Congress left young Brigades:ରାହୁଲଙ୍କୁ ଏକାକରି ଜଣକ ପରେ ଜଣେ ଯାଉଛନ୍ତି ୟଙ୍ଗ୍ ବ୍ରିଗେଡ
Advertisement
Article Detail0/zeeodisha/odisha2059981

Congress left young Brigades:ରାହୁଲଙ୍କୁ ଏକାକରି ଜଣକ ପରେ ଜଣେ ଯାଉଛନ୍ତି ୟଙ୍ଗ୍ ବ୍ରିଗେଡ

ମୁମ୍ବାଇ କଂଗ୍ରେସର ବଡ଼ ନେତା ମିଲିନ୍ଦ ଦେୱରା ରାହୁଲ ଗାନ୍ଧିଙ୍କ ନ୍ୟାୟ ଯାତ୍ରା ଆରମ୍ଭ ଦିନ ତାଙ୍କ ସହିତ ସମ୍ପର୍କ ବିଛେଦ କରିଛନ୍ତି । ଖାଲି ସଂପର୍କ ଭାଙ୍ଗି ନାହାନ୍ତି ଏକଦା ରାହୁଲଙ୍କ ଖାସମ ଖାସ କୁହାଯାଉଥିବା ଏହି ନେତା କଂଗ୍ରେସଠାରୁ ମେଲାଣି ନେବା ଦିନ ହିଁ ଶିବସେନାରେ(ସିନ୍ଦେ ଗୋଷ୍ଠୀ)ରେ ସାମିଲ ହୋଇଛନ୍ତି । କଂଗ୍

SOCIAL MEDIA

Congress left young Brigades:

ମୁମ୍ବାଇ କଂଗ୍ରେସର ବଡ଼ ନେତା ମିଲିନ୍ଦ ଦେୱରା ରାହୁଲ ଗାନ୍ଧିଙ୍କ ନ୍ୟାୟ ଯାତ୍ରା ଆରମ୍ଭ ଦିନ ତାଙ୍କ ସହିତ ସମ୍ପର୍କ ବିଛେଦ କରିଛନ୍ତି । ଖାଲି ସଂପର୍କ ଭାଙ୍ଗି ନାହାନ୍ତି ଏକଦା ରାହୁଲଙ୍କ ଖାସମ ଖାସ କୁହାଯାଉଥିବା ଏହି ନେତା କଂଗ୍ରେସଠାରୁ ମେଲାଣି ନେବା ଦିନ ହିଁ ଶିବସେନାରେ(ସିନ୍ଦେ ଗୋଷ୍ଠୀ)ରେ ସାମିଲ ହୋଇଛନ୍ତି । କଂଗ୍ରେସ ମିଲିନ୍ଦଙ୍କ ବିଦ୍ରୋହକୁ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ଚାଲ କହୁଥିବା ବେଳେ ଗୋଟିଏ କଥା ସତ ଯେ,ଯେଉଁ ୟଙ୍ଗ୍ ବ୍ରିଗେଡକୁ ନେଇ ରାହୁଲ ଚର୍ଚ୍ଚାରେ ଥିଲେ ତାହାର ସଦସ୍ୟ ସବୁ ତାଙ୍କୁ ଛାଡିବାରେ ଲାଗିଛନ୍ତି । ଆସନ୍ତୁ ଜାଣିବା ମିଲିନ୍ଦଙ୍କ ପୂର୍ବରୁ ରାହୁଲଙ୍କ ସାଥ୍ ଛାଡିଥିବା ତାଙ୍କର କିଛି ପୁରୁଣା ସାଥିଙ୍କ ଉପରେ..

ରାହୁଲ ଗାନ୍ଧୀଙ୍କ ଯୁବ ବ୍ରିଗେଡରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜିତିନ ପ୍ରସାଦ, ଆରପିଏନ ସିଂ ଓ  ସଚିନ ପାଇଲଟଙ୍କ ନାମ ଗୋଟିଏ ସମୟରେ ଚର୍ଚ୍ଚାରେ ଥିଲା ।

ମକର ସଂକ୍ରାନ୍ତିର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ରବିବାର ଦିନ ମିଲିନ୍ଦ ରାହୁଲଙ୍କୁ ବାୟବାୟ କହିଛନ୍ତି । ଏହାର ୪ ବର୍ଷ ତଳେ ରାହୁଲଙ୍କ ଆଉ ଜଣେ ନିକଟତର ବ୍ୟକ୍ତି ତାଙ୍କୁ ଛାଡ଼ି ଚାଲିଯାଇଥିଲେ । ସେ ହେଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । 2020 ରେ 22 ଜଣ ବିଧାୟକଙ୍କ ଜ୍ୟୋତିରାଦିତ୍ୟ ଦଳରୁ ଇସ୍ତଫା ଦେଇଥିଲେ। କେବଳ ନିଜେ ଦଳ ଛାଡିନଥିଲେ ଜ୍ୟୋତିରାଦିତ୍ୟଙ୍କ ପାଇଁ ବହୁ କଷ୍ଟରେ ମଧ୍ଯପ୍ରଦେଶରେ କ୍ଷମତାକୁ ଫେରିଥିବା କଂଗ୍ରେସ କ୍ଷମତା ହରାଇଥିଲା ।  ବିଜେପିରେ ଯୋଗଦେବା ପରେ ସେ ବର୍ତ୍ତମାନ କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି।

ସେହିଭଳି 2021ରେ ରାହୁଲଙ୍କ ଜିତିନ ପ୍ରସଦା ଝଟକା ଦେଇଥିଲେ । ସେହି ବର୍ଷ ୟୁପିରେ କଂଗ୍ରେସର ବ୍ରାହ୍ମଣ ଚେହେରା ଭାବେ ପରିଚିତ ଜିତିନ ଦଳ ଛାଡି ଦେଇଥିଲେ । 

ରାହୁଲଙ୍କ ଆଉ ଜଣେ ଖାସ୍ ସାଥି ଆରପିଏନ୍ ମଧ୍ଯ ତାଙ୍କୁ ଛାଡି ସାରିଛନ୍ତି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଠିକ ପୂର୍ବରୁ ଆରପିଏନ୍ ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ । ଯାହା ରାହୁଲ ଓ କଂଗ୍ରେସ ପାଇଁ ବଡ଼ ଧକ୍କା ଥିଲା ।

ଉତ୍ତର-ପୂର୍ବ ଭାରତରେ କଂଗ୍ରେସର ଯୁବ ଚେହେରା ଭାବରେ ପରିଚିତ ଥିବା ସୁସ୍ମିତ ଦେବ କଂଗ୍ରେସ ଛାଡି 2021 ମସିହାରେ ଟିଏମସିରେ ଯୋଗ ଦେଇଥିଲେ। ସେ ମଧ୍ଯ ଗୋଟିଏ ସମୟରେ ରାହୁଲ ୟଙ୍ଗ୍ ବ୍ରିଗେଡର ଲଢୁଆ ଚେହେରା ଥିଲେ ।

ଏବେ ରାହୁଲଙ୍କ ସହିତ କେବଳ ସଚୀନ ପାଇଲଟ୍ ଅଛନ୍ତି । ତେବେ ରାଜସ୍ଥାନରେ ଅଶୋକ ଗେହଲତ ଓ ସଚୀନଙ୍କ ମଧ୍ଯରେ ଚାଲିଥିବା ବର୍ଚ୍ଚସ୍ୱ ଲଢେଇରେ କେତେବେଳେ ପାଇଲଟ୍ ରାହୁଲଙ୍କୁ ଅଲବିଦା କହିବେ ତା’ର କୌଣସି ଗ୍ୟାରେଣ୍ଟି ନାହିଁ । କାରଣ ସଚୀନ ଭାବନ୍ତି ଯେ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବା ପାଇଁ ସେ ହିଁ ଯୋଗ୍ୟତମ ବ୍ୟକ୍ତି ଥିଲେ । ମୁଖ୍ୟମନ୍ତ୍ରୀ ନହୋଇ ପାରିବାର ଦୁଃଖ ସଚୀନଙ୍କ ମନରୁ ଏପର୍ଯ୍ୟନ୍ତ ଯାଇନାହିଁ ।