Hair Care: ଯିବାକୁ ପଡିବନି ପାର୍ଲର, ଘରେ କଳା କେଶକୁ ଘଣ୍ଟାଏରେ ସବୁଦିନ ପାଇଁ କରନ୍ତୁ ବ୍ରାଉନ୍
Advertisement

Hair Care: ଯିବାକୁ ପଡିବନି ପାର୍ଲର, ଘରେ କଳା କେଶକୁ ଘଣ୍ଟାଏରେ ସବୁଦିନ ପାଇଁ କରନ୍ତୁ ବ୍ରାଉନ୍

Hair Care: ଧଳା କେଶକୁ କଳା କରିବା ପାଇଁ କିଏ କେତେ କଣ କରୁଛି । କିଏ ବଜାରରେ ବିକ୍ରି ହେଉଥିବା କର୍ଲର ଆଣି ହେୟାର କର୍ଲର କରୁଛି ତ ଆଉ କଏ ଘରୋଇ ଉପଚାର ମାଧ୍ୟମରେ ଧଳା କେଶକୁ କଳା ଓ ବ୍ରାଉନ କରୁଛି। ବଜାରରେ ମିଳୁଥିବା କର୍ଲରକୁ କେଶରେ ଲଗାଇବା ମାତ୍ରେ, କେଶର ରଙ୍ଗ ବଦଳିଥାଏ । କିନ୍ତୁ ଏହା ଦିର୍ଘ ସ୍ଥାୟୀ ନୁହେଁ । ୧୫ରୁ ୨୦ ଦିନ ମଧ୍ୟରେ ଅର୍ଥାତ ଆପଣ କେଶ ସଫା କରିବା ପରେ କର୍ଲର ମଧ୍ୟ କେଶରୁ ଧୋଇ ହୋଉଯାଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ, ପ୍ରାକୃତିକ ଉପାୟରେ ଧଳା କେଶକୁ କିଭଳି କଳା ଓ ବ୍ରାଉନ କର୍ଲର କରିହେବ ।

ସୌଜନ୍ୟ- ସୋସିଆଲ ମିଡିଆ

Hair Care: ଧଳା କେଶକୁ କଳା କରିବା ପାଇଁ କିଏ କେତେ କଣ କରୁଛି । କିଏ ବଜାରରେ ବିକ୍ରି ହେଉଥିବା କର୍ଲର ଆଣି ହେୟାର କର୍ଲର କରୁଛି ତ ଆଉ କଏ ଘରୋଇ ଉପଚାର ମାଧ୍ୟମରେ ଧଳା କେଶକୁ କଳା ଓ ବ୍ରାଉନ କରୁଛି। ବଜାରରେ ମିଳୁଥିବା କର୍ଲରକୁ କେଶରେ ଲଗାଇବା ମାତ୍ରେ, କେଶର ରଙ୍ଗ ବଦଳିଥାଏ । କିନ୍ତୁ ଏହା ଦିର୍ଘ ସ୍ଥାୟୀ ନୁହେଁ । ୧୫ରୁ ୨୦ ଦିନ ମଧ୍ୟରେ ଅର୍ଥାତ ଆପଣ କେଶ ସଫା କରିବା ପରେ କର୍ଲର ମଧ୍ୟ କେଶରୁ ଧୋଇ ହୋଉଯାଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ, ପ୍ରାକୃତିକ ଉପାୟରେ  ଧଳା କେଶକୁ  କିଭଳି କଳା ଓ ବ୍ରାଉନ କର୍ଲର କରିହେବ । ତେବେ, କେଶକୁ କଳା ଓ ବ୍ରାଉନ କରିବା ପାଇଁ ବେଶି ସମୟ ମଧ୍ୟ ଲାଗିବ ନାହିଁ। ମାତ୍ର ଘଣ୍ଟେ ମଧ୍ୟରେ ଏହା ଆପଣଙ୍କ କେଶର ରଙ୍ଗକୁ ବଦଳାଇ ଦେବ। 

ଯଦି ଆପଣ ଘରେ କେଶକୁ  କଳା କିମ୍ବା ବ୍ରାଉନ୍ କରିବାକୁ ଚାହଁଛନ୍ତି । ତେବେ ଆପଣ ହେନାର ପେଷ୍ଟକୁ ସହଜରେ ଘରେ ତିଆରି କରିପାରିବେ । ପ୍ରାକୃତିକ କେଶ କର୍ଲର କରିବାକୁ,ଆପଣଙ୍କୁ କେବଳ ୩ ଟି ଜିନିଷକୁ ହେନାରେ ମିଶ୍ରଣ କରିବାକୁ ପଡିବ। ଆସନ୍ତୁ ଜାଣିବା ଏହି ପେଷ୍ଟ କିପରି ପ୍ରସ୍ତୁତ କରାଯାଏ ଏବଂ ଏହାକୁ ପ୍ରୟୋଗ କରିବାର ପଦ୍ଧତି କ’ଣ ?

Also Read : Quick White Hair Remedy: ଗୋଟିଏ ଦିନରେ ଧଳା କେଶ ହେବ ସବୁଦିନ ପାଇଁ କଳା, ଘରେ ପ୍ରସ୍ତୁତ କରନ୍ତୁ ଏହି ପ୍ରାକୃତିକ ତେଲ

ହେନା ସହିତ ପ୍ରାକୃତିକ କେଶ ରଙ୍ଗ କିପରି ତିଆରି କରିବେ ?

ଅଧା କପରେ ହେନା ଏବଂ ସମାନ ପରିମାଣର ଇଣ୍ଡିଗୋ ପାଉଡର (indigo powder ) ନିଅ ଏବଂ ସେଥିରେ ୫ ଚାମଚ ଆମଲା ପାଉଡର ଏବଂ ୩ ଚାମଚ କ୍ୟାଟେଚୁ ଗୁଣ୍ତ(catechu) ମିଶ୍ରଣ କରନ୍ତୁ । ପରେ ଗୋଟିଏ ପାତ୍ରରେ ପାଣି ଫୁଟାଇ ଏଥିରେ ଏକ ଚାମଚ ଚା ପତି ଏବଂ ଏକ ଚାମଚ କଫି ପକାନ୍ତୁ । ପାଣି ଫୁଟିବା ପରେ ସେହି ହେନାର ମିଶ୍ରଣକୁ ପାଣିରେ ପକାଇ କିଛି ସମୟ ଘାଣ୍ଟନ୍ତୁ । ଏବଂ ଚୁଲାରୁ ପାତ୍ରଟିକୁ ଓଲ୍ଲାଇବା ପରେ ସେହି ମିଶ୍ରଣକୁ ଘୋଡାଇ ରଖନ୍ତୁ । ଅତି କମରେ ଏହି ମିଶ୍ରଣକୁ ଆପଣ ୬ ଘଣ୍ଟା ଏଭଳି ଛାଡି ଦିଅନ୍ତୁ ।   ୬ ଘଣ୍ଟା ପରେ ଏହାକ କାଠୁଆ ହୋଇଯାଥିବା ନିଶ୍ଚୟ । ଆପଣ ନିଜ କେଶରେ ଏହି ମିଶ୍ରଣ ଲଗାଇବା ପୂର୍ବରୁ ଏଥିରେ କିଛି ଉସୁମ ପାଣି ପକାଇ ଫେଣ୍ଟନ୍ତୁ। ଯେତେବେଳେ ଏହା ଥଣ୍ତା ହୋଇଯିବ । ସେତେବେଳେ ଆପଣ ଏହାକୁ କେଶରେ ଲଗାଇପାରିବେ। ଲଗାଇବାର ଘଣ୍ଟାଏ ପରେ ସାମ୍ପୁ ବଦଳରେ ଏହାକୁ ସାଧା ପାଣିରେ ଧୋଇଦେବେ । ପରେ ଦେଖିବେ ଆପଣଙ୍କ କେଶ ବ୍ରାଉନ ହୋଇଯାଇଥିବ ନିଶ୍ଚୟ । ତେବେ, ଏହା ଦିର୍ଘ ଦିନ ପର୍ଯ୍ୟନ୍ତ ଆପଣଙ୍କ କେଶ ବ୍ରାଉନ୍ କର୍ଲର ରହିବ। 

ହେନା ପ୍ରୟୋଗ କରିବା ସମୟରେ ଏହି ସତର୍କତା ଅବଲମ୍ବନ କରାଯିବା ଉଚିତ୍ : ତେବେ ଆପଣ ହେନା ଲଗାଇବା ସମୟରେ ଯେପରି ଧ୍ୟାନ୍ ଦେବେ ଆପଣଙ୍କ ଆଖିରେ ହେନା ପେଷ୍ଟ ନ ଲାଗିବା ଉଚିତ୍ । ହେନାରେ ଏହି ପେଷ୍ଟକୁ ଆପଣ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଫ୍ରିଜରେ ରଖିପାରିବେ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)