Weekly Special Horoscope 13 to 19 January 2025: ଜାନୁଆରୀରର ତୃତୀୟ ସପ୍ତାହ ବେଶ୍ କିଛି ରାଶି ପାଇଁ ଶୁଭ ରହିବ। କାହିଁକିନା ଜାନୁଆରୀ ୧୪ ତାରିଖ ଅର୍ଥାତ୍ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିକୁ ଚଳନ କରିବେ। ଯାହାର ପ୍ରଭାବ ୧୨ ରାଶିଙ୍କ ଉପରେ ରହିବ। ତେବେ, ଆସନ୍ତୁ ଜାଣିବା ୧୨ ରାଶିଙ୍କର ଆଗାମୀ ସପ୍ତାହରେ କିପରି ରହିବ ଆର୍ଥିକ, ବ୍ୟବସାୟିକ ଓ ସ୍ବାସ୍ଥ୍ୟବସ୍ଥା ....ପଢନ୍ତୁ ସାପ୍ତାହିକ ରାଶିଫଳ....
କନ୍ୟା: ନୂଆ ସପ୍ତାହଟି ବେଶ୍ ଉତ୍ତମ ରହିବ। କ୍ୟାରିୟର ଓ ବ୍ୟବସାୟୀମାନଙ୍କ ପାଇଁ ସମୟ ଭଲ ରହିବ। କମ୍ପିଟେଟିଭ୍ ଏକଜାମ୍ ଦେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବା ସହିତ ଶୁଭ ଖବର ପାଇବେ। ବିଦେଶରେ ଭଲ କଲେଜ୍ ରେ ଆଡମିଶନ ପାଇଁ ଆଶା ରଖିଥିବା ଆଶାୟୀଙ୍କ ଆଶା ପୂରଣ ହେବ। ବାଣିଜ୍ୟ ବ୍ୟବସାୟରେ ଚାଲିଥିବା ମାନ୍ଦା ବସ୍ଥାରେ ସୁଧାର ଆସିବ। ସପ୍ତାହ ଆରମ୍ଭରୁ ନିଜ ପ୍ରିୟଜନଙ୍କୁ ଭେଟିବେ। ପ୍ରେମୀ ମାନଙ୍କ ପାଇଁ ସମୟ ଶୁଭ ରହିବ। ଯେଉଁମାନେ ପ୍ରେମ ସମ୍ପର୍କରେ ଅଛନ୍ତି। ସେମାନେ ନିଜ ସାଥୀଙ୍କୁ ବିବାହ କରିବା ନେଇ ପ୍ରତିଶ୍ରୃତି ଦେବେ। ସିଙ୍ଗିଲ୍-ମାନେ କୌଣସି ପ୍ରକାର ପ୍ରେମ ସମ୍ପର୍କରେ ଆସିପାରନ୍ତି। ସପ୍ତାହ ଶେଷରେ ପରିବାର ସହ ଦୂରସ୍ଥାନକୁ ଯାତ୍ରା କରିବେ।
କନ୍ୟା: ସପ୍ତାହ ପ୍ରଥମାର୍ଦ୍ଧରେ ପରିବାରରେ କାହାର ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଋତୁ କାଳିନୀ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ପରିବାର ଲୋକଙ୍କ ସହ ଟଙ୍କା-ପଇସାକୁ ନେଇ ଅଶାନ୍ତି ଦେଖାଦେବ। ପ୍ରେମୀମାନଙ୍କ ପାଇଁ ସମୟ ପ୍ରତିକୂଳ ରହିପାରେ। ବାଣିଜ୍ୟ- ବ୍ୟବସାୟରେ କ୍ଷତି ସହିବାର ସମ୍ଭାବନା ରହିଛି। କୌଣସି ବଡ଼ ଡିଲ୍ ଫାଇନାଲ୍ କଲେ ବଡ ଧରଣର କ୍ଷତି ସହିବେ। କୌଣସି ବଡ଼ ନିସ୍ପତ୍ତି ନେବା ପୂର୍ବରୁ ଘରର ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ। କର୍ମକ୍ଷେତ୍ରରେ ଅତିରିକ୍ତ କାର୍ଯ୍ୟଭାର ମୁଣ୍ତକୁ ଆସିବ। ବ୍ୟକ୍ତିଗତ ଜୀବନରେ ଟଙ୍କା ପଇସାକୁ ନେଇ ଟେନସନ୍ -ବଢିବ।
ତୁଳା: ଦିର୍ଘ ଦିନର ଆଶା ପୂରଣ ହେବ। କର୍ମକ୍ଷେତ୍ରରେ କରିଥିବା କଠିନ ପରିଶ୍ରମର ଫଳ ପାଇବେ। ପଦୋନ୍ନତି ମିଳିବା ସହିତ ଦରମା ବଢିବ। କର୍ମକ୍ଷେତ୍ରରେ ସମ୍ମାନୀତ ହେବେ। ସପ୍ତାହରେ ଦ୍ବିତୀୟ ସସ୍ତାହରେ ବ୍ୟବସାୟୀମାନେ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଶୁଭ ସମୟ ରହିଛି। ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ଭଲ ଦ୍ବି-ପଇସା ଲାଭ ପାଇବେ। ବିଦେଶରେ ଚାଲିଥିବା ବାଣିଜ୍ୟ-ବ୍ୟବସାୟରେ ବୃଦ୍ଧି ହେବ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ। ଧାର-କରଜ ନେଇଥିବା ଋଣକୁ ପରିଶୋଧ କରିବାରେ ସଫଳ ହେବେ। ସେୟାର ବଜାରରୁ ପ୍ରଚୁର ଲାଭ ପାଇବେ। ଆର୍ଥିକ ଦୃଷ୍ଟିକୋଣରୁ ସପ୍ତାହଟି ଭଲ ରହିବ। ସ୍ବାସ୍ଥ୍ୟରେ ଉନ୍ନତି ହେବେ।
ବିଛା: ବ୍ୟାଙ୍କିଂ, ବୀମା କ୍ଷେତ୍ରରେ କାର୍ଯ୍ୟରତ ଲୋକେ ସମୟ ପୂର୍ବରୁ ନିଜର ଲକ୍ଷ ପୂରଣ କରିବେ। କର୍ମକ୍ଷେତ୍ରରେ ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ଠାରୁ ସମର୍ଥନ ପାଇବେ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ। ନୂଆ ଗାଡି କିଣିବାର ସ୍ବପ୍ନ ସାକାର ହେବ। ବୈବାହିକ ଜୀବନ ସୁଖମୟ ହେବ। ପ୍ରେମ ସମ୍ପର୍କରେ ଥିବା ସମ୍ପର୍କ ବିବାହରେ ପରିଣତ ହେବ। ନୂଆ ସପ୍ତାହ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ବ୍ୟବସାୟରେ ଆଶା ଠାରୁ ଅଧିକ ଲାଭ ପାଇବେ। ସେୟାର ବଜାର ଓ କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ କରିବା ପାଇଁ ସମୟ ଭଲ ରହିଛି। ପୂର୍ବରୁ କରିଥିବା ବିନିଯୋଗରୁ ଲାଭ ପାଇବେ। କ୍ୟାରିୟର ଓ ବ୍ୟବସାୟରେ ଅଗ୍ରଗତି କରିବେ।
ଧନୁ: ନୂଆ ସପ୍ତାହଟି ଟିକେ ଜଗିରଖି ଚଳିବାକୁ ପଡିବ। କ୍ୟାରିୟର ପାଇଁ କୌଣସି ବଡ଼ ନିସ୍ପତ୍ତି ନେବାକୁ ପଡିପାରେ। କ୍ରୋଧରୁ ଦୂରେଇ ରହିଲେ , କର୍ମକ୍ଷେତ୍ରରେ ନିଜ କାର୍ଯ୍ୟ ପାଇଁ ସମ୍ମାନୀତ ହେବେ। ଅଟକିଥିବା କାର୍ଯ୍ୟକୁ ସୁରୁଖୁରୁରେ ଶେଷ କରିବାରେ ସମର୍ଥ ହେବେ। ଦୂରଯାତ୍ରା ବେଳେ ସତର୍କତ ଅବଲମ୍ବନ କରନ୍ତୁ। ବାକି ପଡିଥିବା ଟଙ୍କା ପାଇବେ। ନୂଆ ବାଣିଜ୍ୟ-ବ୍ୟବୟାର ଆରମ୍ଭ କରିବା ପାଇଁ ସମୟ ଶୁଭ ରହିବ। ଏହି ସମୟରେ ଆରମ୍ଭ କଲେ ଅଧିକ ଲାଭ ପାଇବେ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିପାରେ। ନିଜ ସାଥୀଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଟେନସନ୍ ରେ ରହିବେ।
ମକର: ମକର ରାଶିର ଲୋକଙ୍କ ପାଇଁ ନୂଆ ସପ୍ତାହରେ ସତର୍କତା ସହ ଚଳିବାକୁ ପଡିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଭୁଲ ବୁଝାବଣା ହେବା କାରଣରୁ ଟେନସନ୍-ରେ ରହିବେ। କାର୍ଯ୍ୟଭାର ବୃଦ୍ଧି ପାଇବ। ବ୍ୟବସାୟୀମାନେ ଏହି ସମୟରେ ଆର୍ଥିକ ଦେଣନେଣ କରନ୍ତୁ ନାହିଁ ନଚେତ୍ କ୍ଷତି ସହିବେ। ନିଜ ପରିବାର ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ପାଇବ। ପ୍ରେମୀମାନଙ୍କ ପାଇଁ ସମୟ ଏତେ ଖାସ୍ ରହିବ ନାହିଁ।
କୁମ୍ଭ: ନୂଆ ସପ୍ତାହ ଏହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ସରକାରୀ ଯୋଜନାରୁ ଲାଭ ପାଇବେ। ଚାକିରି କରୁଥିବା ଲୋକମାନେ ବରିଷ୍ଠ ଅଧିକାରୀଙ୍କ ଠାରୁ ପ୍ରଂଶାସ ପାଇବେ। ବ୍ୟବସାୟରେ ସଫଳତା ପାଇବ। ପରିବାରରେ ଦେଖାଦେଇଥିବା ପୁରୁଣା ମତଭେଦକୁ ଭୁଲି ସବୁକିଛି ଠିକ୍ ଠାକ୍ ହୋଇଯିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ପ୍ରତିଯୋଗିତା ବା କମ୍ପିଟେଟିଭ୍ ଏକଜାମ୍ ଦେଉଥିବା ଛାତ୍ରଛାତ୍ରୀମାନେ ସଫଳତା ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।
ମୀନ: ନୂଆ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ଆନନ୍ଦମୟ ରହିବ। ଯ-ଦି ଆପଣ କେଉଁ ପ୍ରେମ ସମ୍ପର୍କରେ ଅଛନ୍ତି, ତେବେ ସାଥୀଙ୍କ ସହିତ କୌଣସି ସ୍ଥାନକୁ ଡେଟ୍ ରେ ଯିବେ। ଅବିବାହିତଙ୍କ ପାଇଁ ବିବାହ ଯୋଗ ଫିଟିବ। ଆୟ-ବ୍ୟୟ ସମାନ ରହିବ। ବ୍ୟବସାୟ କରୁଥିବା ଲୋକେ ବଡ଼ ଡିଲ୍ ଫାଇନାଲ୍ କରିବେ। ଚାକିରିଆଙ୍କ ପାଇଁ ସମୟ ଶୁଭ ରହିବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।
(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)
ट्रेन्डिंग फोटोज़