Vastu Tips: ଏହି ଦିଗରେ ମୁଣ୍ଡ ଦେଇ ଶୋଇଲେ ହୋଇଥାଏ ଧନ ଲାଭ, ଦାମ୍ପତ୍ୟ ଜୀବନରେ ମିଳିଥାଏ ସୁଖ
Advertisement
Article Detail0/zeeodisha/odisha1577502

Vastu Tips: ଏହି ଦିଗରେ ମୁଣ୍ଡ ଦେଇ ଶୋଇଲେ ହୋଇଥାଏ ଧନ ଲାଭ, ଦାମ୍ପତ୍ୟ ଜୀବନରେ ମିଳିଥାଏ ସୁଖ

Vastu Tips for Sleeping Position:  ଅନେକ ଚେଷ୍ଟା ପରେ ମଧ୍ୟ ଏହି ଦମ୍ପତି ପରସ୍ପର ସହ ସାମଞ୍ଜସ୍ୟ କରିବାରେ ବିଫଳ ହୁଅନ୍ତି, ଯେଉଁ କାରଣରୁ ପରିବାରରେ ମତଭେଦ ପରିସ୍ଥିତି ଉପୁଜେ । ଜୀବନରେ ସମସ୍ୟା ସୃଷ୍ଟି ହେବାର ଅନେକ କାରଣ ହୋଇପାରେ । ଯଦି ଘରର ବାସ୍ତୁ ଠିକ୍ ହୋଇ ନଥାଏ, ଜୀବନ ଦୁଃଖରେ ପରିପୂର୍ଣ୍ଣ ରହିଥାଏ । ବାସ୍ତୁ ତ୍ରୁଟି ଯୋଗୁଁ ଦମ୍ପତିଙ୍କ ମଧ୍ୟରେ ଝଗଡା, ଆର୍ଥିକ ସଙ୍କଟ, ମାନସିକ ଚାପ ଭଳି ସମସ୍ୟା ଦେଖାଦିଏ । 

Vastu Tips: ଏହି ଦିଗରେ ମୁଣ୍ଡ ଦେଇ ଶୋଇଲେ ହୋଇଥାଏ ଧନ ଲାଭ, ଦାମ୍ପତ୍ୟ ଜୀବନରେ ମିଳିଥାଏ ସୁଖ

Vastu Tips for Sleeping Position: ଯଦି ଦାମ୍ପତ୍ୟ ଜୀବନ ସୁଖମୟ ହୁଏ ତେବେ ଜୀବନ ବିତାଇବା ସହଜ ହୋଇଯାଏ । ସେଥିପାଇଁ ସମସ୍ତେ ନିଜ ଜୀବନରେ ସୁଖ ଓ ଶାନ୍ତି ଚାହାଁନ୍ତି । ଅନେକ ଥର ଇଚ୍ଛା ନଥାଇ ବି ପତି-ପତ୍ନୀ (Husban and Wife) ମଧ୍ୟରେ ବିବାଦ ଦେଖାଦେଇଥାଏ । ଅନେକ ଚେଷ୍ଟା ପରେ ମଧ୍ୟ ଏହି ଦମ୍ପତି ପରସ୍ପର ସହ ସାମଞ୍ଜସ୍ୟ କରିବାରେ ବିଫଳ ହୁଅନ୍ତି, ଯେଉଁ କାରଣରୁ ପରିବାରରେ ମତଭେଦ ପରିସ୍ଥିତି ଉପୁଜେ । ଜୀବନରେ ସମସ୍ୟା ସୃଷ୍ଟି ହେବାର ଅନେକ କାରଣ ହୋଇପାରେ । ଯଦି ଘରର ବାସ୍ତୁ (Vastu) ଠିକ୍ ହୋଇ ନଥାଏ, ଜୀବନ ଦୁଃଖରେ ପରିପୂର୍ଣ୍ଣ ରହିଥାଏ । ବାସ୍ତୁ ତ୍ରୁଟି ଯୋଗୁଁ ଦମ୍ପତି (Couple) ଙ୍କ ମଧ୍ୟରେ ଝଗଡା, ଆର୍ଥିକ ସଙ୍କଟ, ମାନସିକ ଚାପ ଭଳି ସମସ୍ୟା ଦେଖାଦିଏ । 

ବାସ୍ତୁ ଶାସ୍ତ୍ରୀ ବ୍ୟାଖ୍ୟା କରିଛନ୍ତି ଯେ, ଭୁଲ ଦିଗରେ ଶୋଇବା ଦ୍ୱାରା ବାସ୍ତୁ ଦୋଷ (Vastu Defects) ଉତ୍ପନ୍ନ ମଧ୍ୟ ହୋଇଥାଏ । ଏହି କାରଣରୁ ବିବାହିତ ଜୀବନ ସୁଖୀ (Married Life) ରହେ ନାହିଁ । ଏପରି ପରିସ୍ଥିତିରେ, ସର୍ବଦା ସଠିକ୍ ଦିଗ ଆଡକୁ ମୁଣ୍ଡ ଦେଇ ଶୋଇବା ଉଚିତ୍ । ଆସନ୍ତୁ ଜାଣିବା ବାସ୍ତୁ (Vastu) ଅନୁଯାୟୀ ଶୋଇବାର ସଠିକ୍ ଦିଗ କ’ଣ ହୋଇଥାଏ?

ଏହି ଦିଗକୁ ମୁଣ୍ଡ ରଖି ଶୋଇବା ଅଶୁଭ

ବାସ୍ତୁ ଶାସ୍ତ୍ର (Vastu Shastra) ଅନୁଯାୟୀ, କେବେ ବି ପଶ୍ଚିମ ଆଡକୁ ମୁଣ୍ଡ ରଖି ଶୋଇବା ଉଚିତ୍ ନୁହେଁ । କାରଣ ଏହି ଦିଗଟି ଶୋଇବା ପାଇଁ ଶୁଭ ବୋଲି ମନେ କରାଯାଏ ନାହିଁ । ପଶ୍ଚିମ ଦିଗରେ ଶୋଇବା ଜୀବନରେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ପଶ୍ଚିମ ଦିଗରେ ମୁଣ୍ଡ ରଖି ଶୋଇବା ମନକୁ ଭାରି ରଖେ ଓ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ଏହି ଦିଗରେ ଶୋଇବା ପତି-ପତ୍ନୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିଥାଏ, ଯାହା ଉଭୟଙ୍କ ମଧ୍ୟରେ ଝଗଡା ସୃଷ୍ଟି କରିଥାଏ । ଏହି କାରଣରୁ ଜୀବନରେ ସୁଖ ଶାନ୍ତି ନାହିଁ ଓ ପରିବାରରେ ମତଭେଦ ପରିସ୍ଥିତି ସୃଷ୍ଟି ହୁଏ ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆ ପାଇଁ ବହୁତ ବଡ଼ ଖରାପ ଖବର, ବିଶ୍ୱକପ ୨୦୨୩ରୁ ବାହାର ହେଲେ ଭାରତର ଏହି ବଡ ମ୍ୟାଚ୍ ୱିନର୍

ଅଧିକ ପଢ଼ନ୍ତୁ:-ଦିନିକିଆ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖରାପ ଖବର! ଫିଟ୍ ହେଲେ ଅଷ୍ଟ୍ରେଲିଆର ଏହି ଖତରନାକ୍ ଖେଳାଳି

ଅଧିକ ପଢ଼ନ୍ତୁ:-୨୦୨୪ ନିର୍ବାଚନ ପୂର୍ବରୁ ​​ନୂଆ ସର୍ଭେ ବଢ଼ାଇଲା ମୋଦି-ଶାହଙ୍କ ଟେନସନ! ଆସନ ସଂଖ୍ୟାରେ ଜବରଦସ୍ତ ହ୍ରାସ

ଶୋଇବା ପାଇଁ କେଉଁ ଦିଗଟି ଶୁଭ ହୋଇଥାଏ?

ଶୋଇବାର ଉପଯୁକ୍ତ ଦିଗ ବିଷୟରେ ବାସ୍ତୁ ଶାସ୍ତ୍ରୀ  (Vastu Shastra) ରେ ଉଲ୍ଲେଖ କରାଯାଇଛି । ଯାହା ଅନୁଯାୟୀ ଦମ୍ପତି ସର୍ବଦା ଦକ୍ଷିଣ ଦିଗରେ ମୁଣ୍ଡ ରଖି ଶୋଇବା ଉଚିତ୍ । ବୈଜ୍ଞାନିକ ଭାବରେ ମଧ୍ୟ ଦକ୍ଷିଣ ଦିଗରେ ମୁଣ୍ଡ ରଖି ଶୋଇବା ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । କାରଣ ଚୁମ୍ବକୀୟ ଶକ୍ତିର ପ୍ରବାହ ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ହୋଇଥାଏ । ସେଥିପାଇଁ ଏହା ଆମ ଶରୀର ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ଦକ୍ଷିଣ ଦିଗରେ ଶୋଇବା ଜୀବନରେ ସୁଖ ଓ ଧନ ସମ୍ପଦ ବଜାୟ ରହିଥାଏ । ବିବାହିତ ଜୀବନ ମଧ୍ୟ ସୁଖମୟ ରହିଥାଏ ଓ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ । ସେଥିପାଇଁ ଲୋକ ମାନଙ୍କୁ ଦକ୍ଷିଣ ଦିଗରେ ମୁଣ୍ଡ ରଖି ଶୋଇବା ଉଚିତ୍ ।