Navratri 2023: ନବରାତ୍ରୀ ସମୟରେ କେଉଁ ସ୍ୱପ୍ନ କଣ ସଂଙ୍କେତ ଦେଇଥାଏ? ଜାଣନ୍ତୁ..
Advertisement
Article Detail0/zeeodisha/odisha1924021

Navratri 2023: ନବରାତ୍ରୀ ସମୟରେ କେଉଁ ସ୍ୱପ୍ନ କଣ ସଂଙ୍କେତ ଦେଇଥାଏ? ଜାଣନ୍ତୁ..

Navratri 2023: ରାତି ହେଉ ଅବା ଦିନ ଆମେ ଅନେକ ସମୟରେ ନିଦରେ ଶୋଇବା ପରେ ବିଭିନ୍ନ ସ୍ୱପ୍ନ ଦେଖିଥାଉ  । ସ୍ୱପ୍ନ କେତେବେଳେ ଭଲ ହୋଇଥାଏ ତ ପୁଣି କେତେବେଳେ ଦୁସ୍ୱପ୍ନ ହୋଇଥାଏ । ତେବେ ନବରାତ୍ରୀ ସମୟରେ କେଉଁ ସ୍ୱପ୍ନ ଶୁଭ ହୋଇଥାଏ ଆସନ୍ତୁ ଜାଣିବା ।

Navratri 2023: ନବରାତ୍ରୀ ସମୟରେ କେଉଁ ସ୍ୱପ୍ନ କଣ ସଂଙ୍କେତ ଦେଇଥାଏ? ଜାଣନ୍ତୁ..

Navratri 2023: ରାତିରେ ପ୍ରାୟ ଅଧିକାଂଶ ଲୋକେ ଶୋଇବା ପରେ ସ୍ୱପ୍ନ ଦେଖିଥାନ୍ତି । ନିଦରେ ଶୋଇବା ପରେ ସ୍ୱପ୍ନ ଦେଖିବା ଏକ ସାଧାରଣ କଥା କିନ୍ତୁ ଯେତେବେଳେ ନବରାତ୍ରୀ ଏବଂ ଦେବୀ ଦୁର୍ଗାଙ୍କ ପୂଜା ସମୟରେ କିଛି ନିର୍ଦ୍ଦିଷ୍ଟ ସ୍ୱପ୍ନ ଆମ ମନକୁ ଆସେ ସେତେବେଳେ ସେଗୁଡିକର ଭିନ୍ନ ଅର୍ଥ ଥିବା ନେଇ କୁହାଯାଏ । ସ୍ୱପ୍ନ ବିଜ୍ଞାନ ଅନୁଯାୟୀ, ରାତିରେ ଆପଣ ଶୋଇଥିବା ସମୟରେ ଦେଖୁଥିବା ପ୍ରତ୍ୟେକ ସ୍ୱପ୍ନ ଆପଣଙ୍କ ଭବିଷ୍ୟତରେ ଘଟିବାକୁ ଥିବା ଘଟଣାଗୁଡ଼ିକ ବିଷୟରେ ଲୁକ୍କାୟିତ ସୂଚନା ଦେଇଥାଏ । ଏହି ସଙ୍କେତ ଗୁଡ଼ିକ ବେଳେବେଳେ ଶୁଭ ଏବଂ ବେଳେବେଳେ ଅଶୁଭ ହୋଇଥାଏ । କିନ୍ତୁ ଯଦି ଆମେ ନବରାତ୍ରୀ ସମୟରେ ଦେବୀ ଦୁର୍ଗାଙ୍କ ସହ ଜଡିତ ସ୍ୱପ୍ନ ବିଷୟରେ କହିବା ତେବେ ସ୍ୱପ୍ନର ଶାସ୍ତ୍ର ଏହା ବିଷୟରେ କ’ଣ କହିଥାଏ ? ଏ ସମ୍ପର୍କରେ ଆମେ ଆପଣଙ୍କୁ ବିସ୍ତୃତ ଭାବରେ ଜଣାଇବୁ ।

୧- ନବରାତ୍ରୀ ସମୟରେ ଦେବୀ ଦୁର୍ଗାଙ୍କୁ ଉପଯୁକ୍ତ ରୀତିନୀତି ସହିତ ପୂଜା କରାଯିବାର ସ୍ୱପ୍ନ ଯଦି ଆପଣ ଦେଖୁଛନ୍ତି ତେବେ ଏହା ଦୁଇଟି ସଙ୍କେତ ଦେଇଥାଏ । ତାହା ହେଉଛି କିଛି ଶୁଭ କିମ୍ବା ଅଶୁଭ କାର୍ଯ୍ୟ ଆପଣଙ୍କ ଜୀବନରେ ଶୀଘ୍ର ସମାପ୍ତ ହେବ । ଏହିପରି ସ୍ୱପ୍ନ ପ୍ରାୟତଃ ବ୍ୟକ୍ତିଙ୍କ ଜୀବନରେ ସକରାତ୍ମକ ଫଳାଫଳ ଆଣିଦେଇଥାଏ ।

୨- ନବରାତ୍ରୀ ସମୟରେ ଯଦି ଆପଣ ରାତିରେ ନିଦରେ ଶୋଇବା ସମୟରେ ମାଆ ଦୁର୍ଗାଙ୍କୁ ବ୍ୟକ୍ତିଗତ ଭାବରେ ଦେଖନ୍ତି କିମ୍ବା ଆପଣ ତାଙ୍କ ପ୍ରତିମୂର୍ତ୍ତି କିମ୍ବା ଫଟୋ ଦେଖନ୍ତି, ତେବେ ଏହା ବୁଝିନିଅନ୍ତୁ ଯେ, ଦେବୀ ଦୁର୍ଗା ଆପଣଙ୍କୁ କିଛି ବଡ଼ ସମସ୍ୟାରୁ ଉଦ୍ଧାର କରିବାକୁ ଯାଉଛନ୍ତି । ବିଶ୍ୱାସ କରାଯାଏ ଯେ, ମାଆଙ୍କ ସହିତ ଜଡିତ ଏହି ସ୍ୱପ୍ନ ଜଣେ ବ୍ୟକ୍ତିର ବଡ ସମସ୍ୟାର ସମାଧାନକୁ ସୂଚିତ କରେ ।

୩- ନବରାତ୍ରୀ ସମୟରେ, ଯଦି ଆପଣ ସ୍ୱପ୍ନରେ ଦେବୀ ଦୁର୍ଗା କିମ୍ବା ତାଙ୍କ ଆରତୀ ସାମ୍ନାରେ ଏକ ଦୀପ ଜଳୁଥିବା ଦେଖୁଛନ୍ତି ତେବେ ଏହାର ଅର୍ଥ ହେଉଛି ଆପଣ ଏକ ବଡ଼ ସଙ୍କଟରୁ ମୁକ୍ତି ପାଇବେ । ମାତାଙ୍କ ପୂଜା ସହିତ ଜଡିତ ଏହି ସ୍ୱପ୍ନ ଅନ୍ଧକାରରୁ ଆଲୋକକୁ ଯିବା ସୂଚାଇଥାଏ ।

୪- ଯଦି ଆପଣ ନବରାତ୍ରୀ ସମୟରେ କୁମାରୀ ପୂଜା କରାଯାଉଥିବା ଦେଖନ୍ତି, ତେବେ ନିଶ୍ଚିତ ହୁଅନ୍ତୁ ଯେ ଆପଣ କିଛି ବଡ଼ ସଫଳତା ପାଇବାକୁ ଯାଉଛନ୍ତି । ବିଶ୍ୱାସ କରାଯାଏ ଯେ, କୁମାରୀ ପୂଜା ସହିତ ଜଡିତ ଏକ ସ୍ୱପ୍ନ ଜଣେ ବ୍ୟକ୍ତିର ବହୁ ପ୍ରତୀକ୍ଷିତ ଇଚ୍ଛାକୁ ପୂରଣ କରିବାର ସୂଚନା ଦେଇଥାଏ ।

୫- ବିଶ୍ୱାସ ଅନୁଯାୟୀ ଯଦି ଜଣେ ବ୍ୟକ୍ତି ନବରାତ୍ରୀ ସମୟରେ ଧନର ଦେବୀ ମାଆ ଲକ୍ଷ୍ମୀଙ୍କୁ ଦେଖନ୍ତି, ତେବେ ଏହା ଆର୍ଥିକ ସମସ୍ୟା ଦୂର ହେବା ନେଇ ପ୍ରତ୍ୟକ୍ଷ ସଂକେତ ଦେଇଥାଏ ।

୬- ଯଦି ଆପଣ ନବରାତ୍ରୀ ସମୟରେ ଦେବୀ ଦୁର୍ଗାଙ୍କୁ ଆଶୀର୍ବାଦ ଦେଉଥିବାର ଦେଖନ୍ତି, ତେବେ ବୁଝନ୍ତୁ ଯେ, ମାତା ଦେବୀଙ୍କର ବିଶେଷ ଆଶୀର୍ବାଦ ଆପଣଙ୍କୁ ମିଳିବାକୁ ଯାଉଛି । ଆପଣ ଭବିଷ୍ୟତରେ କିଛି ବଡ ସଫଳତା ପାଇପାରନ୍ତି। ଦେବୀ ଦୁର୍ଗାଙ୍କ ସହିତ ଜଡିତ ଏହି ସ୍ୱପ୍ନ ବ୍ୟକ୍ତିର ସମ୍ମାନ ଏବଂ ପ୍ରଭାବର ବୃଦ୍ଧିକୁ ସୂଚିତ କରେ ।

୭- ନବରାତ୍ରୀ ସମୟରେ, ଯଦି ଆପଣ ନିଜ ସ୍ୱପ୍ନରେ ଦେବୀ ଦୁର୍ଗା ଚାଲୁଥିବାର ଦେଖନ୍ତି ତେବେ ବୁଝିଯାଆନ୍ତୁ ଆପଣଙ୍କ ଶତୃଙ୍କ ଜୀବନ ଅନ୍ଧକାର ହେବାକୁ ଯାଉଛି । ଆପଣ ଶତୃଙ୍କ ସହିତ ସମସ୍ତ ଉପାୟରେ ବିଜୟ ଲାଭ କରିବେ । ଏପରି କି ଆଇନଗତ ମାମଲା ମଧ୍ୟ ଆପଣଙ୍କ ସପକ୍ଷରେ ଯିବ ।

(ସୂଚନା- ତଥ୍ୟ ଓ ବିଶ୍ୱାସ ଆଧାରରେ ଏହି ସୂଚନା ପ୍ରଦାନ କରାଯାଇଛି, ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ )

Also Read- Nokia Lay Off: ନୋକିଆରୁ ବିଦା ହେବେ ୧୪ହଜାର କର୍ମଚାରୀ, କମ୍ପାନୀ କହିଲା କାରଣ !

Also Read- Laxmi Bus Scheme: ଗଜପତିରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ