Side effects of banana: ଏହି ୫ଟି ଲୋକ କେବେ ବି ଖାଆନ୍ତୁ ନାହିଁ କଦଳୀ, ଲାଭ ବଦଳରେ ହେବ ବଡ଼ କ୍ଷତି!
Advertisement

Side effects of banana: ଏହି ୫ଟି ଲୋକ କେବେ ବି ଖାଆନ୍ତୁ ନାହିଁ କଦଳୀ, ଲାଭ ବଦଳରେ ହେବ ବଡ଼ କ୍ଷତି!

Side effects of banana: ଛୋଟ ଛୁଆରୁ ବୁଢା ପର୍ଯ୍ୟନ୍ତ ସମସ୍ତେ କଦଳୀ ଖାଇବା ପାଇଁ ପସନ୍ଦ କରିଥାଆନ୍ତି। ଡାକ୍ତର ମାନେ, ମଧ୍ୟ ପ୍ରତ୍ୟେକ ଦିନ କଦଳୀ ଖାଇବା ପାଇଁ ପରାମର୍ଶ ଦେଇଥାଆନ୍ତି । ତେବେ କଦଳୀ ଖାଇବା କିଛି ଲୋକଙ୍କ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ବୋଲି ଦର୍ଶାଯାଇଛି। ତେବେ ଆସନ୍ତୁ ଜାଣିବା କେଉଁ ମାନଙ୍କ ପାଇଁ ହାନିକାରକ ହୋଇଥାଏ କଦଳୀ ।

ସୌ(ସୋସିଆଲ ମିଡିଆ)

Side effects of banana: କଦଳୀ ଏକ ସ୍ୱାଦିଷ୍ଟ ଫଳ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଲାଭଦାୟୀ ହୋଇଥାଏ । ଏହା ପ୍ରତ୍ୟେକ ଋତୁରେ ଫଳୁଥିବାରୁ ଏହାକୁ ବାରମାସୀ ଫଳ ଅଟେ। ଛୋଟ ଛୁଆରୁ ବୁଢା ପର୍ଯ୍ୟନ୍ତ ସମସ୍ତେ କଦଳୀ ଖାଇବା ପାଇଁ ପସନ୍ଦ କରିଥାଆନ୍ତି। ଡାକ୍ତର ମାନେ, ମଧ୍ୟ ପ୍ରତ୍ୟେକ ଦିନ କଦଳୀ ଖାଇବା ପାଇଁ ପରାମର୍ଶ ଦେଇଥାଆନ୍ତି । ତେବେ କଦଳୀ ଖାଇବା କିଛି ଲୋକଙ୍କ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ବୋଲି ଦର୍ଶାଯାଇଛି। ଏହିପରି ପରିସ୍ଥିତିରେ ଏହି ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଲୋକ ମାନେ କଦଳୀ ଖାଇବା ବେଳେ ସତର୍କତା ଅବଲମ୍ବନ କରିବା ଉଚିତ୍। ତେବେ ଆସନ୍ତୁ ଜାଣିବା କେଉଁ ମାନଙ୍କ ପାଇଁ ହାନିକାରକ ହୋଇଥାଏ କଦଳୀ ।

ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି(High blood sugar)

କଦଳୀରେ ପ୍ରାକୃତିକ ଭାବରେ ଅଧିକ ପରିମାଣରେ ଚିନି ରହିଥାଏ, ଯେଉଁ କାରଣରୁ ଉଚ୍ଚ ରକ୍ତ ରକ୍ତଚାପ ଥିବା ବା ମଧୁମେହରେ ଶିକାର ରୋଗୀ ମାନେ ଏହାକୁ ଖାଇବା ଉଚିତ୍ ନୁହେଁ । ଯଦି କେହି କଦଳୀ ଖାଇବାକୁ ଚାହୁଁଛନ୍ତି ତାହେଲେ ସେମାନେ କମ ଶର୍କରା ଯୁକ୍ତ କଦଳୀ ଅଳ୍ପ ପରିମାଣରେ ଖାଇ ପାରିବେ।

କିଡ଼ନୀ ରୋଗୀ(kidney disease)

କଦଳୀରେ ଭରପୂର ମାତ୍ରାରେ ପୋଟାସିୟମ୍ ରହିଥାଏ। କିଡ଼ନୀ ସମସ୍ୟାରେ ପଡ଼ୀତ ବ୍ୟକ୍ତିଙ୍କ ପାଇଁ ପୋଟାସିୟମ୍ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । କିଡ଼ନୀ ଜନିତ ସମସ୍ୟା ଦ୍ୱାରା ଆବଶ୍ୟକଠାରୁ ଅଧିକ ପୋଟାସିୟମ୍ ଶରୀର ପାଇ ହାନୀକାରକ ଅଟେ। ତେଣୁ ଏହିପରି ବ୍ୟକ୍ତି କଦଳୀଠାରୁ ଦୂରେଇ ରହିବା ଉଚିତ୍।

କୋଷ୍ଠ କାଠିନ୍ୟ ଥିବା ବ୍ୟକ୍ତି(constipation)

ଯେଉଁ ଲୋକ ମାନଙ୍କର ପେଟ ଫୁଲିବା ଓ କୋଷ୍ଠ କାଠିନ୍ୟ ପରି ସମସ୍ୟା ରହିଥାଏ, ସେମାନେ କଦଳୀ ଖାଇବା ଉଚିତ୍ ନୁହେଁ। କଦଳୀ କୋଷ୍ଠ କାଠିନ୍ୟ କମାଇବା ପରିବର୍ତ୍ତେ ତୀବ୍ର ଗତିରେ ବଢାଇଥାଏ। ତେଣୁ ଏଥିରେ ପୀଡ଼ିତ ବ୍ୟକ୍ତି କଦଳୀ ଆଦୌ ଖାଆନ୍ତୁ ନାହିଁ ।

କଦଳୀଠାରୁ ଆଲର୍ଜି ଥିବା ବ୍ୟକ୍ତି(Banana allergy)

କଦଳୀ ଖାଇବା ଦ୍ୱାରା ଆଲର୍ଜି ହେଉଥିବା ବ୍ୟକ୍ତି ମାନଙ୍କୁ କଦଳୀ ଖାଇବାଠାରୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ରହିବା ଉଚିତ୍। କଦଳୀ ଦ୍ୱାରା ହେଉଥିବା ଆଲର୍ଜି ଅତି ସାଧାରଣ ହୋଇଥାଏ, କିନ୍ତୁ ଏହା ଅଧିକ ହେଲେ ଶରୀରରେ ଘାଆ, ନିଶ୍ୱାସ ନେବାରେ ବାଧା ସୃଷ୍ଟି ଓ ଆନାଫିଲେକ୍ସିସ ପରି ଭୟଙ୍କର ଲକ୍ଷଣ ଦେଖା ଦେଇପାରେ।

ଶ୍ୱାସରୋଗ ଥିବା ବ୍ୟକ୍ତି(Asthma)

ଶ୍ୱାସ ରୋଗ ଥିବା ବ୍ୟକ୍ତିମାନେ କେବେ ବି କଦଳୀ ଖାଇବା ଉଚିତ୍ ନୁହେଁ। କାରଣ କଦଳୀ ଶ୍ୱାସରୋଗକୁ ଆହୁରୀ ବଢାଇ ଥାଏ। ଏହିପରି ସ୍ଥଳେ ଏମାନଙ୍କୁ କଦଳୀ ଖାଇବାଠୁ ଦୂରେଇ ରହିବା ଉଚିତ୍।

Also Read-High Uric Acid: ୟୁରିକ ଏସିଡ଼ ହ୍ରାସ ପାଇଁ ରାମବାଣ ସଦୃଶ ଏହି ଗଛର ପତ୍ର, ଦରକାର ପଡ଼ିବ ନାହିଁ ଔଷଧ

(Disclaimer: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜୀ ଓଡି଼ଶା ନ୍ୟୁଜ୍ ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)