Foods For Memory: ୩୦ ବର୍ଷ ପରେ ଡାଏଟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ, କମିବନି ସ୍ମରଣ ଶକ୍ତି
Advertisement

Foods For Memory: ୩୦ ବର୍ଷ ପରେ ଡାଏଟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ, କମିବନି ସ୍ମରଣ ଶକ୍ତି

Health Tips: ବୟସ ବଢିଲେ ଶରୀରରେ ଅନେକ ପ୍ରକାର ପରିବର୍ତ୍ତନ ଦେଖାଯାଏ । ୩୦ ବର୍ଷ ପରେ ଶରୀର ଓ ମନରେ ଅନେକ ପ୍ରକାର ପରିବର୍ତ୍ତନ ମଧ୍ୟ ଦେଖାଦେଇଥାଏ । ସ୍ମୃତି ଶକ୍ତି ଦୁର୍ବଳ ହେବାକୁ ଲାଗେ। ଯାହା ଏକ ଗମ୍ଭୀର ସମସ୍ୟା ବୋଲି କହିପାରିବା । ଏପରି ପରିସ୍ଥିତିରେ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍। ଆଜି ଆମେ ଆପଣଙ୍କୁ ଏପରି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହା ୩୦ ବର୍ଷ ବୟସ ପରେ ଆପଣଙ୍କ ନିଜ ଖାଦ୍ୟରେ ଅନ୍ତର୍ଭୂକ୍ତ କରିବା ଉଚିତ୍ ।

ସୌଜନ୍ୟ- ସୋସିଆଲ ମିଡିଆ

Health Tips: ବୟସ ବଢିଲେ ଶରୀରରେ ଅନେକ ପ୍ରକାର ପରିବର୍ତ୍ତନ ଦେଖାଯାଏ । ୩୦ ବର୍ଷ ପରେ ଶରୀର ଓ ମନରେ ଅନେକ ପ୍ରକାର ପରିବର୍ତ୍ତନ ମଧ୍ୟ ଦେଖାଦେଇଥାଏ । ସ୍ମୃତି ଶକ୍ତି ଦୁର୍ବଳ ହେବାକୁ ଲାଗେ। ଯାହା ଏକ ଗମ୍ଭୀର ସମସ୍ୟା ବୋଲି କହିପାରିବା । ଏପରି ପରିସ୍ଥିତିରେ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍। ଆଜି ଆମେ ଆପଣଙ୍କୁ ଏପରି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହା ୩୦ ବର୍ଷ ବୟସ ପରେ ଆପଣଙ୍କ ନିଜ ଖାଦ୍ୟରେ ଅନ୍ତର୍ଭୂକ୍ତ କରିବା ଉଚିତ୍ । ଏହି ସବୁ ଖାଦ୍ୟ ଡାଏଟରେ ସାମିଲ କରିବା ପରେ ଆପଣଙ୍କ ବୟସ ବଢିଲେ ମଧ୍ୟ ମନ ସତେଜ ରହିବା ଏବଂ ସ୍ମୃତି ଶକ୍ତି ଦୁର୍ବଳ ହେବନି ।

କଫି: ସ୍ମୃତି ଶକ୍ତି ବୃଦ୍ଧି କରିବା ପାଇଁ  ଆପଣ ପ୍ରତିଦିନ କଫି ପିଇ ପାରିବେ। ଏଥିରେ କଫିନ୍ ଥାଏ, ଯାହା ମସ୍ତିଷ୍କକୁ ସୁସ୍ଥ କରିଥାଏ। କଫି ପିଇବା ଦ୍ୱାରା ମାନସିକ କ୍ଷମତା ଏବଂ ସ୍ମୃତି ଶକ୍ତି ବୃଦ୍ଧି ହୋଇଥାଏ । ଏହା ମଧ୍ୟ ଆପଣଙ୍କ ମନବଳକୁ ବୃଦ୍ଧି କରିଥାଏ ।  ଏବଂ ଯେ କୌଣସି କାମ ପ୍ରତି ଆପଣଙ୍କ ଧ୍ୟାନ ମଧ୍ୟ ବଢାଇଥାଏ । 

Also Read : Mouth Cancer: ପାଟିରେ କ୍ୟାନସର ହେଲେ ଏପରି ଦେଖାଯାଏ ଲକ୍ଷଣ, କେବେବି କରନ୍ତୁ ନାହିଁ ଅଣଦେଖା, ତୁରନ୍ତ କରନ୍ତୁ ଯାଞ୍ଚ

Also Read : Benefits Of Pistachios: ଯୌନ ସମସ୍ୟାରେ ପୀଡ଼ିତ ଥିଲେ ଖାଆନ୍ତୁ ପିସ୍ତା, ମିଳିବ ଏହି ୧୦ଟି ଲାଭ

ହଳଦୀ: ହଳଦୀ ହେଉଛି ଏକ ପ୍ରକାର ମସଲା । ଯାହା ପ୍ରତ୍ୟକଙ୍କ ରୋଷେଇ ଘରେ ସହଜରେ ମିଳିପାରିବ । ଏହା  ସ୍ମୃତି ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଯଦି ଆପଣ କୌଣସି କଥା ମନେ ରଖିପାରୁ ନାହାଁନ୍ତି ତେବେ, ନିୟମିତ ଆପଣ କ୍ଷୀରରେ ହଳଦୀ ମିଶ୍ରଣ କରି ପିଅନ୍ତୁ । ଏହା ଆପଣଙ୍କ ଇମ୍ୟୁନିଟିକୁ ବୁଷ୍ଟ କରିବା ସହ ସ୍ମୃତି ଶକ୍ତିରେ ମଧ୍ୟ ପରିବର୍ତ୍ତନ ଆଣିବ। 

ବ୍ରୋକୋଲି : ପ୍ରତ୍ୟକ ବ୍ୟକ୍ତି ନିଜ ଡାଏଟରେ ବ୍ରୋକୋଲି ଅନ୍ତର୍ଭୁକ୍ତ କରିବା ଉଚିତ୍ ।  ବ୍ରୋକୋଲିକୁ ଅଧିକାଂଶ ଲୋକେ  ଖାଆନ୍ତି ନାହିଁ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହା ଶରୀର ପାଇଁ ବହୁତ ଲାଭଦାୟକ।  ବ୍ରୋକୋଲିରେ ଭିଟାମିନ୍-କେ ପ୍ରଚୁର ପରିମାଣରେ ଥାଏ। ଯାହା ସ୍ମୃତି ଶକ୍ତି ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ । 

କମଳା  : ୩୦ ବର୍ଷ ପରେ ଯେପରି ସ୍ମୃତି ଶକ୍ତି ଦୁର୍ବଳ ନ ହୁଏ । ସେଥିପାଇଁ ପ୍ରତ୍ୟକ ବ୍ୟକ୍ତି କମଳା ଖାଇବା ଆରମ୍ଭ କରନ୍ତୁ। କମଳା ଭିଟାମିନ୍ ସି ପ୍ରଚୁର ପରିମାଣରେ ରହିଛି । ଯାହା ସ୍ମୃତି ଶକ୍ତିକୁ ବଢାଇବାରେ ସାହାର୍ଯ୍ୟ କରିଥାଏ । ଏବଂ ସମସ୍ତ କାର୍ଯ୍ୟ ପ୍ରତି ଏକାଗ୍ରତା ଓ ଧ୍ୟାନ ମଧ୍ୟ ବଢିଥାଏ । 

କଖାରୁ ମଞ୍ଜି : ଅଧିକାଂଶ ଲୋକେ କଖାରୁ ଖାଉଥିବା ବେଳେ ଏହାର ମଞ୍ଜିକୁ ଫିଙ୍ଗି ଦେଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି କଖାରୁ ମଞ୍ଜି ସ୍ମୃତି ଶକ୍ତି ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଥାଏ। ଯାହା ମସ୍ତିଷ୍କକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । ଏବଂ କଖାରୁ ମଞ୍ଜିରେ ଜିଙ୍କ, ମ୍ୟାଗ୍ନେସିୟମ୍, ଲୁହା,ତମ୍ବା ଥାଏ । ଏହାକୁ ନିୟମିତ ଖାଇବା ଶରୀର ପାଇଁ ଲାଭଦାୟକ ଅଟେ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)