ଭାରତ ବର୍ତ୍ତମାନ ଅମୃତକାଳରେ ପ୍ରବେଶ କରୁଛି, ଆସନ୍ତା ୨୫ ବର୍ଷ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ: ପିଏମ ମୋଦି
Advertisement
Article Detail0/zeeodisha/odisha1302985

ଭାରତ ବର୍ତ୍ତମାନ ଅମୃତକାଳରେ ପ୍ରବେଶ କରୁଛି, ଆସନ୍ତା ୨୫ ବର୍ଷ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ: ପିଏମ ମୋଦି

76th Indipendence Day: ଦେଶକୁ ସମ୍ବୋଧିତ କରି ପିଏମ ମୋଦି (PM Modi) କହିଛନ୍ତି ଯେ, ଏହି ସ୍ୱାଧୀନତା ଦିବସରେ ମୁଁ ସମସ୍ତ ଭାରତୀୟ ଓ ଯେଉଁମାନେ ଭାରତକୁ ଭଲ ପାଆନ୍ତି ସେମାନଙ୍କୁ ଅଭିନନ୍ଦନ ଜଣାଉଛି । 

ଭାରତ ବର୍ତ୍ତମାନ ଅମୃତକାଳରେ ପ୍ରବେଶ କରୁଛି, ଆସନ୍ତା ୨୫ ବର୍ଷ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ: ପିଏମ ମୋଦି

ନୂଆଦିଲ୍ଲୀ: 76th Indipendence Day: ୭୬ ତମ ସ୍ୱାଧୀନତା ଦିବସ (Indipendence Day) ଅବସରରେ ଲାଲକିଲା (Red Fort) ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହାପରେ ଲାଲକିଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  (PM Narendra Modi) ଦେଶବାସୀଙ୍କୁ ସମ୍ୱୋଧନ କରୁଛନ୍ତି । ଯାହା ଉପରେ ସାରା ଦେଶର ନଜର ରହଛି । ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ଆଜି ବିଶ୍ୱର କୋଣ କୋଣରେ ଭାରତର ତ୍ରିରଙ୍ଗା ଗର୍ବର ସହିତ ଉଡ଼ୁଛି । ଭାରତ ବର୍ତ୍ତମାନ ଅମୃତକାଳରେ ପ୍ରବେଶ କରୁଛି, ଆସନ୍ତା ୨୫ ବର୍ଷ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ।

ଦେଶକୁ ସମ୍ବୋଧିତ କରି ପିଏମ ମୋଦି (PM Modi) କହିଛନ୍ତି ଯେ, ଏହି ସ୍ୱାଧୀନତା ଦିବସରେ ମୁଁ ସମସ୍ତ ଭାରତୀୟ ଓ ଯେଉଁମାନେ ଭାରତକୁ ଭଲ ପାଆନ୍ତି ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ଏକ ନୂତନ ସଂକଳ୍ପ ସହିତ ଏକ ନୂତନ ଦିଗକୁ ଯିବାର ଦିନ । ସ୍ୱାଧୀନତାର ଲଢ଼େଇରେ ଦାସତ୍ୱର ସମ୍ପୂର୍ଣ୍ଣ ସମୟ ସଂଘର୍ଷରେ ଅତିବାହିତ ହୋଇଛି । ଭାରତର ଏପରି କୌଣସି କୋଣ ନଥିଲା ଯେଉଁଠାରେ ଲୋକମାନେ ଶହ ଶହ ବର୍ଷ ଧରି ଦାସତ୍ୱ ବିରୁଦ୍ଧରେ ଲଢ଼ି ନଥିଲେ । ଆଜି ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ପ୍ରତ୍ୟେକ ମହାପୁରୁଷଙ୍କ ତ୍ୟାଗର ବଳିଦାନକୁ ପ୍ରଣାମ କରିବାର ଅବସର ଆସିଛି । ସେମାନଙ୍କର ସ୍ୱପ୍ନକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ନେବା ପାଇଁ  ଏହା ଏକ ସୁଯୋଗ ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ମଙ୍ଗଲ ପାଣ୍ଡେ, ତାନ୍ତିଆ ଟୋପେ, ଭଗତ ସିଂ, ସୁଖଦେବ, ରାଜଗୁରୁ, ଚନ୍ଦ୍ରଶେଖର ଆଜାଦ, ଆଶଫକୁଲ୍ଲା ଖାନ, ରାମ ପ୍ରସାଦ ବିସ୍ମିଲ ଏବଂ ବ୍ରିଟିଶ ଶାସନର ମୂଳଦୁଆ ହଲାଇଦେଇଥିବା ଆମ ଅସଂଖ୍ୟ ବିପ୍ଳବୀଙ୍କୁ ଦେଶ କୃତଜ୍ଞ । ଯେତେବେଳେ ଭାରତର ମହିଳାମାନଙ୍କ ଶକ୍ତିକୁ ମନେ ପକାଯାଇଥାଏ ସେତେବେଳେ ପ୍ରତ୍ୟେକ ଭାରତୀୟ ଗର୍ବିତ ହୋଇଥାଏ, ସେ ରାଣୀ ଲକ୍ଷ୍ମୀବାଇ ହୁଅନ୍ତୁ ବା ଝଲକାରୀ ବାଇ, ଚେନ୍ନମ୍ମା, ବେଗମ୍ ହଜରତ ମହଲ ।

ଆମେ ବହୁତ କଷ୍ଟ ସହିଛୁ । କେତେବେଳେ ଆତଙ୍କବାଦ, କେତେବେଳେ ଯୁଦ୍ଧ, କେତେବେଳେ ଆମେ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇଛୁ । ସ୍ୱାଧୀନତାର ପୂରା କାଳଖଣ୍ଡ ସଂଗ୍ରାମରେ ଅତିବାହିତ ହୋଇଛି । ଆଜି ପ୍ରତ୍ୟେକ ବଳିଦାନ ଓ ତ୍ୟାଗୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର ଏକ ସୁଯୋଗ । ନେଟାଜୀ ଓ ଆମ୍ବେଦକରଙ୍କୁ ମନେ କରିବାର ସମୟ ଆସିଛି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଯେତେବେଳେ ଆମେ ସ୍ୱାଧୀନତା ସଂଗ୍ରାମ ବିଷୟରେ ଆଲୋଚନା କରିବା, ସେତେବେଳେ ଆମେ ଆଦିବାସୀ ସମ୍ପ୍ରଦାୟକୁ ଭୁଲି ପାରିବା ନାହିଁ । ଭଗବାନ ବିର୍ସା ମୁଣ୍ଡା, ସିଦ୍ଧୁ-କାନ୍ହୁ, ଅଲ୍ଲୁରୀ ସୀତାରାମ ରାଜୁ, ଗୋବିନ୍ଦ ଗୁରୁ- ଏପରି ଅସଂଖ୍ୟ ନାମ ଅଛି ଯେଉଁମାନେ ସ୍ୱାଧୀନତା ସଂଗ୍ରାମର ସ୍ୱର ପାଲଟିଥିଲେ ଏବଂ ମାତୃଭୂମି ପାଇଁ ବଞ୍ଚିବା ଓ ମରିବା ପାଇଁ ଆଦିବାସୀ ସମ୍ପ୍ରଦାୟକୁ ପ୍ରେରଣା ଦେଇଥିଲେ ।

ଏହା ବି ପଢ଼ନ୍ତୁ:-ପ୍ରଥମ ଥର ପାଇଁ ସ୍ୱଦେଶୀ ଗନରେ ୨୧ ତୋପର ଦିଆଗଲା ସଲାମୀ, ଜାଣନ୍ତୁ ଏଥର ସ୍ୱାଧୀନତା ଦିବସ କାହିଁକି ଏତେ ଖାସ୍

ଏହା ବି ପଢ଼ନ୍ତୁ:-ରାଜ୍ୟରେ ଆଜି ବି ପ୍ରବଳ ବର୍ଷିବ! ୧୨ ଜିଲ୍ଲା ପାଇଁ ରେଡ୍ ଓ ୧୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଏହା ବି ପଢ଼ନ୍ତୁ:-ଭାରତ ବ୍ୟତୀତ ଏହି ୫ଟି ଦେଶ ମଧ୍ୟ ଅଗଷ୍ଟ ୧୫ରେ ପାଳନ କରନ୍ତି ସ୍ୱାଧୀନତା ଦିବସ