କେନ୍ଦ୍ର କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ପୁଣି ବଢ଼ିବ ମହଙ୍ଗା ଭତ୍ତା! ଜାଣନ୍ତୁ ଏଥର କେତେ ହେବ ବୃଦ୍ଧି
Advertisement

କେନ୍ଦ୍ର କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ପୁଣି ବଢ଼ିବ ମହଙ୍ଗା ଭତ୍ତା! ଜାଣନ୍ତୁ ଏଥର କେତେ ହେବ ବୃଦ୍ଧି

DA Hike: ଆପଣଙ୍କୁ କହିରଖୁଛୁ ଯେ, ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ଆଧାରରେ ଜାନୁଆରୀ ଓ ଜୁଲାଇ ମାସରେ କେନ୍ଦ୍ର ସରକାର ବର୍ଷକୁ ଦୁଇଥର DA ଓ DR ସଂଶୋଧନ କରନ୍ତି । ଦେଶରେ ମୁଦ୍ରାସ୍ଫୀତି ଆରବିଆଇର ଆକଳନଠାରୁ ଅଧିକ ପହଞ୍ଚିଛି । ଦେଶରେ ମୁଦ୍ରାସ୍ଫୀତି ଆରବିଆଇର ଆକଳନଠାରୁ ଅଧିକ ପହଞ୍ଚିଛି ।

କେନ୍ଦ୍ର କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ପୁଣି ବଢ଼ିବ ମହଙ୍ଗା ଭତ୍ତା! ଜାଣନ୍ତୁ ଏଥର କେତେ ହେବ ବୃଦ୍ଧି

ନୂଆଦିଲ୍ଲୀ: 7th Pay Commission, DA Hike: ଦେଶର ଅନେକ ରାଜ୍ୟ ସରକାର ସେମାନଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁଥିରେ ମଧ୍ୟପ୍ରଦେଶ, ଗୁଜୁରାଟ, ଛତିଶଗଡ ଏବଂ ତ୍ରିପୁରା ସରକାର ସାମିଲ ଅଛନ୍ତି । ଉଲ୍ଲେଖଥାଉ କି, ଦେଢ଼ ବର୍ଷ ମଧ୍ୟରେ ଏହି ସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଅଛି । ଏହା ମଧ୍ୟ ଏକ ବଡ଼ କାରଣ ଯେ ଏହି ସରକାରମାନେ ସରକାରୀ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଭୋଟ୍ ପାଇବାକୁ ଏହି ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ବର୍ତ୍ତମାନ ସମସ୍ତଙ୍କ ନଜର କେନ୍ଦ୍ର ସରକାରଙ୍କ ଉପରେ ରହିଛି । କେନ୍ଦ୍ର କର୍ମଚାରୀମାନେ (Central Government Employees)  ମୋଦି ସରକାର (Modi Government) ଙ୍କ ମହଙ୍ଗା ଭତ୍ତା ବୃଦ୍ଧି (DA Hike) ଘୋଷଣାକୁ ଅପେକ୍ଷା କରି ବସିଛନ୍ତି ।

ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନ ଉପରେ ବର୍ତ୍ତମାନ କିଛି କହିବା କଷ୍ଟକର । କାରଣ ବେତନ ବୃଦ୍ଧି (Salary Hike) ପାଇଁ ଅଷ୍ଟମ ବେତନ ଆୟୋଗ ଗଠନ ପାଇଁ ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । କିନ୍ତୁ ମୋଦି ସରକାର ଡେମେସ କଣ୍ଟ୍ରୋଲ କରିବା ପାଇଁ କେନ୍ଦ୍ରୀୟ କର୍ମଚାରୀ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି । ମନେ କରାଯାଉଛି ଯେ, ପାର୍ବଣ ଋତୁରେ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ବୃଦ୍ଧିକୁ ସରକାର ମୋହର ମାରିପାରନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ଆଧାରରେ ଜାନୁଆରୀ ଓ ଜୁଲାଇ ମାସରେ କେନ୍ଦ୍ର ସରକାର ବର୍ଷକୁ ଦୁଇଥର DA ଓ DR ସଂଶୋଧନ କରନ୍ତି । ଦେଶରେ ମୁଦ୍ରାସ୍ଫୀତି ଆରବିଆଇର ଆକଳନଠାରୁ ଅଧିକ ପହଞ୍ଚିଛି । ଖୁଚୁରା ମୁଦ୍ରାସ୍ଫୀତି ଆରବିଆଇର ସହନଶୀଳତା ସ୍ତରରୁ ୬ ପ୍ରତିଶତ ଅତିକ୍ରମ କରିଛି । ଜୁଲାଇ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୧୭ ପ୍ରତିଶତ ହୋଇଛି । ୨୦୨୨ ବର୍ଷର ପ୍ରଥମାର୍ଦ୍ଧ ପାଇଁ ଜାନୁଆରୀରୁ ଜୁନ୍ ପର୍ଯ୍ୟନ୍ତ ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ବର୍ତ୍ତମାନ ଜୁଲାଇ ମାସରୁ ଡିସେମ୍ବର ମାସ ପାଇଁ ମହଙ୍ଗା ଭତ୍ତାର ବୃଦ୍ଧିକୁ ଅପେକ୍ଷା କରାଯାଇଛି ।

ଏହା ବି ପଢ଼ନ୍ତୁ:-ସର୍ଭେ: ଜାଣନ୍ତୁ ଦେଶର ନମ୍ବର ୧ ଅଭିନେତା କିଏ, ଅମିତାଭ ବଚ୍ଚନ-ଅକ୍ଷୟ କୁମାର-ଶାହରୁଖ ଖାନ; ନା ଅନ୍ୟ କେହି

ଏହା ବି ପଢ଼ନ୍ତୁ:-ଶକ୍ତି ପ୍ରଦର୍ଶନ ପୂର୍ବରୁ ଜେଡିୟୁରେ ବିଦ୍ରୋହ! ଦଳର ବିଧାୟକ ମନ୍ତ୍ରୀଙ୍କ ବିରୋଧୀରେ ଆଣିଲେ ଦାଦାବଟି ଆଦାୟ ଓ ହତ୍ୟା ପରି ଗୁରୁତର ଅଭିଯୋଗ

ଏହା ବି ପଢ଼ନ୍ତୁ:-ପତଞ୍ଜଳି ଗାଈ ଘିଅର ନମୁନା ପରୀକ୍ଷଣରେ ଫେଲ୍; ଲାବୋରେଟୋରୀ ରିପୋର୍ଟରେ କୁହାଯାଇଛି ଘିଅରେ ହୋଇଛି ମିଶ୍ରଣ, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

ସୂଚନାଯୋଗ୍ୟ, ବିଗତ ମାର୍ଚ୍ଚ ମାସରେ ମୋଦି ସରକାର କର୍ମଚାରୀଙ୍କ ଡିଏକୁ ତିନି ପ୍ରତିଶତ ବୃଦ୍ଧି କରିଥିଲେ । ଏହି ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଡିଏ ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ତ୍ତମାନ ଅନୁମାନ କରାଯାଉଛି ଯେ ପୁଣି ୫ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ହୋଇପାରେ । ଯଦି ଏଥିରେ ପାଞ୍ଚ ପ୍ରତିଶତ ବୃଦ୍ଧି ହୁଏ, ତେବେ କେନ୍ଦ୍ର କର୍ମଚାରୀଙ୍କ ଡିଏ ୩୪ ପ୍ରତିଶତରୁ ୩୯ ପ୍ରତିଶତକୁ ବୃଦ୍ଧି ପାଇବ । କୁହାଯାଉଛି ଯେ ଡିଏ ବୃଦ୍ଧି ଘୋଷଣା ଖୁବ୍ ଶୀଘ୍ର କରାଯାଇପାରେ । ତେବେ ଏ ବାବଦରେ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରୀକ ବୟାନ ଆସିନାହିଁ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ୪୭ ଲକ୍ଷ କର୍ମଚାରୀ ଓ ୬୮ ଲକ୍ଷ ପେନସନଭୋଗୀଙ୍କୁ ଲାଭ ପହଞ୍ଚାଇବ ।