ମଖନ ପରି ତରଳିବ ଚର୍ବି, ଏହି ଗୋଟିଏ ଜିନିଷ ମିଶାଇ ତିଆରି ରୁଟି ଖାଆନ୍ତୁ ଓଜନ ହେବ କଣ୍ଟ୍ରୋଲ
Advertisement
Article Detail0/zeeodisha/odisha1268878

ମଖନ ପରି ତରଳିବ ଚର୍ବି, ଏହି ଗୋଟିଏ ଜିନିଷ ମିଶାଇ ତିଆରି ରୁଟି ଖାଆନ୍ତୁ ଓଜନ ହେବ କଣ୍ଟ୍ରୋଲ

ଓଜନ ହ୍ରାସ କରିବା ଏତେ ସହଜ ନୁହେଁ କିନ୍ତୁ ଖାଦ୍ୟରେ ସାମାନ୍ୟ ପରିବର୍ତ୍ତନରେ ପାଇବେ ଅଧିକ ଲାଭ । ଏଥିପାଇଁ ରୁଟି ତିଆରି କରିବାରେ ମିଶାନ୍ତୁ ଏହି ଜିନିଷ ଓଜନ ହେବ ହ୍ରାସ । 

ପ୍ରତିକାତ୍ମକ ଫଟୋ

ବର୍ତ୍ତମାନ ଯୁଗରେ ଅଧିକାଂଶ ଲୋକେ ଓଜନ ବଢୁଥିବାକୁ ଅନେକ ଅସୁବିଧାର ସାମନା କରିବାକୁ ପଡୁଛି । କାରଣ ଗତ ୨ ବର୍ଷରେ କରୋନା ଭାଇରସ ମହାମାରୀ କାରଣରୁ ଲକଡାଉନ୍ ଏବଂ ୱାର୍କ ଫ୍ରମ ହୋମ୍ କାରଣରୁ ଲୋକେ ଶାରୀରିକ କାର୍ଯ୍ୟକଳାପ ଯଥେଷ୍ଟ ହ୍ରାସ ପାଇଛି । ଏହାର ପ୍ରଭାବ ସିଧାସଳଖ ପେଟ ଏବଂ ଅଣ୍ଟା ଉପରେ ପଡିଥାଏ । ଏହି ସ୍ଥାନରେ ଅଧିକ ଚର୍ବି ବୃଦ୍ଧି ହୋଇଥାଏ । ଏହି ଚର୍ବିକୁ କମ୍ କରିବା କଷ୍ଟ ସାଧ୍ୟ ଅଟେ । ଓଜନ କମ୍ କରିବା ଏତେ ସହଜ ନୁହେଁ ଏଥିପାଇଁ ଉପଯୁକ୍ତ ଡାଏଟ୍ ଏବଂ ପ୍ରତ୍ୟେକ ଦିନ ବ୍ୟାୟାମ କରିବା ଜରୁରୀ । କିନ୍ତୁ ଏହା ବ୍ୟତୀତ ଆପଣ ଖାଦ୍ୟରେ କିଛି ପରିବର୍ତ୍ତନ କରି ନିଜ ଓଜନକୁ କମ୍ କରିପାରିବେ । ଆସନ୍ତୁ ଜାଣିବା ସେହି ଉପାୟ । 

ଓଜନ ହ୍ରାସ କରିବା ପାଇଁ ଚଣା ଅଟା ରୁଟି ଖାଆନ୍ତୁ-
ଡାଏଟିସିଆନଙ୍କ ମତରେ ଆପଣ ଚଣା ଅଟା ମିଶାଇ ରୁଟି ତିଆରି କରି ଖାଇବେତେବ ଖୁବ ସହଜରେ ଆପଣ ନିଜ ମେଦବହୁଳତାରୁ ମୁକ୍ତି ପାଇପାରିବେ । ଏହି ମିଶ୍ରଣ ରୁଟି ଆପଣ ଘରେ ଖୁବ ସହଜରେ ପ୍ରସ୍ତୁତ କରିପାରିବେ । 

fallback

Also Read ; ପୁଣି ଚର୍ଚ୍ଚାରେ ଦିଲବର ଗାର୍ଲ ସୁସ୍ମିତା ସେନ, ଲଲିତ ମୋଦି ସହ ଫଟୋ ସେୟାର କରି ଲେଖିଲେ....
 
ଚଣା ଅଟା ହେଉଛି ପୁଷ୍ଟି ଉତ୍ସ-
ଚଣା ଅଟା ତିଆରି ରୁଟିରେ ପ୍ରୋଟିନ, ଆଇରନ୍, ଫାଇବର, ମ୍ୟାଗ୍ନେସିୟମ୍ ଭଳି ଗୁରୁତ୍ବପୂର୍ଣ୍ଣ ପୋଷକତତ୍ତ୍ବ ମିଳିଥାଏ । ଯାହା ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଚଣା ଅଟା ରୁଟି ଖାଇବା ଦ୍ବାରା ଶରୀରକୁ ଥଣ୍ଡା ମିଳିଥାଏ । ଯେଉଁ କାରଣରୁ ହଜମ ପ୍ରକ୍ରିୟା ଭଲ ହୋଇଥାଏ । ଯଦି ଆପଣ ପ୍ରତିଦିନ ଚଣା ଅଟା ତିଆରି ରୁଟି ଖାଆନ୍ତି ତେବେ ଆପଣଙ୍କ ପେଟର ଚର୍ବି ସହଜରେ ହ୍ରାସ ହୋଇପାରେ । 

 

ଚଣା ମିଶା ରୁଟି କିପରି ପ୍ରସ୍ତୁତ କରିବେ -
ଚଣା ମିଶା ରୁଟି ତିଆରି କରିହା ଏତେ କଷ୍ଟକର ନୁହେଁ । ଏଥିପାଇଁ ଆପଣ ପ୍ରଥମେ ଅଟା ଏବଂ ଚଣା ଅଟାକୁ ମିଶାଇ ନିଅନ୍ତୁ ସେଥିରେ ଗୋଟିଏ ଛୋଟ କଟା ପିଆଜ, ଏକ ଚାମଚ ଛୋଟ କଟା ରସୁଣ, ଏକ ଚାମଚ ଛୋଟ କଟା ଅଦା, ଏକ ଚାମଚ ସୋରିଷ ତେଲ , ୨ଚାମଚ ଛୋଟ କଟା ଲଙ୍କା , କଟା ଧନିଆ ପତ୍ର ଏବଂ ସ୍ବାଦ ଅନୁସାରେ ଲୁଣ ନିଅନ୍ତୁ । ପ୍ରଥମେ ଚଣା ଅଟା ଏବଂ ଅଟାକୁ ମିଶାଇ ଚକଟି ଦିଅନ୍ତୁ । ଏହା ପରେ ସମସ୍ତ ଉପକରଣକୁ ପୁର କରି ବେଲି ଦିଅନ୍ତୁ । ଏହା ପରେ ତାକୁ କମ୍ ଆଞ୍ଚରେ ସେକନ୍ତୁ ଆଉ ଚେଷ୍ଟା କରନ୍ତୁ ରୋଟିଟି ଭଲ ଭାବରେ ଫୁଲୁ ଏହା ପରେ ଆବଶ୍ୟକ ଅନୁସାରେ ଘିଅ ଲଗାନ୍ତୁ । ପ୍ରସ୍ତୁତ ଆପଣଙ୍କର ଡାଏଟ ରୁଟି ।