Road Accident: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର, ଘଟଣାସ୍ଥଳରେ ୬ ମୃତ
Advertisement
Article Detail0/zeeodisha/odisha2270178

Road Accident: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର, ଘଟଣାସ୍ଥଳରେ ୬ ମୃତ

Road Accident: ଏ-ମିତିବି ଆସେ ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଅକାଳରେ ଲିଭିଗଲା ୬ ଜୀବନ ଦୀପ। ଭାରସାମ୍ୟ ହରାଇ କେନାଲକୁ ଖସି ପଡିଲା କାର୍ । ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

 

Road Accident: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର, ଘଟଣାସ୍ଥଳରେ ୬ ମୃତ

Road Accident: ଏ-ମିତିବି ଆସେ ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଅକାଳରେ ଲିଭିଗଲା ୬ ଜୀବନ ଦୀପ। ଭାରସାମ୍ୟ ହରାଇ କେନାଲକୁ ଖସି ପଡିଲା କାର୍ । ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଛି ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି । ମହାରାଷ୍ଟ୍ରର ସାଙ୍ଗିଲି ଜିଲ୍ଲାରେ ଘଟିଛି ଏଭଳି ଛାତିଥରା ଦୁର୍ଘଟଣା। 

 

ALSO READ: Budh Asta 2024: ଏହି ସବୁ ରାଶିଙ୍କ ପାଇଁ ସଙ୍କଟ ଆଣିବ ବୁଧଙ୍କ ଚଳନ, ଧନହାନୀ ସହ ରହିଛି...

ସୂଚନା ଅନୁସାରେ, ବୁଧବାର ଦିନ ସକାଳ ସମୟରେ ମହାରାଷ୍ଟ୍ରର ତାସଗାଓ(Tasgaon) ଅଞ୍ଚଳର ଏକ ପରିବାର ଏକ ଜନ୍ମଦିନ ପାର୍ଟି ପାଇଁ କବାଟେ-ମହାକାଳ ଅଞ୍ଚଳକୁ (Kavathe-Mahankal) ଏକ କାର୍ ଯୋଗେ ଯାଇଥିଲେ। ଏବଂ ଜନ୍ମଦିନ ପାର୍ଟିରେ ଯୋଗ ଦେଇ ଘରକୁ ଫେରିବା ବାଟରେ ହଠାତ୍ କାରଟି ଭାରସାମ୍ୟ ହରାଇ ସାଙ୍ଗିଲି ନିକଟରେ ଥିବା ତାସଗାଓ-ମନେରାଜୁରୀ କେନାଲକୁ ଖସି ପଡିଥିଲା। ଫଳରେ ଘଟଣାସ୍ଥଳରେ କାର୍ ମଧ୍ୟରେ ଥିବା ୭ ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। 

ପୋଲିସ୍ ଘଟଣାସ୍ଥଳରେ ପହଞ୍ଚ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିବା ସହିତ ମୃତଦେହକୁ ଉଦ୍ଧାର କରି ପୋଷ୍ଟମଟମ୍ ପାଇଁ ପଠାଇଛି। ୬ ଜଣ ମୃତକ ଗୋଟିଏ ପରିବାରର ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରେ ତିନି ଶିଶୁ ମଧ୍ୟ ରହିଛି। ମୃତକମାନେ ହେଲେ, ରାଜେନ୍ଦ୍ର ଜଗନ୍ନାଥ ପାଟିଲ (୬୦), ସୁଜାତା ପାଟିଲ୍(୫୫), ପ୍ରିୟଙ୍କା ଖଡଗେ (୩୦), ଧ୍ରୃବ(୩), ରାଜୀବ(୨), କ୍ରିତିକା(୧)।  ପୋଲିସ୍  ଏକ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି।