Road Accident: ନର୍ଥ ସିକ୍କିମରେ ବଡ଼ଧରଣର ଦୁର୍ଘଟଣା, ୧୬ ଯବାନ ସହିଦ
Advertisement

Road Accident: ନର୍ଥ ସିକ୍କିମରେ ବଡ଼ଧରଣର ଦୁର୍ଘଟଣା, ୧୬ ଯବାନ ସହିଦ

Road Accident: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୬ ଯବାନ ସହିଦ ହୋଇଛନ୍ତି। ଆସାମରେ ଏହି ସଡ଼କ ଦୁର୍ଘଟଣା ଘଟିଛି। 

Road Accident: ନର୍ଥ ସିକ୍କିମରେ ବଡ଼ଧରଣର ଦୁର୍ଘଟଣା, ୧୬ ଯବାନ ସହିଦ

Road Accident:  ନୂଆଦିଲ୍ଲୀ: ସିକ୍କିମର ଜେମା ଅଞ୍ଚଳରେ ଏକ ବଡ଼ଧରଣ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଭାରତୀୟ ସେନାର ୧୬ ଜଣ ଯବାନ ସହିଦ ହୋଇ ଯାଇଥିବା ନେଇ ସୂଚନା ରହିଛି। ଯବାନଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଘାଟିରୁ ଖସିପଡ଼ିବା ପରେ ଦେଶ ୧୬ ଜଣ ସାହାସୀ ଯବାନଙ୍କୁ ହରାଇଛି। ଏହା ସହିତ ଅନ୍ୟ ୪ ଜଣ ଯବାନ ଗୁରୁତର ଆହର ହୋଇ ଚିକିତ୍ସାଧିନ ରହିଥିବା ଜଣାପଡ଼ିଛି। ତେବେ ମୃତକଙ୍କ ମଧ୍ୟରେ ୩ ଜଣ ଉଚ୍ଚ ପଦସ୍ଥ ଅଧିକାରୀ ରହିଥିବା ଜଣାପଡ଼ିଛି। ଏକ ବୁଲାଣି ବୁଲୁଥିବା ବେଳେ ସେନାଙ୍କର ଏହି ଗାଡ଼ିଟି ଘାଟି ମଧ୍ୟକୁ ଖସିପଡ଼ିଥିଲା। 

ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ ଆହତମାନଙ୍କୁ ପଶ୍ଚିମବଙ୍ଗର ଉତ୍ତରାଞ୍ଚଳରେ ଥିବା ଏକ ସେନା ଡାକ୍ତରଖାନାକୁ ଏୟାରଲିଫ୍ଟ କରାଯାଇଛି। ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଦୁର୍ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି କି ଉତ୍ତର ସିକ୍କିମରେ ହୋଇଥିବା ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ। ସହିଦ ହୋଇଥିବା ଯବାନଙ୍କ ପାଇଁ ଦୁଃଖ ପ୍ରକାଶ କରୁଛି। ସେମାନଙ୍କ ସେବା ଓ ଦେଶ ପ୍ରତି ପ୍ରତିବଦ୍ଧତା ପାଇଁ ହୃଦୟରୁ ଆଭାର ବ୍ୟକ୍ତ କରୁଛି। ଶୋକସନ୍ତପ୍ତ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି। ଯେଉଁମାନେ ଆହତ ହୋଇଛନ୍ତି ସେମାନେ ଖୁବଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ବୋଲି ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି। 

ଗଣମାଧ୍ୟମ ରିପୋର୍ଟ ମୁତାବିକ ଏହି ଦୁର୍ଘଟଣାଟି ରାଜ୍ୟ ରାଜଧାନୀ ଗାଙ୍ଗଟକ ଠାରୁ ପାଖାପାଖି ୧୩୦ କିଲୋମିଟର ଦୂରରେ ଥିବା ଲାଚେନ ଠାରୁ ୧୫ କିଲୋମିଟର ଦୂରରେ ଥିବା ଜେମା ଅଞ୍ଚଳରେ ଘଟିଛି। ଏହି ଦୁର୍ଘଟଣା ସକାଳ ପ୍ରାୟ ୮ଟା ବେଳେ ଘଟିଛି। ଅଧିକାରୀମାନେ କହିଛନ୍ତି ଚତ୍ତେନରୁ ଥାଙ୍ଗୁକୁ ଯବାନଙ୍କୁ ନେଇ ଯାଉଥିବା ତିନୋଟି ଗାଡ଼ି ଯାଉଥିବା ସମୟରେ ଗୋଟିଏ ଗାଡ଼ି ଓଲଟି ପଡ଼ିଥିଲା। ଚୁଟଥାଙ୍ଗର ସବଡିଭିଜନାଲ ପୋଲିସ ଅଧିକାରୀ ଅରୁଣା ଥାଟଲ କହିଛନ୍ତି କି ୨୦ ଜଣ ଯବାନଙ୍କୁ ନେଇ ସୀମାବର୍ତ୍ତୀ ପୋଲିସ ଆଉଟ ପୋଷ୍ଟକୁ ଯାଉଥିଲା। ତେବେ ଘଟଣାକୁ ଦେଖିଲେ ଏଭଳି ଲାଗୁଛି ଯେ ଘାଟି ବୁଲାଣି ସମୟରେ ଗାଡ଼ି ଉପରୁ ଚାଳକ ନିୟନ୍ତ୍ରଣ ହରାଇଛନ୍ତି। ଆଉ ଗାଡ଼ି ଘାଟି ତଳକୁ ଖସି ପଡ଼ିଛି। 

ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଛି ପୋଲିସ ପ୍ରଶାସନ। ଆହତମାନଙ୍କୁ ଏୟାରଲିଫ୍ଟ କରାଯାଇଥିବା ନେଇ ସୂଚନା ରହିଛି।