Kidney Return:ମୋ କିଡନୀ ମୋତେ ଫେରାଇ ଦିଅ,ବିବାହ ବିଛେଦ ପରେ ସ୍ତ୍ରୀକୁ କିଡନୀ ଫେରସ୍ତ ମାଗିଲେ ସ୍ୱାମୀ
Advertisement

Kidney Return:ମୋ କିଡନୀ ମୋତେ ଫେରାଇ ଦିଅ,ବିବାହ ବିଛେଦ ପରେ ସ୍ତ୍ରୀକୁ କିଡନୀ ଫେରସ୍ତ ମାଗିଲେ ସ୍ୱାମୀ

ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ପ୍ରେମ ଓ ବିଶ୍ୱାସ ହେଉଛନ୍ତି ମୁଳଦୁଆ ।  ପ୍ରେମ ଓ ବିଶ୍ୱାସର ଅଭାବରେ ସଂପର୍କ ଭାଙ୍ଗି ଯାଏ। ଛୋଟ ଛୋଟ ଭୁଲ ବୁଝାମଣା ମଧ୍ୟ ସମ୍ପର୍କକୁ ଭାଙ୍ଗି ଦେଇଥାଏ କିନ୍ତୁ ଯଦି ସମ୍ପର୍କରେ  ବିଶ୍ୱାସ ରହିଥାଏ ତେବେ ଯେତେ ବଡ଼ ଭୁଲ ବୁଝାମଣା ବି  ସଂପର୍କର ସ୍ଥାୟିତ୍ୱକୁ ଦୋହଲାଇ ପାରେନା। ବିଶ୍

SOCIAL MEDIA

Kidney Return demand:

ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ପ୍ରେମ ଓ ବିଶ୍ୱାସ ହେଉଛନ୍ତି ମୁଳଦୁଆ ।  ପ୍ରେମ ଓ ବିଶ୍ୱାସର ଅଭାବରେ ସଂପର୍କ ଭାଙ୍ଗି ଯାଏ। ଛୋଟ ଛୋଟ ଭୁଲ ବୁଝାମଣା ମଧ୍ୟ ସମ୍ପର୍କକୁ ଭାଙ୍ଗି ଦେଇଥାଏ କିନ୍ତୁ ଯଦି ସମ୍ପର୍କରେ  ବିଶ୍ୱାସ ରହିଥାଏ ତେବେ ଯେତେ ବଡ଼ ଭୁଲ ବୁଝାମଣା ବି  ସଂପର୍କର ସ୍ଥାୟିତ୍ୱକୁ ଦୋହଲାଇ ପାରେନା। ବିଶ୍ୱାସ ଓ ପ୍ରେମର ଅଭାବରେ ସଂପର୍କ କେମିତି କବର ନିଏ,ତାର ଗୋଟିଏ ଉଦାହରଣ ଆଜି ଆମେ ଆପଣଙ୍କୁ ଦେବୁ। ଏବେ  ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ କୁ ନେଇ ଏକ ମାମଲା ଚର୍ଚ୍ଚାରେ ରହିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗୋଟିଏ ସମୟରେ ପତ୍ନୀଙ୍କୁ କିଡନୀ ଦେଇଥିବା ପତି ଏବେ କିଡନୀ ଫେରସ୍ତ ମାଗିଛନ୍ତି। କିଡନୀ ନଦେଇ ପାରିଲେ ତାଙ୍କୁ 12 କୋଟି ଟଙ୍କା ଦେବାକୁ ଦାବି କରିଛନ୍ତି ଏହି ବ୍ୟକ୍ତି। ଏଭଳି ଘଟଣା ଆମେରିକାରେ ଘଟିଛି।

ଘଟଣା ହେଉଛି ଏମିତି । ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ 23 ବର୍ଷ ତଳେ କିଡନୀ ଦେଇଥିଲେ। ଏବେ ବିବାହ ବିଛେଦ ସମୟରେ ସେ କିଡନୀ ଫେରସ୍ତ ମାଗିଛନ୍ତି। ଯଦି ପତ୍ନୀ କିଡନୀ ଦେଇ ପାରିବେ ନାହିଁ ତେବେ ତାଙ୍କୁ 12 କୋଟି ଟଙ୍କା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।

ସ୍ତ୍ରୀଙ୍କଠାରୁ କିଡନୀ ଫେରସ୍ତ ମାଗିଥିବା ବ୍ୟକ୍ତିଙ୍କ ନାମ ହେଉଛି ଡକ୍ଟର ରିଚାର୍ଡ ବାତିସ୍ତା । ୟୁନିଲାଡ୍ ନାମକ ଏକ ୱେବସାଇଟର ରିପୋର୍ଟ ଅନୁଯାୟୀ, ଡକ୍ଟର ରିଚାର୍ଡ ୧୯୯୦ ମସିହାରେ ଡୋନେଲ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ ଏବଂ ଏହା ପରେ ସେମାନଙ୍କର ତିନୋଟି ସନ୍ତାନ ମଧ୍ୟ ହୋଇଥିଲା । କିନ୍ତୁ ପରେ ତାଙ୍କ ପତ୍ନୀଙ୍କ କିଡନୀ ଫେଲ୍ ହୋଇଯାଇଥିଲା। ପତ୍ନୀଙ୍କୁ ବଞ୍ଚାଇବାର ଏକମାତ୍ର ଉପାୟ ଥିଲା କିଡନୀ ପ୍ରତିରୋପଣ।

ଡାକ୍ତର ରିଚାର୍ଡ କହିଛନ୍ତି ଯେ ତାଙ୍କ ପତ୍ନୀଙ୍କର ଦୁଇଟି କିଡନୀ ପ୍ରତିରୋପଣ ବିଫଳ ହେବା ପରେ, ସେ ୨୦୦୧ ରେ ନିଷ୍ପତ୍ତି ନେଇଥିଲେ ଯେ ସେ ତାଙ୍କ ଜୀବନ ଏବଂ ବିବାହ କୁ ବଞ୍ଚାଇବା ପାଇଁ ତାଙ୍କର ଗୋଟିଏ କିଡନୀ ଦାନ କରିବେ । ପତ୍ନୀଙ୍କ ଜୀବନ ବଞ୍ଚାଇବା ତାଙ୍କର ପ୍ରଥମ ପ୍ରାଥମିକତା ଥିଲା ବୋଲି ସେ କହିଛନ୍ତି। ଡାକ୍ତର ରିଚାର୍ଡ କିଡନୀ ଦାନ କରିବା ପରେ ତାଙ୍କ ପତ୍ନୀଙ୍କ ଜୀବନ ବଞ୍ଚିଯାଇଥିଲା। ତେବେ ରିଚାର୍ଡଙ୍କ ଅନୁସାରେ ପତ୍ନୀଙ୍କୁ ସେ କିଡନୀ ଦେଇଥିଲେ ସତ ହେଲେ ତାଙ୍କ ସହିତ ପତ୍ନୀ ବିଶ୍ୱାସଘାତକତା କରିଥିଲେ। ତାଙ୍କ ପତ୍ନୀ ବିବାହୋତ୍ତର ସମ୍ପର୍କରେ ଲିପ୍ତ ଥିବା ଅଭିଯୋଗ କରି ସେ 2005ରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ।

କ୍ଷତିପୂରଣ ବାବଦରେ ୧୨ କୋଟିରୁ ଅଧିକ ଦାବି

ରିପୋର୍ଟ ଅନୁଯାୟୀ, ଡାକ୍ତର ରିଚାର୍ଡ ଦାବି କରିଥିଲେ ଯେ ତାଙ୍କ ପତ୍ନୀ ଡୋନେଲ ତାଙ୍କ କିଡନୀ ଫେରାଇ ଦିଅନ୍ତୁ କିମ୍ବା ତାଙ୍କୁ କ୍ଷତିପୂରଣ ବାବଦରେ ୧.୫ ନିୟୁତ ଡଲାର (୧୨ କୋଟିରୁ ଅଧିକ ଟଙ୍କା) ଦିଅନ୍ତୁ। କିନ୍ତୁ ପରେ ଆମେରିକାର ନ୍ୟୁୟର୍କସ୍ଥିତ ନାସାଉ କାଉଣ୍ଟି ସୁପ୍ରିମ୍ କୋର୍ଟ ତାଙ୍କ ଦାବିକୁ ଖାରଜ କରିବା ସହ କିଡନୀ ଏକ ଉପହାର ବୋଲି ରାୟ ଦେଇଥିଲେ। କିଡନୀ ବାହାର କରିବା ର ଅର୍ଥ ହୁଏତ ମହିଳାଙ୍କୁ ଡାଏଲିସିସ କରିବାକୁ ପଡିଥାନ୍ତା କିମ୍ବା ତାଙ୍କର ମୃତ୍ୟୁ ହୋଇଥାନ୍ତା । ଡୋନେଲଙ୍କ ଓକିଲ ଡଗ୍ଲାସ୍ ରୋଥକୋଫ୍ କହିଛନ୍ତି, ଆମେ ଏହି ରାୟରେ ଖୁସି। ମାନବ ଅଙ୍ଗ ଏପରି କୌଣସି ଜିନିଷ ନୁହେଁ ଯାହାକୁ କିଣାବିକା କରାଯାଇପାରିବ।