Venus Transit: କନ୍ୟା ରାଶିରେ ବିରାଜମାନ କରିବେ ଶୁକ୍ର, ଏହି ୪ ରାଶିଙ୍କୁ ଧନ ଲାଭ ଯୋଗ ସହ ମିଳିବ ଶୁଭଫଳ!
Advertisement

Venus Transit: କନ୍ୟା ରାଶିରେ ବିରାଜମାନ କରିବେ ଶୁକ୍ର, ଏହି ୪ ରାଶିଙ୍କୁ ଧନ ଲାଭ ଯୋଗ ସହ ମିଳିବ ଶୁଭଫଳ!

Venus Transit: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମାର୍ଚ୍ଚ ମାସରେ ଅନେକ ଗ୍ରହଙ୍କ ଶୁଭ ଚଳନ ହେବାକୁ ଯାଉଛି । ଆସନ୍ତା ମାସରେ ଶୁକ୍ର ଓ ଶନିଙ୍କ ସମେତ ଅନେକ ପ୍ରମୁଖ ଗ୍ରହ ସେମାନଙ୍କର ରାଶି ବା ଚଳନରେ ପରିବର୍ତ୍ତନ କରିବେ। ଏହି କ୍ରମରେ ମାର୍ଚ୍ଚ ୭ ତାରିଖ ଦିନ ଶୁକ୍ର କନ୍ୟା ରାଶିକୁ ଚଳନ କରିବେ। ଶୁକ୍ରଙ୍କୁ ଧନ, ସୁଖ ଓ ସମୃଦ୍ଧିର କାରଣ ବୋଲି କୁହାଯାଏ । ଶୁକ୍ର ମାର୍ଚ୍ଚ ୭ ତାରିଖ ଭୋର ୪ଟା ବାଜି ୫୮ ମିନିଟ୍ ରେ କନ୍ୟା ରାଶିରେ ପ୍ରବେଶ କରିବେ। 

Venus Transit: କନ୍ୟା ରାଶିରେ ବିରାଜମାନ କରିବେ ଶୁକ୍ର, ଏହି ୪ ରାଶିଙ୍କୁ ଧନ ଲାଭ ଯୋଗ ସହ ମିଳିବ ଶୁଭଫଳ!

Venus Transit: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମାର୍ଚ୍ଚ ମାସରେ ଅନେକ ଗ୍ରହଙ୍କ ଶୁଭ ଚଳନ ହେବାକୁ ଯାଉଛି । ଆସନ୍ତା ମାସରେ ଶୁକ୍ର ଓ ଶନିଙ୍କ ସମେତ ଅନେକ ପ୍ରମୁଖ ଗ୍ରହ ସେମାନଙ୍କର ରାଶି ବା ଚଳନରେ ପରିବର୍ତ୍ତନ କରିବେ। ଏହି କ୍ରମରେ ମାର୍ଚ୍ଚ ୭ ତାରିଖ ଦିନ ଶୁକ୍ର କନ୍ୟା ରାଶିକୁ ଚଳନ କରିବେ। ଶୁକ୍ରଙ୍କୁ ଧନ, ସୁଖ ଓ ସମୃଦ୍ଧିର କାରଣ ବୋଲି କୁହାଯାଏ । ଶୁକ୍ର ମାର୍ଚ୍ଚ ୭ ତାରିଖ ଭୋର ୪ଟା ବାଜି ୫୮ ମିନିଟ୍ ରେ କନ୍ୟା ରାଶିରେ ପ୍ରବେଶ କରିବେ। ଶୁକ୍ରଙ୍କ ଏହି ରାଶି ପରିବର୍ତ୍ତନ ରାଶି ଚକ୍ରରେ ଥିବା ୪ଟି ରାଶି ଉପରେ ପ୍ରଭାବ ପକାଇବ । ତେବେ ଆସନ୍ତୁ ଜାଣିବା ଶୁକ୍ରଙ୍କ ଏହି ରାଶି ପରିବର୍ତ୍ତନ କେଉଁ ସବୁ ରାଶିର ଭାଗ୍ୟ ବଦଳାଇବାକୁ ଯାଉଛି ।

ମିଥୁନ ରାଶି- ଶୁକ୍ରଙ୍କ ଏହି ଚଳନ ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ଓ ଲାଭଦାୟୀ ରହିବ। ଏହି ସମୟରେ ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ଲାଭ ମିଳିବ । ଆର୍ଥିକ ସମସ୍ୟାକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଦାମ୍ପତ୍ୟ ଜୀବନରେ ସୁଖମୟ ହେବ । ବ୍ୟବସାୟୀ ଲାଭବାନ ହେବ ।

କର୍କଟ ରାଶି- ଆକସ୍ମିକ୍ ଧନ ଲାଭ ନେଇ ଯୋଗ ରହିଛି । ବ୍ୟବସାୟ ଦୃଷ୍ଟି କୋଣରୁ ଭ୍ରମଣ ଲାଭଦାୟୀ ପ୍ରମାଣିତ ହେବ । ପାରିପାରିକ ସମ୍ପର୍କରେ ମଧୁରତା ଆସିବ । ଚାକିରିରେ ପଦୋନ୍ନତି ନେଇ ଯୋଗ ରହିଛି । ଜମିଜମା ସମ୍ବନ୍ଧୀୟ କାର୍ଯ୍ୟରେ ଲାଭ ମିଳିବ। ବ୍ୟବସାୟରେ ବଡ଼ ଡିଲ ହେବା ନେଇ ଯୋଗ ରହିଛି ।

କନ୍ୟା ରାଶି- ଶୁକ୍ର କନ୍ୟା ରାଶିକୁ ଚଳନ କରିଥିବାରୁ ଏହି ସମୟ କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ । ବ୍ୟବସାୟୀ ମାନେ ଲାଭବାନ ହେବେ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ବିନିଯୋଗରୁ ଆର୍ଥିକ ଲାଭ ମିଳିବ।

ବିଛା ରାଶି- ବିଛା ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁକ୍ରଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ଏହି ସମୟରେ ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ । ଯାତ୍ରା ସୁଖଦ ଓ ଲାଭଦାୟୀ ପ୍ରମାଣିତ ହେବ । ଆୟ ଲାଗି ଅନେକ ନୂତନ ଉତ୍ସ ସୃଷ୍ଟି ହେବ । ବୈବାହିକ ଜୀବନ ସୁଖମୟ ହେବ । ନୂତନ ଯାନବାହାନ ବା ଜମି କିଣିବା ନେଇ ଯୋଗ ରହିଛି ।