Iron Foods: ଆଇରନରେ ଭରପୁର ଏହି ୫ ଖାଦ୍ଯ, ଦୂର କରିବ ରକ୍ତହୀନତା
Advertisement

Iron Foods: ଆଇରନରେ ଭରପୁର ଏହି ୫ ଖାଦ୍ଯ, ଦୂର କରିବ ରକ୍ତହୀନତା

Iron Foods: ଆପଣ ମଧ୍ଯ ଯଦି ଏନିମିୟା କିମ୍ବା ରକ୍ତହୀନତା ଭଳି ସମସ୍ଯାର ସମ୍ମୁଖୀନ ହେଉଛନ୍ତି ତେବେ ଆର୍ୟୁବେଦରେ ଏହାର ସହଜ ଓ ସରଳ ନିରାକରଣ ରହିଛି । ନିଜ ଡାଏଟରେ ନିୟମିତ ଭାବେ କିଛି ଖାଦ୍ୟ ନେଲେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ । ଆଜି ଆମେ ଆପଣଙ୍କୁ ଏଭଳି ୫ ଖାଦ୍ୟ ବାବଦରେ କହିବୁ ଯାହା ଆଇରନରେ ଭରପୁର । 

Iron Foods: ଆଇରନରେ ଭରପୁର ଏହି ୫ ଖାଦ୍ଯ, ଦୂର କରିବ ରକ୍ତହୀନତା

Iron Foods: ଶରୀରରେ ଲୌହ ବା ଆଇରନ ମାତ୍ରା କମିଲେ ରକ୍ତହୀନତାର ଶିକାର ହେବାକୁ ପଡେ । ଶରୀରରେ ରକ୍ତହୀନତାକୁ ଏନିମିଆ କୁହାଯାଏ । ଏନିମିଆ ହେବା ଦ୍ୱାରା ଆପଣଙ୍କୁ କ୍ଲାନ୍ତ ଓ ଦୁର୍ବଳ ଅନୁଭବ କରନ୍ତି । ଏହା ସହିତ ମୁଣ୍ଡ ମଧ୍ଯ ବିନ୍ଧିଥାଏ (Headache), ଯାହା ସହଜରେ ଭଲ ହୁଏନା । ଛାତିର ବାମପାର୍ଶ୍ୱରେ ଯନ୍ତ୍ରଣା (Pain in left side of chest) ହେବା ସହିତ ବୃଦ୍ଧାବସ୍ଥାର ଲକ୍ଷଣ, କେଶ ଓ ନଖ ଖରାପ ହୋଇଯାଏ । କେବଳ ଏତିକି ନୁହେଁ ଏନିମିୟା ଯୋଗୁ ଯୋଗୁ ଭୀଷଣ ଜ୍ୱର ଓ ଜଣ୍ଡିସ ଭଲି ଗମ୍ଭୀର ରୋଗ ମଧ୍ଯ ହୋଇଥାଏ । ଆପଣ ମଧ୍ଯ ଯଦି ଏନିମିୟା କିମ୍ବା ରକ୍ତହୀନତା ଭଳି ସମସ୍ଯାର ସମ୍ମୁଖୀନ ହେଉଛନ୍ତି ତେବେ ଆର୍ୟୁବେଦ (Ayurveda)ରେ ଏହାର ସହଜ ଓ ସରଳ ନିରାକରଣ ରହିଛି । ନିଜ ଡାଏଟରେ ନିୟମିତ ଭାବେ କିଛି ଖାଦ୍ୟ ନେଲେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ । ଆଜି ଆମେ ଆପଣଙ୍କୁ ଏଭଳି ୫ ଖାଦ୍ୟ ବାବଦରେ କହିବୁ ଯାହା ଆଇରନରେ ଭରପୁର । 

ବିଟ୍ସ ଓ ଗାଜର 

ବିଟ୍ସ  ଓ ଗାଜରରେ ଆଇରନ ଅଧିକ ମାତ୍ରାରେ ରହିଥାଏ । ଗୋଟିଏ ବ୍ଲେଣ୍ଡରରେ ପ୍ରାୟ ଏକ କପ ସିଝା ଓ କଟା ହୋଇଥିବା ବିଟ୍ସ ତଥା ଗାଜରକୁ ଭଲରେ ମିଶାନ୍ତୁ  । ରସକୁ ଛାଣି ସେଥିରେ ଏକ ଚାମଚ ଲେମ୍ବୁ ରସ ମିଶାନ୍ତୁ । ଏହି ମିଶ୍ରଣକୁ ନିୟମିତ ପିଇଲେ ଶରିରେ ରକ୍ତ ମାତ୍ରା ବୃଦ୍ଧି ପାଇଥାଏ । ମନେ ରଖନ୍ତୁ ସକାଳୁ ସକାଳୁ ଏହାକୁ ପିଇବାକୁ ପଡିବ । ଏହା ସହିତ ସିଝା ଗାଜର ଓ ବିଟ୍ସକୁ ଆପଣ ସାଲାଡ୍ ଭାବେ ମଧ୍ଯ ଖାଇପାରିବେ । 

ସଜନା ଶାଗ 

ସଜନା ଶାଗରେ ପ୍ରଚୁର ପରିମାଣରେ ଆଇରନ୍,ଭିଟାମିନ୍ ଏ, ସି ଓ ମ୍ୟାଗ୍ନେସିୟମ ଥାଏ । ପ୍ରତିଦିନ ଖାଲି ପେଟରେ ଘିଅ କିମ୍ବା ମହୁ ସହିତ ଏକ ଚାମଚ ସଜନା ଶାଗର ପାଉଡର ଖାଆନ୍ତୁ । ତେବେ ଗ୍ରୀଷ୍ମ ଦିନେ ଏହାକୁ ଖାଆନ୍ତୁ ନାହିଁ । କାରଣ ଏହା ପେଟ ଗରମ କରିଥାଏ । 

ଡିମିରି ଫଳ, ଖଜୁରି ଓ କିଶମିସ 

ଡିମିରି,ଖଜୁରି କୋଳି ଓ କିସମିସ୍ ମ୍ୟାଗ୍ନେସିୟମ, କପର ଓ ଭିଟାମିନ୍ ଏ ତଥା ସି’ରେ ଭରପୁର । ଜଳଖିଆ ଭାବରେ କିମ୍ବା ଜଳଖିଆ ସହିତ ରାତିରୁ ବତୁରା ଯାଇଥିବା  ୨ ତିନିଟି ଖଜୁରି କୋଳି,୨ଟି ଡିମିରି ଓ କିସମିସ୍ ନିଅନ୍ତୁ । ଯାହା ଆପଣଙ୍କୁ ତୁରନ୍ତ ଶକ୍ତି ପ୍ରଦାନ କରିବା ସହିତ ଶରୀରରେ ଆଇରନ୍ ମାତ୍ରା ବଢାଇଥାଏ । 

ଗହମ ଘାସ 

ଗହମ ଘାସ ବିଟା-କୈରୋଟିନ୍,ଭିଟାମିନ୍-କେ,ଫୋଲିକ୍ ଏସିଡ୍,କ୍ୟାଲସିୟମ,ଆଇରନ୍,ପ୍ରୋଟିନ ଓ ଫାଇବର,ଭିଟାମିନ୍ ସି’ର ଉତ୍ତମ ସ୍ରୋତ । ଏହା ମଧ୍ଯ ବିଭିନ୍ନ ପ୍ରକାରର ରକ୍ତ ତିଆରି କରୁଥିବା କରୁଥିବା କାରକ ଅଟେ । ପ୍ରତିଦିନ ସକାଳେ ଏହାର ମାତ୍ର ଏକ ଚାମଚ ସେବନ ଆପଣଙ୍କ ଏଚବିରେ ସୁଧାର ଓ ଆପଣଙ୍କ ରୋଗ ପ୍ରତିରୋଧକ ପ୍ରଣାଳୀର ସୁରକ୍ଷାର ଗ୍ୟାରେଣ୍ଟି ଦେଇଥାଏ । 

ରାଶି 

କଳାରାଶିରେ ପ୍ରଚୁର ପରିମାଣରେ ତମ୍ବା,ସେଲେନିୟମ ଓ ଭିଟାମିନ୍ ବି-୬ ଫୋଲେଟ୍ ଓ ଇ’ ରହିଥାଏ । ପ୍ରାୟ ଏକ ଚାମଚ ରାଶି ନେଇ ତାକୁ ଭାଜନ୍ତୁ । ଏହାକୁ ଏକ ଚାମଚ ମହୁ ଓ ଘିଅରେ ମିଶାଇ ଲଡ଼ୁର ଆକାର ଦିଅନ୍ତୁ । ଶରିରରେ ରକ୍ତ ବୃଦ୍ଧି ପାଇଁ ନିୟମିତ ଭାବେ ଏହି ଲଡୁ ଖାଆନ୍ତୁ । 

Also Read- Cricket News: ଆଗରୁ ଦୁଇଟି ଷ୍ଟମ୍ପରେ ଖେଳା ଯାଉଥିଲା କ୍ରିକେଟ୍, କେମିତି ‘ଦୁଇ’ରୁ ‘ତିନି’ ହେଲେ ଷ୍ଟମ୍ପ ?

Also Read- Money Making Tips: ନବରାତ୍ରୀରୁ ଦୀପାବଳି ଯାଏ ଭଲ ଚାଲିବ ଏହି ବ୍ୟବସାୟ, ହେବ ଭଲ ରୋଜଗାର