ବଜ୍ରପାତ ତାଣ୍ଡବରେ ୧୭ ଜଣଙ୍କର ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କାର ସହାୟତା ରାଶି
Advertisement
Article Detail0/zeeodisha/odisha1226410

ବଜ୍ରପାତ ତାଣ୍ଡବରେ ୧୭ ଜଣଙ୍କର ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କାର ସହାୟତା ରାଶି

Lightning Strikes in Bihar: ଶନିବାର ଆଇଏମଡି ଏହାର ବୁଲେଟିନରେ ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଗାଙ୍ଗେଟିକ୍ ପଶ୍ଚିମବଙ୍ଗରେ ବର୍ଷା ହେବାର ପୂର୍ବାନୁମାନ କରିଛି । ପରବର୍ତ୍ତୀ ପାଞ୍ଚ ଦିନ ମଧ୍ୟରେ ବିହାର, ଝାଡଖଣ୍ଡ, ଓଡିଶା ଏବଂ ଗାଙ୍ଗେଟିକ୍ ପଶ୍ଚିମବଙ୍ଗରେ ବଜ୍ରପାତ / ଝଡ଼/ ପ୍ରବଳ ପବନ ସହିତ ବ୍ୟାପକ ଭାବେ ପ୍ରବଳ ବର୍ଷା ହୋଇପାରେ ।

ବଜ୍ରପାତ ତାଣ୍ଡବରେ ୧୭ ଜଣଙ୍କର ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କାର ସହାୟତା ରାଶି

ନୂଆଦିଲ୍ଲୀ: Lightning Strikes in Bihar: ବର୍ତ୍ତମାନ ସମୟରେ ଦେଶରେ ବଜ୍ରପାତ ଯୋଗୁଁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତିର ଘଟଣା ସାମ୍ନାକୁ ଆସୁଛି । ଏହି କ୍ରମରେ ବିହାରରେ ବଜ୍ରପାତ ଯୋଗୁଁ ୧୭ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ଉପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Nitish Kumar) ଦୁଃଖ ପ୍ରକାଶ କରିଛନ୍ତି ଓ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ୪-୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ସେ ଖରାପ ପାଗରେ ଲୋକଙ୍କୁ ଅଧିକ ସଜାଗ ରହିବାକୁ ଓ ବଜ୍ରପାତରୁ ରକ୍ଷା ପାଇବା ପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗର ଦିଶା ନିର୍ଦ୍ଦେଶକୁ ଅନୁସରଣ କରିବାକୁ ସେ ଅନୁରୋଧ କରିଛନ୍ତି ।
 
ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଟ୍ୱିଟ୍ କରି କହିଛନ୍ତି ଯେ, "ବଜ୍ରପାତରେ ବଜଲପୁରରେ ୬ ଜଣ, ବୈଶାଲିରେ ୩ ଜଣ, ଖଗଡିଆରେ ୨ ଜଣ, କଟିହାରରେ ୧ ଜଣ, ସହରସାରେ ୧ ଜଣ, ମାଧେପୁରାରେ ୧ ଜଣ ଏବଂ ମୁଙ୍ଗେରରେ ଜଣଙ୍କର ମୃତ୍ୟୁ ଘଟିଛି । ମୋର ପ୍ରଭାବିତ ପରିବାର ପ୍ରତି ଗଭୀର ସମବେଦନା ରହିଛି । ସମସ୍ତ ମୃତକଙ୍କ ପରିଜନଙ୍କୁ ତତ୍କାଳ ୪-୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ।"

ସେ କହିଛନ୍ତି, " ଲୋକଙ୍କୁ ଅପିଲ କରୁଛି ଯେ ଖରାପ ପାଗରେ ସତର୍କ ରହିବା ଓ ଝଡ଼ ଏବଂ ତୋଫାନରୁ ରକ୍ଷା ପାଇବା ପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ଅନୁସରଣ କରନ୍ତୁ । ଘରେ ରୁହନ୍ତୁ ଓ ଖରାପ ପାଗରେ ସୁରକ୍ଷିତ ରୁହନ୍ତୁ ।"

ଏହା ବି ପଢ଼ନ୍ତୁ:-ଏହି ରାଜ୍ୟରେ ଦେଖାଦେଲା ପେଟ୍ରୋଲ-ଡିଜେଲ ସଙ୍କଟ, କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଏହା ବି ପଢ଼ନ୍ତୁ:-ଯୁବରାଜ ସିଂ ଏହି ତାରା ମଣ୍ଡଳର ନାଁରେ ରଖିଲେ ନିଜ ପୁଅର ନାମ, 'ଫାଦର୍ସ ଡେ'ରେ ଦେଲେ ଭାବପ୍ରବଣ ମେସେଜ୍

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନ: BJP ର ଚିନ୍ତା ବଢ଼ାଉଛି ବିରୋଧୀ; ନବୀନ ଓ ଜଗନଙ୍କ ଉପରେ ସମସ୍ତଙ୍କ ନଜର

ଏହି ସମୟରେ ଭାରତୀୟ ପାଣିପାଗ ବିଭାଗ (IMD) କହିଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଗୁଜୁରାଟ, ମଧ୍ୟପ୍ରଦେଶ, ବିଦର୍ଭର ଅବଶିଷ୍ଟ ଅଂଶ, ଛତିଶଗଡର କିଛି ଅଂଶ, ଗାଙ୍ଗେଟିକ୍ ପଶ୍ଚିମବଙ୍ଗ,ଝାଡଖଣ୍ଡ ଏବଂ ବିହାରରେ ଆଗକୁ ବଢ଼ିଛି । ଆଗାମୀ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଉତ୍ତର, ମଧ୍ୟ ଏବଂ ପୂର୍ବ ଭାରତରେ ବିସ୍ତୃତ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି ।

ଶନିବାର ଆଇଏମଡି ଏହାର ବୁଲେଟିନରେ ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଗାଙ୍ଗେଟିକ୍ ପଶ୍ଚିମବଙ୍ଗରେ ବର୍ଷା ହେବାର ପୂର୍ବାନୁମାନ କରିଛି । ପରବର୍ତ୍ତୀ ପାଞ୍ଚ ଦିନ ମଧ୍ୟରେ ବିହାର, ଝାଡଖଣ୍ଡ, ଓଡିଶା ଏବଂ ଗାଙ୍ଗେଟିକ୍ ପଶ୍ଚିମବଙ୍ଗରେ ବଜ୍ରପାତ / ଝଡ଼/ ପ୍ରବଳ ପବନ ସହିତ ବ୍ୟାପକ ଭାବେ ପ୍ରବଳ ବର୍ଷା ହୋଇପାରେ ।