ପ୍ରତିଦିନ ଆପଣ କରନ୍ତି କି ଏହି କାମ? ବଦଳାନ୍ତୁ ଏହି ୫ଟି ଅଭ୍ୟାସ- ନଚେତ ଦେବାକୁ ପଡ଼ିବ ବହୁମୂଲ୍ୟ
Advertisement

ପ୍ରତିଦିନ ଆପଣ କରନ୍ତି କି ଏହି କାମ? ବଦଳାନ୍ତୁ ଏହି ୫ଟି ଅଭ୍ୟାସ- ନଚେତ ଦେବାକୁ ପଡ଼ିବ ବହୁମୂଲ୍ୟ

ଭୁଲ ଜୀବନଶୈଳୀ ଖାଦ୍ୟ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ ଏବଂ ଏପରି ଅଭ୍ୟାସ ଶରୀରକୁ ଶକ୍ତିହୀନ କରଦେଇଥାଏ।

ପ୍ରତିଦିନ ଆପଣ କରନ୍ତି କି ଏହି କାମ? ବଦଳାନ୍ତୁ ଏହି ୫ଟି ଅଭ୍ୟାସ- ନଚେତ ଦେବାକୁ ପଡ଼ିବ ବହୁମୂଲ୍ୟ

ଜୀବନଶୈଳୀ ମଧ୍ୟରେ ଆପଣଙ୍କର କିଛି ଭୁଲ ଅଭ୍ୟାସ, ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିଥାଏ। ଯେପରିକି ରାତିରେ ଦହି ଖାଇବା, ଅପରାହ୍ନରେ ଖାଇବା, ଖାଇବା ପରେ ଚାଲିବା, ଖାଇବା ପରେ ଗାଧାଇବା,  ଖାଇବା ପରେ ସଙ୍ଗେ ସଙ୍ଗେ ଶୋଇଯିବା ପରି ଅଭ୍ୟାସ ଛାଡ଼ିବା ପାଇଁ ଆୟୁର୍ବେଦ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି। ଏପରି ଭୁଲ ଜୀବନଶୈଳୀ ଖାଦ୍ୟ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ ଏବଂ ଏପରି ଅଭ୍ୟାସ ଶରୀରକୁ ଶକ୍ତିହୀନ କରଦେଇଥାଏ। ରାତିରେ ଦହି ଖାଇବା, ଖାଇବା ପରେ ଗାଧାଇବା ଅଭ୍ୟାସକୁ ବହୁତ ବଡ଼ ଭୁଲ ବୋଲି କହିଥାନ୍ତି ଆୟୁର୍ବେଦ ଡାକ୍ତର। ଖାଦ୍ୟ ସଠିକ ଭାବରେ ହଜମ ହେବା ହିଁ ଉତ୍ତମ ସ୍ୱାସ୍ଥ୍ୟର ଚାବିକାଠି। ଏଥିପାଇଁ ସୁସ୍ଥ ହଜମ କ୍ରିୟା ପାଇଁ ସଠିକ ଆହାର ସହିତ ସଠିକ ଗତିବିଧିକୁ ମଧ୍ୟ ଧ୍ୟାନ ଦେବା ଜରୁରୀ। ଯଦି ଆପଣଙ୍କର ବି ଏପରି ଭୁଲ ଅଭ୍ୟାସ ରହିଛି, ତୁରନ୍ତ ଏହାକୁ ବଦଳାଇବା ମଧ୍ୟ ଜରୁରୀ।

ରାତିରେ ଦହି ଖାଉଛନ୍ତି କି?
ଦହି ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଖାଦ୍ୟ। କିନ୍ତୁ ରାତି ସମୟରେ ଏହାକୁ ସେବନ କରିବା ଦ୍ୱାରା ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ। ଦହି ସ୍ୱାଦରେ ଖଟା-ମିଠା ହୋଇଥାଏ। ରାତିରେ ଦହି ଖାଇବା କାରଣରୁ କଫ ସମସ୍ୟା ଦେଖାଦେବା ସହ ପିତ୍ତ ଦୋଷ ବୃଦ୍ଧି ପାଇଥାଏ। ପ୍ରଭାବରେ ପାକସ୍ଥଳୀରେ ଖାଦ୍ୟ ହଜମ ପ୍ରକ୍ରିୟା ମନ୍ଥର ହୋଇଥାଏ। ଯାହାଫଳରେ ଦହି ଖାଇବା ପରେ କନଷ୍ଟିପେସନ ସମସ୍ୟା ଦେଖାଦେଇଥାଏ।

​ଦିନ ୨ଟା ପରେ ଖାଇଲେ କ'ଣ ହୁଏ?
ଆପଣ ଜାଣନ୍ତି କି ଲଞ୍ଚ କରିବା ପାଇ ପ୍ରକୃଷ୍ଠ ସମୟ। ଆୟୁର୍ବେଦ ଅନୁସାରେ ଦିନ ୨ଟା ପୂର୍ବରୁ ମଧ୍ୟାନ୍ନ ଭୋଜନ କରିବା ଶରୀର ପାଇଁ ଉପଯୁକ୍ତ। କାରଣ ଏହି ସମୟରେ ଶରୀରର ପିତ୍ତ ଅଧିକ ସକ୍ରିୟ ଥାଏ। ଖାଦ୍ୟ ହଜମ ପ୍ରକ୍ରିୟା ଦ୍ରୁତ ହୋଇଥାଏ। କେବଳ ଏହି କାରଣକୁ ଆୟୁର୍ବେଦରେ ଦ୍ୱିପ୍ରହର ଖାଦ୍ୟ ୨ଟା ପୂର୍ବରୁ ଖାଇବା ପାଇଁ କୁହାଯାଇଛି।

ଖାଇବା ପରେ କାମ କରିବା ଠିକ ନା ଭୁଲ?
ଚାଲିବା ଶରୀର ପାଇଁ ସବୁଠାରୁ ଭଲ, କିନ୍ତୁ ଖାଇବା ପରେ ତୁରନ୍ତ କାମ କରିବାକୁ ନେଇ ଅନେକ ସମୟରେ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହିଯାଏ। ସାଧାରଣତଃ ଖାଦ୍ୟ ଖାଇବା ପରେ ତୁରନ୍ତ ଚାଲିବା ଦ୍ୱାରା ଖାଦ୍ୟ ହଜମ ହୁଏ ବୋଲି ଧାରଣା ରହିଛି। କିନ୍ତୁ ଆୟୁର୍ବେଦ ଏହି ଅଭ୍ୟାସକୁ ସମ୍ପୂର୍ଣ୍ଣ ଭୁଲ ବୋଲି କହିଛି। ଖାଦ୍ୟ ଖାଇବା ପରେ ଶରୀରରେ ପାଚନ କ୍ରିୟା ଆରମ୍ଭ ହୋଇଥାଏ। କିନ୍ତୁ ଏହି ସମୟରେ ଅନ୍ୟ ଶାରୀରିକ କ୍ରିୟା ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥାଏ। ଏହି କାରଣରୁ କୋଷ୍ଠକାଠିନ୍ୟ, ଗ୍ୟାସ ବୃଦ୍ଧି ହେବା ସହ ପୋଷଣ ତତ୍ୱର ଉପଯୁକ୍ତ ଅବଶୋଷଣ ହୋଇପାରିନଥାଏ। ଯାହାଦ୍ୱାରା ଖାଇବା ପରେ ଲୋକେ ଅଧିକ ଦୁର୍ବଳ ଅନୁଭବ କରିଥାନ୍ତି।

ଖାଇବା ପରେ ଗାଧାଇବା ଠିକ୍ କି?
​ଭୋଜନ ପରେ ତୁରନ୍ତ ସ୍ନାନକୁ ଆୟୁର୍ବେଦ ସବୁଠାରୁ ବଡ଼ ଅଭ୍ୟାସଗତ ଭୁଲ ବୋଲି ଦର୍ଶାଇଛି । ଦିନଚର୍ଯ୍ୟାରେ ପ୍ରତିଟି ଗତିବିଧି ପାଇଁ ଉତ୍ତମ ସମୟ ରହିଛି । ଖାଇବା ପରେ ତୁରନ୍ତ ଗାଧାଇଲେ ପାଚନ କ୍ରିୟା ଭୀଷଣ ଭାବେ ପ୍ରଭାବିତ ହୋଇଥାଏ । ଶରୀରରେ ଅଗ୍ନି ତତ୍ତ୍ୱ ଭୋଜନ ପରେ ହଜମ କ୍ରିୟା ପାଇଁ ଦାୟୀ ରହିଥାଏ । ଭୋଜନ ସମୟରେ ହିଁ ଅଗ୍ନି ତତ୍ତ୍ୱ ସକ୍ରିୟ ହୋଇଯାଏ , ଏଥିପାଇଁ ଖାଇବା ସମୟରେ ଆମେ ଅଧିକ ଗରମ ଅନୁଭବ କରିଥାନ୍ତି । ଅଗ୍ନି ତତ୍ତ୍ୱ ଉତ୍ତମ ପାଚନ ପାଇଁ ଶରୀରରେ ରକ୍ତ ସଂଚାଳନ ପ୍ରକିୟାକୁ ଦ୍ରୁତ କରିଥାଏ । କିନ୍ତୁ ଖାଦ୍ୟ ଖାଇବା ପରେ ତୁରନ୍ତ ଗାଧାଇଲେ ଶରୀରର ତାପମାତ୍ରା ହ୍ରାସ ପାଇଥାଏ ।

ଖାଇବା ପରେ ତୁରନ୍ତ ଶୋଇବା ଠିକ୍ କି?
ଯଦି ଆପଣ ରାତ୍ରି ଭୋଜନ ପରେ ତୁରନ୍ତ ଶୋଇଯାଉଛନ୍ତି, ତେବେ ଆଜିଠାରୁ ଏହି ଅଭ୍ୟାସକୁ ବଦଳାନ୍ତୁ । କାରଣ ଆୟୁର୍ବେଦ ଅନୁସାରେ ଭୋଜନ ଓ ଶୟନ ମଧ୍ୟରେ ଅତି କମରେ ୩ ଘଣ୍ଟା ବ୍ୟବଧାନ ରହିବା ଜରୁରୀ । ଶୋଇବା ସମୟର ୩ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଇନେବା ଉଚିତ । ନିଦ୍ରା ସମୟରେ ଶରୀର ରିପେୟାରିଂ କାର୍ଯ୍ୟ କରିଥାଏ । ଦିନ ସାରାର ଅନୁଭବ, ବିଚାର, ଭାବନା, ଗତିବିଧିକୁ ସଂଗ୍ରହ କରିଥାଏ ମସ୍ତିଷ୍କ । ସ୍ମୃତି ସଂରକ୍ଷଣ ସହିତ ଅନାବନା ଭାବନାକୁ ଡିଲିଟ ମଧ୍ୟ କରିଥାଏ । କିନ୍ତୁ ଶରୀରର ଏହି ଶକ୍ତିକୁ ଯଦି କେବଳ ପାଚନ କ୍ରିୟାକୁ ବଦଳାଇଦିଆଯାଏ, ତେବେ ମାନସିକ ପାଚନ କ୍ରିୟା ବନ୍ଦ ହୋଇଯାଇଥାଏ । ଏଥିପାଇଁ ଆୟୁର୍ବେଦ ବିଶେଷଜ୍ଞ ରାତିରେ ହାଲକା ଭୋଜନ ସହ ଶୋଇବା ସମୟର ୩ ଘଣ୍ଟା ପୂର୍ବରୁ ଖାଇବାକୁ ପରାମର୍ଶ ଦେଇଥାନ୍ତି।