Weight Loss: ଖାଇବା ପରେ କରନ୍ତୁ ଏହି ଦୁଇଟି ଜିନିଷ, ଜୀବନରେ କେବେବି ବଢ଼ିବ ନାହିଁ ଓଜନ
Advertisement
Article Detail0/zeeodisha/odisha1397597

Weight Loss: ଖାଇବା ପରେ କରନ୍ତୁ ଏହି ଦୁଇଟି ଜିନିଷ, ଜୀବନରେ କେବେବି ବଢ଼ିବ ନାହିଁ ଓଜନ

Weight Loss Tips: ଶରୀରରେ ମୋଟାପଣ ହ୍ରାସ କରିବା ପାଇଁ ଖାଦ୍ୟ ଖାଇବା ପରେ ଏହି ଦୁଇଟି କାର୍ଯ୍ୟ କରନ୍ତୁ । ଏହା ଓଜନକୁ ନିୟନ୍ତ୍ରଣରେ ରଖିବ ଓ ଆପଣଙ୍କ ହଜମ ମଧ୍ୟ ଭଲ ହେବ । ଆସନ୍ତୁ ଜାଣିବା ଏହି ୨ ଟି ଜିନିଷ ଯାହା ଆପଣଙ୍କୁ ଖାଦ୍ୟ ଖାଇବା ପରେ କରିବାକୁ ପଡିବ ।

ସାଙ୍କେତିକ ଫଟୋ

Weight Loss Tips: ଆଜିକାଲି ଆମର ଖରାପ ଜୀବନଶୈଳୀ (Bad lifestyle) ମେଦବହୁଳତା (Obesity) ଓ ରୋଗ ବୃଦ୍ଧି ହେବାର ମୁଖ୍ୟ କାରଣ ପାଲଟିଛି । ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଯୋଗୁଁ ମେଦବହୁଳତା ଶୀଘ୍ର ବଢିଥାଏ । ଗୋଟିଏ ସ୍ଥାନରେ ଘଣ୍ଟା ଘଣ୍ଟା ବସିବା ଦ୍ୱାରା ମଧ୍ୟ ଓଜନ ବୃଦ୍ଧି ହୋଇଥାଏ । ଯଦି ଆପଣ ଚାହାଁନ୍ତି ଆପଣଙ୍କ ଶରୀରରେ ମୋଟାପଣ ହ୍ରାସ ହେଉ କିମ୍ବା ମେଦବହୁଳତା ନ ଆସୁ, ତେବେ ଖାଦ୍ୟ ଖାଇବା ପରେ କିଛି ଜିନିଷର ଯତ୍ନ ନିଅନ୍ତୁ । ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିବ । ଯେଉଁମାନେ ଫିଟନେସର ଯତ୍ନ ନିଅନ୍ତି ସେମାନେ ମଧ୍ୟ ଏହି ଜିନିଷଗୁଡ଼ିକର ଯତ୍ନ ନିଅନ୍ତି । ଖାଦ୍ୟ ହଜମ କରିବା ଓ ସୁସ୍ଥ ରହିବାକୁ ମଧ୍ୟ ଏହି ଅଭ୍ୟାସ କରନ୍ତୁ । ଆସନ୍ତୁ ଜାଣିବା ସେହି ୨ ଟି ଜିନିଷ, ଯାହା ଆପଣଙ୍କୁ ଖାଦ୍ୟ ଖାଇବା ପରେ କରିବାକୁ ପଡିବ ।

ଓଜନ ହ୍ରାସ କରିବା ପାଇଁ ଖାଦ୍ୟ ଖାଇବା ପରେ କରନ୍ତୁ ଏହି ଦୁଇଟି ଜିନିଷ

୧- ଖାଦ୍ୟ ଖାଇବା ପରେ ଚଲାବୁଲା କରନ୍ତୁ -
ଆପଣ ଏକ ନିୟମ ବନାନ୍ତୁ । ମଧ୍ୟାହ୍ନ ଭୋଜନ ହେଉ କିମ୍ବା ରାତ୍ରୀ ଭୋଜନ, ଯେତେବେଳେ ଆପଣ ଖାଦ୍ୟ ଖାଅନ୍ତି ଏହା ପରେ କିଛି ସମୟ ଚାଲନ୍ତୁ । ଏହା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିବ ଓ ମେଦବହୁଳତା ମଧ୍ୟ ହ୍ରାସ ପାଇବ । ଆପଣଙ୍କ ଭୋଜନ ପରେ ୧୫ ରୁ ୨୦ ମିନିଟ୍ ପାଇଁ ହାଲୁକା ଚାଲନ୍ତୁ । ଏହି କାରଣରୁ ଶରୀରରେ ଚର୍ବି ଜମା ହେବ ନାହିଁ । ଖାଦ୍ୟ ଖାଇବା ପରେ ବସିବା କାରଣରୁ ଖାଦ୍ୟ ବିଳମ୍ବରେ ହଜମ ହୁଏ, ଯେଉଁଥିପାଇଁ ମେଦବହୁଳତା ବଢିଯାଏ ।

୨- ଖାଦ୍ୟ ଖାଇବା ପରେ ଗରମ ପାଣି ପିଅନ୍ତୁ-
ଅନ୍ୟ ଏକ ନିୟମ ପ୍ରସ୍ତୁତ କରନ୍ତୁ ଯେ ଯେତେବେଳେ ବି ଆପଣ କିଛି ଖାଆନ୍ତି, ତା' ପରେ ଗରମ ପାଣି ନିଶ୍ଚିତ ପିଅନ୍ତୁ । ଏହା ଯୋଗୁଁ ଠିକ ଭାବେ ହଜମ ହେବ ଓ ମେଦବହୁଳତା ମଧ୍ୟ କମିଯିବ । ଗରମ ପାଣି ପିଇବା ଦ୍ୱାରା ଖାଦ୍ୟ ଶୀଘ୍ର ହଜମ ହୁଏ । ଏହା ମେଦବହୁଳତାକୁ ମଧ୍ୟ ହ୍ରାସ କରିଥାଏ । ତେଲିଆ କିମ୍ବା ମିଠା ଖାଦ୍ୟ ଖାଇବା ପରେ ବିଶେଷ ଭାବରେ ଗରମ ପାଣି ପିଅନ୍ତୁ । ହଁ ଆଜ୍ଞା, ଏହିକଥା ମଧ୍ୟ ମନେରଖନ୍ତୁ ଯେ ଖାଇବା ପରେ ତୁରନ୍ତ ପାଣି ପିଅନ୍ତୁ ନାହିଁ । ଭୋଜନ ପରେ ଅତିକମରେ ଅଧ ଘଣ୍ଟା ପରେ ପାଣି ପିଇବା ଭଲ ବୋଲି ବିବେଚନା କରାଯାଏ ।

ଏହା ବି ପଢ଼ନ୍ତୁ: PM Kisan: ଆସନ୍ତାକାଲି କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ପିଏମ ମୋଦି

ଏହା ବି ପଢ଼ନ୍ତୁ: Monkeys: ଏହି ଗାଁରେ ୩୨ ଏକର ଜମିର ମାଲିକ ଅଟନ୍ତି ମାଙ୍କଡ, ଲୋକମାନେ ମଧ୍ୟ ଦିଅନ୍ତି ବିଶେଷ ସମ୍ମାନ