ନାଇଟ କ୍ଲବରେ ଆଖି ବୁଜିଲେ ୨୨ ଯୁବକ ଯୁବତୀ
Advertisement
Article Detail0/zeeodisha/odisha1233634

ନାଇଟ କ୍ଲବରେ ଆଖି ବୁଜିଲେ ୨୨ ଯୁବକ ଯୁବତୀ

ଦକ୍ଷିଣ ଆଫ୍ରିକାର ସେନରି ପାର୍କ ଅଞ୍ଚଳର Enyobeni Tavern ନାମକ ଏକ ନାଇଟ କ୍ଲବର ପ୍ରାୟ ୨୨ ଜଣ ଯୁବକ ଯୁବତୀଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକଙ୍କ ବୟସ ୧୮ରୁ ୨୦ ବର୍ଷ ହେବ। 

ପ୍ରତିକାତ୍ମକ ଫଟୋ

ଇଷ୍ଟ ଲଣ୍ଡନ: Daily Dispatchର ରିପୋର୍ଟ ଅନୁସାରେ, ଦକ୍ଷିଣ ଆଫ୍ରିକାର ଏକ ନାଇଟ କ୍ଲବରୁ ୨୨ ଜଣଙ୍କ ମୃତଦେହ ଠାବ ହୋଇଛି। ସନ୍ଦିଗ୍ଧ ଅବସ୍ଥାରେ ରବିବାର ସମସ୍ତଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ବର୍ତ୍ତମାନ ମାମଲାର ତଦନ୍ତ ଚାଲିଥିବାରୁ Eastern Cape police ଘଟଣା ବିଷୟରେ ସୂଚନା ଦେବାକୁ ମନା କରିଦେଇଛି।

ସୂଚନାନୁସାରେ, ଦକ୍ଷିଣ ଆଫ୍ରିକାର ସେନରି ପାର୍କ ଅଞ୍ଚଳର Enyobeni Tavern ନାମକ ଏକ ନାଇଟ କ୍ଲବର ପ୍ରାୟ ୨୨ ଜଣ ଯୁବକ ଯୁବତୀଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକଙ୍କ ବୟସ ୧୮ରୁ ୨୦ ବର୍ଷ ହେବ। ମୃତଦେହ ଗୁଡିକ ନାଇଟ କ୍ଲବର ଚାରିଆଡେ ବିଛେଇ ହୋଇ ପଡିଥିଲା। ମୃତ୍ୟୁର କାରଣ ଏହେ ବି ଅସ୍ପଷ୍ଟ ରହିଛି। 

Also Read: ବିବାଦୀୟ ଓଡ଼ିଆ IPS ବସନ୍ତ ରଥଙ୍କ ଇସ୍ତଫା

ଦକ୍ଷିଣ ଆଫ୍ରିକାର ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ମୃତ୍ୟୁ ସଂଖ୍ୟା ଭିନ୍ନ ଭିନ୍ନ ରହିଛି। କିଛି ନ୍ୟୁଜ୍ ଏଜେନ୍ସି ଅନୁସାରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି। କିଛି ମୃତଦେହରେ କ୍ଷତ ଚିହ୍ନ ଥିବା କୁହାଯାଉଛି। ତେବେ ବିଷକ୍ରିୟା କିମ୍ବା ଦଳାଚକଟା ଯୋଗୁଁ ନାଇଟ କ୍ଲବରେ ଏତେ ମାତ୍ରାରେ ଲୋକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଇଷ୍ଟର୍ଣ୍ଣ କ୍ୟାପ୍ ଟାଉନ ପୋଲିସ ମାମଲାର ତଦନ୍ତ କରୁଛି। ମୃତକଙ୍କ ସମ୍ପର୍କୀୟଙ୍କ ଖବର ଦିଆଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି। 

କୁହାଯାଉଛି ଯେ, Enyobeni Tavern ନାଇଟ କ୍ଲବରେ ପେନ ଡାଉନ ସେଲିବ୍ରେସନ କରାଯାଉଥିଲା। ହାଇସ୍କୁଲ ପରୀକ୍ଷା ସରିଲା ପରେ ପିଲାମାନେ ପେନ ଡାଉନ ସେଲିବ୍ରେସନ କରିଥାନ୍ତି। ସେପଟେ ନାଇଟ କ୍ଲବ ଆଗରେ ଅଭିଭାବକଙ୍କ ଭିଡ ଜମିଛି। ଯେଉଁମାନଙ୍କ ପିଲାମାନେ ରାତିରେ ଘରେ ଶୋଇନଥିଲେ, ସେମାନେ ମୃତଦେହ ଦେଖିବାକୁ ନାଇଟ କ୍ଲବ ବାହାରେ ରୁଣ୍ଡ ହୋଇଛନ୍ତି।