CM Mohan Yadav:ଶେୟାର ମାର୍କେଟରେ ଲାଗିଛି ମଧ୍ଯପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ୫ କୋଟି ଟଙ୍କା
Advertisement
Article Detail0/zeeodisha/odisha2009389

CM Mohan Yadav:ଶେୟାର ମାର୍କେଟରେ ଲାଗିଛି ମଧ୍ଯପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ୫ କୋଟି ଟଙ୍କା

  ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ହେଉଛନ୍ତି କୋଟିପତି । ଚାଷ, ବ୍ୟବସାୟ ଏବଂ ଭଡ଼ାରୁ ଅନେକ ଅର୍ଥ ସେ ଉପାର୍ଜନ କରନ୍ତି । ୯ କୋଟିର ଚଳାଚଳ ଏବଂ ୩୨ କୋଟିର ଅଚଳାଚଳ ସମ୍ପତ୍ତିର ସେ ମାଲିକ ଅଟନ୍ତି । ସର୍ବମୋଟ ୪୨.୦୪ କୋଟି ସମ୍ପତ୍ତିର ମାଲିକ ସେ । ୨୦୧୮ ନିର୍ବାଚନରେ ସେ ୩୧.୯୭କୋଟି ସମ୍ପତ୍ତିର ଖୁଲାସା କରିଥିଲେ

SOCIAL MEDIA

CM Mohan Yadav: 

ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ହେଉଛନ୍ତି କୋଟିପତି । ଚାଷ, ବ୍ୟବସାୟ ଏବଂ ଭଡ଼ାରୁ ଅନେକ ଅର୍ଥ ସେ ଉପାର୍ଜନ କରନ୍ତି । ୯ କୋଟିର ଚଳାଚଳ ଏବଂ ୩୨ କୋଟିର ଅଚଳାଚଳ ସମ୍ପତ୍ତିର ସେ ମାଲିକ ଅଟନ୍ତି । ସର୍ବମୋଟ ୪୨.୦୪ କୋଟି ସମ୍ପତ୍ତିର ମାଲିକ ସେ । ୨୦୧୮ ନିର୍ବାଚନରେ ସେ ୩୧.୯୭କୋଟି ସମ୍ପତ୍ତିର ଖୁଲାସା କରିଥିଲେ । ତେବେ ୫ ବର୍ଷରେ ତାଙ୍କ ସମ୍ପତ୍ତି ପାଖାପାଖି ୧୦ କୋଟି ବର୍ଦ୍ଧିତ ହୋଇଛି ।

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ମୋହନ ଯାଦବଙ୍କ ନିକଟରେ ନଗଦ ୧ଲକ୍ଷ ୪୧ ହଜାର ଟଙ୍କା ରହିଛି । ତାଙ୍କ ସ୍ତ୍ରୀ ସୀମା ଯାଦବଙ୍କ ନିକଟରେ ତାଙ୍କଠୁ ଅଦିକ ମାନେ ୩ ଲକ୍ଷ ୩୮ ହଜାର ରହିଛି । ବ୍ୟାଙ୍କ ଖାତାରେ ପରିବାର ଲୋକଙ୍କ ନାଁରେ ୨୭ ଲକ୍ଷରୁ ଅଧିକ ଟଙ୍କା ଜମା ଅଛି । କୋଟି କୋଟି ସମ୍ପତ୍ତିର ମୁଖ୍ୟ ଅଂଶ ସେୟାରରେ ନିବେଶ ହୋଇଛି । ଯାହା ପରିବାର ସଦସ୍ୟଙ୍କ ନାଁରେ ରହିଛି ।   

୨.୭୦ କୋଟି ସେୟାର ସିଏମଙ୍କ ପାଖରେ

ଶପଥପତ୍ରରେ ମୋହନ ଯାଦବ ନିଜ ନାଁରେ ୨.୭୦ କୋଟି ଟଙ୍କାର ସେୟାର ଥିବା ଉଲ୍ଲେଖ କରିଛନ୍ତି । ତାଙ୍କ ସ୍ତ୍ରୀ ସୀମା ଯାଦବଙ୍କ ନାଁରେ ୨.୯୧ କୋଟିର ସେୟାର ଅଛି । ପରିବାର ଏବଂ ପିଲାମାନଙ୍କ ନାଁରେ ୮୦ଲକ୍ଷ ଟଙ୍କା ସେୟାର ରହିଛି । ବୀମା ଯୋଜନାରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ନିବେଶ ରହିଛି ।

ସୁନା କମ୍ ଜମି ଅଧିକ

ମୋହନ ଯାଦବଙ୍କ ନାଁରେ ୮.୪୦ ଲକ୍ଷ ଟଙ୍କା ଏବଂ ତାଙ୍କ ସ୍ତ୍ରୀଙ୍କ ନାଁରେ ୧୫ ଲକ୍ଷର ସୁନା ରୂପା ରହିଛି । ଚାଷ ଜମି, ଅଣ ଚାଷ ଜମି, ବ୍ୟବସାୟିକ କୋଠା, ଏବଂ ଆବାସକୁ ମିଶାଇ ୩୨ କୋଟିର ସମ୍ପତ୍ତି ରହିଛି ।