Sunday Remedy: ରବିବାର ଦିନ କରନ୍ତୁ ଏହିସବୁ ଉପାୟ ଚମକି ଉଠିବ ଭାଗ୍ୟ, ହେବ ଧନ ବର୍ଷା!
Advertisement
Article Detail0/zeeodisha/odisha1664191

Sunday Remedy: ରବିବାର ଦିନ କରନ୍ତୁ ଏହିସବୁ ଉପାୟ ଚମକି ଉଠିବ ଭାଗ୍ୟ, ହେବ ଧନ ବର୍ଷା!

Sunday Remedy: ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ଉପାୟ କୁହାଯାଇଛି । ରବିବାର ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ । ଯଦି ଆପଣ ମଧ୍ୟ ଜୀବନରେ ଧନ ଓ ଖ୍ୟାତି ପାଇବାକୁ ଚାହୁଁଛନ୍ତି, ତେବେ ରବିବାର ଦିନ ଏହିସବୁ ଉପାୟ କରନ୍ତୁ।

ସୌ(ସୋସିଆଲ ମିଡିଆ)

Sunday Remedy: ଜାତକରେ ଗ୍ରହ ମାନଙ୍କର ସ୍ଥିତିକୁ ନେଇ ମଣିଷ ଜୀବନରେ ଶୁଭ ଓ ଅଶୁଭ ଫଳାଫଳ ଦେଖିବାକୁ ମିଳିଥାଏ । ଏମିତି କି, ଜାତକର ଖରାପ ପ୍ରଭାବ ହେତୁ ବ୍ୟକ୍ତିକୁ ତା ଜୀବନରେ ଅନେକ ସମସ୍ୟାର ସାମ୍ନା ହେବାକୁ ପଡି଼ଥାଏ । ସନାତନ ଧର୍ମରେ ସୂର୍ଯ୍ୟ ଦେବଙ୍କୁ ଏକମାତ୍ର ବିଦ୍ୟମାନ ଦେବତା ଭାବରେ ବିବେଚନା କରାଯାଇଛି। ଯେଉଁ ବ୍ୟକ୍ତିର ରାଶିରେ ସୂର୍ଯ୍ୟଙ୍କ ସ୍ଥିତି ସୁଦୃଢ ଥାଏ ସେହି ବ୍ୟକ୍ତିର ଜୀବନରେ ସୁଖ, ଶାନ୍ତି ଓ ଧନ ଓ ଖାତି ବୃଦ୍ଧି ପାଇଥାଏ । ସେହିପରି ରାଶିରେ ସୂର୍ଯ୍ୟ ଦେବଙ୍କ ସ୍ଥିତି ଦୁର୍ବଳ ଥିଲେ ବ୍ୟକ୍ତିକୁ ତା ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ଉପାୟ କୁହାଯାଇଛି । ରବିବାର ଦିନ ଏହି ଉପାୟ କରିବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ରବିବାର ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ । ଯଦି ଆପଣ ମଧ୍ୟ ଜୀବନରେ ଧନ ଓ ଖ୍ୟାତି ପାଇବାକୁ ଚାହୁଁଛନ୍ତି, ତେବେ ରବିବାର ଦିନ ଏହିସବୁ ଉପାୟ କରନ୍ତୁ।

ରବିବାର ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ସେ ପ୍ରସନ୍ନ ହୋଇଥାଆନ୍ତି । ତେଣୁ ଏହି ଦିନ ସକାଳୁ ଉଠି “ଓମ୍ ସୂର୍ଯ୍ୟୟା ନମଃ, ଓମ୍ ଆଦିତ୍ୟାୟ ନମଃ :ଓମ୍ ନାମୋ ଭାସ୍କର ନମଃ” ଆଦି ମନ୍ତ୍ର ଜାପ କରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ମନେ ରଖନ୍ତୁ ଯେ, ସର୍ବଦା ତମ୍ବା ପାତ୍ରରେ ହିଁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଉଚିତ୍ । ଏହି ପାଣିରେ ନାଲି ଫୁଲ, ଅକ୍ଷତ ଓ ମିଶ୍ରି ମିଶାଇ ଅର୍ପଣ କରିବା ଅଧିକ ଲାଭଦାୟୀ ହୋଇଥାଏ । ଏପରି କରିବା ଦ୍ବାରା ଶୁଭଫଳ ମିଳିବା ସହ ସମସ୍ୟା ଦୂର ହୋଇଥାଏ ।  ଜୀବନରେ ଉନ୍ନତି ଆସେ ।

  • ରବିବାର ଦିନ ଝାଡୁ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଦିନ ୩ଟି ଝାଡୁ଼ କିଣି ଘରକୁ ଆଣନ୍ତୁ । ଏହାପରେ ଏହି ତିନୋଟି ଝାଡୁକୁ ପରଦିନ ଅର୍ଥାତ୍ ସୋମବାର ଦିନ ମନ୍ଦିରରେ ଦାନ କରନ୍ତୁ । ଏପରି କରିବା ଦ୍ବାରା ଭାଗ୍ୟ ଚମକି ଉଠିଥାଏ ।
  • ମନୋକାମନା ପୂରଣ କରିବାକୁ ଚାହୁଁଥିଲେ ରବିବାର ଦିନ ଓସ୍ତ ଗଛରୁ ଏକ ପତ୍ର ଆଣି ଏଥିରେ ନିଜର ଇଚ୍ଛା ଲେଖନ୍ତୁ । ପରେ ଏହି ପତ୍ରକୁ ପାଣିରେ ଭସାଇ ଦିଅନ୍ତୁ । ଏହି ଉପାୟ କରିବା ଦ୍ବାରା ମନୋକାମନା ବହୁ ଶ୍ରୀଘ୍ର ପୂରଣ ହୋଇଥାଏ ।
  • ଯଦି ଜୀବନରେ ସୁଖ, ସମୃଦ୍ଧି ଓ ଖ୍ୟାତି ପାଇବାକୁ ଚାହୁଁଛନ୍ତି, ତେବେ ରବିବାର ଦିନ ଓସ୍ତ ଗଛ ତଳେ ଚାରି ମୁଖୀ ଦୀପ ଜାଳନ୍ତୁ । ଏହି ପ୍ରତିକାର କରିବା ଦ୍ବାରା ଜୀବନରେ ଉନ୍ନତି ଆସିଥାଏ ଓ ସମସ୍ତ ସମସ୍ୟା ଦୂର ହୋଇଥାଏ ।
  • ଯଦି ଆପଣ ଧନ, ସମୃଦ୍ଧି ବୃଦ୍ଧି କରିବା ଲାଗି ଚାହୁଁଛନ୍ତି ତେବେ ରବିବାର ରାତିରେ ଶୋଇବା ସମୟରେ,ଏକ ଗ୍ଲାସରେ କ୍ଷୀର ରଖି ଏହାକୁ ନିଜ ପାଖରେ ରଖି ଶୁଅନ୍ତୁ । ସକାଳେ ଉଠି ଏହି କ୍ଷୀର ଗ୍ଲାସକୁ ବେଲ ଗଛର ମୂଳରେ ଢାଳି ଦିଅନ୍ତୁ ।
  • ହିନ୍ଦୁ ଧର୍ମରେ ଦୀପ ଜାଳିବାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଶୁଭ ମନା ଯାଇଥାଏ । ସକାଳ ଓ ସନ୍ଧ୍ୟାରେ ପୂଜା ସମୟରେ ଘିଅ ଦୀପ ଜଳାଯାଇଥାଏ । ସୂର୍ଯ୍ୟ ଦେବତାଙ୍କୁ ଖୁସି କରିବା ପାଇଁ ଘରର ଉଭୟ ପାର୍ଶ୍ୱରେ ଦେଶୀ ଘିଅର ଦୀପ ଜଳାନ୍ତୁ । ଏହା କରିବା ଦ୍ବାରା ଆପଣଙ୍କ ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ ହୋଇଥାଏ । ଏହା ଦ୍ବାରା ମାଆ ଲକ୍ଷ୍ମୀ ମଧ୍ଯ ପ୍ରସନ୍ନ ହୋଇଥାଆନ୍ତି । ଜୀବନରେ ଥିବା ଆର୍ଥିକ ସମସ୍ୟା ଦୂର ହୋଇଥାଏ । ବ୍ୟବସାୟରେ ଲାଭ ମିଳିଥାଏ । ଅଭାବ ଅନଟନ ଦୂର ହୋଇଥାଏ ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।