ରାତିରେ ଗୋଡାଉନ୍‌ରେ ଲାଗିଲା ନିଆଁ, କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ପୋଡ଼ି ପାଉଁଶ
Advertisement
Article Detail0/zeeodisha/odisha2325376

ରାତିରେ ଗୋଡାଉନ୍‌ରେ ଲାଗିଲା ନିଆଁ, କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ପୋଡ଼ି ପାଉଁଶ

ପ୍ରଥମେ ପାହାଳ ଓ ଭୁବନେଶ୍ବରରୁ ୩ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲା। ପରେ ଅସମ୍ଭାଳ ପରିସ୍ଥିତି ଦେଖି ଆଉ ୨ଟି ଦମକଳ ଗାଡ଼ି ସେଠାରେ ପହଞ୍ଚିଥିଲା। 

ରାତିରେ ଗୋଡାଉନ୍‌ରେ ଲାଗିଲା ନିଆଁ, କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ପୋଡ଼ି ପାଉଁଶ

ଭୁବନେଶ୍ଵର: ରାଜଧାନୀ ଉପକଣ୍ଠ ପାହାଳ ଥାନା ଅନ୍ତର୍ଗତ ରୁଦ୍ରପୁରସ୍ଥିତ ଥିବା ଏକ ଗୋଦାମରେ ଅଗ୍ନିକାଣ୍ଡ। ବିଳମ୍ୱିତ ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଇଲେକ୍ଟ୍ରୋନିକ୍ସ ଗୋଦାମଟି ନିଆଁରେ ପୋଡି ଛାରଖାର ହୋଇଯାଇଛି। କୋଟିକୋଟି ଟଙ୍କା ମୂଲ୍ୟର ଟିଭି, ଏସି, ୱାସିଂ ମେସିନ୍‌ ଓ ରେଫ୍ରିଜରେଟର୍‌ ସହିତ ସ୍ପେୟାର୍‌ ପାର୍ଟସ ପୋଡ଼ି ନଷ୍ଟ ହୋଇଯାଇଛି। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଆୟତ୍ତ କରିବାକୁ ୫ ଦମକଳ ଗାଡ଼ିକୁ ପାଖାପାଖି ୩ ଘଣ୍ଟା ସମୟ ଲାଗିଛି। ଭିତରେ ବିଭିନ୍ନ ଉପକରଣର କମ୍ପ୍ରେସର୍‌ ଥିବାରୁ ବିସ୍ଫୋରଣ ଭୟରେ ଭିତରକୁ ପଶିବା ସମ୍ଭବ ହୋଇନଥିଲା। ତେଣୁ ନିଆଁକୁ ଆୟତ୍ତ କରିବା ବିଳମ୍ବ ହୋଇଥିଲା। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ଏହି ଗୋଦାମରେ ନିଆଁ ଏଭଳି ଲାଗିଥିଲା ଯେ ସଂପୃକ୍ତ ଅଞ୍ଚଳରେ ଆକାଶରେ ଧୂଆଁର ଚାଦାର ରହିଥିବା ଦେଖିବାକୁ ମିଳିଥିଲା। 

ଗତକାଲି ରାତି ପ୍ରାୟ ସାଢ଼େ ୭ଟା ସୁଦ୍ଧା ଗୋଡାଉନ୍‌ ବନ୍ଦ କରି କର୍ମଚାରୀମାନେ ଚାଲିଯାଇଥିଲେ। କେବଳ ପରିସର ବାହାରେ ସୁରକ୍ଷାକର୍ମୀମାନେ ଜଗି ରହିଥିଲେ। ରାତି ପ୍ରାୟ ୮ଟା ବେଳେ ଭିତରୁ ପ୍ରବଳ ଧୂଆଁ ବାହାରିବା ଦେଖି ନିକଟସ୍ଥ ମଲ୍‌ର ଲୋକେ ସୁରକ୍ଷା କର୍ମଚାରୀମାନଙ୍କୁ ଜଣାଇଥିଲେ। ଭିତରେ ନିଆଁ ଲାଗିଥିବା ଜାଣିବା ପରେ ସୁରକ୍ଷାକର୍ମୀ ଗୋଡାଉନ୍‌ ମାଲିକଙ୍କୁ ଜଣାଇଥିଲେ। ମାଲିକ ତୁରନ୍ତ ପାହାଳ ଅଗ୍ନିଶମ ବାହିନୀକୁ ଜଣାଇ ଘଟଣାସ୍ଥଳକୁ ଆସିଥିଲେ। ପ୍ରଥମେ ପାହାଳ ଓ ଭୁବନେଶ୍ବରରୁ ୩ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲା। ପରେ ଅସମ୍ଭାଳ ପରିସ୍ଥିତି ଦେଖି ଆଉ ୨ଟି ଦମକଳ ଗାଡ଼ି ସେଠାରେ ପହଞ୍ଚିଥିଲା। ସାଢ଼େ ୮ଟାରୁ ପାଖାପାଖି ସାଢ଼େ ୧୧ଟା ପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରିବାକୁ ଅପରେସନ୍‌ ଜାରି ରହିଥିଲା। କ୍ଷୟକ୍ଷତିର ଆକଳନ ହୋଇପାରିନାହିଁ। କିନ୍ତୁ କୋଟିଏରୁ ଅଧିକ ଟଙ୍କା ମୂଲ୍ୟର ଯନ୍ତ୍ରାଂଶ ପୋଡ଼ି ଯାଇଥିବା ଜଣାପଡ଼ିଛି। 

ତେବେ ଖବର ପାଇ ଅଗ୍ନିଶମ ବିହାନୀ ନିଆଁଲିଭା କାମରେ ଲାଗିଥିଲା। ତେବେ ଏହି ଗୋଦାମର ମାଲିକ କିଏ, ଗୋଦାମରେ ଅଗ୍ନିନିର୍ବାପକ ସୁରକ୍ଷା ରହିଥିଲା କି ନାହିଁ ତାହା ଖବର ଲେଖାଯିବା ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ।