Odisha Daily News Live:ମହାପ୍ରଭୁଙ୍କ ଚକାବିଜେ ନୀତି, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2315722

Odisha Daily News Live:ମହାପ୍ରଭୁଙ୍କ ଚକାବିଜେ ନୀତି, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍

Odisha Daily News Live:ମହାପ୍ରଭୁଙ୍କ ଚକାବିଜେ ନୀତି, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

01 July 2024
20:46 PM

Puri ratha Yatra 2024: ପୁରୀ ରଥଯାତ୍ରା ସୁପରିଚାଳନା ପାଇଁ ୯୦ ଜଣ ଅଫିସରଙ୍କୁ ମିଳିଛି ଦାୟିତ୍ୱ। ରାଜ୍ୟ ସରକାର ୯୦ ଜଣ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରିଛନ୍ତି। ଏଥିରେ ତହସିଲଦାର, ବିଡିଓ, ପୌର ନିର୍ବାହୀ ଅଧିକାରୀ ପ୍ରମୁଖ ଅଛନ୍ତି।

 

18:31 PM

Odisha News Live Updates: ପୁଣି ଜଣକୁ ଦଳି ଦେଲା ଦନ୍ତା
କୋଇଡ଼ା ବନାଞ୍ଚଳ କାଲଟା ଫାଣ୍ଡି ଅଧୀନସ୍ଥ ଝିରପାଣି ବସ୍ତିରେ ଅଘଟଣ। ଶୌଚ ହେଉଥିବା ବେଳେ ଦଳିଦେଲା ଦନ୍ତା ହାତୀ। ମୃତକ ହେଲେ ପଚାଶ ବର୍ଷୀୟ ସାମୁଏଲ ମୁଣ୍ଡା। ଆଜି ଭୋର ସମୟରେ ଘଟିଛି ଅଘଟଣ। ସୁଚନା ଅନୁଯାୟୀ ଘଟଣା ସ୍ଥଳରୁ ଝାଡଖଣ୍ଡ ମାତ୍ର ୧ କିଲୋମିଟର। ସାମୁଏଲ ମୁଣ୍ଡା। ନିକଟସ୍ଥ ଏକ ନାଳକୁ ଶୌଚ ପାଇଁ ଯାଇଥିବା ବେଳେ ଏକ ଦନ୍ତା ଝାଡ଼ଖଣ୍ଡ ଅଞ୍ଚଳରୁ ଆସି ଦଳି ଦେଇଥିଲା । ଖବର ପାଇ ରାତିରେ ପାଟ୍ରୋଲିଂ କରୁଥିବା ବନ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ଓ ଶବକୁ ବ୍ୟବଛେଦ ନିମନ୍ତେ କୋଇଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପଠାଇଛନ୍ତି।

18:30 PM

Odisha News Live updates: ଏମ୍‌ସ ଭୁବନେଶ୍ୱର ଶିଶୁ ବିଭାଗକୁ ଖ୍ୟାତିସମ୍ପନ୍ନ ଆରୋଗ୍ୟଭୂଷଣ ସମ୍ମାନ ପ୍ରଦାନ
ଏମ୍‌ସ ଭୁବନେଶ୍ୱରର ଶିଶୁ ବିଭାଗ(ଶିଶୁରୋଗ ପଲ୍‌ମୋନୋଲୋଜି ଏବଂ ଆଇସିୟୁ ଦଳକୁ) ରିଥିଙ୍କ୍‌ ଇଣ୍ଡିଆ ଦ୍ୱାରା ଖ୍ୟାତିସମ୍ପନ୍ନ ଡକ୍ଟର କେଶବ ବଳିରାମ ହେଡ୍‌ଗେୟାର ଆରୋଗ୍ୟ ଭୂଷଣ ସମ୍ମାନ ପ୍ରଦାନ କରାଯାଇଛି। ଉଚ୍ଚଗୁଣବତ୍ତାପୂର୍ଣ୍ଣ ଚିକିତ୍ସା ସେବା ପ୍ରଦାନ ତଥା ନୂତନ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ ସ୍ବରୂପ ଏମ୍‌ସର ଶିଶୁରୋଗ ବିଭାଗକୁ ଏପରି ସମ୍ମାନ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀ ଇଣ୍ଡିଆ ଅନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ବିଭାଗ ତରଫରୁ ପ୍ରଫେସର(ଡ.) ରଶ୍ମୀ ରଂଜନ ଦାସ ଏବଂ ଅତିରିକ୍ତ ପ୍ରଫେସର୍‌ (ଡ.) କୃଷ୍ଣ ମୋହନ ଗୁଲା ଏହି ପୁରସ୍କାର ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସରକାରୀ ତଥା ବେସରକାରୀ କ୍ଷେତ୍ରରୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସେହିପରି ଏହି ସମାରୋହରେ ଦେଶର ବହୁ ସରକାରୀ ଏବଂ ଘରୋଇ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ମଧ୍ୟ ଅଂଶଗ୍ରହଣ କରିଥିଲେ।

18:02 PM

Odisha News Live updates: ଉତ୍ତର ଘୁମୁସର ବନଖଣ୍ଡକୁ ଫେରିଲା ବାଟବଣା ଦନ୍ତା
କନ୍ଧମାଳ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡରୁ ଆସି ଦୀର୍ଘ ଦିନ ଧରି ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଏବଂ ମାଲିକାପୋଡ଼ି ପଞ୍ଚାୟତରେ ୨୫ଗୋଟି ହାତୀପଲଙ୍କ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ ହେବା ସହିତ ବହୁ ଘର ଭାଙ୍ଗିଥିଲା। ଏହା ସହିତ ହାତୀ ଆକ୍ରମଣ ରେଟୁଡି ଗ୍ରାମର ଜଣେ ଯୁବକ ମଧ୍ୟ ଆହତ ହୋଇଥିଲେ। ଭୟରେ ଲୋକେ ସନ୍ଧ୍ୟା ହେଲେ ଘରୁ ବାହାରୁ ନଥିବା ବେଳେ ଜଙ୍ଗଲକୁ ଯିବାକୁ ଭୟ କରୁଥିଲେ। ଫଳରେ ପ୍ରଭାବିତ ହୋଇଥିଲା ଜୀବନ ଜୀବିକା। ଦୀର୍ଘ ୪୪ ଦିନ ହେଲା  ୨୫ ଟିକିଆ ହାତୀପଲ  ଉପଦ୍ରବ କରୁଥିବା ବେଳେ ଏବେ ସେ ଭୟ ଦୂର ହୋଇଛି। ୨୫ଟିକିଆ ହାତୀପଲରୁ ୨୪ଟି ହାତୀ  ୫ ଦିନ ପୂର୍ବରୁ ପଳେଇଯାଇଥିବା ବେଳେ ଗୋଟିଏ ଦନ୍ତା ବାଟବଣା ହୋଇ ରହିଯାଇ ଥିଲା।

18:02 PM

Odisha News LIve Updates: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି ମହାରାଜ
ରଥଯାତ୍ରା ଅବ୍ୟବହିତ ପୂର୍ବରୁ ରାଜ୍ୟ ଅତିଥିଭବନଠାରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ମଧ୍ଯରେ ଆଲୋଚନା ।

 

15:05 PM

Odisha news Live Updates: ପୁଣି ଜଣକୁ ଦଳି ଦେଲା ଦନ୍ତା
କୋଇଡ଼ା ବନାଞ୍ଚଳ କାଲଟା ଫାଣ୍ଡି ଅଧୀନସ୍ଥ ଝିରପାଣି ବସ୍ତିରେ ଅଘଟଣ। ଶୌଚ ହେଉଥିବା ବେଳେ ଦଳିଦେଲା ଦନ୍ତା ହାତୀ। ମୃତକ ହେଲେ ପଚାଶ ବର୍ଷୀୟ ସାମୁଏଲ ମୁଣ୍ଡା। ଆଜି ଭୋର ସମୟରେ ଘଟିଛି ଅଘଟଣ। ସୁଚନା ଅନୁଯାୟୀ ଘଟଣା ସ୍ଥଳରୁ ଝାଡଖଣ୍ଡ ମାତ୍ର ୧ କିଲୋମିଟର। ସାମୁଏଲ ମୁଣ୍ଡା। ନିକଟସ୍ଥ ଏକ ନାଳକୁ ଶୌଚ ପାଇଁ ଯାଇଥିବା ବେଳେ ଏକ ଦନ୍ତା ଝାଡ଼ଖଣ୍ଡ ଅଞ୍ଚଳରୁ ଆସି ଦଳି ଦେଇଥିଲା । ଖବର ପାଇ ରାତିରେ ପାଟ୍ରୋଲିଂ କରୁଥିବା ବନ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ଓ ଶବକୁ ବ୍ୟବଛେଦ ନିମନ୍ତେ କୋଇଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପଠାଇଛନ୍ତି।

15:02 PM

Odisha News Live Updates: ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଶୁଣାଣି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପ୍ରଥମ ଶୁଣାଣି କରିଛନ୍ତି। ସେ ପ୍ରଥମେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ ଆସିଥିବା ବ୍ୟକ୍ତିଙ୍କ ଅଭିଯୋଗ ଶୁଣିଛନ୍ତି। ପ୍ରଥମ ଶୁଣାଣିରେ ଅଭିଯୋଗ ନେଇ ଆସିଥିବା ଭୂମିହୀନ ବ୍ୟକ୍ତିଙ୍କୁ ଜାଗା ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଅଭିଯୋଗ ଶୁଣାଣି ପରେ ଉକ୍ତ ବ୍ୟକ୍ତି କହିଛନ୍ତି, ଭୂମିହୀନ ହୋଇଥିବାରୁ ଦୀର୍ଘଦିନ ଧରି ଜମି ପାଇବାକୁ ଜିଲ୍ଲାପାଳଙ୍କ ଅଫିସକୁ ଧାଉଁଥିଲି। କିନ୍ତୁ କେହି ମୋ କଥା ଶୁଣିନଥିଲେ। ଏବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମୋ ଅଭିଯୋଗ ଜଣାଇଛି। ମୁଖ୍ୟମନ୍ତ୍ରୀଙ୍କ ସହ ବେଶ କିଛି ସମୟ କଥା ହେବା ପରେ ଜମି ମିଳିବାକୁ ପ୍ରତିଶ୍ରୁତି ମିଳିଛି। ଆଗାମୀ ମାସେ କି ଦୁଇମାସ ମଧ୍ୟରେ ଜମି ମିଳିବ ବୋଲି ପ୍ରତିଶ୍ରୁତି ପାଇଛି। ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣିବା ମାତ୍ରେ ତୁରନ୍ତ ଏବାବଦରେ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

15:01 PM

Odisha News Live Updates: ପ୍ରଥମ ଦିନ ୧୫୦୦ ଲୋକଙ୍କ ସମସ୍ୟା ଶୁଣିଲେ ମୁଖ୍ୟମନ୍ତ୍ରୀ
ଆଜି ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ସମସ୍ୟା ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ  କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ଉପସ୍ଥିତ ରହିଥିଲେ। ଆଜି ଥିଲା ଜନ ଶୁଣାଣିର ପ୍ରଥମ ଦିନ। ପ୍ରଥମ ଦିନରେ ହିଁ ପାଖାପାଖି ୧୫୦୦ ଲୋକ ନିଜ ସମସ୍ୟା ନେଇ ନାଁ ପଞ୍ଜିକରଣ କରିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କୁ ନିଜ ନିଜ ସମସ୍ୟା ଓ ଦୁଃଖ ଜଣାଇବାକୁ ସବୁ ଜିଲ୍ଲାରୁ ଆସିଥିଲେ ଲୋକେ। ଦିନେ ଦୁଇ ଦିନ ନୁହେଁ ଗତ ୪ ଦିନ ହେବ ଅଖିଆଅପିଆ ଅସହାୟ ଲୋକେ ରାଜଧାନୀରେ ପଡି ରହି କେବଳ ଅପେକ୍ଷା କରିଥିଲେ, କେବେ ସେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବେ ନିଜ ଦୁଃଖ ଜଣାଇବେ।

15:00 PM

Odisha News Live Updates: ରଥଯାତ୍ରା ଦିନ ଜଗନ୍ନାଥ ମନ୍ଦିର ଭିତରକୁ ଭିଆଇପିଙ୍କ ପ୍ରବେଶକୁ ବାରଣ କରାଯାଇଛି: ପୃଥ୍ବୀରାଜ ହରିଚନ୍ଦନ
ରଥଯାତ୍ରାରେ ଶୃଙ୍ଖଳା ଓ ମହିଳା ସୁରକ୍ଷାକୁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରାଥମିକତା ଦିଆଯାଉଥିବା କହିଛନ୍ତି। ଏଥିଲାଗି କରାଯାରଥଯାତ୍ରା ଦିନ ମନ୍ଦିର ଭିତରକୁ ଭିଆଇପିଙ୍କ ପ୍ରବେଶକୁ ବାରଣ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଆସନ୍ତାକାଲି ଏନେଇ ପୁରୀରେ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ । ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି। ସମସ୍ତଙ୍କ ମତାମତକୁ ନେଇ ମହାପ୍ରଭୁଙ୍କ ଶୃଙ୍ଖଳିତ ରଥଯାତ୍ରା ସମାପନ ପାଇଁ ଉଦ୍ୟମ ଚାଲିଛି। ରଥଯାତ୍ରା ବେଳେ ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ଆଇନଶୃଙ୍ଖଳାକୁ କଡ଼ାକଡ଼ି କରାଯାଇଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

13:07 PM

Odisha News Live updates: ଆରଏସପିରେ ବିଷାକ୍ତ ଗ୍ୟାସ ଲିକ୍, ୮ ଆଇସିୟୁରେ
ଆଜି ପୂର୍ବାହ୍ନ ପ୍ରାୟ ୧୦ଟା୧୫ରେ ଆରଏସ ପି ବ୍ଲାଷ୍ଟ ଫର୍ଣ୍ଣେସରେ ବିଷାକ୍ତ ଗ୍ୟାସ ଲିକ୍ ହୋଇଥିବାର ଖବର ମିଳିଛି। ଏହାଫଳରେ ୯ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ଆହତ ଏବେ ଆଇଜିଏଚର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଆର ଏସ ପିର ବରିଷ୍ଠ ମ୍ୟାନେଜର, ଦୁଇ ଜଣ କର୍ମଚାରୀ ଓ ୫ ଜଣ ଠିକା ଶ୍ରମିକ ଥିବା ଜଣାଯାଇଛି। ଜଣେ ମହିଳା ଶ୍ରମିକ ପ୍ରାଥମିକ ଚିକିତ୍ସାପରେ ଘରକୁ ଫେରିଯାଇଛନ୍ତି।

12:27 PM

Chief minister grievance: ଆଜିଠୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନତା ଦରବାର ଆରମ୍ଭ ହୋଇଯାଇଛି। ଆଜି ନୂତନ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଅଭିଯୋଗ ଶୁଣାଣି ଆରମ୍ଭ ହୋଇ ଥିବା ବେଳେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପ୍ରତି ସୋମବାର ନିୟମିତ ଚାଲିବ ଅଭିଯୋଗ ଶୁଣାଣି। ସରକାର ସମସ୍ୟା ଶୁଣିବା ସହ ସମାଧାନ ଦିଗରେ ପଦକ୍ଷେପ ନେବେ। ତେବେ ଆଜିର ଜନ ଶୁଣାଣି ପାଇଁ ଏଯାଏଁ ୩୦୦ରୁ ଅଧିକ ଲୋକ ନାମ ପଞ୍ଜିକରଣ କରିସାରିଥିବା ସୂଚନା ରହିଛି। ଅନ୍ୟପଟେ ସକାଳୁ ବିଭିନ୍ନ ଆଡୁ ଲୋକ ଆସି ପଞ୍ଜୀକରଣ କରି ଅପେକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଆସିବାକୁ। ଏହାରି ଭିତରେ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

 

12:17 PM

Rath yatra 2024: ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଉ ମାତ୍ର ଦିନ କେଇଟା ବାକି। ଅଣସର ଘରୁ ବାହାରି ମହାପ୍ରଭୁ ରଥରେ ବସି ଯିବେ ମାଉସୀ ଘରକୁ।ଆଉ ଏହି ଅପୂର୍ବ ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ।ସେପଟେ ରଥଯାତ୍ରା ପାଇଁ ରଥଖଳାରେ ରଥ ନିର୍ମାଣ ପହଞ୍ଚିଛି ୫୧ ଦିନରେ।ଭକ୍ତ ଉତ୍ସାହିତ ଅଛନ୍ତି ରଥ ଟାଣିବାକୁ।ତେବେ ରଥ ଦୌଡ଼ିକୁ ନେଇ କିଛି ଅଲୌକିକ କଥା ଆସନ୍ତୁ ଜାଣିବା -ଶାସ୍ତ୍ର ଅନୁଯାୟୀ ତିନି ରଥକୁ ଦଉଡି ସ୍ବରୂପ ବିରାଟ ନାଗ ଓ ନାଗୁଣୀ ଟାଣି ନେଇ ଥାଆନ୍ତି। ଯାହାକି ସାଧାରଣ ଭକ୍ତଙ୍କ ପକ୍ଷେ ଦେଖିବା ସମ୍ଭବ ନଥାଏ।ତେବେ ମହାପ୍ରଭୁଙ୍କ ରଥର ପ୍ରତ୍ୟେକ ଅଂଶକୁ ଦେବତା ଭାବେ ପରିଗଣିତ କରାଯାଏ । କୁହାଯାଏ ରଥଯାତ୍ରାରେ ବିଶାଳ ରଥକୁ ସାରଥୀ, ପାର୍ଶ୍ୱ ଦେବାଦେବୀ, ସଖୀ ମୂର୍ତ୍ତି ଆଦିରେ ଦେବତାମାନେ ରହି ରଥ ଗଢିବାରେ ସାହାଯ୍ୟ କରିଥାନ୍ତି । ଭକ୍ତ କେବଳ ରଥ ଟାଣିବା କାର୍ଯ୍ୟ କରିବା ନିମିତ୍ତ ମାତ୍ର । ମହାପ୍ରଭୁଙ୍କ ଇଚ୍ଛାରେ ନିର୍ମିତ ବିଶାଳ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗତି କରିଥାଏ । ତେବେ ରଥଯାତ୍ରାରେ ରଥରେ ଲାଗୁଥିବା ଦଉଡ଼ିର ରହିଛି ସ୍ଵତନ୍ତ୍ର ମାହାତ୍ମ୍ୟ ରହିଛି। 

11:31 AM

ଭାରତୀୟଙ୍କ ବିଦେଶ ଭ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଗତ ୫ ବର୍ଷ ଭିତରେ ଏହା ସାଢ଼ତିନିଗୁଣା ବୃଦ୍ଧି ପାଇଛି। ୨୦୨୨-୨୩ ଅପେକ୍ଷା ୨୪.୪ ପ୍ରତିଶତ ଅଧିକ ଅର୍ଥ ଭାରତୀୟମାନେ ବିଦେଶରେ କାରବାର କରିଛନ୍ତି। ୨୦୨୩-୨୪ ଆର୍ଥିକ ପରିମାଣରେ ପ୍ରାୟ ୧ ଲକ୍ଷ ୪୧ ହଜାର ୮୦୦ କୋଟି ଟଙ୍କା ଭାରତୀୟଙ୍କ ଦ୍ୱାରା ବିଦେଶରେ କାରବାର ହୋଇଥିବା ଜଣାପଡ଼ିଛି। 

11:09 AM

India's largest insurer LIC : ବୀମା କମ୍ପାନୀ ଏଲ୍‌ଆଇସିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ଓଡ଼ିଆ ଅଧିକାରୀ ସିଦ୍ଧାର୍ଥ ମହାନ୍ତିଙ୍କୁ କମ୍ପାନିର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) କାର୍ଯ୍ୟନିର୍ବାହୀ ଅଧିକାରୀ ସିଇଓ ଦାୟିତ୍ଵ ପ୍ରଦାନ କରାଯାଇଛି।୨୦୨୪ ଜୁନ୍ ୩୦ରୁ ୨୦୨୫ ଜୁନ୍ ପର୍ଯ୍ୟନ୍ତ ସେ ପଦଭାରରେ ରହିବେ।ସେ ହେଉଛନ୍ତି ଏଲ୍‌ଆଇସିର ପ୍ରଥମ ସିଇଓ। ଷ୍ଟକ୍ ବଜାରରେ କମ୍ପାନି ତାଲିକାଭୁକ୍ତ ହେବା ପରେ ଏମ୍‌ଡି ଓ ସିଇଓ ପଦ ପ୍ରଥମ ଥର  ସୃଷ୍ଟି ହୋଇଥିଲା।

10:40 AM

Gold Rate: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ଗ୍ରାମ ପିଛା ୬,୬୨୫ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୨୨୮ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫,୪୨୧ ଟଙ୍କା ରହିଛି। ସମାନ ଭାବରେ ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନା ଭରି ୨୨ କ୍ୟାରେଟର ଦାମ୍ ୬,୬୨୫  ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୨୯୩ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫,୪୭୬ ଟଙ୍କା ରହିଥିବା ଦେଖିବାକୁ ମିଳିଛି। ସେହିପରି ଦକ୍ଷିଣ ଭାରତ ପ୍ରମୁଖ ସହର ଭାବରେ ଜଣାଶୁଣା ଚେନ୍ନାଇରେ(Chennai) ୨୨ କ୍ୟାରେଟର ସୁନା ଦାମ୍ ୬,୬୮୫ ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୨୯୩ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୫,୪୭୬ ଟଙ୍କା ରହିଛି। ସେହିପରି ଦେଶର ରାଜଧାନୀ ନୂଆ ଦିଲ୍ଲୀରେ ୨୨ କ୍ୟାରେଟର ଦାମ୍ ୬,୬୪୦ ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୨୪୨ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୫,୪୩୩ ଟଙ୍କା ରହିଛି। 

10:25 AM

National Doctor’s Day 2024: ଡାକ୍ତରମାନଙ୍କୁ ସୈନିକଙ୍କ ସହ ତୁଳନା କରାଯାଏ। ସେମାନେ ସିନା ସୀମାରେ ଯୁଦ୍ଧ କରନ୍ତି ନାହିଁ କିନ୍ତୁ ରୋଗରେ ପୀଡିତ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରନ୍ତି।ମାନବ ସ୍ୱାସ୍ଥ୍ୟର ଉନ୍ନତି ଦିଗରେ ଡାକ୍ତର ହେଉଛନ୍ତି ଭଗବାନଙ୍କ ଦ୍ୱିତୀୟ ଅବତାର। ଜନ୍ମଠୁ ମୃତ୍ୟୁ ମଧ୍ୟରେ ଯନ୍ତ୍ରଣାରେ ଜର୍ଜରିତ ମଣିଷ ଡାକ୍ତରଙ୍କ ସେବା ଦ୍ୱାରା ହିଁ ସୁସ୍ଥ ହୋଇଥାଏ। ତେଣୁ ଦ୍ୱିତୀୟ ଭଗବାନଙ୍କୁ ସମ୍ମାନ ଜଣାଇବାକୁ ଆଜିର ଦିନକୁ ଜାତୀୟ ଡାକ୍ତର ଦିବସ ଭାବେ ପାଳନ କରାଯାଉଛି।

10:17 AM

ଜୁଲାଇରେ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏନେଇ ତାଲିକା ପ୍ରସ୍ତୁତ ହୋଇଛି। ଜୁଲାଇ୩, ୬, ୭, ୮, ୯, ୧୩, ୧୪, ୧୬ ଏବଂ ୧୭ ତାରିଖରେ ବ୍ୟାଙ୍କ ବନ୍ଦ ରହିବ। ଏହା ରାଜ୍ୟ ଭିତ୍ତିରେ ଅଲଗା ଅଲଗା ହୋଇପାରେ। ଓଡ଼ିଶାରେ କିନ୍ତୁ ଜୁଲାଇ ମାସରେ ୬ଟି ଛୁଟିଦିନ ରହିଛି।  ୩, ୬. ୮, ୯, ୧୬ ଏବଂ ୧୭ ତାରିଖରେ ବ୍ୟାଙ୍କ କାରବାର ଖୋଲା ରହିବ।

09:53 AM

Petrol Diesel Price Today:
ଓଡ଼ିଶାରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ପିଛା  ୧୦୧ ଟଙ୍କା ୦୬ ପଇସା ରହିଛି । ସେହିପରି ଡିଜେଲ (୧ ଲିଟର) ୯୨ ଟଙ୍କା ୬୪  ପଇସା ରହିଛି। ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ୯୪.୭୨ ରହିଥିବା ବେଳେ ଡିଜେଲ (୧ ଲିଟର) ୮୭.୬୨ ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୪.୨୧ ରହିଥିବା ବେଳେ ଡିଜେଲ(୧ ଲିଟର) ୯୨.୧୫ ରହିଛି। ସେପଟେ, ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୦ .୭୫ ରହିଥିବା ବେଳେ ଡିଜେଲ (୧ ଲିଟର) ୯୨.୩୪ ରହିଛି। କୋଲକାତାରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୩.୯୪ ରହିଥିବା ବେଳେ ଡିଜେଲ (୧ ଲିଟର) ୯୦.୭୬ ରହିଛି।

09:30 AM

ବଢ଼ୁଛି କ୍ରେଡିଟ୍‍ କାର୍ଡ ଏବଂ ସ୍ୱର୍ଣ୍ଣଋଣ ସଂଖ୍ୟା:
ବଢ଼ୁଛି କ୍ରେଡିଟ୍‍ କାର୍ଡ ଏବଂ ସ୍ୱର୍ଣ୍ଣଋଣ ସଂଖ୍ୟା ଓ ପରିମାଣ। ଏପରିକି ଏହା ବ୍ୟାଙ୍କର ସାମଗ୍ରିକ୍‍ ଋଣ ପରିମାଣଠାରୁ ଅଧିକ ଦ୍ରୁତ ଗତିରେ ବଢ଼ୁଥିବା ଜଣାପଡ଼ିବା ପରେ ରିଜର୍ଭ ବ୍ୟାଙ୍କ ଉଦବେଗ ପ୍ରକାଶ କରିଛି। ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ କ୍ରେଡିଟ୍‍କାର୍ଡ କାରବାର ୨୬.୨ ପ୍ରତିଶତ ବୃଦ୍ଧ ଘଟିଥିବା ବେଳେ ସ୍ୱର୍ଣ୍ଣଋଣରେ ଋଣ କାରବାର ୨୯.୭ ପ୍ରତିଶତ ହୋଇଛି। ଅପରପକ୍ଷେ ବ୍ୟାଙ୍କ୍ ଗୁଡ଼ିକରେ ଅନ୍ୟଋଣ କାରବାର ବୃଦ୍ଧି ମାତ୍ର ୧୯.୮ ପ୍ରତିଶତ ରହିଛି। ଅଣ ନିରାପଦ ଋଣ କାରବାରେ ଏପରି ବୃଦ୍ଧି ରିଜର୍ଭ ବ୍ୟାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। 

09:21 AM

ଶ୍ରୀମନ୍ଦିରରେ ଆଜି ଅନବସରର ଦଶମୀ ତିଥୀ:
ଶ୍ରୀମନ୍ଦିରରେ ଆଜି ଅନବସରର ଦଶମୀ ତିଥୀରେ ଶ୍ରୀଜୀଉ ମାନଙ୍କର ଅନୁଷ୍ଠିତ ହେବ ଚକାବିଜେ ନୀତି ।ଯାହା ଫଳରେ ଜ୍ୱର ଜନିତ ପୀଡାରୁ ସାମାନ୍ୟ ସୁସ୍ଥତା ମିଳିବାର ସୂଚନା ମିଳିବ।ଏହି ଚକାବିଜେ ନୀତି ଆଜି ଦ୍ବୀପହର ଭୋଗ ନୀତି ପରେ ଦଇତାପତିମାନେ କରିବେ। ସେପଟେ ଆଜି ଶ୍ରୀବୈଦ୍ୟଙ୍କ ଦ୍ୱାରା ସ୍ୱତନ୍ତ୍ର ଓ ପାରମ୍ପରିକ ଶୈଳୀରେ ଜ୍ୱରରୁ ସମ୍ପୂର୍ଣ ଉପଶମ ପାଇଁ ବିଭିର୍ନ ଚେରମୂଳିରେ ପ୍ରସ୍ତୁତ କରାଯିବ ଦଶମୂଳରିଷ୍ଟ ମୋଦକ। ପାରମ୍ପରିକ ଭାବେ ରାଜବୈଦ୍ୟ ଙ୍କ ଘରେ ଏହି ଦିବ୍ୟ ଔଷଧ ପ୍ରସ୍ତୁତ ହେବା ପରେ ଏହାକୁ ଶ୍ରୀମନ୍ଦିର ଗାରଦକୁ ପ୍ରଦାନ କରାଯିବ।ପରେ ଆସନ୍ତାକାଲି ଏକାଦଶୀ ତିଥିରେ ଦଶମୂଳ ଔଷଧ ଲାଗି ହେବା ସହ ମହାପ୍ରଭୁ ସମ୍ପୂର୍ଣ ସୁସ୍ଥ ହେବେ ବୋଲି ବିଶ୍ୱାସ ରହିଅଛି।

09:02 AM

ଆଜିଠାରୁ ଲାଗୁ ହେବ ନୂଆ ଅପରାଧିକ ନ୍ୟାୟ ବ୍ୟବସ୍ଥା:
ବ୍ରିଟିଶ୍‍ ସମୟର ତିନି ଆଇନ ଆଜିଠାରୁ ଅକାମୀ ହୋଇ ନୂଆ ଆଇନ ଅନୁସାରେ ପୁଲିସ ଓ ବିଚାର ବ୍ୟବସ୍ଥା କାର୍ଯ୍ୟ କରିବ। ଯେଉଁ ତିନି ଆଇନକୁ ନୂଆକରି ଲାଗୁ କରାଯିବ ସେଗୁଡ଼ିକ ଭିତରେ ପ୍ରଥମରେ ରହିଛି, ଭାରତୀୟ ନ୍ୟାୟ ସଂହିତା ଯାହା ପୂର୍ବରୁ ଇଣ୍ଡିଆନ୍‍ ପେନାଲ୍‍ କୋଡ୍‍ ଭାବେ ପରିଚିତ ଥିଲା।   ସେହିପରି ସିଆର୍‍ପିସିକୁ ଅକାମୀ କରି ସେହି ସ୍ଥାନରେ ଲାଗୁ ହେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଇଣ୍ଡିଆନ୍‍ ଏଭିଡେନ୍ସ ଆକ୍ଟ ବଦଳରେ ଲାଗୁ ହେବଭାରତୀୟ ସାକ୍ଷ ୍ୟଅଭିଯାନ। 

09:00 AM

Odisha news: ଆଜିଠାରୁ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିଲାଗି ପ୍ରସ୍ତୁତ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଅଭିଯୋଗ ପ୍ରକୋଷ୍ଠର ନବୀକରଣ କରାଯାଇଛି । ଯାହାର ତଦାରଖ କରୁଛନ୍ତି ଖୋଦ ବରିଷ୍ଠ ଅଧିକାରୀ। ଜୁଲାଇ ୧ରୁ ଅଭିଯୋଗ ପ୍ରକୋଷ୍ଟରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିବେ ଶୁଣାଣି । ସାଧାରଣ ଜନତାଙ୍କର ଶୁଣିବେ ଅଭିଯୋଗ । ଯେଉଁଠି ଏକକାଳୀନ ୩୦ ଜଣ ବସିବାର ବ୍ୟବସ୍ଥା କରାଯାଇଛି । ୧୧ ଟାରୁ ୟୁନିଟ-୫ ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି ହେବ । ଏହି ଅଭିଯୋଗ ଶୁଣାଣି ପାଇଁ ପଞ୍ଜିକରଣ ସେହିଦିନ ପୂର୍ବାହ୍ନ ୯ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ହେବ I ଗଣମାଧ୍ଯମ ପ୍ରତିନିଧିମାନେ ଉପସ୍ଥିତ ରହି ଶୃଙ୍ଖଳାର ସହ ଖବର ପ୍ରସାରଣ କରିପାରିବେ I