବା ଏକ ଚିଠି  ( Office Memorundum) ଭାଇରାଲ ହେବାରେ ଲାଗିଛି । ଏହି ଚିଠିରେ ଲେଖାଯାଇଛି ଯେ କେନ୍ଦ୍ରର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) ୩୪ ପ୍ରତିଶତରୁ ୩୮ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏହି ଚିଠିରେ ମଧ୍ୟ ଲେଖାଯାଇଛି ଯେ ମହଙ୍ଗା ଭତ୍ତା (DA) ବୃଦ୍ଧି ପାଇଁ ଆଦେଶ ଜୁଲାଇ ୧, ୨୦୨୨ରୁ କାର୍ଯ୍ୟକାରୀ ହୋଇଛି । PIB ଏହି ଖବରକୁ ଫ୍ୟାକ୍ଟ-ଚେକ୍ (PIB Fact Check) କରିଛି ଓ ଏହି ଖବରକୁ ମିଛ ବା ଫେକ୍ ବୋଲି କହିଛି ।

ବାସ୍ତବରେ, ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗର ବିଜ୍ଞପ୍ତି ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଲେଖାଯାଇଛି ଯେ, ରାଷ୍ଟ୍ରପତି ଆନନ୍ଦର ସହ ନିଷ୍ପତ୍ତି ନେଇଛନ୍ତି ଯେ ଜୁଲାଇ ୧, ୨୦୨୨ରୁ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୪ ପ୍ରତିଶତରୁ ବୃଦ୍ଧି କରି ୩୮ ପ୍ରତିଶତ କରାଯାଉଛି । ମହଙ୍ଗା ଭତ୍ତା ବୃଦ୍ଧି ପରେ ସେପ୍ଟେମ୍ବର ୨୦୨୨ର ଦରମା ସହିତ ବକେୟା ଅର୍ଥ ପ୍ରଦାନ କରାଯିବ । କିନ୍ତୁ PIB ନିଜର ଫ୍ୟାକ୍ ଚେକରେ ଏହି ଆଦେଶକୁ ଫେକ୍ ବୋଲି କହିଛି । PIB ଅନୁଯାୟୀ, ବ୍ୟୟ ବିଭାଗ ଦ୍ୱାରା ସେପରି କୌଣସି ଆଦେଶ ଜାରି କରାଯାଇନାହିଁ ।

ଭାଇରାଲ୍ ହେଉଥିବା ଖବରକୁ PIB ଫ୍ୟାକ୍ଟ-ଚେକ୍ କରିଛି । PIB ଏହାର ଫ୍ୟାକ୍ଟଚେକରେ କହିଛି ଯେ, ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ନାମରେ ଏକ ଫେକ୍ ଆଦେଶ ଜାରି କରାଯାଇଛି ଯେଉଁଥିରେ ଦର୍ଶାଯାଇଛି ଯେ ଜୁଲାଇ ୧, ୨୦୨୨ରୁ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ଅତିରିକ୍ତ ଭତ୍ତା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । PIB ଏହାର ଫ୍ୟାକ୍ଟ ଚେକରେ ଏହି ଖବରକୁ ମିଛ ଓ ଫେକ୍ ବୋଲି କହିଛି ।

ଏହା ବି ପଢ଼ନ୍ତୁ:-'ନୀତିଶ କୁମାରଙ୍କ କାଉଣ୍ଟଡାଉନ୍ ଆରମ୍ଭ, ଯେକୌଣସି ସମୟରେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ତେଜସ୍ୱୀ ଯାଦବ'

ଏହା ବି ପଢ଼ନ୍ତୁ:-ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ସଂପୂର୍ଣ୍ଣ ରୂପେ ଶେଷ ହେଲା ଏହି ଖେଳାଳିଙ୍କ କ୍ୟାରିୟର! ଅବସର ନେବାକୁ ବାଧ୍ୟ

ଏହା ବି ପଢ଼ନ୍ତୁ:-ପାକିସ୍ତାନକୁ ପୁଣି ଥରେ ସଙ୍କଟରୁ ଉଦ୍ଧାର କରିବ ଏହି ଦେଶ, କଲା ବଡ଼ ଘୋଷଣା

ସୂଚନାଯୋଗ୍ୟ, ବିଗତ ମାର୍ଚ୍ଚ ମାସରେ ମୋଦି ସରକାର କର୍ମଚାରୀଙ୍କ ଡିଏକୁ ତିନି ପ୍ରତିଶତ ବୃଦ୍ଧି କରିଥିଲେ । ଏହି ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଡିଏ ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ତ୍ତମାନ ଅନୁମାନ କରାଯାଉଛି ଯେ ପୁଣି ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ହୋଇପାରେ । ଯଦି ଏଥିରେ ୪ ପ୍ରତିଶତ ବୃଦ୍ଧି ହୁଏ, ତେବେ କେନ୍ଦ୍ର କର୍ମଚାରୀଙ୍କ ଡିଏ ୩୪ ପ୍ରତିଶତରୁ ୩୮ ପ୍ରତିଶତକୁ ବୃଦ୍ଧି ପାଇବ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ୪୭ ଲକ୍ଷ କର୍ମଚାରୀ ଓ ୬୮ ଲକ୍ଷ ପେନସନଭୋଗୀଙ୍କୁ ଲାଭ ପହଞ୍ଚାଇବ ।