ରାମବାଣ ଅଟେ ଉଷୁମ ପାଣି, କେବେ ଆଉ କିପରି ପିଇବେ ଜାଣନ୍ତୁ
Advertisement
Article Detail0/zeeodisha/odisha1289375

ରାମବାଣ ଅଟେ ଉଷୁମ ପାଣି, କେବେ ଆଉ କିପରି ପିଇବେ ଜାଣନ୍ତୁ

ଉଷୁମ ପାଣି ପିଇବାର ଅନେକ ଉପକାରିତା ରହିଛି । କିନ୍ତୁ ଏହା କେବେ ଓ କିପରି ପିଇବେ ତାହା ଜାଣିବା ଜରୁରୀ ଅଟେ । ଯାହା ଫଳରେ ଆମ ଶରୀରକୁ ଆବଶ୍ୟକତା ଅନୁଯାୟୀ ଲାଭ ମିଳିଥାଏ । 

ପ୍ରତିକାତ୍ମକ ଫଟୋ

ପାଣି ପିଇବା ପ୍ରତ୍ୟେକ କ୍ଷେତ୍ରରେ ଲାଭଦାୟକ ଅଟେ । କିନ୍ତୁ ଉଷୁମ ପାଣି ପିଇବାର ଭିନ୍ନ ଲାଭ ରହିଛି । ବିଭିନ୍ନ ଜିନିଷ ସହିତ ଉଷୁମ ପାଣି ପିଇବା ଦ୍ବାରା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ । ଯଦି ଆପଣ ପ୍ରତିଦିନ ସକାଳେ ଗରମ ପାଣି ପିଅନ୍ତି ତେବେ ଆପଣ ଅନେକ ରୋଗରୁ ମୁକ୍ତି ପାଇପାରିବେ । 

ହଜମ ପ୍ରକ୍ରିୟାକୁ କରେ ମଜବୁତ-
ହଜମ ସମ୍ବନ୍ଧୀୟ ସମସ୍ୟାରେ ଗରମ ପାଣି ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ଆପଣଙ୍କ ମେଟାବୋଲିଜିମକୁ ଉନ୍ନତ କରିଥାଏ । ଶରୀରରେ ଯାଇ କ୍ଷତିକାରକ ଜୀବାଣୁକୁ ମାରିଥାଏ । ଗରମ ପାଣି ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ ଏହି କାରଣରୁ ଆପଣଙ୍କ ପେଟ ସଠିକ୍ ଭାବେ ସଫା ହେବା ଆରମ୍ଭ ହୋଇଥାଏ । ଏହା କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ । ହଜମ ପ୍ରକ୍ରିୟା ଠିକ୍ ହେଲେ ଶରୀରରେ ଅନ୍ୟନ୍ୟା ସମସ୍ୟାକୁ ଦୂର କରିଥାଏ । 

Also Read ; ବ୍ରାଉନ ରାଇସ ଖାଆନ୍ତୁ ଚମତ୍କାର ଲାଭ ପାଆନ୍ତୁ, ଜାଣନ୍ତୁ କଣ ରହିଛି ଉପକାରିତା

ହୃତଘାତ ସମସ୍ୟାକୁ ଦୂର କରେ -
ଅନେକ ଲୋକେ କୁହନ୍ତି ଯେ ପ୍ରତିଦିନ ହାଲୁକା ଉଷୁମ ପାଣି ପିଇଲେ କୋଲେଷ୍ଟ୍ରଲ କମିଥାଏ । କୋଲେଷ୍ଟ୍ରଲ ହୃଦୟ ସମ୍ବନ୍ଧୀୟ ସମସ୍ତ ରୋଗର କାରଣ ହୋଇଥାଏ ତେଣୁ ଏହି ଉପାୟରେ ହୃଦୟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିପାରିବେ । କିନ୍ତୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆପଣାନ୍ତୁ ଏହି ଉପାୟ ।
ଥଣ୍ଡା ଏବଂ ଗଳା ଯନ୍ତ୍ରଣା -
ଗଳା ଯନ୍ତ୍ରଣା ହେଲେ ଗରମ ପାଣିରେ ଲୁଣ ମିଶାଇ କୁଳି କରିବା ଉଚିତ୍ । ଏହା ଗଳାର ଯନ୍ତ୍ରଣାରୁ ଉପଶମ ଦେଇଥାଏ । ଉଷୁମ ପାଣି ପିଇବା ଦ୍ବାରା ଗଳା ଯନ୍ତ୍ରଣା ସହ ଥଣ୍ଡାରୁ ମଧ୍ୟ ତୁରନ୍ତ ଆରାମ ମିଳିଥାଏ । 
ଓଜନ ହ୍ରାସ କରେ-
ଗରମ ପାଣି ସହ ମହୁ ମିଶାଇ ପ୍ରତିଦିନ ଖାଲି ପେଟରେ ପିଇବା ଉଚିତ୍ । ଏହା ଆପଣଙ୍କ ଶରୀରରେ ଥିବା ଚର୍ବିକୁ ହ୍ରାସ କରିଥାଏ ଏବଂ ମେଦବହୁଳାତକୁ ଦୂର କରିଥାଏ । ଲେମ୍ବୁ ମିଶାଇ ପ୍ରତିଦନ ଗରମ ପାଣି ପିଇବା ଦ୍ବାରା ମେଦବହୁଳତା ଦୂର ହୋଇଥାଏ । 
ମୁହଁରେ ଆସେ ଉଜ୍ଜଳତା-
ସାଧାରଣତଃ ଦେଖିଥିବେ ଯେ ପାର୍ଲରରେ ଚେହେରା ଟ୍ରିଟମେଣ୍ଟ ସମୟରେ ଗରମ ବାଷ୍ପ ଦିଆଯାଏ ଯାହା ଦ୍ବାରା ମୁହଁରେ ଚମକ ଆସିଥାଏ । ଗରମ ପାଣି ପିଇବା ଦ୍ବାରା ଆମ ଦେହରେ ଥିବା ବିଷାକ୍ତ ପଦାର୍ଥ ବାହାରିବା ହେତୁ ମୁହଁରେ ଚମକ ଆସିଥାଏ । ଚେହେରାକୁ ଚମକାଇବା ପାଇଁ ଉଚିତ୍ ପରିମାଣରେ ପାଣି ପିଇବାକୁ ପରାମର୍ଶ ଦିଆଯାଇଥାଏ ।