କ'ଣ ଆପଣ ବି ଅତ୍ୟଧିକ ଚା' ପିଇଉଛନ୍ତି କି? ହୋଇଯାଆନ୍ତୁ ସାବଧାନ, ସ୍ୱାସ୍ଥ୍ୟ ଉପରେ ପକାଏ ଏସବୁ ଖରାପ ପ୍ରଭାବ
Advertisement

କ'ଣ ଆପଣ ବି ଅତ୍ୟଧିକ ଚା' ପିଇଉଛନ୍ତି କି? ହୋଇଯାଆନ୍ତୁ ସାବଧାନ, ସ୍ୱାସ୍ଥ୍ୟ ଉପରେ ପକାଏ ଏସବୁ ଖରାପ ପ୍ରଭାବ

Tea Side Effect: ଅତ୍ୟଧିକ ଚା' ପିଇବା ଦ୍ୱାରା ଆପଣଙ୍କ ଅନ୍ତନଳୀ ପାଇଁ କ୍ଷତିକାରକ ହୋଇପାରେ । ବାସ୍ତବରେ ଏହା ଆପଣଙ୍କ ଅନ୍ତନଳୀକୁ ନଷ୍ଟ କରିପାରେ, ଏହା ସହ ଖାଦ୍ୟ ହଜମ କରିବାରେ ସମସ୍ୟା ସୃଷ୍ଟି କରିଥାଏ । ଏପରି ସ୍ଥିତିରେ ଛାତି ଯନ୍ତ୍ରଣା ମଧ୍ୟ ଅଧିକ ହେବା ସହ ଛାତି ଜଳିବା ସମସ୍ୟା ମଧ୍ୟ ଦେଖାଯାଇଥାଏ ।

ପ୍ରତୀକାତ୍ମକ ଫଟୋ

Tea Side Effect: ଚା' ଏପରି ଏକ ଅଭ୍ୟାସ ଯାହା ସମସ୍ତଙ୍କ ପାଇଁ ଜରୁରୀ । ତେବେ ଚା' ପିଇଉଥିବା ଲୋକଙ୍କୁ କହି ରଖୁଛୁ କି ଅଧିକ ଚା' ଯଦି ପିଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଯେଉଁମାନେ ଦିନକୁ ୪ କପରୁ ଅଧିକ ଚା' ପିଉଛନ୍ତି ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପ୍ରଥମେ ତ ପେଟ ବ୍ୟାଥା ହେବା,ଭୋକ ନ ହେବା,ଏହା ବ୍ୟତୀତ ଆପଣଙ୍କ ଅନ୍ତନଳୀ ଉପରେ ଖରାପ ପ୍ରଭାବ ପକାଇଥାଏ । କେବଳ ଏତିକି ନୁହେଁ ଆପଣ ଶୋଇବାରେ ଅସୁବିଧା ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହା ବ୍ୟତୀତ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ଚା' ପିଇବାର ପ୍ରଭାବ କଣ ରହିଛି ।

୧. ଅଧିକ ଚା' ପିଇବା ଦ୍ୱାରା ଚିନ୍ତା ଓ ଭୟ ବଢିଥାଏ । ଆପଣଙ୍କୁ କହି ରଖୁଛୁ କି ଚା'ରେ କେଫିନ୍ ମିଳିଥାଏ ଯାହା ଶରୀରରେ ପ୍ରବେଶ କରିବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି ଅନେକ ପ୍ରକାରର କ୍ଷତି ହୋଇଥାଏ । ତେଣୁ ଧୀରେ ଧୀରେ ଏହି ଅଭ୍ୟାସକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତୁ ।

୨. ଅତ୍ୟଧିକ ଚା' ପିଇବା ଦ୍ୱାରା ଆପଣଙ୍କ ଅନ୍ତନଳୀ ପାଇଁ କ୍ଷତିକାରକ ହୋଇପାରେ । ବାସ୍ତବରେ ଏହା ଆପଣଙ୍କ ଅନ୍ତନଳୀକୁ ନଷ୍ଟ କରିପାରେ, ଏହା ସହ ଖାଦ୍ୟ ହଜମ କରିବାରେ ସମସ୍ୟା ସୃଷ୍ଟି କରିଥାଏ । ଏପରି ସ୍ଥିତିରେ ଛାତି ଯନ୍ତ୍ରଣା ମଧ୍ୟ ଅଧିକ ହେବା ସହ ଛାତି ଜଳିବା ସମସ୍ୟା ମଧ୍ୟ ଦେଖାଯାଇଥାଏ ।

ଏହା ବି ପଢ଼ନ୍ତୁ:-ଆପଣଙ୍କ କାମର କଥା: ଜୁନ୍ ୧ରୁ ବ୍ୟାଙ୍କିଂ ଓ ସୁନା ହଲମାର୍କିଂ ସମେତ ହେବ ଏହି ୬ଟି ବଡ଼ ପରିବର୍ତ୍ତନ, ଜନତାଙ୍କ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

ଏହା ବି ପଢ଼ନ୍ତୁ:-UPSC ସିଭିଲ ସର୍ଭିସେସ୍ ପରୀକ୍ଷା 2021 ଫଳାଫଳ ଘୋଷିତ: ଝିଅମାନଙ୍କ ହ୍ୟାଟ୍ରିକ୍, ଜାଣନ୍ତୁ କିଏ ହେଲେ ଟପର

ଏହା ବି ପଢ଼ନ୍ତୁ:-ବ୍ୟାକଫୁଟରେ AAP ସରକାର, ହାଇକୋର୍ଟ ବିଚାରପତି କରିବେ ମୁସେୱାଲା ହତ୍ୟା ମାମଲାର ତଦନ୍ତ

 

୩. ଅଧିକ ଚା' ପିଇବା ଦ୍ୱାରା ନିଦ୍ରା ସମସ୍ୟା ହୋଇପାରେ । ଏପରି ସ୍ଥିତିରେ ଆପଣ ଯଦି ନିଦ ପୂରା ନ କରନ୍ତି ତେବେ ଆଗକୁ ଅନେକ ପ୍ରକାରର ସମସ୍ୟା ହୋଇପାରେ । ଏଥିପାଇଁ ଚା' ପିଇବା ନିଶାରୁ ନିଜକୁ ଦୂରେଇବାକୁ ଚେଷ୍ଟା କରନ୍ତୁ । ବିଶେଷଜ୍ଞଙ୍କ ମତରେ ଦିନକୁ ୨ କପ୍ ଚା' ଆପଣ ପିଇ ପାରିବେ ।