Kesar Tilak: କେଶର ବଦଳାଇବ ଆପଣଙ୍କ ଭାଗ୍ୟ, ଘରେ ହେବ ସୁନାର ବର୍ଷା, ଜାଣନ୍ତୁ କେମିତି କରିବେ ବ୍ୟବହାର ?
Advertisement
Article Detail0/zeeodisha/odisha1451106

Kesar Tilak: କେଶର ବଦଳାଇବ ଆପଣଙ୍କ ଭାଗ୍ୟ, ଘରେ ହେବ ସୁନାର ବର୍ଷା, ଜାଣନ୍ତୁ କେମିତି କରିବେ ବ୍ୟବହାର ?

Kesar Tilak: ହିନ୍ଦୁ ସଂସ୍କୃତି ଏବଂ ଶାସ୍ତ୍ର(Tilak)ରେ ତିଲକକୁ ଶୁଭର ପ୍ରତୀକ ଭାବରେ ବିବେଚନା କରାଯାଏ। ସେଥିପାଇଁ ଯେତେବେଳେ ବି ଜଣେ ବ୍ୟକ୍ତି ଶୁଭ କାମ ପାଇଁ ଯାଏ, ତିଲକକୁ ତାଙ୍କ କପାଳରେ ଲଗାଯାଇ ଥାଏ । କିନ୍ତୁ ଆପଣ ଜାଣନ୍ତି କି, ଏହି ତିଲକ ମଧ୍ୟ ଆପଣଙ୍କର ଅନେକ ଇଚ୍ଛା ପୂରଣ କରେ ।

Kesar Tilak: କେଶର ବଦଳାଇବ ଆପଣଙ୍କ ଭାଗ୍ୟ, ଘରେ ହେବ ସୁନାର ବର୍ଷା, ଜାଣନ୍ତୁ କେମିତି କରିବେ ବ୍ୟବହାର ?

Kesar Tilak: ହିନ୍ଦୁ ସଂସ୍କୃତି ଏବଂ ଶାସ୍ତ୍ର(Tilak)ରେ ତିଲକକୁ ଶୁଭର ପ୍ରତୀକ ଭାବରେ ବିବେଚନା କରାଯାଏ। ସେଥିପାଇଁ ଯେତେବେଳେ ବି ଜଣେ ବ୍ୟକ୍ତି ଶୁଭ କାମ ପାଇଁ ଯାଏ, ତିଲକକୁ ତାଙ୍କ କପାଳରେ ଲଗାଯାଇ ଥାଏ । କିନ୍ତୁ ଆପଣ ଜାଣନ୍ତି କି, ଏହି ତିଲକ ମଧ୍ୟ ଆପଣଙ୍କର ଅନେକ ଇଚ୍ଛା ପୂରଣ କରେ । ବୃହସ୍ପତି ଯଦି ଆପଣଙ୍କର ରାଶିରେ ଏକ ଉଦ୍ଦିଷ୍ଟ ସ୍ଥିତିରେ ଅଛି, ତେବେ ଆପଣ ନିଜର ମସ୍ତକ, ହୃଦୟ ଏବଂ ନାଭିରେ କେଶର ଟିକା ଲଗାନ୍ତୁ । ଶୁକ୍ଲପକ୍ଷ ଗୁରୁବାର ଠାରୁ ସମ୍ପୂର୍ଣ୍ଣ ବର୍ଷ ପାଇଁ ଏହା କରନ୍ତୁ । ବୃହସ୍ପତି ଅନୁକୂଳ ହେବ ଏବଂ ଆପଣଙ୍କୁ ଶୁଭ ପ୍ରଦାନ କରିବେ। 

ଆର୍ଥିକ ସ୍ଥିତିକୁ ମଜବୁତ କରିବାକୁ କେଶର ଟିକା :
ଆପଣଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ଗୁରୁବାର ଦିନ ଗାଧୋଇବା ସମୟରେ ଏକ ଚାମଚ ହଳଦୀ ପାଣିରେ ମିଶାନ୍ତୁ ଏବଂ ସେହି ପାଣିରେ ସ୍ନାନ କରନ୍ତୁ । ସ୍ନାନ ପରେ, କଦଳୀ ଗଛ ନିକଟରେ ଏକ ଦୀପ ଜାଳନ୍ତୁ  ଏବଂ କିଛି ଗୁଡ ଖଣ୍ତ ମଧ୍ୟ ରଖନ୍ତୁ । ଏହାପରେ କେଶର ଟିକା ଲଗାନ୍ତୁ । 'ଓମ୍ ନମୋ ଭଗବତ ଭାସୁଦେବୟ' ମନ୍ତ୍ର ଜପ କରନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବ । ଶୁକ୍ଲପକ୍ଷ ଗୁରୁବାର ଠାରୁ ଏହି କାର୍ଯ୍ୟକଳାପ ଆରମ୍ଭ କରନ୍ତୁ ।

କଳାଯାଦୁ ହଟାଇବାରେ ସାହାର୍ଯ୍ୟ କରେ :
ଯଦି ଆପଣ ଅନୁଭବ କରୁଛନ୍ତି ଯେ, ଆପଣଙ୍କ ଘରକୁ କେହି କଳା ଯାଦୁ କରିଛନ୍ତି । ତେବେ ଆପଣ ନିଜ ଘରେ କିଛି କେଶର ସହିତ ଗୁଗୁଳ ଗଛର ପତ୍ର ମିଶାଇ ଧୂଆଁ ଦିଅନ୍ତୁ । ଗୁରୁବାର ଠାରୁ ଆରମ୍ଭ କରି ୨୧ ଦିନ ପର୍ଯ୍ୟନ୍ତ ଏହି ଧୂପକୁ ନିଜ ଘରେ ଜାଳନ୍ତୁ । ତନ୍ତ୍ର କ୍ରିୟାର ପ୍ରଭାବ ଆପଣଙ୍କ ଘରୁ ଶେଷ ହେବ । ଏବଂ ସୁଖ ଓ ସମୃଦ୍ଧତା ରହିବ। 

କେଶରର ଅନ୍ୟାନ୍ୟ ଲାଭ ଜାଣନ୍ତୁ : 
-ଯେଉଁ ମହିଳାମାନଙ୍କର ଶୁକ୍ର ଗ୍ରହ ସହିତ ଜଡିତ ସମସ୍ୟା ଅଛି, ଯେପରିକି ସ୍ୱାମୀଙ୍କ ସହ ମତଭେଦ, ପରିବାରରେ ଝଗଡା, ସମ୍ମାନର ଅଭାବ।  ସେହି ମହିଳାମାନେ ଛୋଟ ଝିଅ ମାନଙ୍କୁ ମେକଅପ୍ କିଟ୍ ସହିତ କେଶର ଦାନ କରିବା ଉଚିତ୍ ।

-ଯଦି ଆପଣଙ୍କ ଘରେ ଆର୍ଥିକ ସଙ୍କଟ ଥାଏ । ଯଦି ଟଙ୍କା ସଞ୍ଚୟ ନ ହୁଏ, ତେବେ କେଶର ସହ ସାତୋଟି କଉଡିକୁ ଏକ ନାଲି କପଡାରେ ବାନ୍ଧି ଘରେ ରଖନ୍ତୁ । ଏହାକୁ ଏକ ସୁରକ୍ଷିତ ସ୍ଥାନରେ ଘରେ ରଖନ୍ତୁ । ଖୁବ୍ ଶୀଘ୍ର ଧନ ପ୍ରାପ୍ତ ହେବ । ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ହେଲେ ଏକ ଧଳା କପଡାରେ  କିଛି କେଶର ରଖି ତାହାକୁ ସିଆଇ(ଇଙ୍କ୍)ରେ ଭିଜାନ୍ତୁ । ବର୍ତ୍ତମାନ ଏହି କପଡାକୁ ଆପଣ ନିଜ ଦୋକାନ କି ଘରେ ଏକ ପବିତ୍ର ସ୍ଥାନରେ ରଖି ପାରିବେ। ଯାହା ଦ୍ବାରା ଲକ୍ଷ୍ମୀ ପ୍ରସନ୍ନ ହେବେ । ଏବଂ ଅର୍ଥର ଅଭାବ ରହିବନି । 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)