୫୨ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର, ଫିଟମେଣ୍ଟ ଫ୍ୟାକ୍ଟରକୁ ନେଇ ଆସିଲା ବଡ଼ ଅପଡେଟ୍; ଏତେ ବଢ଼ିବ ଦରମା!
Advertisement

୫୨ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର, ଫିଟମେଣ୍ଟ ଫ୍ୟାକ୍ଟରକୁ ନେଇ ଆସିଲା ବଡ଼ ଅପଡେଟ୍; ଏତେ ବଢ଼ିବ ଦରମା!

Fitment Factor: କର୍ମଚାରୀଙ୍କ ବେତନରେ ଫିଟମେଣ୍ଟ ଫ୍ୟାକ୍ଟର୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଭାବରେ ମନେ କରାଯାଏ । ଏଥିରୁ ମୌଳିକ ବେତନ ବା ବେସିକ ସାଲେରୀ ସ୍ଥିର କରାଯାଇଥାଏ ଓ ଭତ୍ତା ମଧ୍ୟ ସ୍ୱୟଂଚାଳିତ ଭାବରେ ବଢ଼ିଥାଏ । ୨୦୧୬ରେ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି କରାଯାଇଥିଲା ଓ ସର୍ବନିମ୍ନ ବେସିକ ବେତନ  ୬,୦୦୦ରୁ ୧୮,୦୦୦ଟଙ୍କାକୁ ବୃଦ୍ଧି କରାଯାଇଥିଲା ।

୫୨ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର, ଫିଟମେଣ୍ଟ ଫ୍ୟାକ୍ଟରକୁ ନେଇ ଆସିଲା ବଡ଼ ଅପଡେଟ୍; ଏତେ ବଢ଼ିବ ଦରମା!

ନୂଆଦିଲ୍ଲୀ: 7th Pay Commission, Fitment Factor, Central Government Employees: ଯଦି ଆପଣଙ୍କ ଘରେ କେହି କିମ୍ବା ଆପଣ ନିଜେ ଜଣେ କେନ୍ଦ୍ରର ସରକାରୀ କର୍ମଚାରୀ (Central Government Employees) ତେବେ ଆପଣଙ୍କ ପାଇଁ ଭଲ ଖବର ଆସିଛି । ଏହି ଖବର ଏପରି ସରକାରୀ କର୍ମଚାରୀଙ୍କ ପାଇଁ ଯେଉଁମାନେ ଦୀର୍ଘ ଦିନ ଧରି ଫିଟମେଣ୍ଟ ଫ୍ୟାକ୍ଟର ( Fitment Factor) ର ପରିବର୍ତ୍ତନକୁ ଅପେକ୍ଷା କରୁଛନ୍ତି । ଫିଟମେଣ୍ଟ ଫ୍ୟାକ୍ଟରରେ ପରିବର୍ତ୍ତନ ଆସିବା ମାତ୍ରେ ବେତନ ସଂରଚନାରେ ଏକ ବଡ଼ ପରିବର୍ତ୍ତନ ହେବ । ଜୀ ମିଡିଆକୁ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସେପ୍ଟେମ୍ବର ଶେଷରେ ସପ୍ତମ ବେତନ ଆୟୋଗ (7th Pay Commission) ଅଧୀନରେ କେନ୍ଦ୍ର କର୍ମଚାରୀଙ୍କ ଦରମା ବୃଦ୍ଧି (Salary Hike) ହୋଇପାରେ । 

ଏହା ବ୍ୟତୀତ ଫିଟମେଣ୍ଟ ଫ୍ୟାକ୍ଟର୍ ଉପରେ ସରକାର ନିଜେ ସେପ୍ଟେମ୍ବରରେ ନିଷ୍ପତ୍ତି ନେଇପାରନ୍ତି । ଏଥିରେ ପରିବର୍ତ୍ତନ ଆସିବା ମାତ୍ରେ କର୍ମଚାରୀଙ୍କ ସର୍ବନିମ୍ନ ବେସିକ ଦରମା ବୃଦ୍ଧି ପାଇବ । ଫିଟମେଣ୍ଟ ଫ୍ୟାକ୍ଟରରେ ପରିବର୍ତ୍ତନ ଆସିବା ମାତ୍ରେ ଏହାର ପ୍ରଭାବ ପୂରା ବେତନ ଉପରେ ଦୃଶ୍ୟମାନ ହେବ । ସେପ୍ଟେମ୍ବର ଶେଷ ସୁଦ୍ଧା ଫିଟମେଣ୍ଟ ଫ୍ୟାକ୍ଟର୍ ସମ୍ବନ୍ଧରେ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ଆଶା କରାଯାଉଛି । ଯଦି ଏହା ଉପରେ ସହମତ ହୁଏ, ତେବେ ଫିଟମେଣ୍ଟ ଫ୍ୟାକ୍ଟର୍ ଅଧୀନରେ ୫୨ ଲକ୍ଷରୁ ଅଧିକ କେନ୍ଦ୍ର କର୍ମଚାରୀଙ୍କ ମୌଳିକ ଦରମା ବୃଦ୍ଧି ହୋଇଯିବ । ସରକାରୀ କର୍ମଚାରୀମାନେ ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି ପାଇଁ ଦୀର୍ଘ ସମୟ ଧରି ଦାବି କରିଆସୁଛନ୍ତି ।

ବର୍ତ୍ତମାନ କର୍ମଚାରୀଙ୍କ ଫିଟମେଣ୍ଟ ଫ୍ୟାକ୍ଟର୍ ହେଉଛି ୨.୫୭ ପ୍ରତିଶତ ଓ କର୍ମଚାରୀମାନେ ଏହାକୁ ୩.୬୮ ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି କରୁଛନ୍ତି । ଯାହା ଦ୍ୱାରା ସର୍ବନିମ୍ନ ବେତନ (Minimum Basic Salary) ୮୦୦୦ ବୃଦ୍ଧି ହୋଇପାରିବ । ଯଦି ଏପରି ହୁଏ ତେବେ ବେସିକ ଦରମା ୧୮୦୦ରୁ ୨୬୦୦କୁ ବୃଦ୍ଧି ପାଇବ । ୫୨ ଲକ୍ଷ କର୍ମଚାରୀ ଏହାର ଲାଭ ପାଇବେ । ଯଦିଓ ପୂର୍ବରୁ ଖବର ଆସୁଥିଲା ଯେ, ସରକାରୀ କୋଷ ଉପରେ ଭାର ବଢ଼ିବା କାରଣରୁ ମୋଦି ସରକାର ୨୦୨୨ ମସିହାରେ ଫିଟମେଣ୍ଟ ଫ୍ୟାକ୍ଟର୍ ବଢ଼ାଇବା ମୁଡରେ ନାହାଁନ୍ତି । କିନ୍ତୁ ବର୍ତ୍ତମାନ ଏହା ମଧ୍ୟ କୁହାଯାଉଛି କି ଏହା ଉପରେ ଶୀଘ୍ର ବିଚାର କରାଯାଇପାରେ । ତେବେ ଏପର୍ଯ୍ୟନ୍ତ ଏ ବାବଦରେ ସରକାର କୌଣସି ଆଧିକାରୀକ ବୟାନ କିମ୍ବା ପୃଷ୍ଟି କରିନାହାଁନ୍ତି । 

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜୁନ ୨୦୧୭ରେ ୩୪ଟି ସଂଶୋଧନ ସହିତ ସପ୍ତମ ବେତନ ଆୟୋଗ (7th Pay Commission) ର ସୁପାରିଶ ଅନୁମୋଦନ ପରେ ଏଣ୍ଟ୍ରି ସ୍ତରର ବେସିକ ଦରମା ମାସକୁ ୭,୦୦୦ରୁ ବୃଦ୍ଧି କରି ୧୮,୦୦୦ ଟଙ୍କା କରାଯାଇଥିଲାବେଳେ ସର୍ବୋଚ୍ଚ ସ୍ତରର ଅର୍ଥାତ୍ ସଚିବଙ୍କୁ ୯୦,୦୦୦ରୁ ବୃଦ୍ଧି କରି ୨.୫ ଲକ୍ଷ ଟଙ୍କା କରାଯାଇଥିଲା । କୁହାଯାଉଛି ଯେ, ସରକାର କର୍ମଚାରୀଙ୍କ ଦରମାକୁ ୧୦ ବର୍ଷରେ ଥରେ ନୁହେଁ ବରଂ ସମୟ ସମୟରେ ସଂଶୋଧନ କରିବା ଉଚିତ । ସପ୍ତମ ବେତନ ଆୟୋଗରେ ଯେଉଁ ପେ ମ୍ୟାଟ୍ରିକ୍ସ (Pay matrix) ତିଆରି କରାଯାଇଛି, ତାହା ଫିଟମେଣ୍ଟ ଫ୍ୟାକ୍ଟର (Fitment Factor) ଉପରେ ଆଧାରିତ ।

ଏହା ବି ପଢ଼ନ୍ତୁ:-ହେଲମେଟ ପିନ୍ଧିବା ପରେ ମଧ୍ୟ କଟିବ ଚାଲାଣ, ଜାଣନ୍ତୁ ମୋଟର ଯାନ ଅଧିନିୟମର ଏହି ନୂତନ ନିୟମ ବିଷୟରେ...

ଏହା ବି ପଢ଼ନ୍ତୁ:-ଯଦି ଆପଣ ବିବାହିତ ତେବେ ରାସନ କାର୍ଡରେ ଶୀଘ୍ର କରି ନିଅନ୍ତୁ ଏହି ଜରୁରୀ ଅପଡେଟ୍, ନଚେତ୍ ହେବ ବଡ଼ କ୍ଷତି

ଏହା ବି ପଢ଼ନ୍ତୁ:-ବିହାରରେ ହୋଇଥିବା ରାଜନୈତିକ ପରିବର୍ତ୍ତନ ସାରା ଦେଶକୁ କରିବ ପ୍ରଭାବିତ କରିବ? ପ୍ରଶାନ୍ତ କିଶୋର କଲେ ଏହି ଭବିଷ୍ୟବାଣୀ

 

କର୍ମଚାରୀଙ୍କ ବେସିକ ବେତନ ସପ୍ତମ ବେତନ କମିଶନର ଫିଟମେଣ୍ଟ ଫ୍ୟାକ୍ଟର ୨.୫୭ରେ ଗୁଣନ କରି ଗଣନା କରାଯାଏ । ଉଦାହରଣ ସ୍ୱରୂପ, Current Entry Pay ୭୦୦୦ ଟଙ୍କା । ଯଦି ପ୍ତମ ବେତନ କମିଶନର ଫିଟମେଣ୍ଟ ଫ୍ୟାକ୍ଟର ଲାଗିବା ପରେ Entry Pay ୭,୦୦୦ X ୨.୫୭= ୧୮୦୦୦ ଟଙ୍କା ହେବ । ଯଦି ଏହାକୁ ୩କୁ ବୃଦ୍ଧି କରାଯାଏ ତେବେ ବେସିକ ଦରମା ୨୧୦୦୦ ଟଙ୍କା ହେବ । ଉଦାହରଣ ସ୍ୱରୂପ, Current Entry Pay ୭୦୦୦ ଟଙ୍କା । ଯଦି ପ୍ତମ ବେତନ କମିଶନର ଫିଟମେଣ୍ଟ ଫ୍ୟାକ୍ଟର ଲାଗିବା ପରେ Entry Pay ୭,୦୦୦ X ୩= ୨୧,୦୦୦ ଟଙ୍କା ହେବ । 

ଆପଣଙ୍କୁ କହିରଖୁଛୁ ଯେ, କର୍ମଚାରୀଙ୍କ ବେତନରେ ଫିଟମେଣ୍ଟ ଫ୍ୟାକ୍ଟର୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଭାବରେ ମନେ କରାଯାଏ । ଏଥିରୁ ମୌଳିକ ବେତନ ବା ବେସିକ ସାଲେରୀ ସ୍ଥିର କରାଯାଇଥାଏ ଓ ଭତ୍ତା ମଧ୍ୟ ସ୍ୱୟଂଚାଳିତ ଭାବରେ ବଢ଼ିଥାଏ । ୨୦୧୬ରେ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି କରାଯାଇଥିଲା ଓ ସର୍ବନିମ୍ନ ବେସିକ ବେତନ  ୬,୦୦୦ରୁ ୧୮,୦୦୦ଟଙ୍କାକୁ ବୃଦ୍ଧି କରାଯାଇଥିଲା ।