School Problem: ଝାଟିମାଟି ଘରେ ଚାଲିଛି ଭବିଷ୍ୟତ ଗଢା,ସ୍କୁଲ ଗୃହ ନିର୍ମାଣ ନେଇ ଏମିତି କହିଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ
Advertisement

School Problem: ଝାଟିମାଟି ଘରେ ଚାଲିଛି ଭବିଷ୍ୟତ ଗଢା,ସ୍କୁଲ ଗୃହ ନିର୍ମାଣ ନେଇ ଏମିତି କହିଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ

School Problem: ସଭିଏଁ ପଢିବେ, ସଭିଏଁ ବଢିବେ ଠାରୁ ଆରମ୍ଭ କରି ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ସରକାରଙ୍କର କେତେ କଣ ଯୋଜନା । ହେଲେ ସେହି ଯୋଜନାର ବାସ୍ତବ ରୂପାୟନ ହେଉଛି କି ନାହିଁ ତାହାର ହିସାବ କାହା ପାଖରେ ନାହିଁ ।

School Problem: ଝାଟିମାଟି ଘରେ ଚାଲିଛି ଭବିଷ୍ୟତ ଗଢା,ସ୍କୁଲ ଗୃହ ନିର୍ମାଣ ନେଇ ଏମିତି କହିଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ

School Problem: ସଭିଏଁ ପଢିବେ, ସଭିଏଁ ବଢିବେ ଠାରୁ ଆରମ୍ଭ କରି ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ସରକାରଙ୍କର କେତେ କଣ ଯୋଜନା । ହେଲେ ସେହି ଯୋଜନାର ବାସ୍ତବ ରୂପାୟନ ହେଉଛି କି ନାହିଁ ତାହାର ହିସାବ କାହା ପାଖରେ ନାହିଁ । ଆଜି ବି ଅନେକ ଏପରି ବିଦ୍ୟାଳୟ ରହିଛି ଯାହା ଦେଖିଲେ ଆପଣ ବି ତାଜୁବ୍ ହେବେ । ସେହିଭଳି ବାଉଁଶ ବତାରେ ତିଆରି କାନ୍ଥର ଘର ଭିତରେ ତିଆରି ଚାଲିଛି ଭବିଷ୍ୟତ । 

ଦୂରରୁ ଦେଖିଲେ ଏହା କୌଣସି ଏକ ଭଙ୍ଗା ଦଦରା ଘର ଭଲି ଜଣାପଡିବ । ହେଲେ ପାଖକୁ ଗଲେ ଜାଣିପାରିବେ ସତ । ଏହି ବାଉଁଶ ଘେରାରେ ତିଆରି ହୋଇଥିବା ଘର ଭିତରେ ଚାଲିଛି ଭବିଷ୍ୟତ ନିର୍ମାଣ । ଆମେ କହିବାର ଅର୍ଥ ହେଲା ଏହି ବାଉଁଶ ଘେରା ଏବଂ ଆଜବେଷ୍ଟସ ଛାତ ଘର ଭିତରେ ଚାଲିଛି ବିଦ୍ୟାଳୟ । ଆଜି ନୁହେଁ ଦୀର୍ଘ ୫ ବର୍ଷରୁ ଅଧିକ ହେବ ଏପରି ଅବସ୍ଥାରେ ଚାଲିଛି ବିଦ୍ୟାଳୟ । 

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶାଳଚୁଆ ପଞ୍ଚାୟତରେ ରହିଛି ଦାମସାହି ପ୍ରାଥମିକ ବିଦ୍ୟାଳୟ । ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୦ ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢନ୍ତି । ଜଣେ ଶିକ୍ଷକ ଏବଂ ଜଣେ ଶିକ୍ଷୟିତ୍ରୀ ଏହି ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ନିଯୁକ୍ତି ପାଇଛନ୍ତି । ଏକା ସାଙ୍ଗେ ଚାଲେ ପାଞ୍ଚଟି ଶ୍ରେଣୀର ପାଠ ପଢା । ସବୁଠାରୁ ବଡ କଥା ଯେଉଁଠାରେ ପାଠ ପଢା ସେହି ଠାରେ ଚାଲିଛି ମଧ୍ୟାହ୍ନ ଭୋଜନ ରୋଷେଇ । ସେହି ଠାରେ ହିଁ ବସି ପିଲାମାନେ ଖାଇଥାନ୍ତି ମଧ୍ୟାହ୍ନ ଭୋଜନ । ଖରାଦିନେ ଯେନତେଣେ ପ୍ରକାରେ ପାଠ ପଢା ଚାଲିଥିବା ବେଳେ ବର୍ଷା ଦିନେ ଏବଂ ଶୀତ ଦିନେ ମଧ୍ୟ ଏହି ଅସ୍ଥାୟୀ ଘର ଭିତରେ ବସି ପିଲାମାନେ ପାଠ ପଢନ୍ତି । ଅନେକ ସମୟରେ ସାପ ଭଳି ସରୀସୃପ ମଧ୍ୟ ବିଦ୍ୟାଳୟ ଗୃହ ଭିତରକୁ ପଶି ଆସୁଥିବା କହିଛନ୍ତି ଶିକ୍ଷୟିତ୍ରୀ । 

ଏହି ବିଦ୍ୟାଳୟ ପାଇଁ ନା ରହିଛି ଶୌଚାଳୟର ସୁବିଧା ନା ରହିଛି ପାନୀୟ ଜଳର ସୁବିଧା । ଏହି ବିଦ୍ୟାଳୟ ନିମନ୍ତେ ଏକ ଗୃହ ନିର୍ମାଣ ଚାଲିଥିବା ବେଳେ ଠିକାଦାରର ମାନମାନୀ କାରଣରୁ ଆଜକୁ ୬ ବର୍ଷରୁ ଅଧିକ ହେବ ବିଦ୍ୟାଳୟ ଗୃହ ନିର୍ମାଣ କାମ ବନ୍ଦ ହୋଇ ରହିଛି । ଯାହାଫଳରେ ଛାତ୍ରଛାତ୍ରୀମାନେ ଏହି ଅସ୍ଥାୟୀ ଘରେ ବସି ପାଠ ପଢୁଛନ୍ତି । ଏହି ସମସ୍ୟା ବାବଦରେ ବାରମ୍ବାର ବିଇଓଙ୍କ ଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରି ନ ଥିବା କହିଛନ୍ତି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ । ହେଲେ ଉଭୟ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ନିଜର ଦାୟିତ୍ୱ ଏବଂ କର୍ତବ୍ୟକୁ ମାନି ପିଲାମାନଙ୍କୁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ପାଠ ପଢାଉଥିବା କହିଛନ୍ତି ।

ତେବେ ସରକାର ଶିକ୍ଷା ବ୍ୟବସ୍ଥାର ସୁଧାର ନିମନ୍ତେ ପାଣି ପରି ଅର୍ଥ ଖର୍ଚ୍ଚ କରି ଚାଲିଥିବା ବେଳେ ଏହି ବିଦ୍ୟାଳୟ ହିଁ ବୟାନ କରୁଛି ବାସ୍ତବତା । ତେବେ କେବେ ଏହି ବିଦ୍ୟାଳୟ ନିମନ୍ତେ ଶ୍ରେଣୀ ଗୃହ ତିଆରି କାମ ସରୁଛି ତାହାକୁ ଅପେକ୍ଷା ।