mukesh ambani:ଦେଶର ଶହେ ଟିଭି ଚ୍ୟାନେଲ ଉପରେ ହେବ ମୁକେଶ ଅମ୍ବାନୀଙ୍କ କବଜା
Advertisement

mukesh ambani:ଦେଶର ଶହେ ଟିଭି ଚ୍ୟାନେଲ ଉପରେ ହେବ ମୁକେଶ ଅମ୍ବାନୀଙ୍କ କବଜା

ମୁକେଶ ଅମ୍ବାନୀ ଭାରତୀୟ ମିଡିଆ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ନାମ ହେବାକୁ ଯାଉଛନ୍ତି । ଗୋଟିଏ ଚୁକ୍ତି ହେବା ମାତ୍ରେ ମୁକେଶ ଅମ୍ବାନୀଙ୍କ ହାତରେ ୧୦୦ରୁ ଅଧିକ ଚ୍ୟାନେଲ ଏବଂ ଦୁଇଟି ଷ୍ଟ୍ରିମିଂ ପ୍ଲାଟଫର୍ମ ରହିବ । ବିଶେଷଜ୍ଞଙ୍କ ମତରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ୱାଲ୍ଟ ଡିଜନିର ମିଶ୍ରଣ ପ୍ରାୟ ନିଶ୍ଚିତ। ଦୁଇ କମ୍ପାନି

SOCIAL MEDIA

mukesh ambani:

ମୁକେଶ ଅମ୍ବାନୀ ଭାରତୀୟ ମିଡିଆ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ନାମ ହେବାକୁ ଯାଉଛନ୍ତି । ଗୋଟିଏ ଚୁକ୍ତି ହେବା ମାତ୍ରେ ମୁକେଶ ଅମ୍ବାନୀଙ୍କ ହାତରେ ୧୦୦ରୁ ଅଧିକ ଚ୍ୟାନେଲ ଏବଂ ଦୁଇଟି ଷ୍ଟ୍ରିମିଂ ପ୍ଲାଟଫର୍ମ ରହିବ । ବିଶେଷଜ୍ଞଙ୍କ ମତରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ୱାଲ୍ଟ ଡିଜନିର ମିଶ୍ରଣ ପ୍ରାୟ ନିଶ୍ଚିତ। ଦୁଇ କମ୍ପାନି ମଧ୍ୟରେ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଷ୍ଟାର ଇଣ୍ଡିଆ ଏବଂ ଭାୟାକମ୍ ୧୮ର ମିଶ୍ରଣରେ ୧୦୦ରୁ ଅଧିକ ଟିଭି ଚ୍ୟାନେଲ ଏବଂ ଦୁଇଟି ଷ୍ଟ୍ରିମିଂ ପ୍ଲାଟଫର୍ମ ଅନ୍ତର୍ଭୁକ୍ତ । ଯଦି ଏହି ମିଶ୍ରଣ ହୁଏ, ତେବେ ଏହା ଗଣମାଧ୍ୟମ ଶିଳ୍ପରେ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ମିଶ୍ରଣ ହେବ।

କାହାର କେତେ ଅଂଶଧନ ରହିବ

ଷ୍ଟାର-ଭାୟାକମ୍ ୧୮ ମର୍ଜର  ୟୁନିଟରେ ରିଲାଏନ୍ସର ଅଂଶଧନ ୫୧ ପ୍ରତିଶତରୁ ଅଧିକ ହୋଇପାରେ। ଅନ୍ୟପକ୍ଷରେ ଡିଜନିର ଅଂଶଧନ ୪୦ ପ୍ରତିଶତ ରହିବ। ଉଦୟ ଶଙ୍କର ଏବଂ ଜେମ୍ସ ମର୍ଡୋକଙ୍କ ବୋଧି ଟ୍ରି ସିଷ୍ଟମର ଏଥିରେ ୭-୯ ପ୍ରତିଶତ ଅଂଶଧନ ରହିପାରେ। ସୂଚନା ଅନୁଯାୟୀ, ରିଲାଏନ୍ସ ମର୍ଜର ୟୁନିଟରେ ଅତିରିକ୍ତ ପୁଞ୍ଜି ଲଗାଇପାରେ ଯାହା ଦ୍ୱାରା ଏହି ନୂତନ କମ୍ପାନୀକୁ ସିଧାସଳଖ ସହାୟକ(ସବସିଡିଆରି) କମ୍ପାନୀ ଭାବରେ ପ୍ରସ୍ତୁତ କରାଯାଇପାରିବ । ଷ୍ଟାର ଏବଂ ଭାୟାକମ୍ ୧୮ ମିଳିତ ଭାବେ ୨୦୨୩ ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ୨୫ହଜାର କୋଟି ଟଙ୍କାର ରାଜସ୍ୱ ଆଦାୟ କରିଥିଲେ।

ଟିଭି ଏବଂ ଡିଜିଟାଲ ସମ୍ପତ୍ତି ବ୍ୟତୀତ ଏହି ଯୁଗ୍ମ ୟୁନିଟ୍ ଇଣ୍ଡିଆନ୍ ସୁପର ଲିଗ୍ ଏବଂ ପ୍ରୋ କବାଡି ଲିଗ୍ ପ୍ରସାରଣ ଅଧିକାର ମଧ୍ୟ ରଖେ । କ୍ରିକେଟ୍ ପ୍ରସାରଣ ଅଧିକାରରୁ ହେଉଥିବା କ୍ଷତି ଏବଂ ଡିଜ୍ନି+ହଟଷ୍ଟାରର ଗ୍ରାହକ ସଂଖ୍ୟା ହ୍ରାସ କୁ ଦୃଷ୍ଟିରେ ରଖି ରିଲାଏନ୍ସ ଷ୍ଟାର ଇଣ୍ଡିଆକୁ ୪ ବିଲିୟନ ଡଲାର ମୂଲ୍ୟ ଦେଇଛି ଏବଂ ଯୁଗ୍ମ ୟୁନିଟ୍ ମୂଲ୍ୟ ୮ ବିଲିୟନ ଡଲାରରେ ପହଞ୍ଚିଛି ବୋଲି ଏହି ମାମଲା ସହ ଜଡ଼ିତ ଜଣେ ଶୀର୍ଷ ଅଧିକାରୀ କହିଛନ୍ତି।

ବଢ଼ିଲା ରିଲାଏନ୍ସ ସେୟାର

ଶୁକ୍ରବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ସେୟାରରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଥିଲା। କାରବାର ଶେଷରେ କଂପାନିର ଷ୍ଟକ ୩ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ବଜାର ବନ୍ଦ ହେବା ପରେ କଂପାନିର ସେୟାର ୨.୧୮ ପ୍ରତିଶତ ବା ୬୨.୦୫ ଟଙ୍କା ବୃଦ୍ଧି ପାଇ ୨୯୧୪.୭୫ ଟଙ୍କାରେ ବନ୍ଦ ହୋଇଥିଲା। କମ୍ପାନୀର ଷ୍ଟକ ୨,୯୪୯.୯୦ ଟଙ୍କା ସହ ଲାଇଫ୍ ଟାଇମ୍ ହାଇରେ ପହଞ୍ଚିଛି। ସୋମବାର କମ୍ପାନୀର ଷ୍ଟକ ୩ ହଜାର ଟଙ୍କା ସ୍ତର ଅତିକ୍ରମ କରିପାରେ । ଏହା ଦ୍ୱାରା କମ୍ପାନୀର ମାର୍କେଟ କ୍ୟାପ ୨୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିପାରେ, ଯେଉଁଥିରେ ମାତ୍ର ୨୮ ହଜାର କୋଟି ଟଙ୍କାର ଅନ୍ତର ବାକି ରହିଛି